ଘର ଭିତରେ ଏହି ଦେବୀଙ୍କ ନାମ ଭୁଲରେବି ନିଅନ୍ତୁ ନାହିଁ :-

ଘର ଭିତରେ କିଛି ଦେବୀଙ୍କ ନାମ ନେବା ଅଶୁଭ ହୋଇଥାଏ । ସାଧରଣତଃ ମନୁଷ୍ୟ ପାଇଁ ତାର ଘର ମନ୍ଦିର ସଦୃଶ୍ୟ ହୋଇଥାଏ । ତେଣୁ ସେ ସର୍ବଦା ଘରକୁ ଶୁଦ୍ଧ ଏବଂ ପବିତ୍ର ଏବଂ ଭଗବାନଙ୍କ ସ୍ଥିତିକୁ ବଜାୟ ରଖିବା ପାଇଁ ଘରକୁ ଭିନ୍ନ ଭିନ୍ନ ପ୍ରକାରେ ସଜାଇ ଥାଏ । ଭିନ୍ନ ଭିନ୍ନ ପ୍ରୟାସ ମଧ୍ୟ କରିଥାଏ ଘରର ସକାରାତ୍ମକତାକୁ ବଜାୟ ରଖିବା ପାଇଁ । ସାଧରଣତଃ ମାତା ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି ଏବଂ ଗୋଟିଏ ସ୍ଥାନରେ କେବେବି ରହନ୍ତି ନାହିଁ । ତେଣୁ କୌଣସି ପ୍ରକାରର ବି ତ୍ରୁଟି କାରଣରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପାରନ୍ତି ।

ଘରେ ଦେବଦେବୀଙ୍କ ପୂଜାପାଠ ପାଇଁ ମନ୍ଦିର ରହିବା ଅତ୍ୟନ୍ତ ଜରୁରୀ ଅଟେ । ମନ୍ଦିରରେ ଅନେକ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପନା କରାଯାଇ ପୂଜା ହୋଇଥାଏ । ତେଣୁ ପ୍ରଥମତଃ ଘରର ମନ୍ଦିରରେ ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା ଫୋଟ ରହିବା ନିତାନ୍ତ ଜରୁରୀ ଅଟେ । କାରଣ ଭଗବାନ ଗଣେଶ ଆଦ୍ୟ ଦେବତା ହୋଇଥାନ୍ତି । ଭଗବାନ ଗଣେଶଙ୍କ ପୂଜା ବିନା ଅନ୍ୟ କୌଣସି ଦେବଦେବୀଙ୍କ ପୂଜା କରାଯାଇ ପାରିବ ନାହିଁ

ଘରର ମନ୍ଦିରରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ଉଚିତ । କାରଣ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ଘରର ମନ୍ଦିରରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରିବା ଉଚିତ । ଏହାଦ୍ବାରା ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ ।

ଘରର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରି ପ୍ରତ୍ୟକେ ଦିନ କ୍ଷୀରରେ ଅଭିଷେକ କରି ଚନ୍ଦନ ଲେପନ କରିବା ଉଚିତ ଏବଂ ପୂଜା କରିବା ଉଚିତ । ପୂଜାଘରେ ମାତା ସରସ୍ୱତୀଙ୍କ ମୂର୍ତ୍ତି ରଖି ପୂଜା କରିବା ଉଚିତ । ବିଶେଷ କରି ବିଦ୍ୟାର୍ଥୀଙ୍କ କକ୍ଷରେ ମାତା ସରସ୍ୱତୀଙ୍କ ଫୋଟ ଏବଂ ମୂର୍ତ୍ତି ରଖି ତାଙ୍କୁ ପୂଜା କରିବାକୁ ଶିକ୍ଷା ଦେବା ଉଚିତ । ଏହାଦ୍ବାରା ଶିକ୍ଷା କ୍ଷେତ୍ର ସେମାନଙ୍କର ଉନ୍ନତି ହୋଇଥାଏ । ଖରାପ ଶକ୍ତି ଏବଂ ନକରାତ୍ମକତା ଠାରୁ ଘରକୁ ବଞ୍ଚାଇବା ପାଇଁ ଘରେ ହନୁମାନ ମୂର୍ତ୍ତି ରଖି ପୂଜାପାଠ କରନ୍ତୁ । ଏହାଦ୍ବାରା ବାହାର ଲୋକଙ୍କ ସହିତ ଆସୁଥିବା ନକରାତ୍ମକତା ଘର ଭିତରକୁ ଆସିବ ନାହିଁ । ଏହାବ୍ୟତୀତ କୁଳଦେବୀ କିମ୍ବା ଦେବତାଙ୍କ ଫୋଟ ମଧ୍ୟ ରଖିବା ଉଚିତ ।

ଘର ଭିତରେ ଏହି କିଛି ଭୁଲ ଆଦୋୖ କରିବା ଉଚିତ ନୁହେଁ ।

ଘରକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଏଥିପାଇଁ ପ୍ରତ୍ୟେକ ଦିନ ସକାଳ ସମୟରେ ଘରକୁ ସଫା କରିବା ଉଚିତ । ସନ୍ଧ୍ୟା ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେଁ । ଘରେ କୌଣସି ପ୍ରକାରର ନକରାତ୍ମକ କାର୍ଯ୍ୟ କରନ୍ତୁ ନାହିଁ । ଯେପରିକି ମଦ ପିଇବା , ମାଂସ ଖାଇବା ଇତ୍ୟାଦି । ଘର ଭିତରେ ବଢ଼ିଆଣି ଜାଲ ତିଆରି ହୋଇଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ଏବଂ ପୂଜା ଘରେ ଦେବଦେବୀଙ୍କ ଫୋଟ ସହିତ ମୃତ ବ୍ୟକ୍ତିଙ୍କ ଫୋଟ ରଖନ୍ତୁ ନାହିଁ । ନଚେତ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଘରକୁ ପ୍ରବେଶ କରିବା ସମୟରେ ସର୍ବଦା ହାତ ଗୋଡ଼ ଧୋଇବା ପରେ ହିଁ ପ୍ରବେଶ କରନ୍ତୁ । ଏହାଦ୍ବାରା ଆପଣଙ୍କ ସହିତ ବାହାରୁ ଆସୁଥିବା ନକରାତ୍ମକତା ଆଉ ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ ।

ଘରେ ମାତା ଲକ୍ଷ୍ମୀଙ୍କ ବାସ ରହିବା ଉଚିତ । ଏହାଦ୍ବାରା ଉନ୍ନତି ହୋଇଥାଏ । ମାତ୍ର ଧ୍ୟାନ ଦେବେ ଯେପରି ଘରେ ଅଲକ୍ଷ୍ମୀ ବାସ ନକରନ୍ତି । ତେଣୁ ଘରର ମୁଖ୍ୟଦ୍ୱାରରେ ଲେମ୍ବୁ ଏବଂ ଲଙ୍କା ବାନ୍ଧି ଟଙ୍ଗେଇ ଦିଅନ୍ତୁ । ଏହାଦ୍ବାରା ଖରାପ ନଜର ଏବଂ ଅଲକ୍ଷ୍ମୀ ମଧ୍ୟ ଦୂରେଇ ରହିବେ । ଘର ମଧ୍ୟରେ କାହାକୁ ଅପଶବ୍ଦ କହିବା ଉଚିତ ନୁହେଁ କିମ୍ବା କାହାରି ମୃତ୍ୟୁର କାମନା କରିବା ମଧ୍ୟ ଉଚିତ ନୁହେଁ । ଯେଉଁ ଘରେ ଏପରି ହୋଇଥାଏ ସେହିଘରେ ଭଗବାନ କେବେବି ବାସ କରନ୍ତି ନାହିଁ । ଘରେ ବୟସ୍କ ବୃଦ୍ଧଙ୍କ ସେବା କରିବା ଉଚିତ ।

ଆମ ହିନ୍ଦୁ ଧର୍ମରେ ପୂଜାର ଠିକ ବିଧି ବିଷୟରେ କୁହାଯାଇଛି । ସାଧରଣତଃ ଲୋକେ ଅନେକ ଉପାୟ ଏବଂ କଷ୍ଟ କରିବା ସତ୍ତ୍ୱେବି ତାଙ୍କୁ ପୂଜାର ଫଳ ମିଳିପାରେ ନାହିଁ । ତେଣୁ ଆମ ଧର୍ମ ଶାସ୍ତ୍ରରେ ପୂଜାର ଉଚିତ ବିଧାନ ବିଷୟରେ ବର୍ଣ୍ଣନା କରାଯାଇଛି । ପୂଜାଘରକୁ ସର୍ବଦା ପରିଷ୍କାର ରଖିବା ଉଚିତ । କାରଣ ଏହା ସକାରାତ୍ମକ ସ୍ଥାନ ହୋଇଥାଏ ।

ପୂଜାଘରକୁ ଅପରିଷ୍କାର ରଖିଲେ ନକରାତ୍ମକତା ବାସ ହୋଇଥାଏ ଏବଂ ଘରେ ସମସ୍ୟା ଦେଖା ଦେଇଥାଏ । ପୂଜା କରିବା ସମୟରେ ଆସନରେ ବସି ପୂଜା କରିବା ଉଚିତ । ଏଥିପାଇଁ ଏକ ସ୍ୱତନ୍ତ୍ର ଆସନ ଆବଶ୍ୟକ । ମାଳା ଜପ ସମୟରେ ମଧ୍ୟ ଅନ୍ୟର ମାଳା ବ୍ୟବହାର କରିବା ଉଚିତ ନୁହେଁ । ନଚେତ ଏହାଦ୍ୱାରା ଭଗବାନ କ୍ରୋଧିତ ହୁଅନ୍ତି । ପୂଜା କରିବା ପାଇଁ ପ୍ରତ୍ୟେକ ଦିନ ଏକ ନିର୍ଦିଷ୍ଟ ସମୟ ରଖନ୍ତୁ ଏବଂ ପୂଜା କରିବା ସମୟରେ ସର୍ବଦା ନିଜର ମୁଣ୍ଡକୁ ଘୋଡ଼ାଇ ରଖନ୍ତୁ ।

Leave a Reply

Your email address will not be published. Required fields are marked *