ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଦେହରେ ଏହି ସବୁ ଚିହ୍ନ ଥିଲେ , ପୂର୍ବ ଜନ୍ମରେ ଭୋଗିଥାଏ ନର୍କ :-

ଭଗବାନ ଶ୍ରୀକୃଷ୍ଣଙ୍କ ଗରୁଡ଼ ପୁରାଣରେ ମନୁଷ୍ୟ ସହିତ ଜଡ଼ିତ ଅନେକ ସଙ୍କେତ ବିଷୟରେ କହିଛନ୍ତି ଯାହାକୁ ଦେଖିଲେ ଏହା ଜଣା ପଡ଼ିଥାଏ ଯେ ମନୁଷ୍ୟ ଗତ ଜନ୍ମରେ ନର୍କ ଭୋଗି ଆସିଛି ଏବଂ ଏହି ଜନ୍ମ ସେହି ପାପର ପ୍ରାୟଶ୍ଚିତ କରିବାକୁ ପାଇଛି । ତେଣୁ ଯଦି ମନୁଷ୍ୟ ଦେହରେ କିଛି ସଙ୍କେତ ରହିଥାଏ ତେବେ ସେଥିରୁ ଜଣା ପଡ଼ିଥାଏ ଯେ ଗତ ଜନ୍ମରେ ଖୁବ ପାପ କରିଥିବା କାରଣରୁ ନର୍କ ଭୋଗିଛି । ମାତ୍ର ମନୁଷ୍ୟ ଏହି ଜନ୍ମରେ ଯଦି ଭଲ କାର୍ଯ୍ୟ କରେ ତେବେ ତାର ପାପର ପ୍ରାୟଶ୍ଚିତ ହୋଇଥାଏ ଏବଂ ମୃତ୍ୟୁ ପରେ ମୋକ୍ଷ ମଧ୍ୟ ପ୍ରାପ୍ତି ହୋଇଥାଏ ।

ଯଦି ଆମେ ଗରୁଡ଼ ପୁରାଣ ବିଷୟରେ କହିବୁ ତେବେ ଏହା ଅତ୍ୟନ୍ତ ପୁରାତନ ଗ୍ରନ୍ଥ ଅଟେ ଯାହାକୁ ଆଜି ପର୍ଯ୍ୟନ୍ତ କେହିବି ସମ୍ପୂର୍ଣ୍ଣ ରୂପରେ ବୁଝି ପାରି ନାହାଁନ୍ତି । ଏହି ପ୍ରାଚୀନ ଗ୍ରନ୍ଥରେ ମନୁଷ୍ୟର ଜନ୍ମ ମୃତ୍ୟୁ ଏବଂ ବିଭିନ୍ନ ଅବସ୍ଥା ସହିତ ଆତ୍ମା ଏବଂ ପୁଥିବୀ ସବୁକିଛି ବିଷୟରେ ଗଭୀର ଭାବରେ ବର୍ଣ୍ଣିତ ହୋଇଛି । ଏହାବ୍ୟତୀତ ସ୍ୱର୍ଗ , ମର୍ତ୍ତ ବିଷୟରେ ମଧ୍ୟ ଅନେକ ସୂଚନା ଏଥିରେ ନିହିତ ଅଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଜନ୍ମ ମୃତ୍ୟୁର କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ମନୁଷ୍ୟ ଯଦି ନିଜ ଜୀବନକାଳରେ ଖୁବ ପାପ କରେ ଏବଂ ତାହାର ପ୍ରାୟଶ୍ଚିତ ନକରେ ତେବେ ତାକୁ ଅନେକ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

ଯାହାଦ୍ୱାରା ସେ ନର୍କରେ ଦଣ୍ଡ ଭୋଗିଥାଏ । ସେହି ଦଣ୍ଡର ଅବଧି ମଧ୍ୟ ରହିଥାଏ । କିଛି ଗୋଟିଏ ବର୍ଷ ଧରି ଦଣ୍ତ ଭୋଗିଥାଏ ତ ପୁଣି କାହାକୁ ବର୍ଷ ବର୍ଷ ଧରି ଦଣ୍ଡ ଭୋଗିବାକୁ ପଡ଼ିଥାଏ । ନର୍କ ଭୋଗିବା ପରେ ତାକୁ ଆଉଥରେ ଜନ୍ମ ମିଳିଥାଏ , ଯେଉଁ ଜନ୍ମରେ ତାକୁ ନିଜ ପାପର ପ୍ରାୟଶ୍ଚିତ କରିବାର ଆବଶ୍ୟକତା ଥାଏ । ତେବେ ସେହି ଜନ୍ମରେ ମନୁଷ୍ୟ ଦେହରେ ଅନେକ ଚିହ୍ନ ରହିଥାଏ ଯାହା ଏହା ଜଣାଇଥାଏ ଯେ ମନୁଷ୍ୟ ଗତ ଜନ୍ମରେ ନର୍କ ଭୋଗିଛି । ତେଣୁ ସେହି ଚିହ୍ନ ଦ୍ୱାରା ଏହା ଜଣା ପଡ଼ିଥାଏ ଯେ ମନୁଷ୍ୟ ଗତ ଜନ୍ମରେ କେଉଁ ପାପ କରିଛି ।

୧ . ଯଦି କୌଣସି ବ୍ୟକ୍ତି ଖୁବ ମିଛ କହିଥାଏ ତେବେ ସେ ପୂର୍ବ ଜନ୍ମ ପରେ ନର୍କ ଦଣ୍ଡ ଭୋଗିଥାଏ ଏବଂ ଆଗାମୀ ଜନ୍ମରେ ସେମାନେ ଅଟକି ଅଟକି କଥା ହୋଇଥାନ୍ତି । ଏହି ସଙ୍କେତ ଜଣାଇ ଦିଏ ଯେ ସେହି ବ୍ୟକ୍ତି ନର୍କ ଦଣ୍ଡ ଭୋଗି ପ୍ରାୟଶ୍ଚିତ ପାଇଁ ଏହି ଜନ୍ମ ପାଇଛି

୨ . ଯେଉଁ ବ୍ୟକ୍ତି ନିରୀହ ପଶୁ ପକ୍ଷୀଙ୍କ ଉପରେ ଅତ୍ୟାଚାର କରିଥାଏ ସେ ମଧ୍ୟ ନର୍କ ଦଣ୍ଡ ଭୋଗିଥାଏ ଏବଂ ଆଗାମୀ ଜନ୍ମରେ ମୁକ ହୋଇ ଜନ୍ମ ନିଅନ୍ତି ।

୩ . ଯେଉଁ ବ୍ୟକ୍ତି କାହାରି ହତ୍ୟା କରଥାଏ ସେ ମଧ୍ୟ ନର୍କ ଦଣ୍ଡ ଭୋଗିଥାଏ ଏବଂ ଆଗାମୀ ଜନ୍ମରେ ପଙ୍ଗୁ ହୋଇ ଜନ୍ମ ନେଇଥାଏ ।

୪ . ଯେଉଁ ବ୍ୟକ୍ତି ମଦ୍ୟ ପାନ କରେ ସେ ମଧ୍ୟ ନର୍କ ଦଣ୍ଡ ଭୋଗିଥାଏ ଏବଂ ଆଗାମୀ ଜନ୍ମ ପାଇଲେ ତାହାର ଦାନ୍ତ ତେଢା ଏବଂ କଳା ହୋଇଥାଏ ।

୫ . ଯେଉଁ ବ୍ୟକ୍ତି ଏହି ଜନ୍ମରେ ଧନ ରତ୍ନ ଚୋରି କରିଥାଏ , ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ବିକୃତ ନଖ ଯୁକ୍ତ ମଣିଷ ଭାବରେ ଜନ୍ମ ହେବାକୁ ପଡ଼ିଥାଏ ।

୬ . ଯେଉଁ ବ୍ୟକ୍ତି ଗତ ଜନ୍ମରେ ନିଜ ଗୁରୁଙ୍କୁ ଅପମାନ କରି ଗୁରୁଙ୍କ ସ୍ତ୍ରୀ ସହ ସମ୍ପର୍କ ରଖିଥାଏ ସେ ନର୍କ ଭୋଗିଥାଏ ଏବଂ ଆଗାମୀ ଜନ୍ମରେ ଚର୍ମ ରୋଗରେ ପୀଡ଼ିତ ହୋଇଥାଏ ।

୭ . ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଦାନ ଧର୍ମ କରନଥାଏ ସେ ଆଗାମୀ ଜନ୍ମରେ ଦରିଦ୍ର ହୋଇଥାଏ ଏବଂ ଭିକ୍ଷାବୃତ୍ତି କରିଥାଏ ।୮ . ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ନିଜର ପତିବ୍ରତା ସ୍ତ୍ରୀକୁ କଷ୍ଟ ଦେଇ ବେଶ୍ୟା ସହିତ ରହିଥାଏ ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ଦୁଷ୍ଟ ସ୍ତ୍ରୀ ପ୍ରାପ୍ତ ହୋଇଥାଏ ।

୯ . ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ନିଜ ମାତା ପିତାଙ୍କୁ କଷ୍ଟ ଦେଇଥାଏ , ଆଗାମୀ ଜନ୍ମରେ ସେହି ବ୍ୟକ୍ତିର ସନ୍ତାନ ମୂର୍ଖ ହୋଇ ଜନ୍ମ ନେଇଥାଏ ।

୧୦ . ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଧର୍ମ ଗ୍ରନ୍ଥର ଚୋରି କରିଥାଏ ସେହି ବ୍ୟକ୍ତି ଏହି ଜନ୍ମରେ ଜନ୍ମରୁ ଅନ୍ଧ ହୋଇଥାଏ ।

Leave a Reply

Your email address will not be published. Required fields are marked *