ଯଦି ଆପଣଙ୍କ ଘରେ ବି ଅଛି ମନୀ ପ୍ଲାଣ୍ଟ ତେବେ ଏହି ଭୁଲ କରନ୍ତୁ ନାହିଁ , ନଚେତ ହୋଇଯିବେ ଦରିଦ୍ର୍ୟ

ହିନ୍ଦୁ ଧର୍ମ ଶାସ୍ତ୍ରରେ ମନୀ ପ୍ଲାଣ୍ଟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବର୍ଣ୍ଣିତ ହୋଇଛି । ଏପରି କୁହାଯାଏ ଯେ ଯେଉଁଠି ମନୀ ପ୍ଲାଣ୍ଟ ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଅର୍ଥାତ ମନୀ ପ୍ଲାଣ୍ଟ ମାତା ଲକ୍ଷ୍ମୀଙ୍କୁ ସର୍ବଦା ଆକର୍ଷିତ କରିଥାଏ । ଯେଉଁ ଘରେ ମନୀ ପ୍ଲାଣ୍ଟର ସ୍ୱତନ୍ତ୍ର ଯତ୍ନ ନିଆଯାଏ ସେଠାରେ ଧନର ଅଭାବ ଦେଖାଯାଏ ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମନୀ ପ୍ଲାଣ୍ଟର ଉପକାରୀତା ବିଷୟରେ କହିବୁ ଏବଂ ତାସହିତ ଘରେ ମନୀ ପ୍ଲାଣ୍ଟ ଥିଲେ କେଉଁ ଭୁଲ କରିବା ଉଚିତ ନୁହେଁ ତାହା ମଧ୍ୟ କହିବୁ ।

ପ୍ରଥମତଃ ମନୀ ପ୍ଲାଣ୍ଟକୁ ବଜାରରୁ କିଣି ଘରେ ଲଗାଇବା ଉଚିତ ନୁହେଁ । ଏହାକୁ ସେହି ଲୋକ ଘରୁ ଚୋରୀ କରିବା ଉଚିତ ଯିଏ ପ୍ରଥମରୁ ହିଁ ବିପୁଳ ଧନର ଅଧିକାରୀ ହୋଇଥିବେ । ତେବେ ତାଙ୍କ ଘରୁ ମନୀ ପ୍ଲାଣ୍ଟର ଅଗ ଚୋରି କରି ଆଣନ୍ତୁ । ମନେ ରଖନ୍ତୁ ଯେ ହଳଦିଆ ହୋଇଥିବା ଅଂଶକୁ ଯେପରି ନଆଣନ୍ତି । ଏହାପରେ ତାହାକୁ ଏକ ଗ୍ଲାସରେ ପାଣି ନେଇ ବୁଡ଼ାଇ ରଖନ୍ତୁ । ସେଥିରୁ ଚେର ବାହାରିବା ପରେ ତାହାକୁ ଆପଣ ମାଟିରେ କିମ୍ବା କୁଣ୍ଡରେ ଲଗାଇ ପାରିବେ । ଯେଉଁ ଘରେ ମନୀ ପ୍ଲାଣ୍ଟ ଥାଏ ସେହି ଘରକୁ ଧନ ସମ୍ପତ୍ତି ଆକର୍ଷିତ ହୋଇ ଆସିଥାଏ ଏବଂ ସେହି ଘରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା କେବେ ଦେଖା ଦିଏ ନାହିଁ । ମନୀ ପ୍ଲାଣ୍ଟର ଚେର ଯେମିତି ଦୃଶ୍ୟମାନ ନହେବା ଆବଶ୍ୟକ । ତେଣୁ ସେଥିରେ ଏକ ନାଲି ରଙ୍ଗର ଫିତା ବାନ୍ଧି ଦିଅନ୍ତୁ ।

ମନୀ ପ୍ଲାଣ୍ଟଙ୍କୁ ପୂଜାକଲେ ଏହାର ସକାରାତ୍ମକତା ବହୁତ ଜଲଦି ପ୍ରସାରିତ ହୋଇଥାଏ ଏବଂ ଘରୁ ଧନର ଅଭାବ ଦୂରେଇ ଯାଏ । ମନୀ ପ୍ଲାଣ୍ଟକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ଘରକୁ ନକରାତ୍ମକତା ଆସି ନଥାଏ । ଏହାକୁ ଆପଣ ବାହାରେ କିମ୍ବା ଘର ଭିତରେ ମଧ୍ୟ ଲଗାଇ ପାରିବେ । ମନୀ ପ୍ଲାଣ୍ଟକୁ ସାଧରଣତଃ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ । କାରଣ ଏହି ଦିଗର ଦେବତା ହେଉଛନ୍ତି ଭଗବାନ ଗଣେଶ ଏବଂ ପ୍ରତିନିଧି ଶୁକ୍ର ଅଟନ୍ତି । ତେଣୁ ଏହା ଅତ୍ୟନ୍ତ ଶୁଭ ପ୍ରମାଣିତ ହୋଇଥାଏ ।

ଯେଉଁ ଘରେ ମନୀ ପ୍ଲାଣ୍ଟ ମରିଯାଏ କିମ୍ବା ପତ୍ର ହଳଦିଆ ପଡ଼ିଯାଏ ତେବେ ଏହାର ଅର୍ଥ ସେହି ଗଛର ଯତ୍ନରେ ସମସ୍ୟା ରହିଛି । ସେହି ଗଛରେ ଖରାପ ପାଣି ଦିଆଯାଉଛି କିମ୍ବା ତାହାର ଯତ୍ନ ଠିକ ଭାବରେ ନିଆଯାଉ ନାହିଁ । ଏହାଦ୍ବାରା ଘର ଉପରକୁ ବିପଦ ଆସିବା ଆରମ୍ଭ ହୋଇଯାଏ । ମନୀ ପ୍ଲାଣ୍ଟରେ ସର୍ବଦା ଭଲ ପାଣି ଅର୍ଥାତ ପିଇବା ପାଣି ଦେବା ଉଚିତ ।ମନୀ ପ୍ଲାଣ୍ଟ ଯେତେ ଗହଳ ଏବଂ ସବୁଜ ହେବ ସେତେ ସକାରାତ୍ମକତା ବୃଦ୍ଧି ପାଇବ । ତେଣୁ ତାହାର ବିଶେଷ ଧ୍ୟାନ ରଖିବା ଉଚିତ ।

ମାସିକ ଧର୍ମ ସମୟରେ ମହିଳା ମାନେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ । ଏହାଦ୍ବାରା ଗଛ ଶୁଖିଯାଏ । ରବିବାର ଦିନ ମଧ୍ୟ ମନୀ ପ୍ଲାଣ୍ଟରେ ପାଣି ଦିଅନ୍ତୁ ନାହିଁ । ଘରର ମନୀ ପ୍ଲାଣ୍ଟ ସର୍ବଦା ଉପର ଦିଗକୁ ଯିବା ଉଚିତ । ମନୀ ପ୍ଲାଣ୍ଟ ଥିବା କୁଣ୍ଡରେ ମାଟିରେ ମୁଦ୍ରା ଦବାଇ ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହୋଇ ଆସିବ । କାହାକୁ ବି ଉପହରରେ ମନୀ ପ୍ଲାଣ୍ଟ ଦେବା ଉଚିତ ନୁହେଁ । ନଚେତ ଧନ ହାନୀ ହୋଇଥାଏ । ମନୀ ପ୍ଲାଣ୍ଟ ପୁରା ହଳଦିଆ ପଡ଼ିଗଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ତାହା ଆପଣଙ୍କୁ ବର୍ବାଦ କରିପାରେ ।

Leave a Reply

Your email address will not be published. Required fields are marked *