ସୂର୍ଯ୍ୟଦେବଙ୍କୁ ଏପରି ଜଳ ଭୁଲରେ ବି ଚଢ଼ାନ୍ତୁ ନାହିଁ । ନଚେତ ହୋଇଥାଏ ପାପ :-

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ତିନି ପ୍ରକାରର ମହିଳାଙ୍କୁ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଉଚିତ ନୁହେଁ । ଏହା ସହିତ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଉଚିତ ସେହି ବିଷୟରେ ମଧ୍ୟ କହିବୁ । ନଚେତ ପୁରା ପରିବାରକୁ ପାପ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

୧ . ସୂର୍ଯ୍ୟଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ସେହି ଜଳ ଆପଣଙ୍କ ପାଦରେ ନପଡ଼େ । ନଚେତ ଭଗବାନ ସୂର୍ଯ୍ୟଦେବ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ମଧ୍ୟ ଆସିପାରେ ।

୨ . ସୂର୍ଯ୍ୟ ଦେବଙ୍କୁ ସ୍ୱଚ୍ଛତା ବେଶ ପସନ୍ଦ ଅଟେ । ତେଣୁ ଆପଣ ସକାଳୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସ୍ନାନ କରିନେବା ଉଚିତ । ନଚେତ ଆପଣ ଯେଉଁ ମନସ୍କାମନା ନେଇ ଜଳ ଅର୍ପଣ କରିବେ ତାହା ଆଦୋୖ ପୂରଣ ହେବ ନାହିଁ । ତେଣୁ ଜଳ ଅର୍ପଣ ପୂର୍ବରୁ ସ୍ନାନ କରି ନିଅନ୍ତୁ ।

୩ . ଆଜିକାଲି ଫ୍ୟାସନ ଯୁଗରେ ଲୋକେ ଭିନ୍ନ ଭିନ୍ନ ଧାତୁରେ ତିଆରି ପାତ୍ରରେ ପାଣି ନେଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିଥାନ୍ତି । ଯାହାକି ଆଦୋୖ ଶୁଭ ନୁହେଁ । ମନୁଷ୍ୟକୁ କେବେବି ଶାସ୍ତ୍ର ବିରୋଧରେ ଯିବା ଉଚିତ ନୁହେଁ । ଶାସ୍ତ୍ରରେ ଏହା କୁହାଯାଇଛି ଯେ ସର୍ବଦା ପିତ୍ତଳ କିମ୍ବା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଯାହାଦ୍ୱାରା ଭଗବାନ ସୂର୍ଯ୍ୟଦେବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

୪ . ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ପାଦରେ ଜୋତା ପିନ୍ଧିବା ଉଚିତ ନୁହେଁ । ନଚେତ ଭଗବାନ ସୂର୍ଯ୍ୟଦେବ କ୍ରୋଧିତ ହେବେ । ଏହାବ୍ୟତୀତ ଜଳ ଚଢ଼ାଇବା ସମୟରେ ମନ୍ତ୍ର ମଧ୍ୟ ଜପ କରିବା ଉଚିତ । ଆପଣ କୌଣସି ଦିନ ଜଳ ନଚଢ଼ାଇଲେ ବି ରବିବାର ଦିନ ନିଶ୍ଚିତ ଜଳ ଚଢ଼ାଇବା ଉଚିତ । କାରଣ ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ ଥାଏ ।

୫ . ମାସିକ ଧର୍ମ ସମୟରେ ମହିଳା ମାନେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଉଚିତ ନୁହେଁ । ଏହି ସମୟରେ ପୂଜା ପାଠ ଠାରୁ ଦୂରେଇ ରହିବା ଉଚିତ ।ଏହାବ୍ୟତୀତ ଯେଉଁ ବ୍ୟକ୍ତି ଅନ୍ୟକୁ ଗାଇଗୁଲଜ କିମ୍ବା ମନ୍ଦ କଥା କହିଥାଏ ସେହି ବ୍ୟକ୍ତି ଉପରେ ମଧ୍ୟ ଭଗବାନ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ନାହିଁ ।

ଜୀବନରେ ଅନେକ ସମୟ ଏପରି ଥାଏ ଯେତେବେଳେ ମନୁଷ୍ୟ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ସଫଳ ହୋଇପାରେ ନାହିଁ । ଅନେକ ଦୁଃଖ ଆସିଯାଏ । କ୍ୟାରିଅର କିମ୍ବା ବୈବାହିକ ଜୀବନରେ ସମସ୍ୟା ଦେଖାଦିଏ । ତେବେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ ।

୧ . ଅତରର ସୁଗନ୍ଧ ଖୁବ ସୁନ୍ଦର ହୋଇଥାଏ । ତେଣୁ ଘିଅ କର୍ପୂର ଆଦିକୁ ଜାଳି ଆପଣ ଘରକୁ ସୁଗନ୍ଧିତ କରି ପାରିବେ । ଏଥିପାଇଁ ଆପଣ ଭିନ୍ନ ଭିନ୍ନ ମାଧ୍ୟମ ବ୍ୟବହାର କରି ପାରିବେ । ଏହାଦ୍ୱାରା ଘରକୁ ସକାରାତ୍ମକତା ଆସିବା ସହିତ ସବୁ ସମସ୍ୟା ମଧ୍ୟ ଦୂରେଇ ଯାଏ ।

୨ . ସବୁଦିନ ସ୍ନାନ କରି ଶରୀର ଏବଂ ମନକୁ ଶୁଦ୍ଧ ଏବଂ ସ୍ୱଚ୍ଛ ରଖିବା ଉଚିତ । ଏହାବ୍ୟତୀତ ମହିଳା ମାନେ ବ୍ରତ କରିବା ଉଚିତ । ବ୍ରତ ଦ୍ୱାରା ମନ ଶୁଦ୍ଧ ରହିବା ସହିତ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ମାସରେ ଥରେ ଉପବାସ କଲେ ତାହା ଶରୀର ପାଇଁ ଅତ୍ୟନ୍ତ ଉତ୍ତମ ହୋଇଥାଏ ।

୩ . ସପ୍ତାହରେ ଥରେ ସମୁଦ୍ରି ଲୁଣ ଦ୍ୱାରା ଘରକୁ ପୋଛା ଲଗାଇଲେ ଘରର ସବୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ମାତ୍ର ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘରେ ସୁଖ ସମୃଦ୍ଧି ଆସିଥାଏ । ଘରେ କଳହ ହୁଏ ନାହିଁ ଏବଂ ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ରୂପରେ ବାସ ହୋଇଥାଏ ।

୪ . ଘରର ଦକ୍ଷିଣ ପଶ୍ଚିମ କୋଣରେ ମୟୁର ପର ଲଗାଇଲେ ବାସ୍ତୁ ଦୋଷ ସୁଧୁରି ଯାଏ । ଡାୟେରି କିମ୍ବା ଖାତାରେ ମୟୁର ପର ରଖିଲେ ବାସ୍ତୁ ଦୋଷ ଭଲରହିଥାଏ ।

୫ . ପ୍ରତିଦିନ ପଶୁ ପକ୍ଷଙ୍କୁ ଖାଇବାକୁ ଦିଅନ୍ତୁ । ସକାଳ ରୋଷେଇର ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁରକୁ ଖିଆବାକୁ ଦିଅନ୍ତୁ । ଏହାଦ୍ୱାରା ଭଗବାମ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *