ଜୀବନରେ ଆପଣ କେବେ ଧୋକା ଖାଇବେ ନାହିଁ ଯଦି ଏହି କଥାଗୁଡିକ ଧ୍ୟାନରେ ରଖିବେ | ନିଶ୍ଚିନ୍ତ ଜାଣନ୍ତୁ..

ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ | ଯେଉଁ ଥିରେ ଜୀବନ କୁ ସଫଳ ଏବଂ ସୁଖମୟ କରିବା ପାଇଁ ଉପଯୋଗୀ ବାର୍ତା ଦିଆ ଯାଇଛି | ଏହି ଗ୍ରନ୍ଥର ବିଶେଷତ୍ୱ ହେଉଛି ମନୁଷ୍ୟ ସମାଜ କୁ ଉଚିତ ଏବଂ ବ୍ୟବହାରିକା ଶିକ୍ଷା ଦେବା | ଚାଣକ୍ୟ ଜଣେ ମହାନ ବିଦ୍ୱାନ ଅଟନ୍ତି ଯିଏ ତାଙ୍କ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ୟ ଙ୍କୁ ରାଜଗାଦି ରେ ବସେଇ ଦେଇଥିଲେ | ଜାଣନ୍ତୁ ଚାଣକ୍ୟ କହିଥିବା ଏମିତି କିଛି କଥା ଯାହା ଜୀବନ ରେ ଆପଣଙ୍କୁ ମଧ୍ୟ ସାହାଯ୍ୟ କରିପାରେ |

ପାପ ଏବଂ ପୁର୍ଣ୍ୟ ରେ କଣ ଅନ୍ତର ଅଛି?ମୋର ଶତ୍ରୁ କିଏ ଆଉ ମିତ୍ର କିଏ? ମୋର କେଉଁ କାର୍ଯ୍ୟ ରେ ଲାଭ ହୋଇପାରେ ଆଉ କେଉଁ କାମରେ କ୍ଷତି ହୋଇପାରେ?ଏହା ଭାବିକି ମନୁଷ୍ୟ କୁ ନିଜ ଜୀବନର ପ୍ରତ୍ୟକ ପଦକ୍ଷେପ ନେବା ଉଚିତ | କଠିନ ସମୟ ରେ ସେବକର ସଙ୍କଟ ସମୟରେ ଭାଇ ବନ୍ଧୁଙ୍କର ଆପତ୍ତି ପଡିବା ସମୟରେ ମିତ୍ରଙ୍କର ଏବଂ ଧନର ଅଭାବ ସମୟ ରେ ସ୍ତ୍ରୀ ର ପରୀକ୍ଷା ହୋଇଥାଏ |

ସିଂହ ତୁ 1, ବଗ ଠୁ 4 କାଉ ଠୁ 5, କୁକୁରଠୁ 6 ଏବଂ ବାଘ ଠାରୁ 3 ଗୁଣ ମନୁଷ୍ୟ କୁ ଶିଖିବା ଉଚିତ | କାମ ଟିକିଏ କର କିନ୍ତୁ ମନ ଲଗେଇକି କରିବ ଉଚିତ, ମଣିଷକୁ ଏହି କାମ ସିଂହ ଠାରୁ ଶିଖିବା ଉଚିତ,ସମୟ ଅନୁସାରେ ନିଜ ଶକ୍ତି ସହ କାମ କରିବାର ଗୁଣ ବଗଠୁ ଶିଖିବା ଉଚିତ | ଠିକ ସମୟ ରେ ଲଢ଼ିବା, ଶୋଇବା ଉଠିବା, ଝପଟ କାରୀ ଭୋଜନ କରିବା ମଣିଷକୁ ଏହି ଗୁଣ କୁକୁଡ଼ା ଠୁ ଶିଖିବା ଦରକାର |ସମୟ ସମୟରେ ସଜାଗ ରହିବା, ଅନ୍ୟଙ୍କ ଉପରେ ବିଶ୍ୱାସ ନକରିବା ଏହି ଗୁଣ କୁକୁରଠୁ ଶିଖିବା ଦରକାର | ମନୁଷ୍ୟ କାହାର ଆଶରା ରେ ଧନ ରୋଜଗାର କରିବା ଉଚିତ ନୁହେଁ ନିଜ ବଳରେ କରିବା ଦରକାର ହୋଇଥାଏ |

ତେବେ ବନ୍ଧୁଗଣ ମନୁଷ୍ୟର ଚାରୋଟି ଜିନିଷର ମୋହ କେବେ ସାରେ ନାହିଁ ଧନ, ଜୀବନ, ବାସନା ଏବଂ ଭୋଜନ | ଏହାର ଭୋକ ସବୁବେଳେ ମଣିଷକୁ ଲାଗି ରହିଥାଏ, ତେବେ ମନୁଷ୍ୟକୁ ଧନର ସଂଚୟ କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ | କାରଣ କେତେବେଳ ବି ଖରାପ ସମୟ ଆସିଯାଇ ପାରେ, ଏବଂ ଖରାପ ସମୟରେ ନିଜ ଲୋକ ବି ପର ହୋଇଯାନ୍ତି ତେବେ ସଂଚୟ କରିଥିବା ଧନ ସେତେବେଳେ କାମରେ ଆସିଥାଏ | ବହୁତ ଭଲ ହେଇକି ଜୀବନ ବ୍ୟତୀତ କରାଯାଇ ପାରେ ନାହିଁ |ସରଳ ଲୋକ ବହୁତ ହନ୍ତସନ୍ତ ହୋଇଥାନ୍ତି ଯେମିତି ଜଙ୍ଗଲ ରେ ସିଧା ଗଛ କୁ ପ୍ରଥମେ କଟାଯାଇଥାଏ ଠିକ ସେମିତି | ଅତି ସିଧା ସରଳ ହୁଅନ୍ତୁ ନାହିଁ |

ପେଚା ଦିନରେ ଦେଖିପାରେନାହିଁ ଏଥିରେ ସୂର୍ଯ୍ୟଙ୍କର କି ଦୋଷ?ଚାତକ ମୁହଁରେ ଗୋଟିଏ ବୁନ୍ଦା ବର୍ଷା ହୁଏ ନାହିଁ ଏଥିରେ ବାଦଲ ର କଣ ଦୋଷ? ଏହା ବୁଝନ୍ତୁ କି ସବୁର ରାଜା ଈଶ୍ୱର ଅଟନ୍ତି ଈଶ୍ୱର ହିଁ ରାଜା କୁ ଭିକାରି, ଭିକାରି କୁ ରାଜା ବନେଇଦିଅନ୍ତି | ତେବେ ଈଶ୍ୱରଙ୍କ ଉପରେ ଭରଷା ରଖନ୍ତୁ କାରଣ ସେହି ସମସ୍ତ ଙ୍କ ଧ୍ୟାନ ରଖନ୍ତି | ସବୁ ପାହାଡ଼ରେ ହୀରା ନଥାଏ, ସବୁ ହାତୀର ମସ୍ତକରେ ମୁକ୍ତ ନଥାଏ | ସବୁ ଜାଗାରେ ଭଲ ଲୋକ ମିଳନ୍ତି ନାହିଁ |ସବୁ ଚମକୁଥିବା ଜିନିଷ ସୁନା ନୁହେଁ, ଏ ସାରା ଦୁନିଆ ବିବାଦ ରେ ଘେରି ରହିଛି | ସେଥିପାଇଁ ଜୀବନ ରେ ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ |

ଯେମିତି ହାତୀ ବୁଢା ହେବା ପରେ ମଧ୍ୟ ଚଞ୍ଚଳ ରହିଥାଏ | ଯେମିତି ଆଖୁ ପେଶା ହୋଇଗଲା ପରେ ବି ନିଜର ମିଠାସ ଛାଡେ ନାହିଁ | ଯେମିତି ସୁନା ତରଳି ଗଲା ପରେ ବି ନିଜ ଚମକ ଛାଡେ ନାହିଁ ଠିକ ଏହିପରି ଭଲ ଗୁଣ ଥିବା ଲୋକ ଯୁଆଡେ ବି ଯାନ୍ତୁ ତାଙ୍କ ତରିତ୍ର ବଦଳେ ନାହିଁ | କିଛି ପାଗଳ ଲୋକ ପଥର କୁ ରତ୍ନ ବୋଲି ଭାବନ୍ତି କିନ୍ତୁ ବନ୍ଧୁଗଣ ଅସଲି ରତ୍ନ ତ ଖାଦ୍ୟ, ପାଣି ଏବଂ ଜ୍ଞାନ ହିଁ ହୋଇଥାଏ |

ଯେଉଁ ବ୍ୟକ୍ତି ନିଜ ଆୟ ଠାରୁ ଅଧିକ ଖର୍ଚ କରେ ଏବଂ ଅନ୍ୟାଙ୍କ ସହ ଝଗଡା କରେ ସେ କେବେ ବି ଖୁସିରେ ରହିପାରି ନଥାଏ | ଯେମିତି ମାଟି ଖୋଲିବା ଦ୍ୱାରା ପାଣି ବାହାରେ ଠିକ ସେମିତି ଗୁରୁଙ୍କ ସେବା କରିବା ଦ୍ୱାରା ବିଦ୍ୟା ପ୍ରାପ୍ତ ହୋଇଥାଏ | ଏ କଥାର ଧ୍ୟାନ ରଖନ୍ତୁ ଯିଏ ଗୁରୁଙ୍କ ସେବା କରେ ନାହିଁ ସେ କେବେ ଭଲ ଜ୍ଞାନ ଏବଂ ବିଦ୍ୟା ପାଏ ନାହିଁ |

ଯେଉଁ ନାରୀ ପତିଙ୍କ କଥା ମାନେ ନାହିଁ ଅଥବା ତାଙ୍କୁ ଅସମ୍ମାନ କରେ ସେ ନର୍କକୁ ଯାଇଥାଏ | ତାକୁ କେବେ ଖୁସି ମିଳିନଥାଏ |ମନେ ରଖନ୍ତୁ ଜୀବନ ଅସ୍ଥାୟୀ ଅଟେ ତେଣୁ ପ୍ରତ୍ୟକ କାର୍ଯ୍ୟ ସଂସାରର ମଙ୍ଗଳ ପାଇ କରାଯିବ ଉଚିତ | ଯେପର୍ଯ୍ୟନ୍ତ ଜୀବନ ଅଛି ସବୁ କିଛି ସୁଖଦ ଅଟେ ଏବଂ ଯେବେ ଜୀବନ ଚାଲିଯାଏ ସେତେବେଳେ ସବୁ ଜିନିଷର ଅନ୍ତ ହୋଇଯାଏ | ଧର୍ମ ହିଁ ଏକ ମାତ୍ର ଚିରସ୍ଥାୟୀ ତେବେ ଅନ୍ୟମାନଙ୍କର ଭଲ କରିକି ହିଁ ଆତ୍ମ ତୃପ୍ତି ମିଳିଥାଏ |

ଇନ୍ଦ୍ରିୟ ଉପରେ ଆୟତ ଏବଂ ଜୀବଙ୍କ ଉପରେ ଦୟା କରିବା ଦ୍ୱାରା ହିଁ ମୁକ୍ତି ମିଳିଥାଏ | ଭଲ କର୍ମ କରିବା ଦ୍ୱାରା ମନୁଷ୍ୟ କୁ ଶାନ୍ତି ମିଳିଥାଏ | ତେବେ ସଦା ସର୍ବଦା ଭଲ କର୍ମ କରନ୍ତୁ | ଯେମିତି ଫୁଲରେ ବାସ୍ନା, ତିଳ ରେ ତେଲ ଏବଂ କାଠ ରେ ନିଆଁ କ୍ଷୀର ରେ ଘିଅ ଯେମିତି ଏହିସବୁ ଜିନଷ କୁ ବାହାରୁ ଦେଖି ତାହାର ଗୁଣ କହିପାରିବେ ନାହିଁ ଠିକ ସେହିପରି ମନୁଷ୍ୟ ଙ୍କୁ ଆତ୍ମାକୁ ଅଲଗା କାରୀ ଭାବିବା ଉଚିତ ନୁହେଁ | ଦେବତା କୌଣସି ମୂର୍ତ୍ତି କିମ୍ବା ମନ୍ଦିର ରେ ନାହାନ୍ତି ଦେବତା ତ ଆମ ଭିତରେ ଅଛନ୍ତି | ଯେମିତି ଆପଣଙ୍କ ଭାବନା ସେହିପରି ଆପଣ ହେବେ |

ମଣିଷ ଯେମିତି ଭାବନା ରଖେ ସେମିତି ହୋଇଯାଏ ଏଥିପାଇଁ ଯେମିତି ଭାବନା ରଖିବେ ସେମିତି ହିଁ ଆପଣ ହୋଇପାରିବେ | ସଚ୍ଚା ବ୍ରାହ୍ମଣ ସେ ହୋଇଥାଏ ଯିଏ ବଣରେ ରହି ପ୍ରାକୃତିକ ଖାଦ୍ୟ ଖାଇ, ଭକ୍ତିରେ ଈଶ୍ୱରଙ୍କୁ ଖୋଜିଥାଏ | ତେବେ ବନ୍ଧୁଗଣ ଖରାପ ମଣିଷ ଏବଂ ସାପ ଭିତରେ ସବୁଠୁ ଭୟଙ୍କର ଖରାପ ମଣିଷ ହିଁ ହୋଇଥାଏ କାରଣ ସାପ ତ ସମୟ ଆସିଲେ ଧ୍ୱଂସ ଥାଏ କିନ୍ତୁ ଖରାପ ମଣିଷ ସବୁବେଳେ କଷ୍ଟ ଦିଏ |

ସାଗର ସବୁଠୁ ବଡ଼ ହେଲେ ସେଥିରେ ମଧ୍ୟ ଭୟଙ୍କର ତୋଫାନ ଆସିଥାଏ | ତେବେ ଯେଉଁ ଘରେ ପିଲା ପାଠ ପଢ଼ନ୍ତି ନାହିଁ ସେ ସେହି ଫୁଲ ପରି ହୋଇଥାନ୍ତି ଯେଉଁ ଫୁଲ ସୁନ୍ଦର ତ ଦେଖାଯାଏ କିନ୍ତୁ ବାସ୍ନା ନଥାଏ | ଅସ୍ତ୍ର ଧରି କେବେ ବି ଆଘାତ କରିପାରେ,ସିଘଂ ଥିବା ପଶୁ କେବେ ବି ଯଖମ ଦେଇପାରେ | ସ୍ତ୍ରୀ କେବେ ବି ମିଛ ଲାଞ୍ଚନା ଲଗେଇପାରନ୍ତି,ଏବଂ ରାଜା ଘରର ଲୋକ କେବେ ବି ଚିଡିଯାଇ ପାରନ୍ତି | ଏଥିପାଇଁ ସେମାନଙ୍କ ଠାରୁ କେବେ ବି ଖତରା ଆସିପାରେ..

Leave a Reply

Your email address will not be published. Required fields are marked *