କାହିଁକି କାନ୍ଦନ୍ତି କୁକୁର? କଣ ସତରେ ତାଙ୍କୁ ଭୁତ ଦେଖାଯାଏ? କଣ ହୋଇଥାଏ ଯେବେ କୁକୁର କାନ୍ଦିଥାଏ |

ବନ୍ଧୁଗଣ ଯେତେବେଳେ ମଣିଷ ଧୋକା ଦେଇଥାଏ କୁକୁର କୁ ନିଶ୍ଚିନ୍ତ ମନେ ପକେଇଥାଏ | କିନ୍ତୁ କଣ ଆପଣ ଜାଣିଛନ୍ତି କୁକୁର କାନ୍ଦିବା ବି ମନୁଷ୍ୟ ସହିତ ଜଡିତ ଥାଏ, ତେବେ କାହିଁକି କାନ୍ଦିଥାଏ କୁକୁର ଆସନ୍ତୁ ଜାଣିବା?କୁକୁର କୁ ଏହି ସଂସାର ର ସବୁଠୁ ସଚ୍ଚୋଟ ପ୍ରାଣୀ ବୋଲି କୁହାଯାଏ | କୁହାଯାଏ ମଣିଷ ଆପଣଙ୍କ ଋଣ ଖାଇକି ବି ଆପଣଙ୍କୁ ଧୋକା ଦେଇପାରେ କିନ୍ତୁ କୁକୁର ଥରେ ଯାହାର ରୁଟି ଖାଏ ତାହାକୁ ଜୀବନ ସାରା ଭୁଲି ନଥାଏ | କୁକୁରଙ୍କ ସଚ୍ଚୋଟ ପଣ ପାଇଁ ମନୁଷ୍ୟ ଏହାକୁ ଘରେ ରଖିଥାନ୍ତି,ଏବଂ ପାଳିଥାନ୍ତି | ଯଦି ବିଶ୍ୱାସ ହେଉନାହିଁ ତେବେ ଆପଣ ଥରେ କୁକୁର କୁ ଖାଇବାକୁ ଦେଇକି ଦେଖନ୍ତୁ ସେ ସାରା ଜୀବନ ଆପଣଙ୍କ ଋଣୀ ହୋଇ ରହିବ | କୁକୁର ସବୁଠାରୁ ଭଲ ମିତ୍ର ହୋଇଥାଏ ମନୁଷ୍ୟର |

କଣ ଆପଣ କେବେ ଭାବିଛନ୍ତି କୁକୁର ରାତିରେ କାହିଁକି କାନ୍ଦନ୍ତି ଏବଂ କୁକୁର କାନ୍ଦିବା କାହିଁକି ଅଶୁଭ ହୋଇଥାଏ | ବୟସ୍କ ଲୋକ କହିଥାନ୍ତି କୁକୁର କାନ୍ଦିବା ଦ୍ୱାରା କୌଣସି ବ୍ୟକ୍ତିର ମୃତ୍ୟୁ ସଂକେତ ହୋଇଥାଏ | ଏହା ଦ୍ୱାରା ଆଖ ପାଖ ରେ କାହାର ନା କାହାର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ | ଏହା ସହିତ ଅନେକ ଲୋକ କୁହନ୍ତି କୁକୁର ଙ୍କୁ ପ୍ରେତ ଆତ୍ମା ମଧ୍ୟ ଦେଖା ଦେଇଥାନ୍ତି| ଏମିତି ରେ ଯଦି ଆପଣ ରାତି ରେ କୌଣସି କୁକୁର କୁ କାନ୍ଦିବାର ଦେଖନ୍ତି ତେବେ ଏହାର କାରଣ ପ୍ରେତ ଆତ୍ମା ସହ ଜଡିତ ଥାଏ |

ହୋଇପାରେ ଏହା ସତ୍ୟ ହୋଇପାରେ କିନ୍ତୁ ଯଦି ଆମେ ବୈଜ୍ଞାନିକ ଦୃଷ୍ଟି ରେ ଦେଖନ୍ତି ତେବେ ସେମିତି କିଛି ନୁହେଁ | ତେବେ ବୈଜ୍ଞାନିକ ଙ୍କ ଗବେଷଣା ପରେ ଅନେକ ରୋଚକ ତଥ୍ୟ ସାମ୍ନା କୁ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏହାକୁ ବୈଜ୍ଞାନିକ ଭାଷାରେ ହାଉଲ କୁହାଯାଏ, ଏହାର ଅର୍ଥ କୁକୁର ବିଲୁଆ ଙ୍କ ଗୋଟିଏ ପ୍ରଜାତି ଅଟନ୍ତି ସେଥିପାଇଁ ଅଧିକାଂଶ କୁକୁର ବିଲୁଆ ଙ୍କ ପରି ବ୍ୟବହାର କରିଥାନ୍ତି |

