ଭଗବାନ ଶ୍ରୀକୃଷ୍ଣ କହନ୍ତି – ଜୀବନରେ ଭଲ ସମୟ ଆସିବା ପୂର୍ବରୁ ଏହି ପାଞ୍ଚଟି ସଙ୍କେତ ମିଳିଥାଏ :-

ଜୀବନ ସର୍ବଦା ସୁଖ ଦୁଃଖରେ ପରିପୂର୍ଣ୍ଣ ଥାଏ । ଦୁଃଖ ସମୟ ସବୁବେଳେ ରହେନାହିଁ କିମ୍ବା ସୁଖର ସମୟ ମଧ୍ୟ ସବୁବେଳେ ରହେନାହିଁ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉନ୍ନତି ଅବନତି ନିଶ୍ଚିତ ଆସିଥାଏ । ଏସବୁ ସମୟ ଚକ୍ର କାରଣରୁ ହୋଇଥାଏ । ସମୟ ଖୁବ ମୂଲ୍ୟବାନ ହୋଇଥାଏ ।ସମୟର ପ୍ରହରରେ ଅନେକ ଗରିବ ଲୋକବି ଧନୀ ହୋଇ ଯାଆନ୍ତି । ମାତ୍ର ଏହା ଜାଣିବା କଷ୍ଟକର ଯେ କାହା ଜୀବନରେ କେତେବେଳେ ଭଲ ସମୟ ଆସିବ । ତେବେ ଆଜିକାର ଏହି ଲେଖାରେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଏହି ପାଞ୍ଚଟି ସଙ୍କେତ ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜର ଭଲ ସମୟ ଆସିବା ପୂର୍ବରୁ ଜାଣି ପାରିବେ ।

ନାରଦ ମୁନି ବୈକୁଣ୍ଠରେ ପହଞ୍ଚି ଭଗବାନ ବିଷ୍ଣୁଙ୍କୁ ଏହି ସମ୍ବନ୍ଧରେ ସର୍ବପ୍ରଥମେ ପଚାରିଥିଲେ । ଭଗବାନ ବିଷ୍ଣୁ ଏହାର ଉତ୍ତରରେ କହିଥିଲେ ଯେ ସେ ନିଜେ ଏହିପରି କିଛି ସଙ୍କେତ ପଶୁ ପକ୍ଷୀ କିମ୍ବା ମନୁଷ୍ୟ ଦ୍ୱାରା ହିଁ ଲୋକଙ୍କ ପାଖକୁ ପଠାଇଥାନ୍ତି । ଯାହାକୁ ମନୁଷ୍ୟ ଜାଣି ପାରିବା ଆବଶ୍ୟକ ଅଟେ ।

୧ . ଯଦି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ନିଦ ଭାଗୁଛି ଏବଂ ଆପଣ ଭଗବାନଙ୍କ ଦର୍ଶନ ଲାଭ କରୁଛନ୍ତି କିମ୍ବା ଆପଣଙ୍କୁ ଏପରି ପ୍ରତୀତ ହେଉଛି ଯେପରି ଆପଣଙ୍କୁ କେହି ଭିନ୍ନ ଦିଗକୁ ନେଇ ଯାଉଛି ଯାହା ଆପଣଙ୍କୁ ସଫଳତା ଦେଉଛି । ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ଏହା ଏକ ସଙ୍କେତ ଅଟେ ।

୨ . ସମୟ ସମୟରେ ଆପଣଙ୍କ ମନ ବିନା କାରଣରେ ପ୍ରସନ୍ନ ଥାଏ । ଆପଣ ବିନା କାରଣରେ ହିଁ ବହୁତ ଖୁସି ହୁଅନ୍ତି ଏବଂ ହସିବାରେ ଲାଗନ୍ତି । ତେବେ ଏହାର ଅର୍ଥ ଆପଣଙ୍କର ଭଲ ସମୟ ପାଖେଇ ଆସୁଛି । ଏପରି ସଙ୍କେତ ମିଳିବା ଅର୍ଥ ଆପଣ ଯାହା ଚାହୁଁଥିବେ ତାହା ଆପଣଙ୍କୁ ମିଳିବାକୁ ଯାଉଛି । ଏହା ଈଶ୍ୱରଙ୍କ ସବୁଠାରୁ ବଡ଼ ସଙ୍କେତ ହୋଇଥାଏ ।

୩ . ଯଦି କୌଣସି ଦିନ ଗୋମାତା ଆପଣଙ୍କ ଦ୍ୱାରକୁ ବାରମ୍ବାର ଖାଦ୍ୟ ପାଇଁ ଆସୁଛନ୍ତି , କିମ୍ବା ମାଙ୍କଡ଼ ଆପଣଙ୍କ ଦ୍ୱାରକୁ ଖାଦ୍ୟ ଉଠାଇ ନେଇ ଯାଉଛି , ବିରାଡ଼ି ଆପଣଙ୍କ ଘରେ ଛୁଆ ଜନ୍ମ ଦେଉଛି କିମ୍ବା ପକ୍ଷୀ ବାରମ୍ବାର ଆପଣଙ୍କ ଅଗଣାକୁ ଆସୁଛି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣ ବହୁତ ଜଲଦି ଏକ ଭଲ ଯୋଗ୍ୟ ପଦବୀରେ ନିୟୋଜିତ ହେବାକୁ ଯାଉଛନ୍ତି ଏବଂ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବାକୁ ଯାଉଛି ।

୪ . ଛୋଟ ପିଲାମାନେ ଭଗବାନଙ୍କ ରୂପ ହୋଇଥାନ୍ତି । ତେଣୁ ଏମିତିରେ ଯଦି କେଉଁ ଦିନ ଛୋଟ ପିଲାମାନେ ଆପଣଙ୍କ ଅଗଣାକୁ ଆସି ଖୁସିରେ ଖେଳୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଯିବାଙ୍କୁ ଖୁସି ଆସିବାକୁ ଯାଉଛି । ନୂଆ ସମ୍ପର୍କ ସ୍ଥାପନ ହେବାକୁ ଯାଉଛି । ଏହାବ୍ୟତୀତ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି ।

୫ . ଯଦି ହଠାତ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଭିନ୍ନ ରୋଜଗାରର ଦିଗ ଖୋଲି ଯାଉଛି ତେବେ ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହି ସଙ୍କେତ ଆପଣଙ୍କୁ ଜଣେଇବାକୁ ଚାହୁଁଛି ଯେ ବହୁତ ଜଲଦି ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଛି ।

୬ . ଯଦି ପୂଜା ଥାଳିରୁ ହଠାତ ଫୁଲ କିମ୍ବା ଚନ୍ଦନ ପଡ଼ିବା , ହଠାତ ଘରକୁ ଅତିଥୀଙ୍କ ଆଗମନ , ଭଗବାନଙ୍କ ମୂର୍ତ୍ତି ଆପଣଙ୍କ ଦିଗକୁ ଚାହିଁ ହସୁଥିବା ଭଳି ପ୍ରତୀତ ହେବା , ମହିଳାଙ୍କର ବାମ ଆଖି ଏବଂ ପୁରୁଷଙ୍କ ଡାହାଣ ଆଖି ଡେଇଁବା ଇତ୍ୟାଦି ସଙ୍କେତ ମଧ୍ୟ ଆଗାମୀ ସମୟରେ ଶୁଭ ସମୟରେ ସଙ୍କେତ ଦେଇଥାଏ ।

Leave a Reply

Your email address will not be published. Required fields are marked *