ପାଦର ଲମ୍ବା ଆଙ୍ଗୁଠିରେ ଲୁଚି ରହିଥାଏ ଏହି ରହସ୍ୟ ! ଜାଣନ୍ତୁ କଣ କହୁଛି ସମୁଦ୍ର ଶାସ୍ତ୍ର !

ପ୍ରତ୍ୟେକ ମନୁଷ୍ୟର ପାଦର ଆଙ୍ଗୁଠିର ଆକାର ଏବଂ ଉଚ୍ଚତା ଭିନ୍ନ ହୋଇଥାଏ । ଯାହା ବିଷୟରେ କେହିବି ଏତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ବ୍ୟକ୍ତିଙ୍କର ସବୁ ଆଙ୍ଗୁଠି ସମାନ ହୋଇଥିବା ବେଳେ କିଛି ଲୋକଙ୍କର ବଡ଼ ସାନ ହୋଇଥାଏ । ଯାହାର ଅନେକ ରହସ୍ୟ ରହିଥାଏ । ଯାହାକି ସମୁଦ୍ର ଶାସ୍ତ୍ରରେ ବେଶ ଭଲ ଭାବରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣଙ୍କୁ ଦ୍ଵିତୀୟ ଆଙ୍ଗୁଠି ବିଷୟରେ କହିବୁ । ତେବେ ଯଦି ସେହି ଆଙ୍ଗୁଠି ବୃଦ୍ଧା ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ତେବେ ସେହି ବ୍ୟକ୍ତି ଖୁବ ଭାଗ୍ୟବାନ ହୋଇଥାଏ ଏବଂ ଅନ୍ୟ ମାନଙ୍କ ଠାରୁ ଖୁବ ଭିନ୍ନ ମଧ୍ୟ ହୋଇଥାନ୍ତି । ସମାଜରେ ଏମାନଙ୍କର ଖୁବ ମାନ ସମ୍ମାନ ପ୍ରତିଷ୍ଠା ରହିଥାଏ ।

ଯେଉଁ ଲୋକଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼ ଥାଏ ସେମାନେ ରଙ୍ଗରେ ଯେମିତିବି ହୋଇଥାନ୍ତୁ ନା କାହିଁକି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । କାରଣ ସେମାନେ ବେଶ ଆକର୍ଷକ ହୋଇଥାନ୍ତି । କିନ୍ତୁ ସେମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । ମାତ୍ର ଏମାନେ ମନରୁ ଖୁବ ଭଲ ହୋଇଥାନ୍ତି । ଯେଉଁ ମହିଳାଙ୍କର ଏହି ଆଙ୍ଗୁଠି ବଡ଼ ହୋଇଥାଏ ସେମାନେ ନିଜ ପରିବାର ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି ।

ମାତ୍ର ସେମାନେ ନିଜ ପରିବାରକୁ କେତେ ଭଲ ପାଆନ୍ତି ତାହାକୁ କେବେ ଜଣାନ୍ତି ନାହିଁ । ଏଭଳି ବ୍ୟକ୍ତିଙ୍କୁ ପ୍ରାରମ୍ଭରେ ଅନେକ ସମସ୍ୟା ଆସିଥାଏ ମାତ୍ର ଧୀରେ ଧୀରେ ସବୁ ସମସ୍ୟା ଠିକ ହୋଇଯାଏ ଏବଂ ସେମାନେ ସଫଳତାର ସିଡ଼ି ଚଢ଼ିବା ଆରମ୍ଭ କରି ଦିଅନ୍ତି ।

ଏମାନେ ନିଜର ବ୍ୟକ୍ତିତ୍ୱ ଏବଂ ପରିଶ୍ରମ କାରଣରୁ ସବୁଠି ଜଣା ଯାଆନ୍ତି । ଏପରି ବ୍ୟକ୍ତି କୌଣସି କାମରେ ବି ହାର ମାନନ୍ତି ନାହିଁ , ଯେତେ ପର୍ଯ୍ୟନ୍ତ ନିଜେ କୌଣସି କାମ ଆରମ୍ଭ ନକରିଛନ୍ତି , ସେତେ ପର୍ଯ୍ୟନ୍ତ ମନା କରନ୍ତି ନାହିଁ । ଏଭଳି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହନ୍ତି ଏବଂ ସର୍ବଦା ଉର୍ଜାବାନ ରହନ୍ତି । ଅନ୍ୟକୁ ଖୁସିରେ ରଖନ୍ତି ।

ଏମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି ଏବଂ ନିଜର ବୁଦ୍ଧି ବଳରେ ସବୁକିଛିକୁ ସଫଳ କରି ପାରନ୍ତି । ଏମାନେ କେବେବି ଅନ୍ୟକୁ କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କ ବୃଦ୍ଧା ଆଙ୍ଗୁଠିର ପାଖ ଆଙ୍ଗୁଠି ତାହାର ପାର୍ଶ୍ୱ ଆଙ୍ଗୁଠି ଠାରୁ ଛୋଟ ତେବେ ଏଭଳି ବ୍ୟକ୍ତିଙ୍କ ସ୍ତ୍ରୀ ଖୁବ ଗରିବ ପରିବାରରୁ ହୋଇଥାନ୍ତି ।

ଯଦି ବୃଦ୍ଧା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଏବଂ ତାର ପାଖରେ ଥିବା ଆଙ୍ଗୁଠି ସମାନ ହୋଇଥାଏ ତେବେ ଏପରି ବ୍ୟକ୍ତି ଖୁବ ଭାଗ୍ୟବାନ ହୋଇଥାନ୍ତି ଏବଂ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରନ୍ତି । ଯଦି ସବୁ ଆଙ୍ଗୁଠି ଠାରୁ ପାଞ୍ଚ ନମ୍ବର ଆଙ୍ଗୁଠି ଛୋଟ ହୋଇଥାଏ ତେବେ ଏପରି ବ୍ୟକ୍ତି କେବେବି ସ୍ତ୍ରୀ ସୁଖ ପାଇ ପାରନ୍ତି ନାହିଁ । ଏହାବ୍ୟତୀତ ଯଦି ସେହି ଆଙ୍ଗୁଠି ବଡ଼ ହୋଇଥାଏ ତେବେ ସେମାନେ ଖୁବ ଖୁସିରେ ରହନ୍ତି ଏବଂ ଖୁବ ଧନ ଅର୍ଜନ କରନ୍ତି ।

ଯଦି ପାଦର ଚାରି ନମ୍ବର ଆଙ୍ଗୁଠି ଏବଂ ଛୋଟ ଆଙ୍ଗୁଠି ସମାନ ଥାଏ ତେବେ ସେହି ବ୍ୟକ୍ତିକୁ ସନ୍ତାନ ସୁଖ ମିଳିଥାଏ । ଏମାନେ ସାଧାରଣ ଲୋକ ହୋଇ ନଥାନ୍ତି । ଏମାନେ ଖୁବ ଲୋକପ୍ରିୟ ହୋଇଥାନ୍ତି ଏବଂ ଜୀବନରେ ଅନେକ ମାନ ସମ୍ମାନ ଅର୍ଜନ କରିଥାନ୍ତି ଯେଉଁ ବ୍ୟକ୍ତିଙ୍କ ପାଦର ବୃଦ୍ଧ ଆଙ୍ଗୁଠିର ପାଖ ଆଙ୍ଗୁଠି ବଡ଼ ହୋଇଥାଏ ସେମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ହୁଏତ ରଙ୍ଗ ଶ୍ୟାମଳ ହୋଇପାରେ , କିନ୍ତୁ ସେମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ।

ଏହି କାରଣରୁ ସେମାନେ ଅନ୍ୟକୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି । ଏମାନଙ୍କ ଡ୍ରେସିଂ ସେନ୍ସ ମଧ୍ୟ ଅଦ୍ଭୁତ ହୋଇଥାଏ , ଯାହାକୁ ଲୋକେ ପସନ୍ଦ କରନ୍ତି । ଏମାନଙ୍କୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ଥାନ୍ତି । ଏପରି ମହିଳା ନିଜ ସ୍ୱାମୀକୁ ବହୁତ ଭଲ ପାଆନ୍ତି କିନ୍ତୁ କେବେବି କହି ପାରି ନଥାଏ । ହୁଏତ କ୍ରୋଧ ଅଧିକ ରହିଥାଏ ମାତ୍ର ଆପଣ ମନରୁ ଖୁବ ଭଲ ଅଟନ୍ତି ।

Leave a Reply

Your email address will not be published. Required fields are marked *