ସନ୍ଧ୍ୟାରେ ଦୀପ ଜାଳିବାର କିଛି ଖାସ ଲାଭ , ଏହି ଦେବଦେବୀଙ୍କ ମୂର୍ତ୍ତି ମିଳିତ ଭାବରେ ରଖିଲେ ହୋଇଥାଏ ରାଜଯୋଗ

ଆମ ଧର୍ମ ଶାସ୍ତ୍ରରେ ଦୀପ ଜାଳିବାର ଅନେକ ଫାଇଦା ବିଷୟରେ ବର୍ଣ୍ଣନା କରାଯାଇଛି । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ମାତ୍ର ଏହାର କିଛି ସ୍ୱତନ୍ତ୍ର ବିଧି ମଧ୍ୟ ରହିଛି ଯେମିତିକି ଦୀପ କେତେବେଳେ ଏବଂ କେଉଁ ଦିଗରେ ଜାଳିବା ଉଚିତ । ପ୍ରଥମତଃ ଘରର ମନ୍ଦିରରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ । କାରଣ ଦୀପ ଜାଳିବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକତା ଆସିଥାଏ ।

ଘରେ ଦୀପ ନଜାଳିଲେ ଘରର ମୁଖ୍ୟଙ୍କର ଚିନ୍ତା ବଢ଼ିଥାଏ ଏବଂ ଅସଫଳତା ଆସିଥାଏ । ସନ୍ଧ୍ୟା ସମୟରେ ମଧ୍ୟ ଦୀପ ଜାଳିବାର ବିଧାନ ରହିଛି । ଯେଉଁ ଘରେ ଘିଅ କିମ୍ବା ତେଲରେ ଦୀପ ପ୍ରଜ୍ଜ୍ୱଳନ କରାଯାଏ ନାହିଁ ସେହି ଘରେ ସବୁବେଳେ ସମସ୍ୟା ରହିଥାଏ ଏବଂ ସେହିଘରର ବାତାବରଣ ମଧ୍ୟ ନଷ୍ଟ ହୋଇଥାଏ ।

ସୂର୍ଯ୍ୟ ଅସ୍ତ ପରେ ଅର୍ଥାତ ସନ୍ଧ୍ୟା ସମୟରେ ଘରେ ନକରାତ୍ମକ ଶକ୍ତି ପ୍ରବଳ ହୋଇଯାଏ । ଯାହାଦ୍ୱାରା ଘରେ ନାନା ପ୍ରକାରର ଅଶାନ୍ତି ଏବଂ ସମସ୍ୟା ଦେଖା ଦେଇଥାଏ । ସନ୍ଧ୍ୟା ସମୟରେ ନକରାତ୍ମକତାକୁ ଦୂର କରିବା ପାଇଁ ଘିଅ କିମ୍ବା ତିଳଟେ ଦୀପ ନିଶ୍ଚୟ ଜାଳିବା ଉଚିତ । ଆପଣ ନିଜେ ନପାରିଲେ ବି ଅନ୍ୟ କେହି ଲୋକ ମଧ୍ୟ କରି ପାରିବେ । ମାତ୍ର ଘରେ ପ୍ରତ୍ୟେକ ଦିନ ଦୀପ ପ୍ରଜ୍ଜ୍ୱଳନ ହେବା ନିତାନ୍ତ ଜରୁରୀ ଅଟେ । ଘରେ କାହାରି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ମଧ୍ୟ ଏହା ସଙ୍କେତ ଯେ ଘରେ ନକରାତ୍ମକତା ଅଧିକ ରହିଛି । ପ୍ରତ୍ୟେକ ଦିନ ଦୀପ ଜାଳିବା ଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିଥାଏ ।

ଯଦି ଆପଣଙ୍କୁ କୌଣସି ଚାକିରୀ ସମ୍ବନ୍ଧୀୟ ସମସ୍ୟା କିମ୍ବା ଆର୍ଥିକ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଘିଅ ଦୀପ ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା କୌଣସି ପ୍ରକାରର ସମସ୍ୟାରେ ସୁଧାର ଆସିବ । ଏହାବ୍ୟତୀତ ଯେଉଁ ବ୍ୟକ୍ତିକୁ ସମସ୍ୟା ଥିବ ସେହି ବ୍ୟକ୍ତି ଯଦି ନିଜେ ଦୀପ ଜାଳନ୍ତି ତେବେ ଏହାର ଫାଇଦା ଦୁଇଗୁଣା ଅଧିକ ମିଳିବ । ଯଦି ଆପଣ ଘିଅ ଦୀପ ଜାଳନ୍ତି ତେବେ ସେଥିରୁ ବାହାରୁଥିବା ରଶ୍ମିରେ ସକାରାତ୍ମକ ଶକ୍ତି ରହିଥାଏ ଯାହା ଘରର ନକରାତ୍ମକତାକୁ ଅବଶୋଷିତ କରିଥାଏ । ଏହାବ୍ୟତୀତ ତେଲ ଦୀପ ଜଳିବା ଦ୍ୱାରା ମଧ୍ୟ ନକରାତ୍ମକତା ଦୂର ହୋଇଥାଏ ।

ଘରର ମନ୍ଦିରରେ କିଛି ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆମର ଘରର ପୂଜାଘରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖିଥାଉ । ମାତ୍ର ଆଜି ଆମେ ଆପଣଙ୍କୁ ଆଉ କିଛି ମୂର୍ତ୍ତି ବିଷୟରେ କହିବୁ ଯାହାକୁ ଯଦି ଆପଣ ପୂଜା ଘରେ ରଖନ୍ତି ତେବେ ରାଜଯୋଗ ବନିଥାଏ ଏବଂ ଅଧିକ ଫାଇଦା ମିଳିଥାଏ । ଯାହାଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ ।

ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ । ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ମାନା ଯାଇଥାଏ । ଯେଉଁ ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ ।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ । ସେହିଭଳି ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ମିଳିତ ଭାବରେ ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଯଦି ଆପଣ ଘରେ କେବଳ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ବାମ ପାର୍ଶ୍ଵରେ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନ ପ୍ରଦାନ କରୁଥିବା ବେଳେ ଶ୍ରୀଗଣେଶ ବିଦ୍ଧି ଏବଂ ସିଦ୍ଧି ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *