ପେଚା ଘରକୁ ଆସିଲେ ମିଳିଥାଏ ଏହି ସାତୋଟି ସଙ୍କେତ , ଅଣଦେଖା କରନ୍ତୁ ନାହିଁ :-

ଶାସ୍ତ୍ର ଅନୁଯାୟୀ ଆମ ଘରର ଆଖପାଖରେ ଥିବା ଗଛଲତା ଏବଂ ପଶୁ ପକ୍ଷୀ ଅନେକ ସଙ୍କେତ ଦେଇଥାନ୍ତି । ସବୁ ପଶୁ ପକ୍ଷୀ ଏବଂ ଗଛଲତାର ଏକ ବିଶେଷ ମହତ୍ତ୍ୱ ରହିଥାଏ । ସେହି ବିଶେଷତ୍ୱ କାରଣରୁ ହିଁ ସେମାନେ ଜଣାଯାଆନ୍ତି । କିଛି ପଶୁ ପକ୍ଷୀ ଆମକୁ ଶୁଭ ସଙ୍କେତ ଦେଉଥିବା ବେଳେ କିଛି ପଶୁ ପକ୍ଷୀ ଆମକୁ ଅଶୁଭ ସଙ୍କେତ ଦେଇଥାନ୍ତି । ସେହିଭଳି ଗଛଲତା ଶୁଖିଗଲେ ଆମକୁ ଅଶୁଭ ସଙ୍କେତ ମିଳିଥାଏ ଏବଂ ସବୁଜ ରହିଲେ ଶୁଭ ସଙ୍କେତ ମିଳିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ମହତ୍ତ୍ୱପୁର୍ଣ୍ଣ ପକ୍ଷୀ ବିଷୟରେ କହିବୁ ଯାହାକୁ ଆମ ଶାସ୍ତ୍ରରେ ଅତ୍ୟନ୍ତ ମହତ୍ତ୍ୱ ଡିଆଯାଇଛି । ତାହା ହେଉଛି । ପେଚା ସମ୍ବନ୍ଧରେ ଅନେକ ଶୁଭ ଏବଂ ଅଶୁଭ ମାନ୍ୟତା ରହିଛି । ଯାହାକୁ ସମସ୍ତେ ମାନିବା ଉଚିତ ।

ଅନେକ ଲୋକ ପେଚାକୁ ଅତ୍ୟନ୍ତ ଶୁଭ ମାନିଥାନ୍ତି । ପୁଣି କିଛି ସ୍ଥାନରେ ତାହାକୁ ଅଶୁଭ ମାନା ଯାଏ । ପେଚା ଏକ ନିଶାଚୋର ପକ୍ଷୀ ଅଟେ । ଯାହା ରାତିରେ ଜାଗ୍ରତ ରହିଥାଏ ଏବଂ ଦିନରେ ଶୋଇଥାଏ । ପେଚାର ଶବ୍ଦ ରାତିରେ ଅତ୍ୟନ୍ତ ଭୟଙ୍କର ଶୁଣା ଯାଇଥାଏ । ପେଚାର ଆଖି ମଧ୍ୟ ଅତ୍ୟନ୍ତ ଭୟଙ୍କର ଏବଂ କାନ ବଡ଼ ହୋଇଥାଏ । ତାହାର ଚେହେରା ବାଦାମ ଆକୃତିର ହୋଇଥାଏ । ପେଚା ନିଜ ଆଖିକୁ ଚାରି ପାଖକୁ ବୁଲାଇ ପାରେ । ସେ ରାତିରେ ଶିକାର କରିଥାଏ । ପ୍ରାଚୀନ କାଳରେ ଲୋକେ ପେଚାକୁ ଅତ୍ୟନ୍ତ ଅଶୁଭ ମାନୁଥିଲେ । ଏପରି କୁହାଯାଏ ଯେ ମାତା ଲକ୍ଷ୍ମୀ ଯେତେବେଳେ ପୃଥିବୀକୁ ଆସୁଥିଲେ ସେତେବେଳେ ରାତି ଥିଲା । ସେତେବେଳେ ପୁରା ପୃଥିବୀ ଶାନ୍ତ ଥିଲା ଏବଂ ସମସ୍ତେ ଶୋଇଥିଲେ । ମାତ୍ର କେବଳ ପେଚା ହିଁ ଜାଗ୍ରତ ଥିଲା । ତେଣୁ ମାତା ଲକ୍ଷ୍ମୀ ତାକୁ ନିଜର ବାହାନ ବନାଇ ନେଇଥିଲେ । ଆଜି ଆମେ ପେଚା ସହ ଜଡ଼ିତ ଶୁଭ ସଙ୍କେତ ବିଷୟରେ ଆପଣଙ୍କୁ କହିବୁ ।

୧ . ଏପରି କୁହାଯାଏ ଯେ ଯଦି ପେଚା କୌଣସି ଗର୍ଭବତୀ ସ୍ତ୍ରୀ ନଜରରେ ପଡ଼େ ଏବଂ ପେଚା ସେହି ଗର୍ଭବତୀ ସ୍ତ୍ରୀ କୁ ଛୁଇଁ ଚାଲିଯାଏ ତେବେ ତାହା ଜନ୍ମ ହେବାକୁ ଥିବା ସନ୍ତାନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ପେଚା କୌଣସି ଗମ୍ଭୀର ରୋଗୀକୁ ଛୁଇଁ ଚାଲିଯାଏ ତେବେ ସେହି ଗମ୍ଭୀର ରୋଗ ଭଲ ହୋଇଯାଏ ।

୨ . ଯଦି ଆପଣ ବାହାରକୁ କୌଣସି ଜରୁରୀ କାମ ପାଇଁ ଯାଉଛନ୍ତି ଅର୍ଥାତ ଚାକିରୀ କିମ୍ବା କୌଣସି ପରୀକ୍ଷା ଦେବାକୁ ଯାଉଛନ୍ତି , ଏବଂ ବାଟରେ ପେଚା ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ନିଜ କାମରେ ନିଶ୍ଚିତ ସଫଳ ହେବେ

୩ . ଯଦି ସକାଳୁ ସକାଳୁ ଆପଣ ପେଚା ଦେଖୁଛନ୍ତି ଏବଂ ଶବ୍ଦ ଶୁଣୁଛନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ତାହା ଧନ ପ୍ରାପ୍ତିର ସଙ୍କେତ ଅଟେ ।

୪ . ଯଦି ପେଚା ଆପଣଙ୍କ ଆଖିରେ ଆଖି ମିଶାଇ ଦେଖେ ତେବେ ତାହାର ଅର୍ଥ ଆପଣଙ୍କୁ ଅଜସ୍ର ଧନ ପ୍ରାପ୍ତି ହେବାକୁ ଯାଉଛି । ପେଚାର ବିଶେଷତ୍ୱ ରହିଥାଏ ଯେ ସେ ଦୁଇଟି ଆଖିରେ ଏକା ସମୟରେ ଦୁଇ ଭିନ୍ନ ଭିନ୍ନ ଦିଗକୁ ଦେଖିପାରେ । ତେଣୁ ଏପରି କୁହାଯାଏ ଯେ ଯଦି ପେଚା ବାମକୁ ଦେଖି ରାବିଥାଏ ତେବେ ତାହା ଶୁଭ ହୋଇଥାଏ ମାତ୍ର ଡାହାଣକୁ ଦେଖି ରାବିଲେ ଅଶୁଭ ହୋଇଥାଏ ।

୫ . କୁହାଯାଏ ଜୋର ଯଦି ପେଚା କୌଣସି ଘର ଉପରେ ବାରମ୍ବାର ଆସି ବସେ ତେବେ ସେହି ଘର ବର୍ବାଦ ହୋଇଯାଏ ଏବଂ ସେହି ଘରର ସଦସ୍ୟଙ୍କ ଜୀବନ ଉପରେ ବିପଦ ଆସିଥାଏ । ଏହା ସହିତ ଧନ ହାନୀ ଏବଂ ମୃତ୍ୟୁ ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *