ପ୍ରାତଃ କାଳରେ ଉଠିବା ମାତ୍ରେ ହିଁ ନାଭିରେ ଲଗାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ବର୍ଷିବ ଅସୀମ ଧନ

ଧନ ଅର୍ଜନ କରିବାରେ ସମସ୍ତଙ୍କ ଆକାଂକ୍ଷା ଥାଏ । ମାତ୍ର କିଛି ଲୋକ ଖରାପ ରାସ୍ତାରେ ଧନ ଅର୍ଜନ କରିଥାନ୍ତି ଏବଂ ଆଉ କିଛି ଲୋକ ଭଲ କାମ କରି ଧନ ଅର୍ଜିତ କରନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅତ୍ୟଧିକ ଧନ ଅର୍ଜନ କରିବା ସତ୍ତ୍ୱେବି ଧନ ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ।

ଯାହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ନିଜ ନାଭିରେ କିଛି ଖାସ ଜିନିଷ ଲଗାନ୍ତି ତେବେ ଧନ ଆପଣଙ୍କ ପାଖକୁ ଆକର୍ଷିତ ହୋଇ ଆସିବ । ଏହାଦ୍ବାରା ଆଖପାଖର ନକରାତ୍ମକତା ନଷ୍ଟ ହୋଇଯାଏ ଏବଂ ଧନ ଅର୍ଜନ କରିବାର ଭିନ୍ନ ଭିନ୍ନ ରାସ୍ତା ମଧ୍ୟ ଫିଟିଯାଏ ।

ଯେତେବେଳେ ଛୋଟ ପିଲା ନିଜ ମା ଗର୍ଭରେ ଥାଏ ସେତେବେଳେ ମାର ନାଭିରୁ ତାକୁ ପୋଷଣ ମିଳିଥାଏ । ତେଣୁ ନାଭିର ଖାସ ମହତ୍ତ୍ୱ ରହିଥାଏ । ମାତ୍ର ଯେଉଁ ଉପାୟ ଆଜି ଆମେ ଆପଣଙ୍କୁ କହିବୁ ତାହାକୁ ଯଦି ଆପଣାନ୍ତି ତେବେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

୧ . ଯଦି ଶୀତ ଦିନରେ ଓଠ ଫାଟିବା ଭଳି ସମସ୍ୟା ଦେଖା ଦେଉଛି ତେବେ ଭିନ୍ନ ଉପାୟ ନକରି ନାଭିରେ ତେଲ ଲଗାଇଲେ ଏହି ସମସ୍ୟା ଠିକ ହୋଇଯାଏ ।

୨ . ଯଦି ମାନସିକ ଚିନ୍ତାରେ ଆପଣ ପୀଡ଼ିତ ଅଛନ୍ତି ତେବେ ଅଷ୍ଟଗନ୍ଧ ଭଳି ସୁଗନ୍ଧିତ ଅତର ନାଭିରେ ଲଗାଇଲେ ମାନସିକ ଶାନ୍ତି ମିଳିଥାଏ । ଏହାଦ୍ବାରା ସକାରାତ୍ମକତା ମଧ୍ୟ ଆସିଥାଏ । ଏହାଦ୍ବାରା ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ ।

୩ . ରାତିରେ ଭଲ ନିଦ ପାଇବା ପାଇଁ ନାଭିରେ ଚନ୍ଦନ ଏବଂ ଗୋଲାପର ଅତର ଲଗାଇଲେ ଶାନ୍ତିର ନିଦ ହୋଇଥାଏ ଏହାବ୍ୟତୀତ କ୍ରୋଧ ମଧ୍ୟ ଦୂର ହୋଇଯାଏ । ଏହାଦ୍ବାରା ନିଦ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

୪ . ସାଧରଣତଃ ଜୀବନରେ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇଁ ଗୁରୁ ଗ୍ରହ ମଜବୁତ ହେବା ନିହାତି ଆବଶ୍ୟକ । ତେଣୁ ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ଦିନ ନାଭିରେ ଶୁଖିଲା ହଳଦୀ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଗୁରୁ ଗ୍ରହ ମଜବୁତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ ।

୫ . ଯଦି ଘରେ ବିବାହ ସମ୍ବନ୍ଧୀୟ କିମ୍ବା ବୈବାହିକ ଜୀବନ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ତାହାର ଅର୍ଥ ଶୁକ୍ର ଗ୍ରହ ନିଚ୍ଚରେ ଅଛନ୍ତି । ତେଣୁ ନାଭିରେ ଚନ୍ଦନ ଅତର ଲଗାଇଲେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଶୁକ୍ର ଗ୍ରହର ଚନ୍ଦନ ସହିତ ଖୁବ ଭଲ ସଂଯୋଗ ଥାଏ । ଆଉ ଏମିତିରେ ଶୁକ୍ର ଗ୍ରହ ଭୋଗ ବିଳାସର ପ୍ରତୀକ ଅଟନ୍ତି । ତେବେ ଏହି ଉପାୟ କରିବା ଦ୍ୱାରା ବୈବାହିକ ଜୀବନର ସମସ୍ୟା ଦୂର ହୋଇଯିବ । ପ୍ରତ୍ୟେକ ଦିନ ସ୍ନାନ ପରେ ଚନ୍ଦନ ଅତର ଲଗାଇଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଏହାଦ୍ବାରା ବ୍ୟକ୍ତିର ଆକର୍ଷକ ଶକ୍ତି ବୃଦ୍ଧି ପାଏ । ଧନ ସମ୍ପତ୍ତିର କେବେ ଅଭାବ ହୁଏନାହିଁ । ଏହାଦ୍ବାରା ସବୁ ମନସ୍କାମନା ପୂରଣ ହୋଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଏଥିପାଇଁ ଅସଲି ଚନ୍ଦନ ଅତର ବ୍ୟବହାର କରିବା ଉଚିତ । ଏହି ଉପାୟକୁ କରିବା ସମୟରେ ସକାରାତ୍ମକ ଚିନ୍ତାରେ ହିଁ କରିବା ଉଚିତ । ଯାହାଦ୍ୱାରା ବ୍ୟାପାର ବ୍ୟବସାୟରେ ଲାଭ ମିଳିଥାଏ ।

୬ . ଗୁରୁବାର ଦିନ ଚନ୍ଦନରେ କେଶର ମିଶାଇ ନାଭିରେ ଲଗାନ୍ତୁ । ଏହାଦ୍ବାରା କାର୍ଯ୍ୟରେ ଆସୁଥିବା ବାଧା ଦୂରେଇ ଯିବ ଏବଂ ଉନ୍ନତି ହେବ ।

Leave a Reply

Your email address will not be published. Required fields are marked *