ପୂଜା ଘରର ଭୁଲରେବି ଏହି ସାତୋଟି ମୂର୍ତ୍ତି ରଖନ୍ତୁ ନାହିଁ ନଚେତ ଆପଣ ବର୍ବାଦ ହୋଇଯିବେ :-

ଆଜିକାର ଲେଖାରେ ଆମେ ଆପଣଙ୍କୁ ପୂଜାଘରେ କେଉଁ ସାତୋଟି ମୂର୍ତ୍ତି ରହିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ତେଣୁ ଯଦି ଆପଣ ସେହି ମୂର୍ତ୍ତି ନିଜ ପୂଜାଘରେ ରଖୁଛନ୍ତି ତେବେ ତାହାକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ । ନଚେତ ଆପଣଙ୍କର ଅନେକ କ୍ଷତି ହୋଇପାରେ ଏବଂ ଆପଣଙ୍କୁ ପୂଜାର ଓଲଟା ଫଳ ମିଳିପାରେ । ପ୍ରଥମତଃ ଆପଣ ଘରେ ପୂଜାଘର କରିଥିଲେ ସର୍ବଦା ଉତ୍ତର ପୂର୍ବ କୋଣ ଅର୍ଥାତ ଐଶାନ୍ୟ କୋଣରେ କରିବା ଉଚିତ । କାରଣ ଘରର ଅନ୍ୟ ସ୍ଥାନରେ ନକରାତ୍ମକତା ରହିଥାଏ । ମାତ୍ର କେବଳ ଏହି କୋଣରେ ସକାରାତ୍ମକତା ରହିଥାଏ । ଏହି କୋଣର ପୂଜାଘର କରିବା ସବୁଠାରୁ ଉତ୍ତମ ହୋଇଥାଏ ।

୧ . ନଟରାଜ ମୂର୍ତ୍ତି :-

ନଟରାଜ ମୂର୍ତ୍ତି ହେଉଛି ମହାଦେବ ଶିବଙ୍କର ତାଣ୍ଡବ କରୁଥିବାର ରୂପ । ତେଣୁ ଏହି ମୂର୍ତ୍ତି ଯଦି ଆପଣଙ୍କ ପୂଜା ଘରେ ରହେ ତେବେ ଆପଣଙ୍କ ଘରେ ମଧ୍ୟ ତାଣ୍ଡବ ହୋଇପାରେ ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ମୂର୍ତ୍ତିକୁ କେବେ ପୂଜା ଘରେ ରଖନ୍ତୁ ନାହିଁ ।

୨ . ମାତା କାଲିଙ୍କ ଫୋଟ କିମ୍ବା ମୂର୍ତ୍ତି :-

ରାକ୍ଷସ ମାନଙ୍କର ବିନାଶ ପାଇଁ ମାତା ପାର୍ବତୀ କାଳି ରୂପ ଧାରଣ କରିଥିଲେ ତାହା ମାତାଙ୍କର ବିଧ୍ଵଂସକ ରୂପ ଥିଲା । ସେତେବେଳେ ମାତା କାଳୀ ଅତ୍ୟନ୍ତ କ୍ରୋଧିତ ଅବସ୍ଥାରେ ଥିଲେ । ତେଣୁ ଏହି ମୂର୍ତ୍ତି ଘରେ ଥିଲେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ।

୩ . ଶନିଦେବଙ୍କ ମୂର୍ତ୍ତି :-

ଏମିତିରେ ତ ଦୁନିଆରେ ଶନିଦେବଙ୍କୁ ନ୍ୟାୟର ଦେବତା ମାନା ଯାଇଛି । ମାତ୍ର ଶନିଦେବଙ୍କୁ ତାଙ୍କ ସ୍ତ୍ରୀ ଅଭିଶାପ ଦେଇଥିଲେ ଯେ ତାଙ୍କ ଦୃଷ୍ଟି ଯାହା ଉପରେ ପଡ଼ିବ ତାର ବିନାଶ ହୋଇଯିବ । ତେଣୁ ଆପଣ ଯଦି ଶନିଦେବଙ୍କ ମୂର୍ତ୍ତି ଘରେ ରଖିଛନ୍ତି ତେବେ ତାହାକୁ ବାହାର କରି ଦିଅନ୍ତୁ ।

୪ . ଭୈରବ ବାବାଙ୍କ ମୂର୍ତ୍ତି :-

ଆପଣ ମାନେ ଜାଣିଥିବେ ଯେ ଭୈରବ ବାବାଙ୍କୁ ତନ୍ତ୍ର ସାଧନାର ଭଗବାନ କୁହାଯାଏ । ତେଣୁ ଘରେ ତାଙ୍କ ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ ନୁହେଁ ।

୫ . ମାତା ଲକ୍ଷ୍ମୀଙ୍କ ଛିଡ଼ା ହୋଇଥିବା ମୂର୍ତ୍ତି କିମ୍ବା ଫୋଟ :-

ଏମିତିରେ ତ ମାତା ଲକ୍ଷ୍ମୀ ଘରେ ସୁଖ ସମୃଦ୍ଧି ଏବଂ ଧନ ଆସିବାର ଦେବୀ ଅଟନ୍ତି । ମାତ୍ର ଆପଣ ଯଦି ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରେ ସ୍ଥାୟୀ ଭାବରେ ରଖିବାକୁ ଚାହୁଁଛନ୍ତି ତେବେ ତାଙ୍କର ଛିଡ଼ା ହୋଇଥିବା ମୂର୍ତ୍ତି ବଦଳରେ ବସିଥିବା ମୂର୍ତ୍ତି ରଖନ୍ତୁ ।

୬ . ରାହୁ ଏବଂ କେତୁର ମୂର୍ତ୍ତି :-

ସମୁଦ୍ର ମନ୍ଥନ ସମୟରେ ରାହୁ ଏବଂ କେତୁଙ୍କ ଜନ୍ମ ହୋଇଥିଲା । ସେମାନେ ଦୁହେଁ ବିଷ ପାନ କରିଥିଲେ । ମାତ୍ର ସେହି ଦୁହିଁଙ୍କୁ ବିଧ୍ଵଂସକ ମାନା ଯାଏ । ଏମାନଙ୍କର ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ ନୁହେଁ ।

୭ . ଗୋଟିଏ ଦେବତାଙ୍କର ତିନୋଟି ମୂର୍ତ୍ତି କିମ୍ବା ଫୋଟ :-

ଜଣେ ଦେବତାଙ୍କର କେବେବି ତିନୋଟି ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ ନୁହେଁ । ଯଦି ଆପଣ ଏମିତି କୌଣସି ମୂର୍ତ୍ତି ରଖିଛନ୍ତି ତେବେ ସେଥିରୁ ଦୁଇଟି ବାହାର କରି କୌଣସି ବ୍ୟକ୍ତିକୁ ଦାନ ଦେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *