ପୂଜା ଘରେ ଦିଆସିଲ ରଖୁଥିବା ମହିଳାମାନେ ଥରେ ଏହାକୁ ନିଶ୍ଚିତ ପଢନ୍ତୁ,ନହେଲେ….

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘର ଭବନର ସବୁଠୁ ମହତ୍ୱପୂର୍ଣ ସ୍ଥାନ ହୋଇଥାଏ | ଏହିଠାରୁ ଆମକୁ ସକାରାତ୍ମକ ଉର୍ଜା ମିଳିଥାଏ, ସେଥିପାଇଁ ଘରେ ପୂଜା ଘର ନିର୍ମାଣ କରିବା ସମୟ ରେ ବାସ୍ତୁ ଶାସ୍ତ୍ର କୁ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ | ପୂଜା ଘରକୁ ଆମେ ଆମ ଘରର ନୀତି ନିୟମ ଅନୁଯାଇ ରଖିଥାଉ ଏବଂ ସେଥିରେ ନିଜ ନିଜ ଆରାଧ୍ୟ କୁ ପୂଜା କରିଥାଉ | ଯଦି ପରିବାର ବଡ଼ ତେବେ ନିଶ୍ଚିତ ଭାବ ରେ ସମସ୍ତଙ୍କର ନିଜ ନିଜ ଆରାଧ୍ୟ ଥାଆନ୍ତି

ଯାହା ଫଳ ରେ ସମସ୍ତେ ନିଜ ନିଜ ଆରାଧ୍ୟ ପୂଜା ଘରେ ରଖିଥାନ୍ତି | ଯେଉଁଥି ପାଇଁ ପୂଜା ଘରେ ଅନେକ ଦେବୀ ଦେବତା ଅଧିକ ହୋଇଯାନ୍ତି କିନ୍ତୁ ଏହା ଏକା ଭୁଲ କଥା ପୂଜା ଘରେ ସୀମିତ ସଂଖ୍ୟକ ଦେବୀ ଦେବତା ରହିବା ଉଚିତ ଯାହା ଦ୍ୱାରା ପୂଜା କରିବାରେ ସହଜ ହେବ | ବହୁତ ସଂଖ୍ୟକ ଦେବୀ ଦେବତା ରହିବା ହେତୁ ଆମେ ସଠିକ ନୀତି ନିୟମ ରେ ପୂଜା କରିପାରିନଥାଉ | ଯାହା ଫଳ ରେ ଅନେକ ଅସୁବିଧା ହୋଇଥାଏ, ସେଥିପାଇଁ ଆସନ୍ତୁ ଜାଣିନେବା ପୂଜା ଘର ସମ୍ବଧିୟ ସବୁଠୁ ମହତ୍ୱପୂର୍ଣ ନୀତି ନିୟମ କୁ..

ସର୍ବପ୍ରଥମେ ଆମେ ଏହି ଭୁଲ କରିଥାଉ କି ପୂଜା ଘରକୁ ଅସ୍ୱଚ୍ଛ ରଖିଥାଉ,କିନ୍ତୁ ଧ୍ୟାନ ରଖନ୍ତୁ ପୂଜା ଘରକୁ ସ୍ୱଚ୍ଛ ରଖିବା ଉଚିତ | ନିଜେ ମଧ୍ୟ ସ୍ୱଚ୍ଛ ରହିବା ଜରୁରୀ ହୋଇଥାଏ, ମନ୍ଦିର କୁ ଜୋତା କିମ୍ଵା ଚପଲ ପିନ୍ଧି ଯିବା ଅନୁଚିତ ହୋଇଥାଏ | ଦ୍ୱିତୀୟ ଭୁଲ ଏହା କି ଆମ ପୂଜା ର ମୁଖ୍ୟ ଦ୍ୱାର କେବେ ବି ଦକ୍ଷିଣ ଦିଗ ରେ ହେବା ଉଚିତ ନୁହେଁ | ଦକ୍ଷିଣ ଦିଗକୁ ମୃତ୍ୟୁ ର ଦେବତା ଯମରାଜଙ୍କର ବୋଲି ବିଶ୍ୱାସ ରହିଛି |

ସେଥିପାଇଁ ଦକ୍ଷିଣ ଦିଗ ରେ ଦୀପ ମଧ୍ୟ ଜଳାନ୍ତୁ ନାହିଁ ଏବଂ ଭଗବାନ ଙ୍କ ମୁଖ ମଧ୍ୟ ଦକ୍ଷିଣ ଦିଗକୁ ରହିବା ଆଦୌ ଉଚିତ ନୁହେଁ | ଏହା ସହ ଧ୍ୟାନ ରଖନ୍ତୁ କୌଣସି ବି ଭଗବାନ ଙ୍କ ମୁଖ ପରସ୍ପର ସାମ୍ନା କରିବା ଅନୁଚିତ ହୋଇଥାଏ | କେବେ ବି ଛିଡା ହୋଇଥିବା କିମ୍ଵା ନାଚୁଥିବା ଗଣେଷଙ୍କ ମୂର୍ତ୍ତି ରଖନ୍ତୁ ନାହିଁ, ଭଗବାନ ଶିବ, ହନୁମାନ ଜୀ, ମା ଲକ୍ଷ୍ମୀ ଙ୍କ ରୌଦ୍ର ରୂପ ମୂର୍ତ୍ତି ରଖନ୍ତୁ ନାହିଁ |

କୌଣସି ବି ଭଗବାନଙ୍କର ଶାନ୍ତ ଏବଂ ବସିଥିବା ମୂର୍ତ୍ତି ରଖିବା ଉଚିତ | ପୂଜା ଘରେ କୌଣସି ଭଗବାନ ଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ | ତେବେ ପୂଜା ଘରେ କେବେ ବି କୌଣସି ଜୀବିତ କିମ୍ଵା ମୃତ ବ୍ୟକ୍ତିଙ୍କ ଫୋଟୋ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ | ଅନେକ ଲୋକ ସାଧୁ ସନ୍ଥ ଙ୍କ ଫୋଟୋ ରଖିଥାନ୍ତି ଏହାକୁ ବାସ୍ତୁ ଶାସ୍ତ୍ର ରେ ଅଶୁଭ ବୋଲି କୁହାଯାଏ, ପୂଜା ଘରେ କୌଣସି ବି ଭଗବାନ ଙ୍କର ଏକ ରୁ ଅଧିକ ମୂର୍ତ୍ତି କିମ୍ଵା ଫୋଟୋ ରଖିବା ଉଚିତ ନୁହେଁ |

ଘରେ 2ଇଞ୍ଚ ରୁ ବଡ ଶିବ ଲିଙ୍ଗ ରଖନ୍ତୁ ନାହିଁ ଏବଂ ଅନ୍ୟ ଦେବୀ ଦେବତା ଙ୍କ ମୂର୍ତ୍ତି ର ଉଚତା 4,5 ଇଞ୍ଚ ରୁ ଅଧିକ ହେବା ଉଚିତ ନୁହେଁ | ହନୁମାନ ମୂର୍ତ୍ତି ବସିଥିବା ଅବସ୍ଥା ହୋଇଥିବା ଉଚିତ, ଘରର ମନ୍ଦିର ରେ ସବୁବେଳେ ପ୍ରସନ୍ନ ଚିତ୍ତ ଥିବା ଭଗବାନ ଙ୍କ ଫୋଟୋ ରଖିବା ଉଚିତ |

ଘରେ ମାତା କାଳୀ, ଶନିଦେବ ଏବଂ ଭୈରବ ଙ୍କ ମୂର୍ତ୍ତି ରଖିବା ବର୍ଜିତ ଅଟେ | ମନ୍ଦିର ରେ ସୂର୍ଯ୍ୟ ଦେବଙ୍କ ଫୋଟୋ ରଖିବା ଉଚିତ, ଗଣେଶ ଜୀ, ଭଗବାନ ବିଷ୍ଣୁ, ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ଫୋଟୋ ନିଶ୍ଚିନ୍ତ ଲଗେଇବା ଉଚିତ | ଶାସ୍ତ୍ର ରେ ଏହା ମଧ୍ୟ କୁହାଯାଇଛି କି ଘରର ମନ୍ଦିରେ ଦେବୀ ଦେବତାଙ୍କ ପ୍ରତିମା ଆମ ଆଙ୍ଗୁଠି ରୁ ବଡ ହେବା ଉଚିତ ନୁହେଁ | ଯଦି ଏହାଠୁ ବଡ ମୂର୍ତ୍ତି ଆମେ ରଖୁଛେ ତେବେ ଏହାର ପ୍ରାଣ ପ୍ରତିଷ୍ଠା କରିବା ଦରକାର ଏବଂ ନିୟମ କୁ ମାନିବା ଉଚିତ |

ଦେବୀ ଦେବତାଙ୍କ ମୂର୍ତ୍ତି ଫମ୍ପା ହେବା ଉଚିତ ନୁହେଁ କାରଣ ଏହା କେତେବେଳେ ବି ଭାଙ୍ଗିଯାଇ ପାରେ,ଧ୍ୟାନ ରଖନ୍ତୁ ମନ୍ଦିର ରେ ଦେବୀ ଦେବତାଙ୍କ ଚିରା ଫୋଟୋ ଲଗାନ୍ତୁ ନାହିଁ | ଘରର ମନ୍ଦିରରେ ଉଗ୍ର ରୂପ ଭଗବାନ ଙ୍କ ମୂର୍ତ୍ତି କିମ୍ଵା ଫୋଟୋ ଲଗେଇବା ଉଚିତ ନୁହେଁ |

ପ୍ରାଚୀନ କାଳରୁ ଘରେ ସୁନା, ଚାନ୍ଦି, ପିତ୍ତଳ ଏବଂ କାଠ ରେ ନିର୍ମିତ ମୂର୍ତ୍ତି ରଖାଯାଇଥାଏ ବର୍ତମାନ ସମୟ ରେ ଲୋକ ପଥରର ମୂର୍ତ୍ତି ରଖୁଛନ୍ତି ଯାହା ଉଚିତ ହୋଇଥାଏ | ଘରେ ପ୍ଲାଷ୍ଟିକ କିମ୍ଵା ପ୍ଲାଷ୍ଟିକ ପରିସ ମୂର୍ତ୍ତି ରଖନ୍ତୁ ନାହିଁ ବାସ୍ତୁ ଶାସ୍ତ୍ର ରେ ଏହାକୁ ଅଶୁଭ ବୋଲି କୁହାଯାଏ | ଘରର ମନ୍ଦିର କୁ ଉତ୍ତର କି ପୂର୍ବ ଦିଗ ରେ ବନେଇବା ସର୍ବୋତ୍ତମ ହୋଇଥାଏ |

ବାସ୍ତୁ ଶାସ୍ତ୍ର ରେ ଘରର ମନ୍ଦିର ଶୌଚାଳୟ କିମ୍ଵା ସ୍ନାନ ଘର ପାଖରେ ହେବା ଉଚିତ ନୁହେଁ | ପୂଜା ଘର ଶୟନ କକ୍ଷ ପାଖା ରେ ମଧ୍ୟ ହେବ ଉଚିତ ନୁହେଁ | ଘରେ ପୂଜା ଘର ଅଲଗା ରଖିବା ସର୍ବୋତ୍ତମ ହୋଇଥାଏ, ଯଦି ଘର ନାହିଁ ତେବେ କୌଣସି ଉଚ୍ଚା ସ୍ଥାନ ରହିବା ଉଚିତ |

Leave a Reply

Your email address will not be published. Required fields are marked *