ଭୁଲରେ ବି ଏହି ୫ ଜଣ ଲୋକଙ୍କ ଠାରୁ ସାହାଯ୍ୟ ମାଗନ୍ତୁ ନାହିଁ,ନହେଲେ ଆପଣ ବହୁତ୍ ଅସୁବିଧାରେ ପଡ଼ିଯିବେ !

ଯେଉଁ ଭଳି ଭାବରେ ସୁନାର ପରୀକ୍ଷା ତାହାକୁ ଜଳାଇଲେ , ଘଷିଲେ ଏବଂ କାଟିବା ଦ୍ୱାରା ହୋଇଥାଏ ସେହିପରି ମନୁଷ୍ୟର ପରିଚୟ ତ୍ୟାଗଶୀଳ , ଗୁଣ ଏବଂ କର୍ମ ଦ୍ୱାରା ହୋଇଥାଏ । ଏମିତିରେ ସ୍ତ୍ରୀ ର ଗୁରୁ ତାର ସ୍ୱାମୀ , ବ୍ରାହ୍ମଣ , ବୈଷ୍ଣବ କ୍ଷତ୍ରିୟଙ୍କ ଗୁରୁ , ଅତିଥି ସମସ୍ତଙ୍କ ଗୁରୁ ହୋଇଥାନ୍ତି । ଏହିସମସ୍ତଙ୍କର ଗୁରୁ ବ୍ରାହ୍ମଣ ହୋଇଥାଏ ।

କୌଣସି ବି ଜିନିଷକୁ ସେତେ ପର୍ଯ୍ୟନ୍ତ ଭୟ କରିବା ଉଚିତ ଯେତେବେଳେ ତାହା ଆପଣଙ୍କ ସାମ୍ନାକୁ ନଆସି ଯାଇଛି । ସାମ୍ନାକୁ ଆସିଲେ ତାହାକୁ ବିନା ଭୟରେ ପ୍ରହାର କରିବା ଉଚିତ । ଜଣେ ମା’ ର ଗର୍ଭରୁ ଏବଂ ଗୋଟିଏ ନକ୍ଷତ୍ରରୁ ଜନ୍ମ ହୋଇଥିବା ଦୁଇ ସନ୍ତାନ କେବେବି ଗୁଣ ଏବଂ ଶୀଳରେ ସମାନ ହୋଇ ନଥାନ୍ତି । କାରଣ ବେଲ ଗଛର ସବୁ କଣ୍ଟା ମଧ୍ୟ ସମାନ ହୋଇ ନଥାଏ ।

ଯାହାର ଯେଉଁ ବସ୍ତୁ ଉପରେ ଆକାଂକ୍ଷା ନଥାଏ ସେ କେବେବି ସେହି ବସ୍ତୁର ଅଧିକାରୀ ହୋଇ ନଥାଏ । ଯେଉଁ ବ୍ୟକ୍ତି ସୌନ୍ଦର୍ଯ୍ୟ ପ୍ରେମୀ ହୋଇ ନଥାଏ ତାର ଶୃଙ୍ଗାର ପ୍ରତି ଆସକ୍ତି ମଧ୍ୟ ନଥାଏ । କାରଣ ଚତୁର ବ୍ୟକ୍ତି କେବେବି ମଧୁର ବଚନ କରି ପାରି ନଥାଏ ଏବଂ ସ୍ପଷ୍ଟ ବକ୍ତା କେବେବି ଧୋକେବାଜ ହୋଇ ନଥାଏ । ସର୍ବଦା ମୂର୍ଖ ପଣ୍ଡିତ ସହିତ , ବିଧବା ବିବାହିତା ସହିତ , ଧନୀ ଦରିଦ୍ର୍ୟ ସହିତ ଶତ୍ରୁତା ରଖିଥାନ୍ତି । ଆଳସ୍ୟ ଦ୍ୱାରା ବିଦ୍ୟା ନଷ୍ଟ ହୋଇଥାଏ । ସେହିଭଳି ଅନ୍ୟ ପାଖକୁ ଗଲେ ଧନ , ମଞ୍ଜି ଅଭାବରେ ଫସଲ ଏବଂ ସେନାପତି ଅଭାବରେ ସେନା ନଷ୍ଟ ହୋଇଯାଏ ।

ଅଭ୍ୟାସ ଦ୍ୱାରା ବିଦ୍ୟା ଏବଂ ସ୍ୱଭାବ ଦ୍ୱାରା କୂଳର ଯଶ ବୃଦ୍ଧି କରିହୁଏ । ସର୍ବଦା ମନୁଷ୍ୟର ଆଖିରୁ ହିଁ ତାହାର କ୍ରୋଧ ବିଷୟରେ ଜଣା ପଡ଼ିଥାଏ । ଅର୍ଥ ଦ୍ୱାରା ଧର୍ମ ରକ୍ଷା ଏବଂ ନିରନ୍ତର ସାଧନା ଦ୍ୱାରା ବିଦ୍ୟା ଉପାର୍ଜନ ହୋଇଥାଏ । ପତିବ୍ରତା ସ୍ତ୍ରୀ କାରଣରୁ ପରିବାର ଏବଂ ମୃଦୁ ସ୍ଵଭାବ କାରଣରୁ ରାଜାର ରକ୍ଷା ହୋଇଥାଏ । ବେଦ ଏବଂ ପଣ୍ଡିତକୁ ବ୍ୟର୍ଥ କରୁଥିବା ଏବଂ ଶାସ୍ତ୍ରକୁ ନିରର୍ଥକ କହୁଥିବା ବ୍ୟକ୍ତି ସର୍ବଦା କ୍ଳେଶରେ ଜୀବନ ବ୍ୟତୀତ କରିଥାଏ । ଦାନ ସର୍ବଦା ଦାରିଦ୍ର୍ୟତାର ନାଶ କରିଥାଏ । ସୁଶୀଳତା ଦୁର୍ଗତିର ନାଶ କରିଥାଏ । ସେହିଭଳି ବୁଦ୍ଧି ଅଜ୍ଞାନ ଭୟର ନାଶ କରିଥାଏ ।

କାମନା ବାସନା ଭଳି ଅନ୍ୟ କୌଣସି ବଡ଼ ରୋଗ ନାହିଁ । ମୋହ ଭଳି କୌଣସି ଶତ୍ରୁ ନାହିଁ । ଯେଉଁଭଳି କ୍ରୋଧ ସମାନ କୌଣସି ନିଆଁ ନାହିଁ ଏବଂ ଜ୍ଞାନ ସମାନ କୌଣସି ସୁଖ ନାହିଁ । ଏହା ନିରାଟ ସତ୍ୟ ଯେ ମନୁଷ୍ୟ ସର୍ବଦା ଏକୁଟିଆ ଜନ୍ମ ନେଇଥାଏ , ଏକୁଟିଆ ମୃତ ବରଣ କରିଥାଏ ଏବଂ ଏକୁଟିଆ ହିଁ ମୋକ୍ଷ ପ୍ରାପ୍ତି କରିଥାଏ । ଏହି ପୃଥିବୀରେ ଯେଉଁ ବ୍ୟକ୍ତିକୁ କୌଣସି ଜିନିଷର କାମନା ନଥାଏ ତା ସାମ୍ନାରେ ସବୁ ଜିନିଷ ଘାସ ସଦୃଶ୍ୟ ହୋଇଥାଏ । ବିଦେଶରେ ବିଦ୍ୟା ମିତ୍ର ହେବା ଭଳି ଘରେ ସ୍ତ୍ରୀ ମିତ୍ର ହୋଇଥାଏ ।

ସେହିଭଳି ରୋଗୀଣା ଲୋକ ପାଇଁ ଔଷଧି , ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ପାଇଁ ଧର୍ମ ହିଁ ତାହାର ମିତ୍ର ହୋଇଥାଏ । ସମୁଦ୍ରରେ ବର୍ଷା ହେବା ବ୍ୟର୍ଥ ଅଟେ ଏବଂ ତୃପ୍ତ ବ୍ୟକ୍ତିକୁ ଭୋଜନ କରାଇବା ବ୍ୟର୍ଥ ଅଟେ । ଧନୀ ବ୍ୟକ୍ତିକୁ ଦାନ ଏବଂ ଦିନରେ ଦୀପ ଜଳାଇବା ବ୍ୟର୍ଥ ଅଟେ ।

Leave a Reply

Your email address will not be published. Required fields are marked *