ଏହି ଗୋଟିଏ ଖାଦ୍ୟରୁ ମିଳିଥାଏ ପ୍ରଚୁର ଶକ୍ତି,ମାଂସ ଠାରୁ ୧୦ ଗୁଣ ଅଧିକ ଶକ୍ତି ମିଳିଥାଏ ….

ଦୃଷ୍ଟି ରେ ଦେଖି ପାଦ ରଖିବା ଉଚିତ,ପାଣି ଛାଣିକି ସୁଦ୍ଧ କରି ପିଇବା ଉଚିତ,ଶାସ୍ତ୍ରରୁ ସୁଦ୍ଧ କରି ବଚନ କହିବା ଉଚିତ,ମନ ରେ ବିଚାର କରି କାମ କରିବା ଉଚିତ |

ଧନ ହୀନ ଥିବା ବ୍ୟକ୍ତିକୁ ହୀନ ରେ ଗଣାଯାଏ ନାହିଁ,ନିଶ୍ଚୟ କି ସେ ଧନୀ ଅଟେ |ବିଦ୍ୟାଧନ ରେ ହୀନ ବ୍ୟକ୍ତି ହିଁ ସବୁ ଜିନିଷ ରେ ହୀନ ଅଟେ |

ଯଦି ସୁଖ ଦରକାର ତେବେ ବିଦ୍ୟାକୁ ଛାଡିଦିଅ, ଯଦି ବିଦ୍ୟା ଦରକାର ତେବେ ସୁଖ କୁ ଛାଡିଦିଅ,ସୁଖ ଇଛା କରୁଥିବା ଲୋକଙ୍କୁ ବିଦ୍ୟା କେମିତି ପ୍ରାପ୍ତ ହେବ ଏବଂ ବିଦ୍ୟାର୍ଥୀ କୁ ସୁଖ କେମିତି ହେବ |

କବି କଣ ଦେଖନ୍ତି ନାହିଁ? ସ୍ତ୍ରୀ କଣ କରିପାରିବ ନାହିଁ?ମଦ ପିଉଥିବା ଲୋକ କଣ କଣ ଗପିଯାଏ? କାଉ କଣ କଣ ଖାଏ ନାହିଁ?

ନିଶ୍ଚିୟ ଅଟେ କି ଭାଗ୍ୟ ରଙ୍କ କୁ ରାଜା ଏବଂ ରାଜା କୁ ରଙ୍କ ବନେଇ ଦିଏ, ଏହା ଧନୀ କୁ ନିର୍ଦ୍ଧନ ଏବଂ ନିର୍ଦ୍ଧନ କୁ ଧନବାନ ବନେଇ ଦିଏ |

ଲୋଭିଙ୍କର ଶତ୍ରୁ ଭିକାରି ଅଟେ,ମୂର୍ଖ ଙ୍କ ଶତ୍ରୁ ଜ୍ଞାନୀ ଅଟେ,ବ୍ୟାଭିଚାରୀଣି ସ୍ତ୍ରୀର ଶତ୍ରୁ ସ୍ୱାମୀ ଅଟେ ଏବଂ ଚୋର ଙ୍କ ଶତ୍ରୁ ଚନ୍ଦ୍ରମା ଅଟେ |

ଯାହା ପାଖରେ ନା ବିଦ୍ୟା ଅଛି, ନା ତପ ଅଛି, ନା ଦାନ ଅଛି ଏବଂ ନା ହିଁ ଧର୍ମ ଅଛି, ସେ ଏହି ପୃଥିବୀ ରେ ଭାର ସ୍ୱରୂପ ମନୁଷ୍ୟ ରୂପୀ ମୃଗ ଙ୍କ ପରି ବୁଲୁଛନ୍ତି |

ଗମ୍ଭୀରତା ଦ୍ୱାରା ମନୁଷ୍ୟ ଉପରେ କୌଣସି ଉପଦେଶ ଲାଗୁ ହୁଏ ନାହିଁ,ସେହିପରି ଯେମିତି ମଳୟ ପବନ ବାଜିଲେ ବାଉଁଶ ଚନ୍ଦନ ହୋଇଯାଏ ନାହିଁ |

ଯାହାଙ୍କର ସ୍ୱାଭାବିକ ବୁଦ୍ଧି ନାହିଁ କିମ୍ଵା ଯାହାକୁ କୁଶାଗ୍ରା ନାହିଁ ତାଙ୍କ ପାଇଁ ଶାସ୍ତ୍ର କଣ କରିପାରିବ?ସେହିପରି ଯେମିତି ଅନ୍ଧ ପାଇଁ ଦର୍ପଣ କଣ କରିପାରିବ? ( ଅର୍ଥାତ ଶାସ୍ତ୍ର ବି ବୁଦ୍ଧିହୀନ କୁ ବୁଦ୍ଧି ଦେଇପାରିବ ନାହିଁ ଯେମିତି କି ଦୃଷ୍ଟିହୀନ ଲୋକଙ୍କୁ ଦର୍ପଣ ଦୃଷ୍ଟି ଦେଇପାରେ ନାହିଁ )

ଦୁଃର୍ଜନ ଙ୍କୁ ସୁଜନ ବନେଇବା ପାଇଁ ଏହି ପୃଥିବୀ ରେ କିଛି ବି ଉପାୟ ନାହିଁ,ସେହିପରି ଯେମିତି ମାଳତ୍ୟାଗ କରୁଥିବା ଇନ୍ଦ୍ରିୟ କୁ ହଜର ଥର ଧୋଇଲେ ବି ସେ ଶ୍ରେଷ୍ଠ ହୋଇଯାଏ ନାହିଁ |

ନିଜ ଠୁ ବଡ ଲୋକଙ୍କୁ ଦ୍ୱେଷ କରିବା ଦ୍ୱାରା ଜୀବନର ନାଶ ହୋଇଥାଏ,ଶତ୍ରୁ ଙ୍କ ସହ ଦ୍ୱେଷ କାରଣ ରୁ ଧନର ନାଶ ହୋଇଥାଏ, ରାଜା ସହ ଦ୍ୱେଷ କରିବା ଦ୍ୱାରା ସର୍ବନାଶ ହୋଇଯାଏ, କିନ୍ତୁ ବ୍ରାହ୍ମଣ ଙ୍କ ସହ ଦ୍ୱେଷ କରିବା ଦ୍ଵାରା ସମ୍ପୂର୍ଣ କୁଳର ନାଶ ହୋଇଯାଇଥାଏ |

ନିଜ ଭାଇ ବନ୍ଧୁଙ୍କ ପାଖକୁ ବିନା ଧନ ରେ ଯିବା ଠୁ ଭଲ,
ବଡ ବଡ଼ ହାତୀ ଏବଂ ବାଘ ଖାଇଥିବା ବୃକ୍ଷ ତଳେ ପଡ଼ିଥିବା ଫଳ କୁ ଖାଇବା,ଜଳ କୁ ପିଇବା, ଘାସ ରେ ଶୋଇବା, ଗଛର ଛାଲ ପିନ୍ଧିବା ଉତ୍ତମ ଅଟେ,

ବ୍ରାହ୍ମଣ ବୃକ୍ଷ ଅଟେ,ସନ୍ଧ୍ୟା ତାହାର ଚେର ଅଟେ, ବେଦ ଶାଖା ଅଟେ,ଧର୍ମ ତଥା କର୍ମ ତାହାର ପତ୍ର ଅଟେ ସେଥିପାଇଁ ବ୍ରାହ୍ମଣ ର କର୍ତ୍ତବ୍ୟ କି ସେ ଚେର ର ରକ୍ଷା କରୁ କାରଣ ଚେର କଟିଯିବ ପରେ ନା ତ ଗଛର ପତ୍ର ରହିବ ଆଉ ନାହିଁ ଶାଖା..

ଯାହାଙ୍କର ଲକ୍ଷ୍ମୀ ମାତା ଅଟନ୍ତି ଏବଂ ବିଷ୍ଣୁ ପିତା ଅଟନ୍ତି,ଭାଇ ବନ୍ଧୁ ବିଷ୍ଣୁଙ୍କର ଭକ୍ତ ଅଟନ୍ତି, ତାଙ୍କ ପାଇଁ ତିନି ଲୋକ ସ୍ବଦେଶ ପରି ଅଟେ |

ଅନେକ ରଙ୍ଗ ଏବଂ ରୂପ ଥିବା ପକ୍ଷୀ ସନ୍ଧ୍ୟା କାଳ ରେ ଗୋଟିଏ ବୃକ୍ଷ ରେ ବସିଥାନ୍ତି ଏବଂ ସକାଳ ସମୟ ରେ ଦଶ ଦିଗ କୁ ଉଡିଯାନ୍ତି | ସେଥିପାଇଁ ଲୋକଙ୍କ ଅଲଗା ହେବା ରେ ଶୋକ କାହିଁକି?

ଯିଏ ବୁଦ୍ଧିମାନ ଅଟେ ସେ ହିଁ ବଳବାନ ଅଟେ,ବୁଦ୍ଧିହୀନ ପାଖରେ ଶକ୍ତି ନଥାଏ, ଯେମିତି ଜଙ୍ଗଲ ରେ ଅଧିକ ବଳବାନ ହେଲା ପରେ ବି ହାତୀ ନିଜ ହୋସ ହଜେଇ ଦେଇ ଠେକୁଆଁ ଦ୍ୱାରା ମରିଯାଏ |

ଯଦି ଭଗବାନ ଜଗତର ପାଳନ କର୍ତ୍ତା ଅଟନ୍ତି ତେବେ ଆମକୁ ବଞ୍ଚିବାର କଣ ଚିନ୍ତା ଅଛି?ଯଦି ସେ ରକ୍ଷକ ହୋଇନଥାନ୍ତେ ତେବେ ମାତା ଙ୍କ ସ୍ତନ ରୁ କ୍ଷୀର କାହିଁକି ବାହାରିଥାନ୍ତା?ସେଥିପାଇଁ ଏହା ବାରମ୍ବାର ଭାବି ହେ ଲକ୍ଷ୍ମୀକାନ୍ତ ମୁଁ ସର୍ବଦା ଆପଣଙ୍କ ଚରଣ କମଳ ରେ ସେବା କରିବା ପାଇଁ ସମୟ ବ୍ୟତୀତ କରୁଛି |

ଯଦି ମୋର ବୁଦ୍ଧି ସଂସ୍କୃତ ରେ ଶ୍ରେଷ୍ଠ ଅଟେ ତଥାପି ମୁଁ ଅନ୍ୟ ଭାଷାର ଇଛା ରଖିଛି | ଯେମିତି ଅମୃତ ପିଇଲା ପରେ ଦେବତା ମାନଙ୍କ ଇଛା ସ୍ୱର୍ଗ ର ଅପସରା ଙ୍କ ଓଷ୍ଠ ରୂପୀ ମଦ୍ୟ ପିଇବା ପାଇଁ ବନି ରହିଥାଏ |

ଅନ୍ନ ଅପେକ୍ଷା ତାହାର ଚୁର୍ଣ୍ଣ ଅଥବା ପେଶା ହୋଇଥିବା ଆଟା ରେ ତା ଠାରୁ ଦଶ ଗୁଣ ଅଧିକ ଶକ୍ତି ରହିଥାଏ |କ୍ଷୀର ରେ ଅଟା ଠାରୁ ବି ଦଶ ଗୁଣ ଅଧିକ ଶକ୍ତି | ମାଂସ ରେ କ୍ଷୀର ଠାରୁ ୮ ଗୁଣ ଅଧିକ ଶକ୍ତି ଥାଏ |ଏବଂ ଘିଅ ରେ ମାଂସ ଠୁ ବି ଅଧିକ ଦଶ ଗୁଣ ବଳ ଅଛି |

ଶାଗ ଖାଇବ ଦ୍ୱାରା ରୋଗ ବଢ଼େ, କ୍ଷୀର ପାଇଁ ଶରୀର ବଳବାନ ହୁଏ,ଘିଅ ଦ୍ୱାରା ବୀର୍ଜ ବଢିଥାଏ ଏବଂ ମାଂସ ଖାଇବ ଦ୍ୱାରା ମାଂସ ବଢିଥାଏ |

Leave a Reply

Your email address will not be published. Required fields are marked *