ବିଲୁଆ ମାନେ ଯେମିତି ତାଙ୍କର ଅନ୍ୟ ସାଥୀଙ୍କୁ ଡ଼ାକିବା ପାଇଁ ଚିଲେଇ ଥାନ୍ତି ସେହିପରି କୁକୁର ମାନେ ବି ନିଜ ସାଥି କୁକୁର ମାନଙ୍କୁ ସଂକେତ ଦେବା ପାଇଁ ଚିଲେଇ ଥାନ୍ତି | ଆପଣମାନେ ସମସ୍ତେ ଏହା ଦେଖିଥିବେ ଯେ ପ୍ରାୟ ସବୁ ଗଳିରେ କୁକୁର ନିଶ୍ଚିତ ଥାନ୍ତି | ଏବଂ ଯେଉଁ କୁକୁର ଯେଉଁ ଗଳିରେ ରୁହନ୍ତି ସେହି ଗଳିକୁ ସେ ନିଜ ଇଲାକା ବୋଲି ମାନି ନିଅନ୍ତି | ଏହିଭଳି ସ୍ଥିତିରେ ଯଦି ଅନ୍ୟ କେହି କୁକୁର ସେହି ଗଳିକୁ ଆସିଯାଏ ସେତେବେଳେ ସେ କୁକୁର ବହୁତ ରାଗିଯାଏ |

ନିଜ ସାଥି କୁକୁର ମାନଙ୍କୁ ନିଜ ଭାଷାରେ ସଂକେତ ଦେଇ ସେହି ନୂଆ କୁକୁର ବିଷୟରେ ସୂଚନା ଦେଇଥାନ୍ତି | ଗୋଟାଏ ଦୃଷ୍ଟିରେ ଦେଖିବାକୁ ଗଲେ ହାଉଲୁ କୁକୁର ମାନଙ୍କର ଅନ୍ୟ ସାଥି ମାନଙ୍କୁ ସାଥି ସଂକେତ ଦେବାର ଏକ ମାଧ୍ୟମ ହୋଇଥାଏ | ଏବଂ ଏହା ଆପଣଙ୍କ ଉପରେ ରାଗିବାର କିମ୍ଭା କାମୁଡ଼ିବାର ସଂକେତ ହୋଇନଥାଏ | ଏହା ସହ କୁକୁର ମାନେ ନିଜର ଦୁଃଖ, କଷ୍ଟ, ରାଗ ସବୁ ପ୍ରକାଶ କରିବା ପାଇଁ ହାଉଲୁର ହିଁ ବ୍ୟବହାର କରିଥାନ୍ତି |

ବନ୍ଧୁଗଣ କୁକୁର ମାନଙ୍କୁ ଜୋରେ ଚିଲେଇବା, ବାସନ କୁସନ ପଡିବାର ଶବ୍ଦ ଜମା ବି ଭଲ ଲଗଇନଥାଏ ସେଥିପାଇଁ ସେ ସେହି ଶବ୍ଦକୁ ବିରୋଧ କରିବା ପାଇଁ ମଧ୍ୟ ଚିଲେଇ ଥାନ୍ତି | ଏବଂ ଏହା ସହ ଯଦି କୋୖଣସି ନୂଆ ବ୍ୟାକ୍ତି ତାଙ୍କ ଗଳିକୁ ଆସିଥାନ୍ତି | ସେତେବେଳେ କୁକୁର ମାନେ ସଂକେତ ଦେଇ ନିଜ ସାଥି କୁକୁର ମାନଙ୍କୁ ସେହି ବ୍ୟକ୍ତି ଉପରେ ନଜର ରଖିବାକୁ ଆଦେଶଂ ଦେଇଥାନ୍ତି | ଯେଉଁଥୀ ପାଇଁ କେହି ବି ଅନ୍ୟ ବ୍ୟକ୍ତି ତାଙ୍କ ଗଳି କିମ୍ଭା ମହଲାର ବ୍ୟକ୍ତିଙ୍କୁ ହଇରାଣ କରିବେ ନାହିଁ | ଏହି କଥାରୁ ତ ଏହା ଜଣାପଡୁଛି ଯେ ମଣିଷଙ୍କ ଠାରୁ କୁକୁର ମାନେ ହିଁ ଅଧିକା ବିଶ୍ବସ୍ତ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *