ଘରକୁ ଏହି ପାଞ୍ଚଟି ପକ୍ଷୀ ଆସିଲେ ଲୋକେ ହୋଇଥାନ୍ତି କୋଟିପତି , ଆପଣ ବି ହୋଇ ପାରନ୍ତି ଭାଗ୍ୟବାନ :-

ଆମ ଆଖପାଖ ବାତାବରଣରେ ପକ୍ଷୀ ରହିବା ନିତାନ୍ତ ଜରୁରୀ ଅଟେ । ପକ୍ଷୀ ମାନେ ପରିବେଶକୁ ପରିଷ୍କାର ରଖିବା କାମ କରିଥାନ୍ତି । ମାତ୍ର ଆଜି ଆମେ ଆପଣଙ୍କୁ ଏପରି କିଛି ପକ୍ଷୀ ବିଷୟରେ କହିବୁ ଯାହା ଯଦି ଆପଣଙ୍କ ଘରକୁ ଆସିଥାଏ ତେବେ ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ । କାରଣ ଏହି ପକ୍ଷୀ କେବଳ ଭାଗ୍ୟବାନ ଲୋକଙ୍କ ଘରକୁ ଆସି ଭୋଜନ କରିଥାନ୍ତି । ଏହି ପକ୍ଷୀ ସେହି ବ୍ୟକ୍ତିର ସୌଭଗ୍ୟ ଏବଂ ମାତା ଲକ୍ଷ୍ମୀଙ୍କୁ ନେଇ ଆସିଥାଏ । ଏହି ପକ୍ଷୀକୁ ଦେଖିବା ଅର୍ଥ ସ୍ୱୟଂ ଭଗବାନ ବିଷ୍ଣୁଙ୍କୁ ଦେଖିବା ଅଟେ । ଶାସ୍ତ୍ର ଅନୁଯାୟୀ ରାଜା ଦଶରଥଙ୍କ ଘରକୁ ଯେତେବେଳେ ଏହି ପକ୍ଷୀ ଆସିଥିଲା ସେତେବେଳେ ସେ ନିଜେ ଏହି ପକ୍ଷୀକୁ ଖାଇବାକୁ ଦେଇଥିଲେ । ତେଣୁ ଏହି ପକ୍ଷୀ ଘରକୁ ଆସିଲେ ତାକୁ ନଘଉଡ଼ାଇ ଖାଇବାକୁ ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବ । ତେବେ ଚାଲନ୍ତୁ ସେହି ପକ୍ଷୀ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ନୀଳକଣ୍ଠ :-

ନୀଳକଣ୍ଠ ପକ୍ଷୀ ସ୍ୱୟଂ ଭଗବାନ ଶିବଙ୍କ ପ୍ରତୀକ ଅଟେ । ଏହି ପକ୍ଷୀ ବହୁତ କମ ଲୋକଙ୍କ ଘରେ ଆସି ବସିଥାଏ । ଏମିତିରେ ଯଦି ଏହି ପକ୍ଷୀ ଆପଣଙ୍କ ଘରେ ଆସି ବସୁଛି ତେବେ ଏହାର ଅର୍ଥ ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିଛି ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ତେଣୁ ଏହି ପକ୍ଷୀକୁ ନଘଉଡ଼ାଇ ଖାଇବାକୁ ଦାନା ଦିଅନ୍ତୁ । ଯଦି ଆପଣ ଏହି ପକ୍ଷୀକୁ ଘଉଡ଼ାଇ ଦେଉଛନ୍ତି କିମ୍ବା ମାରୁଛନ୍ତି ତେବେ ଆପଣଙ୍କୁ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ ।

୨ . ବେଦ ପୁରାଣରେ କୁହାଯାଇଛି ଯେ କାଉ ଯଦି ଆପଣଙ୍କ ଘରକୁ ଆସି ବସେ କିମ୍ବା ଦାନା ଖାଏ ତେବେ ତାହା ଆପଣଙ୍କର ସୌଭଗ୍ୟ ଅଟେ । ଏହି ପକ୍ଷୀକୁ ଦାନା ପାଣି ଦେଲେ ଅକାଳ ମୃତ୍ୟୁ ଟଳିଯିବା ସହିତ ରାହୁ କେତୁ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ । କାଉକୁ ଖାଇବାକୁ ଦେଲେ ଶନି ଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

୩ . ବାଇ ଚଢ଼େଇ :-

ଏହି ପକ୍ଷୀ ବିଷୟରେ ବର୍ଣ୍ଣନା ରାମଚନ୍ଦ୍ରଙ୍କ ସମୟରୁ ରହିଛି । ଏହି ପକ୍ଷୀକୁ ସ୍ୱୟଂ ରାଜା ଦଶରଥ ଖାଇବାକୁ ଦେଉଥିଲେ । ତେବେ ଏହି ପକ୍ଷୀ ଘରକୁ ଆସିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହି ପକ୍ଷୀ ଘରକୁ ଆସି ବସା ତିଆରି କରେ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ଯେଉଁ ଘରକୁ ଆସି ବସୁଛି ଏବଂ ଦାନା ପାଣି ଖାଉଛି ସେହି ଘରର ଭାଗ୍ୟ ଉଦୟ ହେବାକୁ ଯାଉଛି ।

୪ . ପାରା :-

ପାରା ଆସି ଘରେ ବସିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରକୁ ପାରା ଆସି ବସା ତିଆରି କରୁଛି ଏବଂ ଦାନା ପାଣି ଖାଉଛି ସେହି ଘରର ଦୁର୍ଭାଗ୍ୟ ଦୂର ହେବାକୁ ଯାଉଛି । କାରଣ ପାରା ସର୍ବଦା ଭଲ ମନରେ ହିଁ ଲୋକଙ୍କ ଘରକୁ ଆସିଥାଏ ।

୫ . ପେଚା :-

ଯଦି ସକାଳୁ ସକାଳୁ ଧଳା ପେଚା ଘରେ ଆସି ବସୁଛି ତେବେ ଏହାର ଅର୍ଥ ସ୍ୱୟଂ ଦେବୀ ଲକ୍ଷ୍ମୀ ନିଜ ବାହାନ ଦ୍ୱାରା ଆପଣଙ୍କ ଘରକୁ ବିରାଜମାନ କରିଛନ୍ତି । ସକାଳୁ ସକାଳୁ ପେଚା ଆସିଲେ ତାହା ଶୁଭ ହୋଇଥାଏ । ମାତ୍ର ରାତ୍ରି ସମୟରେ ପେଚା ଆସିଲେ ତାହା ଅଶୁଭ ହୋଇଥାଏ ଏବଂ ତାହା ଧନ ହାନୀର ସଙ୍କେତ ଦେଇଥାଏ ।

୬ . ଚିଲ :-

ଚିଲ ଘରକୁ ଆସି ବସିଲେ ଆପଣ ଜାଣି ଯାଆନ୍ତୁ ଯେ ଆପଣଙ୍କ ଧରେ ଧନ ଲାଭର ଯୋଗ ହେବାକୁ ଯାଉଛି । ହଠାତ ଆପଣ ଅସୀମ ଧନ ପ୍ରାପ୍ତି କରିବାକୁ ଯାଉଛନ୍ତି ।

କେଉଁ ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ ।

୧ .ବାଦୁଡ଼ି :-

ବାଦୁଡ଼ି ଘରକୁ ମନୁଷ୍ୟର କ୍ଷତି ପାଇଁ ଆସିଥାଏ । ଏହା ଘରକୁ ନକରାତ୍ମକତା ନେଇ ଆସିଥାଏ । ଏହାଦ୍ବାରା ଘରେ ପ୍ରେତାତ୍ମାର ବାସ ହୋଇଥାଏ । ଘରକୁ ବାଦୁଡ଼ି ଆସିବା ଦ୍ୱାରା ଘରେ ଅକାଳ ମୃତ୍ୟୁ ହୋଇଥାଏ । ତେଣୁ ଏପରି ପକ୍ଷୀ ଘରକୁ ଆସିଲେ ତାହାକୁ ତୁରନ୍ତ ଘଉଡ଼ାଇ ଦେବା ଉଚିତ ।

୨ . ଟିଠରୀ :-

ଏହି ପକ୍ଷୀ କେବେ କାହା ଘରକୁ ଆସେ ନାହିଁ । ଏହା ଭୂଇଁରେ ହିଁ ନିଜର ବସା ବନାଇ ଥାଏ । ମାତ୍ର ଯଦି ଏହି ପକ୍ଷୀ ଆପଣଙ୍କ ଘରକୁ ଆସି ବସୁଛି ତେବେ ଏହା ଆପଣଙ୍କ ବର୍ବାଦି ନେଇ ଆସୁଛି । ଏହାର ଅର୍ଥ ଭୂମିକମ୍ପ ହେବାକୁ ଯାଉଛି । ତେଣୁ ଏହି ପକ୍ଷୀ ଘରେ ବସିଲେ ତୁରନ୍ତ ତାହାକୁ ହଟାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *