ବ୍ରହ୍ମ ମୁହୂର୍ତ୍ତରେ ଉଠି ପୃଥିବୀ ମାତାଙ୍କ ଉପରେ ପାଦ ରଖିବା ପୂର୍ବରୁ ତିନି ଥର କହି ଦିଅନ୍ତୁ ଏହି ଶବ୍ଦ,ଆଉ ତା ପରେ ଦେଖନ୍ତୁ ଚମତ୍କାର !

ଅନେକ ସମୟରେ ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଇ ଥାଏ ଯେ କୌଣସି କାମ ହେଉ ହେଉ ପୁଣିଥରେ ବିଗିଡ଼ି ଯାଏ । ଯାହାଦ୍ୱାରା ମନୁଷ୍ୟ ନିଜ ଘରେ ହିଁ ଅଣନିଶ୍ୱାସୀ ହୋଇଯାଏ ଏବଂ ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହିଁଥାଏ । ସବୁବେଳେ ଚିନ୍ତା ଘାରିଥାଏ । ଯେଉଁ କାରଣରୁ ମନୁଷ୍ୟ ବିରକ୍ତ ହୋଇଯାଏ । ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମନୁଷ୍ୟକୁ ସକାଳୁ ଉଠି କେବଳ ଗୋଟିଏ ଶବ୍ଦ କହିଦେବା ଉଚିତ । ଯାହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହେବେ ଏବଂ ଆପଣ ବିନା ପୂଜାପାଠରେ ମଧ୍ୟ ସମାନ ପରିଣାମ ପାଇବେ । ତେବେ ଚାଲନ୍ତୁ ଜାଣିନେବା ସେହି ଶବ୍ଦ ବିଷୟରେ ।

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମଧ୍ୟରୁ ଜଣଙ୍କୁ ଯଦି ଆପଣ ପ୍ରସନ୍ନ କରନ୍ତି ତେବେ ଉଭୟଙ୍କ କୃପା ପ୍ରାପ୍ତ ହୋଇଥାଏ । କାରଣ ପାର୍ବତୀ ମହାଦେବଙ୍କ ଅର୍ଧଙ୍ଗିନୀ ଅଟନ୍ତି । ତେବେ ଏହି ଉପାୟକୁ ଯେକେହିବି ଅର୍ଥାତ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ କରି ପାରିବେ । ଏହି ଉପାୟକୁ କରିବା ସମୟ ହେଉଛି ବ୍ରହ୍ମ ମୁହୁର୍ତ୍ତ ଉଠିବା ପରେ ।

ଏହି ଉପାୟକୁ ବିଦ୍ୟାର୍ଥୀ ମାନେ କଲେ ସଫଳତା ମିଳିଥାଏ । ମହିଳା ମାନେ ମଧ୍ୟ ଏହି ଉପାୟ କରିବା ଉଚିତ । ତେବେ ଏହି ଉପାୟକୁ କରିବା ପାଇଁ ସ୍ନାନ କରିବାର ମଧ୍ୟ ଆବଶ୍ୟକତା ନାହିଁ । କୌଣସିବି ପୂଜାପାଠ କିମ୍ବା ଶୁଭ କାର୍ଯ୍ୟ କରିବା ପୂର୍ବରୁ ସ୍ନାନ କରି ନିଜକୁ ଶୁଦ୍ଧ କରିବା ଜରୁରୀ ହୋଇଥାଏ ।

ମାତ୍ର ଏହି ଉପାୟ କରିବା ପାଇଁ ସ୍ନାନ କରିବାର ଆବଶ୍ୟକତା ନାହିଁ । ଯଦି ନବ ବିବାହିତ ମହିଳା ଏହି ଶବ୍ଦ କହି ଦିଅନ୍ତି ତେବେ ଅନେକ ଶୁଭ ଫଳ ପ୍ରାପ୍ତ ହେବ । ଉତ୍ତମ ସନ୍ତାନ ଘରେ ଜନ୍ମ ହେବା ସହିତ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ । ଏହି ଉପାୟକୁ କେହି ବୟସ୍କ ବ୍ୟକ୍ତି ନିଜର ଶାରୀରିକ ସୁସ୍ଥତା କିମ୍ବା ଦୀର୍ଘ ଆୟୁଷ ପାଇଁ କରିପାରିବେ ।

ବ୍ୟବସାୟୀ ନିଜ ବ୍ୟବସାୟରେ ଲାଭ ପାଇଁ ମଧ୍ୟ କରି ପାରିବେ । ଏହି ଉପାୟ କରିବା ଦ୍ୱାରା ପାରିବାରିକ ସମ୍ବନ୍ଧ ମଧ୍ୟ ଭଲ ରହିଥାଏ । ତେବେ ପ୍ରଥମତଃ ସକାଳୁ ଉଠି ସବୁ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ଯାହାଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟରେ ଶୁଭ ପରିଣାମ ମିଳିବ ଏବଂ ସବୁ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ତେବେ ସକାଳୁ ଉଠି ପ୍ରଥମେ ଏହି ମନ୍ତ୍ର ଜପ କରି ଦିଅନ୍ତୁ । ଶବ୍ଦଟି ହେଉଛି ‘ ଓଁ ଜୁଙ୍ଗ ସ ‘ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ଜାତକରେ ଥିବା କୌଣସିବି ଦୋଷ ମଧ୍ୟ ଦୂର ହୋଇଥାଏ । ନିଜର ଦୁଇ ହାତ ପାପୁଲିକୁ ଯୋଡ଼ି ଏହି ମନ୍ତ୍ରର ଜପ କରିବା ଉଚିତ । ତାହା ହେଉଛି ‘ କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ । ‘

ଆପଣ ଚାହିଁଲେ କୌଣସି ଗୋଟିଏ ଉପାୟ ବି କରି ପାରିବେ । କିମ୍ବା ଆପଣ ଦୁଇଟି ମଧ୍ୟ କରିପ ପାରିବେ । ସକାଳୁ କେବଳ ଏହି ମନ୍ତ୍ର ସହିତ ଦିନ ଆରମ୍ଭ କଲେ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *