ରାତିରେ ଶୋଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ :-

ଶାସ୍ତ୍ରରେ କୁହାଯାଇଛି ଯେ ରାତିରେ ମହିଳା ମାନେ ଭୁଲରେବି ଏହି କାମ କରିବା ଉଚିତ ନୁହେଁ । ଅନେକ ସମୟରେ ଛୋଟ ଛୋଟ କଥା ହିଁ ବେଶ ହାନୀକାରକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କିଛି ଏପରି ବିଷୟରେ କୁହାଯାଇଛି ଯାହାକୁ ନକରିବା ଦ୍ୱାରା ସୌଭଗ୍ୟବି ଦୁର୍ଭାଗ୍ୟରେ ପରିଣତ ହୋଇଯିବ । ଯାହାଦ୍ୱାରା ଜୀବନର ସବୁ ସୁଖ ଶାନ୍ତି ଏବଂ ବୈଭବ ମଧ୍ୟ ଶେଷ ହୋଇଯାଏ । ଆଜିକାର ଲେଖାରେ ଆମେ ରାତିରେ ଶୋଇବା ସମୟରେ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଯାନ୍ତି ।

୧ . ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଭୁଲରେବି ମେଡ଼ିସିନ ରଖି ଶୁଅନ୍ତୁ ନାହିଁ । ନଚେତ ଏହାଦ୍ବାରା ମାନସିକ ସମସ୍ୟା ଏବଂ ଚିନ୍ତା ହୋଇପାରେ । ଏହା ନକରାତ୍ମକତା ସୃଷ୍ଟି କରିଥାଏ ଯାହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ । ତକିଆ ଉପରେ ବସିବା ଉଚିତ ନୁହେଁ । ନଚେତ ରାତିରେ ମୁଣ୍ଡ ବିନ୍ଧା ହୋଇଥାଏ । ଏହା ନକରାତ୍ମକତା ବଢ଼ାଇ ଥାଏ ।

୨ . ରାତିରେ ଶୋଇବାକୁ ଯିବା ପୂର୍ବରୁ ନକରାତ୍ମକ କଥା ଅର୍ଥାତ ଭୂତ ପ୍ରେତ ବିଷୟରେ କୁହନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ ଏବଂ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ । ଏହାଦ୍ବାରା ଆପଣଙ୍କ ଜୀବନ ନର୍କ ମଧ୍ୟ ହୋଇପାରେ ।

୩ . ରାତିରେ ଶୋଇବାକୁ ଯିବା ପୂର୍ବରୁ ରୋଷେଇ ଘରେ ଅଇଁଠା ବାସନ ଛାଡ଼ନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲିଯାନ୍ତି । ଘରକୁ ଦାରିଦ୍ର୍ୟତା ଆସିଥାଏ ।

୪ . ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପର୍ସ ରଖିବା ଉଚିତ ନୁହେଁ । ଏହାଦ୍ବାରା ଖର୍ଚ୍ଚ ବଢ଼ିଥାଏ । ଏହାଦ୍ବାରା ବ୍ୟକ୍ତି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ମୁଣ୍ଡ ପାଖରେ ଟଙ୍କା ପଇସା ଧନ ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି । ଧନ ରଖିବାର ଉପଯୁକ୍ତ ସ୍ଥାନ ସିନ୍ଧୁକ ହୋଇଥାଏ । ଏହାବ୍ୟତୀତ ସୁନା ରୁପା ମଧ୍ୟ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ସୌଭଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଏ ।

୫ . ଲୁହା ଚାବି ବ୍ୟତୀତ ଅନ୍ୟ ଧାତୁର ଚାବି ମୁଣ୍ଡ ପାଖରେ ରଖି ଶୋଇବା ଦ୍ୱାରା ଘରେ ଚୋରି ହୋଇଥାଏ । ଏହାଦ୍ବାରା ନକରାତ୍ମକତା ବଢ଼ିଥାଏ । ଏହାଦ୍ବାରା ଧନ ହାନୀ ହୋଇଥାଏ ।

୬ . ଶୋଇବା ସମୟରେ ମୁଣ୍ଡ ପାଖରେ ଜୋତା ଚପଲ ରଖି ଶୋଇଲେ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ବ୍ୟକ୍ତି ଉପରେ ମଙ୍ଗଳ ଭାରି ହୋଇଥାଏ ଏବଂ ଖରାପ ସ୍ୱପ୍ନ ଆସିଥାଏ । ଏହାଦ୍ବାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ପ୍ରଭାବ ପକାଇଥାଏ ।

୭ . ଶୋଇବା ସମୟରେ ମୁଣ୍ଡ ପାଖରେ ଛୁରୀ , କଟୁରି କିମ୍ବା କୌଣସିବି ଧାରୁଆ ଅସ୍ତ୍ର ରଖିଲେ ଶାରୀରିକ ଶକ୍ତି କମିଯାଏ । ଏହାଦ୍ବାରା ଜୀବନରେ ସମସ୍ୟା ବଢ଼ିଯାଏ । ଏହାଦ୍ବାରା ଆପଣଙ୍କ ସହିତ କୌଣସି ଦୁର୍ଘଟଣା ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *