ସ୍ୱାମୀ ସ୍ତ୍ରୀର ମୃତ୍ୟୁ ଏକା ସହିତ ହେଲେ ଦାହ ସତ୍କାର କରାଯାଏ ଏହିଭଳି , ନିଶ୍ଚୟ ଜାଣି ନିଅନ୍ତୁ :-

ସ୍ୱାମୀ ଏବଂ ସ୍ତ୍ରୀର ମୃତ୍ୟୁ ଏକା ସହିତ ହୋଇଗଲେ ସେମାନଙ୍କ ଶବ ସତ୍କାର କିପରି କରାଯାଏ ଏବଂ ସେମାନଙ୍କ ମୁକ୍ତି କିଭଳି ହୋଇଥାଏ ? ଏହା ବ୍ୟତୀତ ସ୍ତ୍ରୀର ମୃତ୍ୟୁ ସ୍ୱାମୀ ପୂର୍ବରୁ ହେଲେ କଣ କରିବା ଉଚିତ ଏହିସବୁ ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି ।

ଯଦି କେହି ସ୍ତ୍ରୀ ନିଜ ସ୍ୱାମୀକୁ ଛାଡ଼ି ଯାଇ ଅନ୍ୟ କୌଣସି ପୁରୁଷ ସହିତ ମୃତ୍ୟୁବରଣ କରେ ତେବେ ସେହି ସ୍ତ୍ରୀର ଆତ୍ମା ସେତେ ପର୍ଯ୍ୟନ୍ତ ମୁକ୍ତି ପାଇପାରେ ନାହିଁ ଯେତେ ପର୍ଯ୍ୟନ୍ତ ପ୍ରଳୟ ନଆସିଛି । ଏହାବ୍ୟତୀତ ଯେଉଁ ନିଜ ବାପା ମା ଧନ ସମ୍ପତ୍ତି ଛାଡ଼ି ଯାଇ ନିଜ ସ୍ୱାମୀ ସହିତ ରହିଥାଏ ଏବଂ ସେହି ଘରେ ହିଁ ମୃତ୍ୟୁବରଣ କରେ ତେବେ ସେହି ସ୍ତ୍ରୀର ଆତ୍ମା ଚିରକାଳ ପାଇଁ ସ୍ଵର୍ଗରେ ହିଁ ରହିଥାଏ ଏବଂ ସୁଖ ଉପଭୋଗ କରିