ଚାଣକ୍ୟ ନୀତି : ସକାଳୁ ଶୀଘ୍ର ଉଠି କରିନିଅନ୍ତୁ ଏହି 4ଟି କାମ, ସଫଳତା ଚୁମିବ ଆପଣଙ୍କ ପାଦ..

ଆଚାର୍ଯ୍ୟ ଚାଣକ୍ୟ ଦ୍ୱାରା କୁହା ଯାଇଥିବା କଥା ମାନବ ଜୀବନ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହୋଇଥାଏ | ବହୁ ପୁରାତନ ଦିନରୁ ଚାଣକ୍ୟ ମାନବ ଜୀବନ ସହ ଜଡିତ ପ୍ରତ୍ୟେକ ପ୍ରକାରର କଥା କହିଥଲେ | ଆଜି ବି ତାଙ୍କ ଦ୍ୱାରା କୁହାଯାଇଥିବା କଥା ବହୁତ ପ୍ରସଙ୍ଗିକ ଅଟେ | ଆଚାର୍ଯ୍ୟ ଚାଣକ୍ୟ ମାନବ ଜୀବନରେ ସଫଳତା ପ୍ରାପ୍ତିକୁ ନେଇକି ମଧ୍ୟ ଅନେକ ପ୍ରକାରର କଥା କହିଛନ୍ତି |

ଆଚାର୍ଯ୍ୟ ଚାଣକ୍ୟ ଦ୍ୱାରା ଅନେକ ପୁରାତନ ଯୁଗରୁ କୁହା ଯାଇଥିବା କଥାକୁ “ଚାଣକ୍ୟ ନୀତି “ମଧ୍ୟ କୁହାଯାଏ |ଚାଣକ୍ୟ ସଫଳତା ପ୍ରାପ୍ତିକୁ ନେଇକି ଅନେକ ମହତ୍ତ୍ୱପୂର୍ଣ କଥାର ଉଲ୍ଲେଖ କରିଛନ୍ତି | ଏଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ଚାରିଟି ମହତ୍ତ୍ୱପୂର୍ଣ ବିନ୍ଦୁ କହିବାକୁ ଯାଉଅଛୁ | ଯଦି କେହି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତଳେ କୁହାଯାଇଥିବା ଚାରି ଟି କାମ ନିଶ୍ଚିନ୍ତ କରିବା ଉଚିତ | ଯଦି ଆପଣ ଏହି ମହତ୍ତ୍ୱପୂର୍ଣ ବିନ୍ଦୁ ଗୁଡିକ ଉପରେ ପ୍ରକୃତରେ କାମ କରିବେ ତେବେ ନିଶ୍ଚିନ୍ତ ହିଁ ସଫଳତା ଆପଣଙ୍କ ପାଦ ଚୁମିବ |

ସର୍ବପ୍ରଥମ ପଦକ୍ଷେପ – ସକାଳୁ ଶୀଘ୍ର ଉଠାନ୍ତୁ..

ଆପଣ ପ୍ରାୟତଃ ନିଶ୍ଚିନ୍ତ ଶୁଣିଥିବେ କି ପ୍ରଥମେ ଆସ ଆଉ ପ୍ରଥମେ ପାଅ | ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିଯାଏ | ତାଙ୍କର ସଫଳତାର ଅବସର ସେତିକି ଅଧିକ ବଢିଯାଏ |ଯଦି ଆପଣ ସକାଳୁ ଶୀଘ୍ର ଉଠିବେ ତେବେ ଆପଣଙ୍କ ଶରୀର ଉର୍ଜା ରେ ଭରି ରହିବ | ଯାହାଙ୍କ ଶରୀର ଉର୍ଜା ରେ ଭରି ରହବ ତାଙ୍କୁ କାମ ରେ ଅଳସ ଆସିବ ନାହିଁ ଏବଂ କମ ବଢିଆ ଏବଂ ଅଧିକ ହୋଇ ପାରେ | ଯେତେ ବି ବଡ ବଡ଼ ଏବଂ ସଫଳ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଛନ୍ତି ସେହି ସମସ୍ତଙ୍କ ଭିତରେ ଏହା ଏକ ସାଧାରଣ କଥା ଅଟେ | ସମସ୍ତେ ସକାଳେ ଶୀଘ୍ର ଉଠିବାକୁ ପସନ୍ଦ କରନ୍ତି |

ପ୍ଲାଲିଙ୍ଗ..

ସକାଳୁ ଜଲଦି ଉଠିବା ପରେ ଆପଣଙ୍କ ଆଗାମୀ କାମର ଯୋଜନା କରିବା | ତେବେ ତାହା ସାଧାରଣ ଜୀବନ ହେଉ କିମ୍ବା ସୀମାରେ ଛିଡା ହୋଇଥିବା ସୈନିକ ଙ୍କ କଥା ହେଉ | ସୈନିକ ମଧ୍ୟ ଯୁଦ୍ଧ ହେବା ସମୟରେ ଯୋଜନା ଏବଂ ନୀତି ବନେଇ ଥାନ୍ତି | ଗୋଟିଏ ସାଧାରଣ ବ୍ୟକ୍ତି କୁ ମଧ୍ୟ ନିଜ ଜୀବନ ରେ ପ୍ଲାଲିଙ୍ଗ କୁ ଅଧିକ ମହତ୍ତ୍ୱ ଦେବା ଉଚିତ | ବିନା ଯୋଜନା କରି କରାଯାଇଥିବା କାମ କେବେ ସଫଳ ହୁଏ ନାହିଁ | ତେବେ ସଫଳତାର ଦ୍ୱିତୀୟ ଶିଢ଼ି ହେଉଛି ପ୍ଲାଲିଙ୍ଗ |

ଟାଇମ ମ୍ୟାନେଜମେଣ୍ଟ..

ଅନେକ ଲୋକ କହିଥାନ୍ତି କି ସମୟ ହିଁ ହେଉଛି ପଇସା | ତେବେ ଅନେକେ ଲୋକ ଏହା ମଧ୍ୟ କୁହନ୍ତି କି ସମୟ ହେଉଛି ବଡ ବଳବାନ | ଏହି କଥା ସମ୍ପୂର୍ଣ ଠିକ, ଯଦି ଆପଣ ସକାଳୁ ଶୀଘ୍ର ଉଠନ୍ତି ଏବଂ ପ୍ଲାନିଙ୍ଗ କରିବା ପରେ ସମୟ କୁ କେଉଁଠି କେଉଁଠି କେତେ କେତେ ଖର୍ଚ କରିବା ଉଚିତ ଏହାର ରୂପ ରେଖ ପ୍ରସ୍ତୁତ କରିନେବେ | ତେବେ ଆପଣ ଶୀଘ୍ର ସଫଳତା ପାଇ ପାରିବେ |ସଫଳତା ପ୍ରାପ୍ତି ପାଇଁ ସମୟ ସହ ଚାଲିବା ବହୁତ ଆବଶ୍ୟକ ଅଟେ |

ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖନ୍ତୁ…

ସ୍ୱାସ୍ଥ୍ୟକୁ ସମସ୍ତେ ପ୍ରାଥମିକତା ଦେବା ଉଚିତ | କୁହାଯାଏ କି ପ୍ରଥମ ସୁଖ ନିରୋଗୀ ରହିବା | ଯଦି ଆପଣ ସୁସ୍ଥ ଏବଂ ସବଳ ଅଛନ୍ତି ତେବେ ଏହାଠାରୁ ବଡ ସୁଖ ଆଉ କିଛି ନାହିଁ | ସୁସ୍ଥ ରହିବାକୁ ହେଲେ ସକାଳେ ଶୀଘ୍ର ଉଠାନ୍ତୁ, ପ୍ରାଣାୟାମ ବ୍ୟାୟାମ କରନ୍ତୁ | ସୁଦ୍ଧ ଏବଂ ପୁଷ୍ଟିକର ଖାଦ୍ୟର ସେବନ କରନ୍ତୁ | ନିଶାରୁ ଦୂରରେ ରୁହନ୍ତୁ | ଆପଣଙ୍କ ଭଲ ଗୁଣ ହିଁ ଆପଣଙ୍କୁ ସ୍ୱାସ୍ଥ୍ୟବାନ ବନେଇ ପାରିବ | ସୁସ୍ଥ ରହିବା ଦ୍ୱାରା ଆପଣଙ୍କ ଶରୀର ଏବଂ ମସ୍ତିଷ୍କ ଉଭୟ ଉତ୍ତମ ପଦ୍ଧତି ରେ କାମ କରିବେ |

Leave a Reply

Your email address will not be published. Required fields are marked *