ଯଦି ଘରେ ହଠାତ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ କରି ଦିଅନ୍ତୁ ଏହି କାମ , ପୂରଣ ହେବ ସବୁ ମନସ୍କାମନା :-

ମନୁଷ୍ୟ ଅନୁସାରେ ଝିଟିପିଟି ଏକ ସାଧାରଣ ଜୀବ ଅଟେ । ଝିଟିପିଟି ଦେଖିଲେ ଲୋକେ ତାହାକୁ ଏକ ସାଧାରଣ ଘଟଣା ଭାବି ଥାନ୍ତି । ମାତ୍ର ଆମ ଶାସ୍ତ୍ରରେ ଝିଟିପିଟିକୁ ଏକ ମହତ୍ତ୍ୱପୂର୍ଣ୍ଣ ଜୀବ ଭାବରେ ବର୍ଣ୍ଣନା କରାଯାଇଛି । ଏମିତିରେବି ମନୁଷ୍ୟ ଏବଂ ପଶୁ ପକ୍ଷୀଙ୍କ ମଧ୍ୟରେ ପ୍ରକୃତିର ଏକ ଭିନ୍ନ ସଂଯୋଗ ରହିଛି । ସଗୁନ ଶାସ୍ତ୍ରରେ ମଧ୍ୟ ଝିଟିପିଟି ସମ୍ବନ୍ଧୀୟ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି । ସେଥିରେ ଝିଟିପିଟି ହଠାତ ଦେଖାଯିବା କିମ୍ବା ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିବା ଦ୍ୱାରା କଣ ଶୁଭ କିମ୍ବା ଅଶୁଭ ସଙ୍କେତ ମିଳିଥାଏ ସେହି ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ଚାଲନ୍ତୁ ସେହି ବିଷୟରେ ଜାଣିନେବା । ଆମ ହିନ୍ଦୁ ଧର୍ମ ଅନୁଯାୟୀ ଶାସ୍ତ୍ରରେ କୁହାଯାଇଛି ଯେ ଦୀପାବଳି ଦିନ ଝିଟିପିଟି ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଝିଟିପିଟି ଏପରି ଦେଖାଦେଲେ କେଉଁ ଉପାୟ କରିବା ଦ୍ୱାରା ସବୁ ମନସ୍କାମନା ପୁର୍ଣ୍ଣ ହୋଇଥାଏ ସେହି ବିଷୟରେ କହିବୁ ।

ଯଦି ଆପଣ ଘରେ ହଠାତ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ପୂଜାଘରକୁ ଯାଇ ସିନ୍ଦୁର ଏବଂ ଚାଉଳ ଆଣି ତା ଉପରକୁ ଫିଙ୍ଗି ନିଜର ଯାହାବି ମନସ୍କାମନା କହି ଦିଅନ୍ତୁ । ଦେଖିବେ ତାହା ପୂରଣ ହୋଇଯିବ । ଝିଟିପିଟି ଏକ ପୂଜନୀୟ ଜୀବ ଅଟେ । ମାତ୍ର ତାହାକୁ ଯଦି ଆପଣ କୌଣସି ସମୟରେ ବି କାନ୍ଥରେ ଦେଖୁଛନ୍ତି ତେବେ ଏହି ଉପାୟ କରନ୍ତୁ ନାହିଁ । ବରଂ ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ଝିଟିପିଟି ଦେଖାଗଲେ ଏହି ଉପାୟ କରନ୍ତୁ । ଝିଟିପିଟି ଦେଖିଲେ ତାହାକୁ ଘଉଡ଼ାଇ ଦିଅନ୍ତୁ ନାହିଁ । କାରଣ ଏହାଦ୍ବାରା ଆପଣଙ୍କର ହିଁ କ୍ଷତି ହୋଇଥାଏ । ଯେହେତୁ ଝିଟିପିଟି ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ ତାହାକୁ ଘଉଡ଼ାଇବା ଦ୍ୱାରା ଆପଣ ନିଜର ହିଁ କ୍ଷତି କରି ବସନ୍ତି ।

ଦୀପାବଳି ସମୟରେ ଘରେ ସଫାସୁତୁରା କରୁଥିବା ସମୟରେ ଯଦି ଆପଣଙ୍କ ଦ୍ୱାରା ଭୁଲରେ କୌଣସି ଝିଟିପିଟି ମରିଯାଏ କିମ୍ବା ମୃତ ଝିଟିପିଟି ଦେଖାଯାଏ ତେବେ ତାହାକୁ ତୁରନ୍ତ ନେଇ ମାଟିରେ ଗାତ ଖୋଳି ପୋତି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କ୍ରୋଧକୁ ସାମ୍ନା କରିବାକୁ ପଡ଼ିବ ନାହିଁ । ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ଅଜାଣତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ଯଦି ଆପଣ ଭୋଜନ କରୁଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣୁଛନ୍ତି ତେବେ ଏହା ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତି ହେବାକୁ ଯାଉଛି । ଯଦି ଆପଣ ଝିଟିପିଟିର ସମାଗମ ଦେଖନ୍ତି ତେବେ ଆପଣଙ୍କର ପୁରୁଣା ମିତ୍ର ସହିତ ସାକ୍ଷାତ ହେବାକୁ ଯାଉଛି ।

କିମ୍ବା ଅନେକ ଦିନ ହେବ ଯେଉଁ ଜିନିଷକୁ ଆପଣ ଖୋଜି ଆସୁଛନ୍ତି ତାହା ମିଳିବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ମୃତ ଝିଟିପିଟି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନକୁ କୌଣସି ଅଜଣା ସମସ୍ୟା ଆସିବାକୁ ଯାଉଛି । ଯାହାକି ଆପଣଙ୍କୁ ସତର୍କ ରହିବାକୁ କହୁଛି । ଯଦି ଆପଣଙ୍କ ହାତ କିମ୍ବା ମୁଣ୍ଡରେ ଝିଟିପିଟି ପଡ଼ି ଯାଉଛି ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ପ୍ରତିଷ୍ଠା ହେବାକୁ ଯାଉଛି । ଯଦି ଗୋଡ଼ରେ ଝିଟି ପଡ଼େ ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ମାତ୍ର ଯଦି ଆପଣ ଖାଇବା ସମୟରେ ଝିଟିପିଟି ଗୋଡ଼ରେ ଉଠି ଯାଉଛି ତେବେ ତାହା କୌଣସି ମାରାତ୍ମକ ରୋଗ ଦିଗରେ ସଙ୍କେତ ଦେଇଥାଏ । ଯଦି ଆପଣ ଖାଇବା ସମୟରେ ଝିଟିପିଟି ଦେଖୁଛନ୍ତି ତେବେ ତାହା ଧନ ଲାଭର ସଙ୍କେତ ଦେଇଥାଏ । ଯଦି ଆପଣ କୌଣସି ବିଷୟରେ କଥା ହେବା ସମୟରେ ଝିଟିପିଟି ଦେଖାଯାଏ ତେବେ ତାହାର ଅର୍ଥ ଆପଣ କହୁଥିବା କଥା ବହୁତ ଜଲଦି ସତ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *