ଘରେ ଏହି ଜାଗାରେ ରଖିବା ଉଚିତ ଲାଫିଙ୍ଗ ବୁଦ୍ଧ , ଜାଣି ରଖନ୍ତୁ କଣ ଲାଭ ମିଳିଥାଏ :-

ଏପରି ମାନ୍ୟତା ରହିଛି ଯେ ଲାଫିଙ୍ଗ ବୁଦ୍ଧା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାର୍କେଟରେ ଭିନ୍ନ ଭିନ୍ନ ପ୍ରକାରର ଲାଫିଙ୍ଗ ବୁଦ୍ଧା ମିଳିଥାଏ । ମାତ୍ର କେଉଁ ପ୍ରକାରର ଘରେ ରଖିବା ଶୁଭ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଲାଫିଙ୍ଗ ବୁଦ୍ଧାକୁ ଘରର ମୁଖ୍ୟ ଦ୍ୱାର ପାଖରେ ରଖିବା ଉଚିତ । ଏହାଦ୍ବାରା ଘରକୁ ପ୍ରବେଶ କରିବା ସମୟରେ ସମସ୍ତଙ୍କ ନଜର ତାହା ଉପରେ ପଡ଼ିବ । ଭୂମି ଠାରୁ ଟିକିଏ ଉଚ୍ଚତାରେ ତାହାକୁ ସ୍ଥାପିତ କରନ୍ତୁ । ମାତ୍ର ଧ୍ୟାନ ରଖିବେ ଯେପରି କାହାରି ପାଦ ନବାଜେ । ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଥିଲେ ସର୍ବଦା ହସୁଥିବା ଲାଫିଙ୍ଗ ବୁଦ୍ଧା ରଖନ୍ତୁ ।

ଏହାଦ୍ବାରା ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ତାହାକୁ ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ ରଖିଲେ ମଧ୍ୟ ଉନ୍ନତି ହୋଇଥାଏ । ମାତ୍ର ଘରକୁ ଆସୁଥିବା ଅତିଥିଙ୍କ ନଜର ତାହା ଉପରେ ପଡ଼ିବା ଉଚିତ । ତେବେ ଘରେ ରଖୁଥିବା ଲାଫିଙ୍ଗ ବୁଦ୍ଧା ହାତରେ ଥଳି ରହିଥିବା ଉଚିତ ଏହାବ୍ୟତୀତ ତାହା ପୁର୍ଣ୍ଣ ମଧ୍ୟ ରହିବା ଉଚିତ । ପୁଣି ସେଥିରେ ଥିବା ଜିନିଷ ବାହାରକୁ ଦେଖା ଯିବା ଉଚିତ । ସାଧରଣତଃ ଲୋକେ ମାଟିର ମୂର୍ତ୍ତି ରଖିଥାନ୍ତି । ମାତ୍ର ଆପଣ ଚାହିଁଲେ ଧାତୁର ମୂର୍ତ୍ତି ମଧ୍ୟ ରଖି ପାରିବେ । ଯଦି ଆପଣଙ୍କୁ କୌଣସି ନିର୍ଣ୍ଣୟ ନେବାରେ ସମସ୍ୟା ହେଉଛି ତେବେ ଧାତୁର ମୂର୍ତ୍ତି ରଖନ୍ତୁ । ମାତ୍ର ତାହାକୁ ସର୍ବଦା ଉଚ୍ଚରେ ରଖନ୍ତୁ । ଯଦି ମୂର୍ତ୍ତି ଖଣ୍ଡିତ ହୋଇଯାଏ ତେବେ ତାହାକୁ ଘରେ ରଖନ୍ତୁ ନାହିଁ ବରଂ ପାଣିରେ ବିସର୍ଜିତ କରି ଦିଅନ୍ତୁ ।

ଲାଫିଙ୍ଗ ବୁଦ୍ଧାକୁ ପ୍ରତ୍ୟେକ ଦିନ ସ୍ନାନ କରିବା ପରେ ଭଲଭାବରେ ପରିଷ୍କାର କରିବା ଉଚିତ । ପ୍ରତିଦିନ ତାହାକୁ ଆପଣ ପରିଷ୍କାର କରନ୍ତୁ କିନ୍ତୁ ପୂଜା କରନ୍ତୁ ନାହିଁ । ଏହାଦ୍ବାରା ସନ୍ତାନ ପ୍ରାପ୍ତି ଆଶା ଥିଲେ ପୂରଣ ହୋଇଯିବ । ଘରେ ମୂର୍ତ୍ତି ରଖି ତାହାର ଯତ୍ନ ନିଅନ୍ତୁ ଏବଂ ପରିଷ୍କାର କରନ୍ତୁ ମାତ୍ର ପୂଜା କରନ୍ତୁ ନାହିଁ । ଏହାଦ୍ବାରା ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ ଏବଂ ଆର୍ଥିକ ଉନ୍ନତି ମଧ୍ୟ ହେବ । ମନେ ରଖନ୍ତୁ ଏହି ମୂର୍ତ୍ତିକୁ ଡାଇନିଂ ଟେବୁଲ , ରୋଷେଇ ଘର କିମ୍ବା ଶୋଇବା ଘର ରଖିବା ଉଚିତ ନୁହେଁ । ଏହାକୁ ଆପଣ ଅଗଣାରେ ରଖି ପାରିବେ । ସାଧରଣତଃ ଘର ବନାଇବା ସମୟରେ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଆପଣ ବାସ୍ତୁ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଘରକୁ ଅନେକ ସମସ୍ୟା ଆସିଥାଏ ଏବଂ ଅବନତି ଦେଖାଯାଏ ।

୧ . ତେଣୁ ପ୍ରଥମ ନିୟମ ଅନୁଯାୟୀ ଘର ତିଆରି ସମୟରେ ଘରର ମୁଖ୍ୟଦ୍ୱାର ସର୍ବଦା ପୂର୍ବ ଦିଗକୁ କରନ୍ତୁ । ଏହାଦ୍ବାରା ସୁଖ ସମୃଦ୍ଧି ବଢ଼ିଥାଏ । ଘରର ମୁଖ୍ୟ ଦ୍ୱାରା ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ହେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନକରାତ୍ମକତା ଘରକୁ ପ୍ରବେଶ କରିଥାଏ ଏବଂ ଘରେ ଆର୍ଥିକ କ୍ଷତି ହୋଇଥାଏ ।

୨ . ଘରର ସବୁଠାରୁ ପବିତ୍ର ଜାଗା ହୋଇଥାଏ ରୋଷେଇ ଘର । ତେଣୁ ଏହି ଘରକୁ ସର୍ବଦା ଐଶାନ୍ୟ କୋଣରେ ତିଆରି କରିବା ଉଚିତ । ଏହାଦ୍ବାରା ଘରେ ସକାରାତ୍ମକତା ପ୍ରସାରିତ ହୋଇଥାଏ ।

୩ . ଘରର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ସ୍ଥାନ ହେଉଛି ପୂଜାଘର । ତେଣୁ ଏହାକୁ ସଠିକ ଜାଗାରେ କରିବା ଉଚିତ । ନଚେତ ଘରକୁ ଅଶାନ୍ତି ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜାଘର ଐଶାନ୍ୟ କୋଣରେ ରହିବା ଉଚିତ । ନଚେତ ପୂଜାର କୌଣସି ଫଳ ପ୍ରାପ୍ତ ହୁଏନାହିଁ

୪ . ଶୌଚାଳୟ ସବୁଠାରୁ ନକରାତ୍ମକ ଜାଗା ଅଟେ । ତେଣୁ ଏହାକୁ ଘରର ନୈରୁତ କୋଣରେ ରଖିବା ଉଚିତ । କାରଣ ଏହି ଘରେ ସବୁବେଳେ ନକରାତ୍ମକତା ବାସ କରିଥାଏ । ଏହାର ଆଖପାଖରେ କେବେବି ଦେବଦେବୀଙ୍କ ଫୋଟ ଲଗାଇବା ଉଚିତ ନୁହେଁ । ଏହା ପାଖରେ ଝାଡୁ ମଧ୍ୟ ରଖିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *