କେବଳ ଗୋଟିଏ ସୋରିଷ ମୁଠାକୁ ନେଇ କରି ଦିଅନ୍ତୁ ଏହି ଉପାୟ , ହୋଇଯିବେ କୋଟିପତି :-

ମନୁଷ୍ୟ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟର ପରିଣତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ସରଳ ଏବଂ ସହଜ ଉପାୟ ମାନ ବର୍ଣ୍ଣିତ ହୋଇଛି । ରୋଷେଇ ଘରେ କିଛି ଜିନିଷ ସବୁବେଳେ ଆପଣ ବ୍ୟବହାର କରୁଥିବେ ଯାହାକୁ ଉପଯୋଗ କରି ଆପଣ ନିଜର ଦୁର୍ଭାଗ୍ୟକୁ ସୌଭଗ୍ୟରେ ପରିଣତ କରି ପାରିବେ । ତେବେ ସେହି ଜିନିଷ ହେଉଛି ସୋରିଷ । ଅନେକ ତାନ୍ତ୍ରିକ ଏବଂ ମନ୍ତ୍ର କାର୍ଯ୍ୟରେ ଏହା ବ୍ୟବହୃତ ହୋଇଥାଏ । ସୋରିଷ ଏପରି ଏକ ଚମତ୍କାରି ଶସ୍ୟ ଅଟେ ଯାହାକି ମନୁଷ୍ୟର ବାସ୍ତୁ ଏବଂ ଗ୍ରହ ଦୋଷକୁ ଦୂର କରିଥାଏ । ଏହା ମନୁଷ୍ୟକୁ ଧନୀ କରିବା ସହିତ ସୁଖ ସମୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସୋରିଷର କିଛି ମହତ୍ତ୍ୱପୂର୍ଣ୍ଣ ପ୍ରୟୋଗ ବିଷୟରେ କହିବୁ ।

୧ . ଯଦି ଆପଣଙ୍କ ଘରେ କେହି ଛୋଟ ପିଲା ସବୁବେଳେ କାନ୍ଦୁଥାଏ କିମ୍ବା ଚିଡ଼ି ଯାଉଥାଏ କିମ୍ବା ପିଲାର ସ୍ୱାସ୍ଥ୍ୟ ଅବସ୍ଥା ସବୁବେଳେ ଖରାପ ରହୁଥାଏ ତେବେ ତାହାର କାରଣ ହେଉଛି ନଜର ଦୋଷ । ତେଣୁ ନଜର ଦୋଷକୁ ଦୂର କରିବା ପାଇଁ ହାତରେ ସାତୋଟି ସାରିଷ ଦାନା , କିଛି ଲୁଣ ଏବଂ ଦୁଇଟି ନାଲି ଶୁଖିଲା ଲଙ୍କା ନିଅନ୍ତୁ । ବର୍ତ୍ତମାନ ସେହିସବୁ ସାମଗ୍ରୀକୁ ବାମ ହାତରେ ମୁଠା କରି ସେହି ପିଲାର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ । ବର୍ତ୍ତମାନ ତାହାକୁ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ସବୁବେଳେ ବିରକ୍ତ କିମ୍ବା କ୍ରୋଧିତ ହେଉଥାନ୍ତି ତେବେ ମଧ୍ୟ ଆପଣ ଏହି ଉପାୟ କରି ପାରିବେ । ଏହି ଉପାୟରେ ଆମ୍ବ କାଠ ଜାଳିଲେ ତାହା ଅତ୍ୟନ୍ତ ଉତ୍ତମ ହୋଇଥାଏ । ମାତ୍ର ଆପଣ ଚାହିଁଲେ ଅନ୍ୟ କାଠ ମଧ୍ୟ ନେଇ ପାରିବେ ।

୨ . ଯଦି ଆପଣଙ୍କର କୌଣସି କାମ ଅଟକି ରହିଛି କିମ୍ବା କାମ ବନ୍ଦ ହୋଇ ଯାଇଛି ତେବେ ଗୁରୁବାର ଦିନ ସୋରିଷ ଦାନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାମ ପୁଣିଥରେ ଆରମ୍ଭ ହୋଇଯିବ । ଏହାବ୍ୟତୀତ ଉନ୍ନତି ମଧ୍ୟ ହେବ ।

୩ . ଯଦି ଆପଣଙ୍କର ଶନି ଦଶା କିମ୍ବା ମହା ଦଶା ଚାଲୁଥାଏ କିମ୍ବା ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି ତେବେ ପ୍ରତ୍ୟକ ଶନିବାର ଏକ ମୁଠା ସୋରିଷ ନେଇ କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ଦଶା ଦୂର ହୋଇଯିବ । ଏହାବ୍ୟତୀତ ସବୁପ୍ରକାର ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଯିବ ।

୪ . ଯଦି ଆପଣଙ୍କର ଦିନକୁ ଦିନ ଆର୍ଥିକ ସମସ୍ୟା ବୃଦ୍ଧି ହେଉଛି ଏବଂ ଆପଣ ଦାରିଦ୍ର୍ୟତା ଦିଗରେ ଗତି କରୁଛନ୍ତି ତେବେ ଏକ କପଡ଼ାରେ ମୁଠାଏ ସୋରିଷ ରଖି ତାଉପରେ କିଛି ଧାନ , ଗହମ , ମୁଗ ଏବଂ ମାଣ୍ଡିଆକୁ ଏକତ୍ର ବାନ୍ଧି ଦିଅନ୍ତୁ । ପ୍ରତ୍ୟେକ କକ୍ଷ ପାଇଁ ଭିନ୍ନ ଭିନ୍ନ କରନ୍ତୁ । ତାପରେ ପତ୍ୟେକ କକ୍ଷରେ ଉତ୍ତର , ପୂର୍ବ କିମ୍ବା ଉତ୍ତର ପୂର୍ବ କିମ୍ବା ଐଶାନ୍ୟ କୋଣରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *