ଘର ମନ୍ଦିରରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ଜିନିଷ ନଚେତ ବର୍ବାଦ ହୋଇଯିବ ଆପଣଙ୍କ ଘର :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ନିଶ୍ଚିତ ଭାବରେ ମନ୍ଦିର ରହିବା ଆବଶ୍ୟକ ଯାହାଦ୍ୱାରା ବାସ୍ତୁ ସାମାନ୍ୟ ରହିଥାଏ । ମାତ୍ର ଘରର ମନ୍ଦିରରେ ଲୋକେ କିଛି ଏପରି ଭୁଲ କରିଥାନ୍ତି ଯାହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେଣୁ ଆଜିକାର ଏହି ଲେଖାରେ ଘରର ମନ୍ଦିର ବିଷୟରେ ଏବଂ କିଛି ଜରୁରୀ ନିୟମ ବିଷୟରେ କହିବୁ ।

ତେବେ ସର୍ବପ୍ରଥମେ ଏହା ଜାଣି ରଖିବା ଉଚିତ ଯେ କେଉଁ ଭଳି ମନ୍ଦିର ଘରେ ରଖିବା ଉଚିତ । କାଠ ନିର୍ମିତ ମନ୍ଦିର ସବୁଠାରୁ ଅଧିକ ଶୁଭ ହୋଇଥାଏ । ମାତ୍ର ଲୁହାର ମନ୍ଦିର ରଖିଲେ ଘରେ ରାହୁ କେତୁ ଦୋଷ ଲାଗିଥାଏ । ଘରର ମନ୍ଦିରକୁ ଐଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ କୋଣରେ ସ୍ଥାପିତ କରିବା ଉଚିତ । ଆପଣ ଚାହିଁଲେ ପଶ୍ଚିମ ଦିଗରେ ମଧ୍ୟ ସ୍ଥାପିତ କରି ପାରିବେ । ଏହାବ୍ୟତୀତ ମୂର୍ତ୍ତି ରଖିବା ସମୟରେ ଏହା ଧ୍ୟାନ ଦେବେ ଯେପରି ଗୋଟିଏ ମୂର୍ତ୍ତି ନରଖନ୍ତି । ସର୍ବଦା ଯୋଡ଼ା ମୂର୍ତ୍ତି ରଖିବା ଉଚିତ ।

ଯେମିତିକି ଶିବ ପରିବାର , ରାଧା କୃଷ୍ଣ ଏମିତି ଭିନ୍ନ ଭିନ୍ନ ଦେବଦେବୀଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫୋଟ ରଖିବା ଆବଶ୍ୟକ । ଏହାଦ୍ବାରା ଭଗବାନଙ୍କ କୃପା ସର୍ବଦା ଘର ଉପରେ ରହିବ । ଯେଉଁ ଘରର ମନ୍ଦିରରେ ଗଣେଶ ମୂର୍ତ୍ତି ନଥାଏ ସେହି ଘର କେବେବି ଉନ୍ନତି କରିପାରେ ନାହିଁ । କାରଣ ଗଣେଶ ହେଉଛନ୍ତି ଆଦ୍ୟ ଦେବତା ଯାହାଙ୍କୁ ସର୍ବପ୍ରଥମେ ଆରାଧନା କରିବା ଉଚିତ ।

ଏହାବ୍ୟତୀତ ହନୁମାନ ମୂର୍ତ୍ତି ଘରେ ରଖିଲେ ଖୁବ ଭଲ ଫଳ ମିଳିଥାଏ । କାରଣ ହନୁମାନ ସଙ୍କଟରୁ ରକ୍ଷା କରିଥାନ୍ତି , ବୁଦ୍ଧି ଏବଂ ବଳ ଦେଇଥାନ୍ତି । ଘରର ମନ୍ଦିରରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କର ସଂଯୁକ୍ତ ଭାବରେ ମୂର୍ତ୍ତି ରଖିବା ଆବଶ୍ୟକ । ଏହାଦ୍ବାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଘରେ ଦୁଇଟି ମନ୍ଦିର ରଖିବା ଆଦୋୖ ଉଚିତ ନୁହେଁ । ଘରେ ଦେବଦେବୀଙ୍କ ମୂର୍ତ୍ତି ସର୍ବଦା ଯୋଡ଼ା ସଂଖ୍ୟାରେ ରଖିବା ଉଚିତ । ଆଯୁଗ୍ମ ସଂଖ୍ୟାରେ ରଖିଲେ ଅଶୁଭ ହୋଇଥାଏ । ଘରେ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ ନୁହେଁ ।

ପୂଜା କରିବାର ଉପଯୁକ୍ତ ସମୟ –

ସକାଳ ୪.୦୦ ରୁ ୬.୪୫ ପର୍ଯ୍ୟନ୍ତ । କାରଣ ଏହି ସମୟରେ ଦିବ୍ୟ ଶକ୍ତି ସବୁଠି ଉପସ୍ଥିତ ରହନ୍ତି । ତେଣୁ ଏହି ସମୟରେ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମାତ୍ର ଯଦି ଆପଣ ଦ୍ୱିପ୍ରହରରେ ପୂଜା କରନ୍ତି ତେବେ ତାହା ତାନ୍ତ୍ରିକକୁ ପ୍ରାପ୍ତ ହୋଇଥାଏ ଏବଂ ତାହାର କୌଣସି ଫଳ ମିଳିନଥାଏ । ତେଣୁ ସକାଳୁ ଜଲଦି ଉଠି ସ୍ନାନ କରି ପୂଜା କରିନେବା ଉଚିତ ।

ଏହାଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ସବୁବେଳେ ଆକ୍ଟିଭ ରହେ । ପ୍ରତ୍ୟେକ ମନୁଷ୍ୟକୁ ପ୍ରତ୍ୟେକ ଦିନ ପୂଜାପାଠ କରିବା ଉଚିତ ଏବଂ ସପ୍ତାହରେ ଥରେ ମନ୍ଦିର ଯିବା ଉଚିତ । ତାସହିତ ଉପାସ ମଧ୍ୟ କରିବା ଉଚିତ । ଏହାଦ୍ବାରା ଭଗବାନଙ୍କ କୃପା ଦୃଷ୍ଟି ସର୍ବଦା ବଜାୟ ରହିଥାଏ । ପ୍ରତ୍ୟେକ ମହିଳା ଶୁକ୍ରବାର ବ୍ରତ ନିଶ୍ଚୟ ରଖିବା ଉଚିତ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରେ କେବେବି ଧନର ଅଭାବ ହୁଏ ନାହିଁ । କାରଣ ସ୍ତ୍ରୀ ମାନେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।

ଭୁଲରେବି କେବେ ମାତା ଦୁର୍ଗାଙ୍କର କ୍ରୋଧିତ ଅବସ୍ଥାର ଫୋଟ କିମ୍ବା ମୂର୍ତ୍ତି ଘରକୁ ଆଣନ୍ତୁ ନାହିଁ । ଏହାବ୍ୟତୀତ ମହାକାଳ କିମ୍ବା ମହିଷାସୁର ବଧ ସମୟର ଫୋଟ ମଧ୍ୟ ଆଣନ୍ତୁ ନାହିଁ । ସର୍ବଦା ଶାନ୍ତ ଥିବା ଫୋଟ ଆଣନ୍ତୁ । ଘରର ପୂଜା ଘରେ କୌଣସି ମୂର୍ତ୍ତି ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ବିସର୍ଜନ କରି ଦିଅନ୍ତୁ । ପୂଜାଘରୁ ବାହାରୁ ଥିବା ଅନ୍ୟାନ୍ୟ ବର୍ଜ ଜିନିଷକୁ କେବେବି ଗଙ୍ଗାରେ ବିସର୍ଜିତ କରନ୍ତୁ ନାହିଁ ।

ନଚେତ ମାତା ଗଙ୍ଗା କ୍ରୋଧିତ ହେବେ । ଗଙ୍ଗାରେ କେବଳ ଭସ୍ମ , ଫୁଲ ଏବଂ ଭଗବାନଙ୍କ ଖଣ୍ଡିତ ମୂର୍ତ୍ତି ହିଁ ବିସର୍ଜିତ କରିବା ଉଚିତ । ସ୍ୱାମୀ ସ୍ତ୍ରୀ ରୁମରେ ଭଗବାନଙ୍କ ଫୋଟ ରଖିବା ଉଚିତ ନୁହେଁ । ବାଥରୁମ ପାଖରେ ମନ୍ଦିର ରହିବା ଉଚିତ ନୁହେଁ । ନଚେତ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହାଦ୍ବାରା ପରିବାରରେ କଳହ କ୍ଳେଶ ଦେଖା ଦେଇଥାଏ ।

ମଦ ମାଂସ ଖାଇ କେବେବି ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ମାସିକ ଧର୍ମ ସମୟରେ ମହିଳା ମାନେ ଯେଉଁ ଭଳି ବ୍ରତ ପାଳନ କରନ୍ତି ସେମିତି ବ୍ରତ ପାଳନ କରି ପାରିବେ । ମାତ୍ର ଏହିଦିନ ମନ୍ଦିରକୁ ପ୍ରବେଶ କରନ୍ତୁ ନାହିଁ କିମ୍ବା ପୂଜାପାଠ କରନ୍ତୁ ନାହିଁ । ସ୍ୱାମୀଙ୍କ ଠାରୁ ଦୂରତ୍ୱ ବଜାୟ ରଖନ୍ତୁ । ଏହି ସମୟରେ ସ୍ୱାମୀ ସହିତ ସମ୍ପର୍କ ରଖିବା ଉଚିତ ନୁହେଁ ।

ନଚେତ ଆପଣଙ୍କର ହେବାକୁ ଥିବା ସନ୍ତାନ କିନ୍ନର କିମ୍ବା ସାଧାରଣ ପିଲାଙ୍କ ଭଳି ନହୋଇପାରେ । ପୂଜାଘରକୁ ଜୋତା ଚପଲ ପିନ୍ଧି ପ୍ରବେଶ କରିବା ଉଚିତ ନୁହେଁ କିମ୍ବା ଝାଡୁ ରଖିବା ମଧ୍ୟ ଉଚିତ ନୁହେଁ । ଭଗବାନଙ୍କୁ ଖଣ୍ଡିତ ଚାଉଳ ଅର୍ପିତ କରିବା ଉଚିତ ନୁହେଁ କିମ୍ବା ତାହାକୁ ଘରର ମନ୍ଦିରରେ ରଖିବା ମଧ୍ୟ ଅଶୁଭ ଅଟେ । ନଚେତ ଘୋର ପାପ ହୋଇଥାଏ । ମନ୍ଦିରରେ ସର୍ବଦା ଏକ ତମ୍ବା ପାତ୍ରରେ ଜଳ ଭରି ରଖିବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ

ବିବାହିତ ମହିଳା ମାନେ ମାତାଙ୍କ ପୂଜା ନକରି ଶୃଙ୍ଗାର କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଅନେକ ସମସ୍ୟା ହୋଇଥାଏ । ଘରର ମନ୍ଦିରରେ ମ୍ୟାଚେସ ବକ୍ସ ରଖନ୍ତୁ ନାହିଁ । ଏହାବ୍ୟତୀତ ଘରର ମନ୍ଦିରରେ ଏକାଧିକ ଶଙ୍ଖ ରଖିବା ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ମନ୍ଦିରରେ ଘିଅ , ଚନ୍ଦନ ଏବଂ ସୁଗନ୍ଧିତ ଫୁଲ ନିଶ୍ଚୟ ରଖିବା ଉଚିତ । ମାତା ସରସ୍ଵତୀଙ୍କ ମୂର୍ତ୍ତି କିମ୍ବା ଫୋଟ ମଧ୍ୟ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *