ଯଦି ପଇସା ଦରକାର ତେବେ ନିଅନ୍ତୁ 21ଟି ଚାଉଳ ଆଉ ତାପରେ…

କେହିଜଣେ ବହୁତ ଭଲ କହିଛନ୍ତି କି ପଇସା କମେଇବା ପାଇଁ ଏତେ ବି ସମୟ ଖର୍ଚ୍ଚ କରିଦିଅନି କି ପଇସା ଖର୍ଚ୍ଚ କରିବା ପାଇଁ ଆଉ ସମୟ ହିଁ ନଥିବ ତୁମ ପାଖରେ | କିନ୍ତୁ ସତରେ କଣ ବବୁତ ପଇସା କମେଇବା ଏତେ ସହଜ ହୋଇଥାଏ? ବନ୍ଧୁଗଣ ଏପରି କିଛି ଉପାୟ ଆମ ଧର୍ମଶାସ୍ତ୍ର ଏବଂ ଗୁଣି ଶାସ୍ତ୍ରରେ ଅନେକ ପୂର୍ବରୁ ଏହି ଉପାୟ ସବୁ କାର୍ଯକାରୀ ହେଉଛି | କୁହାଯାଏ ଯେ ଏହି କିଛି ସହଜ ଉପାୟ କରିବା ଦ୍ୱାରା ବବ୍ୟକ୍ତିଙ୍କର ଭାଗ୍ୟ ଯମକି ଯାଏ ବୋଲି | କେବଳ ସେହି ଉପାୟ ଗୁଡିକୁ ଶ୍ରଦ୍ଧାରେ କରିବା ନିହାତି ଆବଶ୍ୟକ ହୋଇଥାଏ |

ବନ୍ଧୁଗଣ ଧନ ଜୀବନର ସବୁଠୁ ଦରକାରୀ ଜିନିଷ ହୋଇଥାଏ | ଧନର ମହତ୍ୱ ଆଜିର ଦୁନିଆରେ ନୁହେଁ ବରଂ ପ୍ରାଚୀନ କାଳରୁ ଧନର ଅନେକ ମହତ୍ୱ ରହିଆସିଛି | ଧନ ବିନା ନା କୋୖଣସି ଯଜ୍ଞ ସମ୍ପନ ହୋଇଥାଏ ନା କୋୖଣସି କାର୍ଯ୍ୟ ସିଦ୍ଧି ହୋଇଥାଏ | ଧନ ବିନା ଜୀବନ ସମ୍ପୂର୍ଣ ଅସମ୍ପୂର୍ଣ ଅଟେ | ପ୍ରାଚୀନ କାଳରୁ ଏହା ମଧ୍ୟ କୁହାଯାଏ ଯେ ମାତା ଲଷ୍ମୀ ଏବଂ ମାତା ସରସ୍ବତୀଙ୍କର ପଡ଼େନି | ଅର୍ଥାତ ଏହା କୁହାଯାଏ ଯେ ଏକା ସାଙ୍ଗରେ କେବେ ଗୋଟେ ମାତା ଲଷ୍ମୀ ଏବଂ ସରସ୍ବତୀ ଏକା ଜାଗାରେ ରୁହନ୍ତିନି ବୋଲି | କିନ୍ତୁ ଆଧୁନିକ ଯୁଗରେ ଏହି ଚିନ୍ତା ସମ୍ପୂର୍ଣ ବଦଳି ଯାଇଛି | ଆଜି କଳି ଧନ ଏବଂ ବିଦ୍ୟା ସାଥିରେ ଚଲାନ୍ତି |

ବନ୍ଧୁଗଣ ଜୀବନରେ ଧନ ସବୁକିଛି ତ ହୋଇନଥଏ କିନ୍ତୁ ଧନ ଦ୍ୱାରା ହିଁ ଜୀବନରେ ଆମକୁ ସବୁ କିଛି ପ୍ରାପ୍ତ ହୋଇଥାଏ | କୁହାଯାଏ ଯେ ଧନରେ ହିଁ ଆପଣଙ୍କ ଜୀବନର 70% ସମସ୍ୟା ଦୂର ହୋଇଯାଏ ବୋଲି | ତେଣୁ ଧନର ଲୋଭ ରଖିବା କିଛି ଭୁଲ କଥା ହୋଇନଥାଏ | କିନ୍ତୁ ସେଇସବୁ କୁ ପ୍ରାପ୍ତ କରିବା ପାଇଁ ସବୁଠୁ ଆଗ ଦରକାର ହୁଏ ମାତା ଲଷ୍ମୀଙ୍କ ଆଶ୍ରିବାଦ | ବନ୍ଧୁଗଣ 21 ଟି ଚାଉଳ ଆପଣଙ୍କୁ ମାତା ଲଷ୍ମୀଙ୍କ କୃପା ପ୍ରାପ୍ତ କରେଇପାରେ | ଏହା ସହ ଆପଣଙ୍କୁ ମାଲାମାଲ ମଧ୍ୟ କରିପାରେ | ହଁ ବନ୍ଧୁଗଣ ଚାଉଳ ଆପଣଙ୍କ ଘରେ ଧନ-ସମ୍ପତ୍ତିର ଆଗମନ କରାଇପାରେ | ତେବେ ଚାଲନ୍ତୁ ଯାଣିନେବ ସେହି ଉପାୟ ଗୁଡିକୁ |

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚାଉଳକୁ ବହୁତ ଶୁଭ ମାନଯାଏ | ସବୁ ପ୍ରକାର ପୂଜାରେ ଚାଉଳର ପ୍ରୟୋଗ କରାଯାଏ | ଏବଂ ଏହାକୁ ସବୁଠୁ ସୁଦ୍ଧ ଏବଂ ଶୁଭ ଅର୍ଣ୍ଣ ବୋଲି ମଧ୍ୟ କୁହାଯାଏ | କାହିଁକି ନା ଏହା ଧନ ଭିତରେ ରୁହେ ଏବଂ ଏହାକୁ କୋୖଣସି ପଶୁ ପାଖି ଅଇଁଠା କରିପାରନ୍ତି ନାହିଁ | ଏବଂ ଧନର ମାତା ଲଷ୍ମୀଙ୍କୁ ସବୁଠୁ ପ୍ରିୟ ହୋଇଥାଏ ଏହି ଚାଉଳ | ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଚାଉଳ ଦ୍ୱାରା ହେଉଥିବା କିଛି କାର୍ଯ୍ୟକାରୀ ଉପାୟ କହିବାକୁ ଯାଉଛୁ | ତେବେ ବନ୍ଧୁଗଣ କୁହାଯାଏ ଯେ ଏହି ଉପାୟକୁ ଆମ ପୂର୍ବଜ ମାନେ ମଧ୍ୟ ଧନ ବଢାଇବା ପାଇଁ କରୁଥିଲେ ତେବେ ବନ୍ଧୁଗଣ ଏହି ଉପାୟ ବିଷୟରେ ଚାଲନ୍ତୁ ଜାଣିବା |

ବନ୍ଧୁଗଣ ଏହି ଉପାୟ ପାଇଁ ପ୍ରଥମେ 21ଟି ଚାଉଳର ଦାନା ନିଅନ୍ତୁ | ମାନେ ରଖିବେ ଏହି ଚାଉଳ ଆକ୍ସିତ ହେବା ଆବଶ୍ୟକ | ଅର୍ଥାତ ସେହି ଚାଉଳ ଅଖଣ୍ଡ ହେବା ଜରୁରୀ ଅଟେ | କେବେ ବି ଖଣ୍ଡ ଚାଉଳ କୋୖଣସି ଦେବା ଦେବୀଙ୍କୁ ସମର୍ପଣ କରିବେ ନାହିଁ | କାରଣ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ | ଏବଂ ଆକ୍ସିତ ଚାଉଳ ସମ୍ପୂର୍ଣ୍ଣତାର ପ୍ରତିରୂପ ହୋଇଥାଏ | ଯାହା ଆମ କାର୍ଯ୍ୟ କୁ ମଧ୍ୟ ସଫଳ ଏବଂ ପୁର୍ଣ କରାଇଥାଏ | ତେବେ ବନ୍ଧୁଗଣ ଏହି ଉପାୟକୁ ଆପଣ କୋୖଣସି ବି ଶୁଭ ଦିନ ସକାଳେ କରିପାରିବେ | ଯେମିତି କି ନବରାତ୍ରି, ହୋଲି, ଦୀପାବଳି ଭଳି ଦିନ ମାନଙ୍କରେ ଏବଂ କୋୖଣସି ବି ପୁର୍ଣିମା ଦିନ ଆପଣ ଏହି ଉପାୟକୁ କରିପାରିବେ |

ଏହିଦିନ ପ୍ରାପ୍ତ କାଳରୁ ଉଠି ସ୍ଵଚ୍ଚ ହୋଈ ଭଲ ଏବଂ ସଫା ବସ୍ତ୍ର ପରିଧାନ କରନ୍ତୁ | ଗୋଟେ ଲାଲ ରଙ୍ଗର ଛୋଟ ରେଶମ କପଡା ନିଅନ୍ତୁ ଏବଂ କିଛି ଚାଉଳ ଦାନା ନିଅନ୍ତୁ | ଏବଂ ଆପଣକୁ ଏହି ଚାଉଳର ଦାନାକୁ ହଳଦିଆ କରିବାର ଅଛି ଏବଂ ଏହାକୁ ଆପଣ ପୂର୍ବ ଦିନରୁ ହିଁ କରିକି ରଖିବା ଆବଶ୍ୟକ ଅଟେ | ଏହାକୁ ଆପଣ କିଛି ହଳଦୀ ଏବଂ ଗଙ୍ଗା ଜଳରେ ବୁଡାଇ ଏହାକୁ ହଳଦିଆ କରି ରଖିଦିଅନ୍ତୁ | ଏବଂ ଏହି ଉପାୟ କରିବା ବେଳେ ଆପଣଙ୍କୁ ସେହି ଚାଉଳ ଦାନାରୁ 21ଟି ଚାଉଳ ଦାନାକୁ ଅଲଗା ରଖିଦିଅନ୍ତୁ |

ଏହା ପରେ ସେହି ଲାଲ ରେଶମୀ କପଡାରେ ସେହି 21ଟି ଚାଉଳ ଦାନା ରଖିଦିଅନ୍ତୁ ଏବଂ ଏହା ପରେ ଆପଣ ତାକୁ ଗୋଟେ ପୋଟଳୀ ବନେଇଦିଅନ୍ତୁ ଏବେ ଏହା ପରେ ମାତା ଲଷ୍ମୀଙ୍କର ପଞ୍ଚତନ୍ତ୍ର ପୂଜା କରନ୍ତୁ ଏବଂ ସେହି ପୂଜାରେ ଆପଣ ଏହି ପୋଟଳୀକୁ ମଧ୍ୟ ପୂଜା କରନ୍ତୁ | ଏବଂ ପୂଜା ସରିବା ପରେ ସମସ୍ତଙ୍କ ପାଖରୁ ଲୁଚାଇ ସେଇ ଦାନାକୁ ଆପଣ ନିଜ ପର୍ସରେ ରଖିଦିଅନ୍ତୁ | ଏମିତି କୁହଯାଏ ଯେ କୋୖଣସି ବି ଦେବା ଦେବୀଙ୍କୁ ଆମନ୍ତ୍ରିତ କରିବା ବେଳେ ସର୍ବଦା ହଳଦିଆ ଚାଉଳ ଦ୍ୱାରା ହିଁ ଆମନ୍ତ୍ରିତ କରିବା ଆବଶ୍ୟକ ହୋଇଥାଏ |

ଏବଂ ଏମିତି କରିବା ଦ୍ୱାରା ଆପଣ ଆମନ୍ତ୍ରୀନ୍ତ କରେଇ ଥିବା ଦେବା ଦେବୀ ନିଶ୍ଚିତ ଆପଣଙ୍କ ଗୁହାରି ଶୁଣିଥାନ୍ତି | ଏବଂ ଯଦି ଆପଣ ଏମିତି କରନ୍ତି ଏବଂ ସେହି ହଳଦିଆ ଚାଉଳକୁ ଆପଣ ନିଜ ପର୍ସରେ ସବୁଦିନ ପାଇଁ ରଖନ୍ତି ତେବେ ଆପଣଙ୍କ ପାଖେ ମାତା ଲଷ୍ମୀ ସବୁଦିନ ପାଇଁ ରହିଯାଆନ୍ତି | ଏବଂ ଆପଣଙ୍କୁ ଧନର କୋୖଣସିବି ଚିନ୍ତା କରିବାକୁ ପଡ଼େନାହିଁ |

Leave a Reply

Your email address will not be published. Required fields are marked *