ମନ୍ଦିରକୁ ମହିଳାମାନଙ୍କୁ ଖୋଲା କେଶ କରିକି କାହିଁକି ଯିବାକୁ ଦିଆ ଯାଏ ନାହିଁ? ଜାଣନ୍ତୁ ଏହାର ପ୍ରକୃତ କାରଣ..

ହିନ୍ଦୁ ଧର୍ମରେ ମନ୍ଦିର ଯିବାକୁ ନେଇକି ଅନେକ ନିୟମ ତିଆରି କରାଯାଇଛି | ଶାସ୍ତ୍ରରେ ମହିଳାମାନଙ୍କୁ ନେଇକି ମଧ୍ୟ କିଛି ନିୟମ ଦେଖିବାକୁ ମିଳେ | ଯେମିତି ମାସିକ ଧର୍ମ ସମୟ ରେ ମହିଳାମାନଙ୍କୁ ମନ୍ଦିର ଯିବା ଆଉ କିଛି ଅନ୍ୟ କାମ କରିବାକୁ ବାରଣ ହୋଇଥାଏ | ଠିକ ଏମିତି ହିଁ କୁହାଯାଏ କି ମହିଳାମାନଙ୍କୁ ଖୋଲା କେଶ କରିକି ମନ୍ଦିର କୁ ପ୍ରବେଶ କରିବା ଉଚିତ ନୁହେଁ | କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର କାରଣ?

ଖୋଲା କେଶ ରେ ମହିଳାମାନେ ଯାଆନ୍ତୁ ନାହିଁ ମନ୍ଦିର :

ଶାସ୍ତ୍ର ଅନୁଯାୟୀ ମହିଳାମାନଙ୍କୁ ଖୋଲା କେଶ କରିକି ନା ମନ୍ଦିର ଯିବା ଉଚିତ ଆଉ ନା ହିଁ ଭଗବାନଙ୍କର ପୂଜା ପାଠ କରିବା ଉଚିତ | ଏହାର କାରଣ ଏହା ଅଟେ କି ମନ୍ଦିର ଯିବା ସମୟ କିମ୍ଵା ଭଗବାନ ଙ୍କୁ ପୂଜା କରିବା ସମୟ ରେ ଆପଣଙ୍କ ମନ ଶାନ୍ତ ରହିବା ଉଚିତ | ଏହି ସମୟ ରେ ଆପଣଙ୍କ ମନରେ କୌଣସି ଖରାପ ଚିନ୍ତା ଆସିବା ଉଚିତ ନୁହେଁ |ଆପଣଙ୍କ ମନ ନକାରାତ୍ମକ ଭାବନାରୁ ମୁକ୍ତ ହେବା ଉଚିତ | ଯେମିତିକି ଆମେ ପୂଜା କରିବା ପୂର୍ବରୁ ସ୍ନାନ କରିକି ଶରୀର ସଫା କରିଥାଉ, ସଫା ପୋଷାକ ପିନ୍ଧିବା ଠିକ ସେମିତି ହିଁ ଆମ ମନ ମଧ୍ୟ ସଫା ହେବା ଉଚିତ |

ଆସିଥାଏ ଦୁର୍ଭାଗ୍ୟ :

ଯଦିଓ ଖୋଲା କେଶକୁ ନକାରାତ୍ମକତାର ପ୍ରତୀକ ଭାବରେ ବିବେଚନା କରାଯାଏ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଖୋଲା କେଶ ହେତୁ ନକାରାତ୍ମକ ଶକ୍ତି ଶରୀରରେ ଶୀଘ୍ର ପ୍ରବେଶ କରିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଖୋଲା କେଶରେ ଭଗବାନଙ୍କୁ ଉପାସନା କରନ୍ତି,ସେତେବେଳେ ଏହା ଗ୍ରହଣୀୟ ହୋଇନଥାଏ | ଆମକୁ ସେହି ପୂଜାର ଉପଯୁକ୍ତ ଫଳାଫଳ ମିଳେ ନାହିଁ | ଅପରପକ୍ଷେ, ଦୁର୍ଭାଗ୍ୟ ଆମ ପଛରେ ପଡ଼ିଯାଏ |

ଈଶ୍ୱରଙ୍କ ଅପମାନ ହୋଇଥାଏ :

ଅନ୍ୟ ଏକ କାରଣ ଏହା ମଧ୍ୟ ଅଛି ଯେ ଖୋଲା କେଶ ଥିବାବେଳେ ମହିଳାମାନଙ୍କର ଧ୍ୟାନ କେବଳ ସେମାନଙ୍କ କେଶ ଉପରେ ହିଁ ରହି ଥାଏ | ଏପରି ପରିସ୍ଥିତିରେ ସେ ଇଶ୍ବରଙ୍କ ଉପାସନାରେ ଧ୍ୟାନ ଦେବାରେ ଅସମର୍ଥ ହୋଇଥାନ୍ତି | ତେଣୁ ମହିଳାମାନେ ସବୁବେଳେ କେଶ ବନ୍ଧା କରି ମନ୍ଦିରରେ ପ୍ରବେଶ କରିବା ଉଚିତ୍ | ଏହା ନକରିବା ମଧ୍ୟ ଇଶ୍ବରଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଏ | ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ,ଖୋଲା କେଶ ମଧ୍ୟ ମନ୍ଦ ଶକ୍ତିକୁ ଆକର୍ଷିତ କରିଥାଏ | ତେଣୁ, ମନ୍ଦିର ବ୍ୟତୀତ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଖୋଲା କେଶ କରି କୌଣସି ସ୍ଥାନକୁ ଯିବା ଉଚିତ୍ ନୁହେଁ |

ପୁରାଣ ରେ ଖୋଲା କେଶ ଏବଂ ନକାରାତ୍ମକତା ର ସମ୍ପର୍କ :

ଖୋଲା କେଶ କିପରି ନକାରାତ୍ମକତାର ପ୍ରତୀକ, ତାହାର ଏକ ଉଦାହରଣ ମହାଭାରତ ଏବଂ ରାମାୟଣରେ ମଧ୍ୟ ଦେଖାଯାଏ | ରାମାୟଣରେ,ଯେତେବେଳେ ମହାରାଜା ଦଶରଥ ରାଜଗାଦି ପ୍ରଭୁ ରାମଙ୍କୁ ଦେବାକୁ ସ୍ଥିର କଲେ, ସେତେବେଳେ ରାଣୀ କୈକେଇ କ୍ରୋଧିତ ହୋଇ କେଶ ଖୋଲି କୋପ ଭବନରେ ବସି ଯାଇଥିଲେ। ତା’ପରେ ତାଙ୍କ ମନରେ ଅନେକ ନକାରାତ୍ମକ ଜିନିଷ ଆସିଲା ଏବଂ ତାପରେ ଯାହା ହେଲା ତାହା ଆପଣ ଭଲ ଭାବରେ ଜାଣିଛନ୍ତି |

ମହାଭାରତ ବିଷୟରେ କହିବାକୁ ଗଲେ, ଯେତେବେଳେ ଦୁଷ୍ଟ ଦୁଶାସନ ଦୌପଦୀଙ୍କୁ ଆକ୍ରମଣ କରିଥିଲେ, ତାଙ୍କୁ ଲଜ୍ଜିତ କରିବା ପରେ ତାଙ୍କ କେଶକୁ ଟାଣି ନେଇଥିଲା | ଏହି ପ୍ରକାରରେ ଖୋଲା କେଶ କ୍ରୋଧ ଏବଂ ଆକ୍ରୋଶ କୁ ଦର୍ଶାଏ | ଏହି କାରଣରୁ ମହିଳାମାନଙ୍କୁ କେଶ ଖୋଲା କରି ମନ୍ଦିରରେ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇନଥାଏ।

Leave a Reply

Your email address will not be published. Required fields are marked *