ଭଗବାନଙ୍କ ସାମ୍ନାରେ କାନ୍ଦିବା ଦ୍ୱାରା ଆପଣଙ୍କ ଜୀବନରେ କଣ ଘଟିଥାଏ..

ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥରେ ଆରମ୍ଭରେ ଏହି ବ୍ରହ୍ମାଣ୍ଡ ଖାଲି ଥିଲା,ସବୁ ଆଡେ କେବଳ ଅନ୍ଧକାର ଥିଲା | ଏହା ପରେ ଗୋଟିଏ ବଡ଼ ଶିବ ଲିଙ୍ଗ ପ୍ରକଟ ହେଲା ଯାହା ଦ୍ୱାରା ଏହି ସମ୍ପୂର୍ଣ ବ୍ରହ୍ମାଣ୍ଡ ଉର୍ଜାରେ ଭରିଗଲା | ଏହା ପରେ ଏହି ବ୍ରହ୍ମାଣ୍ଡ ରେ ଅନେକ ପଦାର୍ଥର ନିର୍ମାଣ ହେଲା ଯେଉଁ ଥିରେ ଜଳ, ଅଗ୍ନି ବାୟୁ ଆଦି ସୃଷ୍ଟି ହେଲା | ତେବେ ଏହି ସବୁ ଜିନିଷ ରେ ବିଶ୍ୱାସ ଅଛି କି ଭଗବାନ ଶିବ ଶମ୍ଭୁଙ୍କର ବାସ ଅଛି |

ସମସ୍ତ ବ୍ରହ୍ମାଣ୍ଡ ରେ କୋଣ କୋଣ ରେ ରହିଥିବା ଉର୍ଜା ଶିବ ହିଁ ଅଟନ୍ତି | ଶିବ ହିଁ ଆଦି ଏବଂ ଶିବ ହିଁ ଅନ୍ତ | ଆପଣ ଯେବେ ବି ପୂଜା କରିବାକୁ ବସନ୍ତି ସେତେବେଳେ ଆପଣଙ୍କ କନେକ୍ସନ ଈଶ୍ୱରଙ୍କ ସାଥିରେ ହୋଇ ଥାଏ | ଈଶ୍ୱର ସର୍ବ ବ୍ୟାପି ଅଟନ୍ତି ସମସ୍ତ ସର୍ଜିବ ଏବଂ ନିର୍ଜୀଵ ବସ୍ତୁରେ ତାଙ୍କର ବାସ ହୋଇଥାଏ | ଏହି ପ୍ରକାରରେ ଯେତେ ବେଳେ ଆପଣଙ୍କ ଅନ୍ତର ଆତ୍ମା ଭଗବାନଙ୍କ ସହ ଯୋଡି ହୋଇଯାଏ ତେବେ ସେତେବେଳେ ଈଶ୍ୱର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି | ବେଳେବେଳେ ଏହାକୁ ଆମେ ଜାଣି ପାରନ୍ତି ନାହିଁ |

ସର୍ବବ୍ୟାପୀ ସମସ୍ତ ଜୀବ ଜନ୍ତୁଙ୍କ ଦେହରେ ରହିଥାନ୍ତି, ଯେତେ ବେଳେ ଆମେ ତାଙ୍କୁ ପୂଜା କରୁ ତ ପୁରା ପରିବେଶ ସକାରାତ୍ମକ ଉର୍ଜାରେ ଭରିହେଇ ଯାଏ | ଏବଂ ଏହି କାରଣ ରୁ ଆମକୁ ଉତ୍ତମ ଅନୁଭବ ହୋଇଥାଏ,ଦୁଃଖ ବି ଖୁସିରେ ବଦଳିଯାଏ | କାରଣ ଏହି ସକାରାତ୍ମକ ଉର୍ଜା ହିଁ ପ୍ରଭାଵଶାଳୀ ହୋଇଥାଏ | ଅନେକ ସମୟରେ ପାଠ ପଢିଲା ବେଳେ ମା ସରସ୍ବତୀଙ୍କ ଧ୍ୟାନ କରି ଥାଉ |

ତ ସେତେବେଳେ ଅଚାନକ ଆଖିରୁ ଲୁହ ଆସିଯାଇଥାଏ ତେବେ ଏମିତି ହେବାର କାରଣ ଏହା କି ମା ସରସ୍ବତୀ ଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ବନୁଛି | ଏହା ବ୍ୟତୀତ ଯେବେ ଆମେ ଈଶ୍ୱରଙ୍କ କିଛି କାହାଣୀ ଶୁଣିଥାଉ ସେତେବେଳେ ଆମ ଆଖିରେ ଲୁହ ଆସିଯାଏ | ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ମଧ୍ୟ ଏହିପରି ଅନୁଭବ ହେଉଛି ତେବେ ଏହାର କାରଣ ଈଶ୍ୱରଙ୍କ କୌଣସି ସଂକେତ ହୋଇପାରେ | ତେବେ ଆଜି ଏହି ପୋଷ୍ଟ ରେ ଆମେ ଏହି ବିଷୟରେ କହିବାକୁ ଯାଉଛି | ତେବେ ଆସନ୍ତୁ ଜାଣିବା..

ଆଖିରେ ଲୁହ ଆସିବ – ଅନେକ ସମୟରେ ଦେଖାଯାଏ ଆପଣଙ୍କ ଈଶ୍ୱରଙ୍କୁ ପୂଜା କରିବା ସମୟରେ ଆପଣଙ୍କ ଆଖିରେ ଲୁହ ଆସିଯାଇଥାଏ | ତେବେ ଏହା ହେବାର ସଂକେତ ହେଉଛି ଆପଣଙ୍କ ଆତ୍ମା ଈଶ୍ୱରଙ୍କ ସହ ଯୋଡି ହୋଇଯାଇଛି ସେଥିପାଇଁ ଆପଣଙ୍କୁ ତାଙ୍କର ଉର୍ଜା ଅନୁଭବ ହେଉଛି ତେବେ ଏହି ସମୟ ରେ ଭଗବାନଙ୍କୁ ଯାହା ମାଗିବେ ଭଗବାନ ଦେଇଥାନ୍ତି | ଅନେକ ଲୋକ ଏହାକୁ ସଂଯୋଗ ଭାବିଥାନ୍ତି କିନ୍ତୁ ପ୍ରକୃତରେ ଈଶ୍ୱର ଙ୍କୁ ନିଜ ମନର କଥା କହିବାର ଏହା ହିଁ ସର୍ବୋତମ ସମୟ ହୋଇଥାଏ | ଏହା ବ୍ୟତୀତ ଆଖିରେ ଲୁହ ଆସିବାର ଏହା ମଧ୍ୟ କାରଣ ହୋଇଥାଏ କି ଆପଣଙ୍କ ଅନ୍ତର ମନ ସୁଦ୍ଧ ହେଉଛି ସବୁ ଖରାପ ଆପଣଙ୍କ ଠୁ ଦୂର ହେଉଛି |

ଜଳୁଥିବା ଦୀପର ଜ୍ୟୋତି ବଢ଼ିଯିବା – ଅଗ୍ନି ପାଞ୍ଚ ତତ୍ୱ ରୁ ଗୋଟିଏ ହୋଇଥାଏ, ସେଥିରେ ଭଗବାନ ଶଙ୍କରଙ୍କ ବାସ ହୋଇଥାଏ | ତେବେ ବନ୍ଧୁଗଣ ଯଦି ଆପଣ ପୂଜା କରୁଥିବା ସମୟରେ ଅଚାନକ ଦୀପର ଜ୍ୟୋତି ବଢିଯାଏ ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜା ରେ ପ୍ରସନ୍ନ ହୋଇଛନ୍ତି | ତେବେ ଏହି ସମୟରେ ମନସ୍କାମନା କହିବ ଦ୍ୱାରା ଭଗବାନ ପୁରା କରିଥାନ୍ତି |

ଧୂପ ର ଧୂଆଁ – ଯଦି ଆପଣ ପୂଜା କରିବା ସମୟରେ ଆପଣ ଜଳେଇଥିବା ଧୂପର ଧୂଆଁ ଈଶ୍ୱର ଙ୍କ ପଟକୁ ଯାଉଛି ତେବେ ଏହା ବୁଝିଯିବ ଉଚିତ କି ଈଶ୍ୱର ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଛନ୍ତି | ଫୁଲ ପଡ଼ିଯିବା – ଆପଣ ପୂଜା କରୁଥିବା ସମୟରେ ଯଦି କୌଣସି ଫୁଲ ଭଗବନ ଙ୍କ ମୁଣ୍ଡରୁ ଖସି ଆପଣଙ୍କ ପାଖରେ ପଡୁଛି ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପୂଜା ରେ ସନ୍ତୁଷ୍ଟ ହୋଇଛନ୍ତି |

ଗାଈର ଦ୍ୱାର କୁ ଆସିବା – ଯଦି ଆପଣ ମହାଦେବଙ୍କୁ ପୂଜା କରିବା ସମୟରେ କିମ୍ବା କୌଣସି ଦିନ ପୂଜା କରିବା ସମୟରେ କୌଣସି ଗାଈ ଆପଣଙ୍କ ଘରର ଦ୍ୱାର ପାଖକୁ ଆସିଯାଇଛି | ତେବେ ତାକୁ ଖାଦ୍ୟ ଦେଇ ପ୍ରଣାମ କରିବା ଉଚିତ | ଏହା ମଧ୍ୟ ଭଗବାନ ଙ୍କ ସଂକେତ ହୋଇଥାଏ | ଏହା ଦ୍ୱାରା ଶୁଭ ଫଳ ମିଳିଥାଏ |

Leave a Reply

Your email address will not be published. Required fields are marked *