ଶ୍ରୀକୃଷ୍ଣ କହିଛନ୍ତି କାଉ ଠାରୁ 3 ସଂକେତ ମିଳିବା ଦ୍ୱାରା ଧନ ଲାଭ ହୋଇଥାଏ ଅଣଦେଖା କରନ୍ତୁ ନାହିଁ..

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ପିଲାଦିନେ କାଗାଶୁରର ବଦ୍ଧ କରିଥିଲେ |କାଗାଶୁର ଜଣେ କାଉ ରୂପୀ ଦାନବ ଥିଲା, ଯିଏ କି କୃଷ୍ଣ ଙ୍କୁ ମାରିବାକୁ ଆସିଥିଲା | ହିନ୍ଦୁ ଧର୍ମ ରେ କାଉ ବିଷୟରେ ଅନେକ କଥା ରହିଛି, କାଉ କୁ ଶନିଦେବ ଙ୍କର ବାହାନ ବୋଲି କୁହାଯାଏ | କାଉ ଏମିତି ଏକ ପକ୍ଷୀ ଯାହା ସବୁ ଜାଗାରେ ଦେଖାଯାଏ, ଏହା ସବୁଠାରୁ ବୁଦ୍ଧିମାନ ଅଟେ | ତ୍ରେତୟା ଯୁଗରେ ଜଣେ କାଉ ହିଁ ରାମାୟଣ ଲେଖିଥିଲେ |ତାକୁ କାକଭୁଶୁଣ୍ଡି ବୋଲି କୁହାଯାଏ | ପ୍ରାଚୀନ କାଳ ରେ କାଉ ର ରଙ୍ଗ ଧଳା ଥିଲା ଏବଂ ସ୍ବର ମଧୁର ଥିଲା କିନ୍ତୁ ଜଣେ ରୁଷି ଙ୍କ ଠାରୁ ଅଭିଶାପ ପାଇ କାଉ କଳା ହେଇଗଲା ଏବଂ ସ୍ବର କର୍ଣ୍ଣ କର୍କଶ ହୋଇଗଲା |

କିନ୍ତୁ ବନ୍ଧୁଗଣ କାଉ ଏମିତି ଏକ ପକ୍ଷୀ ଯାହା ଠାରୁ ମନୁଷ୍ୟଙ୍କୁ ବହୁତ କିଛି ଶିଖିବାକୁ ମିଳିଥାଏ | କାଉ ଚତୁର ହେବା ସହ ବହୁତ ସାହସୀ ହୋଇଥାଏ | ବିଶ୍ୱାସ କରାଯାଏ କି କାଉ ମୃତ ଏବଂ ଜୀବନ୍ତ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କର ମାଧ୍ୟମ ହୋଇଥାଏ | ମୃତ ଲୋକ ନିଜ ପ୍ରିୟ ଜନଙ୍କୁ ଭେଟିବା ପାଇଁ କାଉ ରୁପରେ ଆସିଥାନ୍ତି | ଏହା ସହିତ ଶକୁନି ଶାସ୍ତ୍ର ଅନୁସାରେ କାଉ ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ଜାଣିପାରେ |କାଉ ଭାଲ ଖରାପ୍ ମଧ୍ୟରେ ଅନ୍ତର ଜାଣିପାରେ କାଉ ପାପୀ ଲୋକଙ୍କୁ ଦୂରରୁ ହିଁ ଜାଣିପାରେ | ଏହି ପରି ଅନେକ ଅଦ୍ଭୁତ ଗୁଣ କାଉ ଭିତରେ ରହିଥାଏ | ଭବିଷ୍ୟତ ଘଟଣାର ସଂକେତ କାଉ ଜାଣିପାରେ | ଶକୁନି ଶାସ୍ତ୍ରରେ ଏହିପରି ଅନେକ ସଂକେତ ବିଷୟରେ ବର୍ଣନା କରାଯାଇଛି | ଆଜି ଆମେ ସେହି ବିଷୟରେ କହିବୁ ଆସନ୍ତୁ ଜାଣିବା..

ଏହି ଅଶୁଭ ସଂକେତ କାଉ ଠାରୁ ମିଳିଥାଏ :

ବିଶ୍ୱାସ କରାଯାଏ ଯଦି ରାତ୍ରି ସମୟରେ କାଉ ଆସି ଛାତ ଉପରେ ରାବ କରେ ତାହେଲେ ଏହା ବହୁତ ବଡ଼ ଅଶୁଭ ସଂକେତ ହୋଇଥାଏ | ଯଦି କାଉ ରକ୍ତରେ ଜୁଡୁବୁଡୁ ହେଇ କାହା ଘର ସାମ୍ନାକୁ ଆସେ ତେବେ ସେହି ଘରର ବାଳକ ଉପରେ ସଙ୍କଟ ଆସିଥାଏ, ଯଦି କାଉ ପାଣି ରେ ଉବୁଟୁବୁ ହୋଇ ରାବ କରୁଥିବାର ଦେଖାଯାଏ ତାହେଲେ ଆପଣଙ୍କୁ କୌଣସି ବିଘ୍ନର ସାମ୍ନା କରିବାକୁ ପଡିପାରେ | ଯଦି କାଉ ସମ୍ଭୋଗ କରୁଥିବା ଦେଖାଯାଏ ତେବେ ଏହା ମହା ଅନର୍ଥର କାରଣ ହୋଇଥାଏ | କାଉ ମଣିଷ ଶରୀରରେ ବସିଲେ ଧନ ହାନି ହୋଇଥାଏ |

ଯଦି ମୁଣ୍ଡ ଉପରେ ବସେ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ | ଯଦି ଡାହାଣ କାନ୍ଧରେ ବସେ ବ୍ୟକ୍ତି ରୋଗରେ ପଡି ମରିଯାଏ | ଯଦି ବାମ କାନ୍ଧରେ ବସେ ତେବେ ଅସମ୍ମାନ ହେବାକୁ ପଡେ | କୌଣସି ପତ୍ନୀ ମୁଣ୍ଡରେ ବସିଲେ ତାଙ୍କର ପତିଙ୍କ ସହ ଝଗଡା ହୋଇଥାଏ | ଘର ସାମ୍ନା ରେ ଯଦି ରାଗିକି ରାବ କରେ ତେବେ ଅନିଷ୍ଟ ହୋଇଥାଏ | ବାହାରେ ଶୁଖିଲା ଗଛ ରେ ବସି ରାବ କରୁଥିବାର ଦେଖାଯାଏ ତେବେ କାହା ସହ ଝଗଡା ହୋଇପାରେ | ଯଦି କୌଣସି କାଉ ଘୁଷୁରୀ ଉପରେ ବସିଥିବାର ଦେଖାଯାଏ ତେବେ ବ୍ୟକ୍ତି ରୋଗରେ ପଡିଯାଏ |

କାଉ ସହ ଜଡିତ ଶୁଭ ସଂକେତ :

ଯଦି ସୂର୍ଯ୍ୟାସ୍ତ ପରେ କାଉ ଆସି ଘର ସାମ୍ନା ରେ ରାବେ ତେବେ ଧନ ଲାଭ ହୋଇଥାଏ | ଯଦି କାଉ ଆସି ଘରୁ ପାଣି ପିଇକି ଚାଲିଯାଏ ତେବେ ଘରେ ସୁସମାଚାର ଆସିଥାଏ | ଯଦି କାଉ ଘରର ଅଗଣା ରେ ହଳଦିଆ ରଙ୍ଗର ଜିନିଷ ପକେଇ ଦେଇ ଚାଲିଯାଏ, ତେବେ ଧନ ର ଲାଭ ହୋଇଥାଏ | ଯଦି ବଇଦ ପାଖକୁ ଯିବା ସମୟ ରେ କୌଣସି କାଉ ଚୁପଚାପ ବସିଥିବାର ଦେଖାଦିଏ ତେବେ ସବୁ ରୋଗ ଠିକ ହେଇଯାଏ |

ଯଦି କୌଣସି ଗର୍ଭବତୀ ମହିଳାଙ୍କୁ କାଉ କୁ ପାଣି ପିଉଥିବାର ଦେଖେ ତେବେ ତାକୁ ସୁନ୍ଦର ପୁତ୍ର ପ୍ରାପ୍ତି ହୋଇଥାଏ | ଯଦି କୌଣସି ପୁରୁଷ କୁ କାଉ ଘର ଛାତିରେ ବସିଥିବାର ଦେଖାଯାଏ ତେବେ ସୁନ୍ଦର ପତ୍ନୀ ମିଳିଥାଏ | ଯଦି କୌଣସି ଘୋଡା କିମ୍ଵା ଗଧ ଉପରେ କାଉ ବସିଥିବାର ଦେଖନ୍ତି ତେବେ ଧନ ଲାଭ ହୋଇଥାଏ | ଯଦି କାଉ କୌଣସି ବ୍ୟକ୍ତିର ଛାଇରେ ବସେ ତେବେ ତାକୁ ସଫଳତା ମିଳିଥାଏ |

Leave a Reply

Your email address will not be published. Required fields are marked *