ପ୍ରତିଦିନ ସକାଳୁ ଏହି ଦୁଇଟି କାର୍ଯ୍ୟ କରିନିଅନ୍ତୁ ଦୁନିଆ ରେ ରାଜ କରିବ..

ଭଗବାନ ଶ୍ରୀକୃଷ୍ଣ ମଣିଷ ସମାଜ ପାଇଁ ସଦା ସର୍ବଦା କିଛି ନା କିଛି ଶିକ୍ଷା ଦେଇଥାନ୍ତି | ତାହା କୃଷ୍ଣ ଆଉ ସୁଦାମା ଙ୍କ ବନ୍ଧୁତାର ହେଉ ଅବା କୃଷ୍ଣ ଅର୍ଜୁନ ଙ୍କ ଗାଥା ହେଉ ସବୁ କିଛି ନା କିଛି ଶିକ୍ଷା ଦେଇଛି | ତେବେ ବନ୍ଧୁଗଣ ଆଜିର ଏହି ପୋଷ୍ଟ ରେ ଆମେ ଜାଣିବା ଶ୍ରୀକୃଷ୍ଣ କଣ କହିଛନ୍ତି? ଏହା ସହିତ ଆମେ ଜାଣିବା କିପରି ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିହେବ |

ତେବେ ଭଗବାନ କୃଷ୍ଣ କହିଛନ୍ତି କର୍ମ କରିଚାଲ କିନ୍ତୁ ଫଳ ର ଇଛା କର ନାହିଁ | ତେବେ ବନ୍ଧୁଗଣ ଘରେ ସର୍ବଦା ପୂଜା କରିବା ଉଚିତ କାରଣ କୁହାଯାଏ ଦିନ ରେ ନଅ ଥର ପ୍ରାଥନା ରୁ ଗୋଟିଏ ଥର ଭଗବାନ ଙ୍କ ପାଖରେ ପହଂଚି ଥାଏ | ତେବେ ବନ୍ଧୁଗଣ ଧୂପ ଦୀପ ସର୍ବଦା ଦେଇ ପୂଜା କରିବା ଉଚିତ ଏହା କରିବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ତେବେ ସକାଳୁ ସର୍ବ ପ୍ରଥମେ କଣ କରିବା ଉଚିତ ଆସନ୍ତୁ ଜାଣିବା..

ତେବେ ବନ୍ଧୁଗଣ ସକାଳୁ ମଣିଷ ଶରୀରରେ ନୂତନ ଉର୍ଜା ର ସଂଚାର ହୋଇଥାଏ | ସକାଳୁ ଉଠିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏଥି ସହିତ ଆପଣଙ୍କ ଜୀବନ ରେ ସକାରାତ୍ମକ ପ୍ରଭାବ ଆସିଥାଏ | କୁହାଯାଏ ସକାଳ ଭଲ ହେଲେ ପୁରା ଦିନ ଭଲ ବିତିଥାଏ | ତେବେ ଭଗବାନ କୃଷ୍ଣ କୁହନ୍ତି ପୂଜା ପାଠ, ଯଜ୍ଞ ଆଦି ସବୁ ସକାଳେ କରିବା ଦ୍ୱାରା ବହୁତ ପ୍ରଭାବ ହୋଇଥାଏ |

ବନ୍ଧୁଗଣ ସକାଳୁ ଉଠି ସର୍ବ ପ୍ରଥମେ ମାଟି ମା କୁ ମୁଣ୍ଡିଆ ମାରିବା ଉଚିତ ହୋଇଥାଏ | ଭଗବାନ କୃଷ୍ଣ କୁହନ୍ତି ମାଟି ମା ବହୁତ ଦୁଃଖ କଷ୍ଟ ସହିଥାଏ ଆମ ପାଇଁ ତେବେ ସକାଳୁ ଯେଉଁ ବ୍ୟକ୍ତି ମାଟି ମା କୁ ପୂଜା କରେ ଅବା ସ୍ପର୍ଶ କରେ ସେ ବହୁତ ଆଗକୁ ଯାଇଥାଏ | ମଣିଷ ଶରୀର ମଧ୍ୟ ମାଟିର ତତ୍ୱ ରେ ତିଆରି ଏବଂ ଆମକୁ ଯାହା ବି ଦରକାର ମାଟି ମା ସବୁ କିଛି ଦିଏ ସେଥିପାଇଁ ମାଟି ମା କୁ ସକାଳୁ ଉଠି ପ୍ରଥମେ ପ୍ରଣାମ କରିବା ଉଚିତ |

ସକାଳୁ ଉଠି ସ୍ନାନ କରିବା ସମୟ ରେ ପାଣି ରେ ଗଙ୍ଗା ଜଳ ମିଶେଇକି ସ୍ନାନ କରନ୍ତୁ | ହିନ୍ଦୁ ଧର୍ମ ରେ ଗଙ୍ଗା ଜଳ କୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି | ଏହା ମହାଦେବ ଙ୍କ ମସ୍ତକରେ ଅଛି ତେବେ ଏହା ଦ୍ୱାରା ସକାଳୁ ଉଠି ଗାଧେଇବା ଦ୍ୱାରା ମଣିଷର ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ଶନି ଙ୍କ ପ୍ରଭାବ ରୁ ମଧ୍ୟ ମଣିଷ ମୁକ୍ତି ପାଇଥାଏ |

ବନ୍ଧୁଗଣ ରାତ୍ରି ରେ ତମ୍ବା ପାତ୍ର ରେ କିଛି ଗଙ୍ଗାଜଳ ଭରି ଶୟନ କକ୍ଷ ରେ ରଖି ଦିଅନ୍ତୁ | ଏବଂ ସକାଳୁ ଉଠି ସେଇ ଜଳକୁ ସୋଇଥିବା ଶେଜ ରେ ଛିଞ୍ଚନ କରନ୍ତୁ ଏବଂ ବାକି ସବୁ ପିଇଦିଅନ୍ତୁ | ଗଙ୍ଗାଜଳ ପିଇବା ଦ୍ୱାରା ସହସ୍ର ଜନ୍ମ ର ମୁକ୍ତି ମିଳିଥାଏ | ବିଶ୍ୱାସ କରାଯାଏ ମୃତ୍ୟୁ ସମୟରେ ଯଦି ସେହି ବ୍ୟକ୍ତି କୁ ଗଙ୍ଗାଜଳ ଦିଆଯାଏ ତେବେ ତାହାର ସବୁ ପାପ କ୍ଷୟ ହୋଇଯାଏ | ଏବଂ ମୋକ୍ଷ ପ୍ରାପ୍ତି ହୋଇ ଥାଏ | ଶିବ ପୂରାଣରେ ମଧ୍ୟ କୁହାଯାଇଛି ପ୍ରତ୍ୟେକ ଦିନ ମନୁଷ୍ୟ ନିଜ ଉପରେ ଗଙ୍ଗା ଜଳ ଛିଞ୍ଚନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ |

ସନାତନ ଧର୍ମ ରେ ଲବଙ୍ଗ କୁ ବହୁତ ଶୁଭ ବୋଲି ବିବେଚନା କରାଯାଇଛି | ଏଥିରେ ଭାଗ୍ୟ ବଦଳେଇ ଦେବା ପାଇଁ ଶକ୍ତି ରହିଛି, କୁହାଯାଏ ଲବଙ୍ଗ ରେ ମା ଦୁର୍ଗାଙ୍କ ବାସ ହୋଇଥାଏ | ତେବେ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଲବଙ୍ଗ ରଖନ୍ତୁ,ଏବଂ ସକାଳୁ ଉଠିଲା ପରେ ପାଣି ସାଥିରେ ପିଇଦିଅନ୍ତୁ | କୁହା ଯାଏ ଏଥିରେ 9ଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |

ବନ୍ଧୁଗଣ ଆପଣ ସକାଳୁ ଠାକୁର ପୂଜା କରିବା ସମୟ ରେ ଭଗବାନ ଙ୍କୁ ଫୁଲ ଟା ନିଶ୍ଚିନ୍ତ ଅର୍ପଣ କରୁଥିବେ, ତେବେ ବାହାରକୁ ଯିବା ସମୟ ରେ ଏହି ଫୁଲର ଫାଖୁଡା ଋ ଗୋଟିଏ ପ୍ରସାଦ ଭାବିକି ପାଇଦିଅନ୍ତୁ | ସବୁ କାର୍ଯ୍ୟ ରେ ସଫଳତା ମିଳିବ | କୌଣସି ଗୁରୁତ୍ୱପୂର୍ଣ କାର୍ଯ୍ୟ ରେ ବାହାରକୁ ଯିବାକୁ ହେଲେ ଚାଉଳ ର କେତୋଟି ଦାନା ପାଇଦିଅନ୍ତୁ | ଏହା ଦ୍ୱାରା କାର୍ଯ୍ୟ ରେ ସଫଳତା ମିଳିଥାଏ, ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ |ବାହାରକୁ ଯିବା ସମୟ ରେ ଦହି ଚିନି ଖାଆନ୍ତୁ ଶୁଭ ହେବ |

ତେବେ ବନ୍ଧୁଗଣ ଭଗବାନ କୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ମଥାରେ ଚନ୍ଦନ ଲାଗନ୍ତି ତାଙ୍କୁ ସବୁବେଳେ ଭଗବାନ ଙ୍କ ଶକ୍ତି ଘେରି ରହିଥାଏ | ସକାଳୁ ଉଠି ଚନ୍ଦନ ଲଗେଇବା ଦ୍ୱାରା ବ୍ୟକ୍ତିର ବୁଦ୍ଧି ବଢିଥାଏ | ତେବେ ଯେଉଁ ବ୍ୟକ୍ତି ସକାଳୁ ଉଠି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦିଏ ଏବଂ ତୁଳସୀ କୁ ଜଳ ପ୍ରଦାନ କରେ ତାଙ୍କ ଭଗ୍ୟ ସବୁବେଳେ ଚମକି ଥାଏ | ଭଗବାନ ଙ୍କ ଅଶେଷ କୃପା ମିଳିଥାଏ, ଧନ ଲାଭ ହୋଇଥାଏ | ସୁଖ ସମୃଦ୍ଧି ସବୁବେଳେ ରହିଥାଏ |

Leave a Reply

Your email address will not be published. Required fields are marked *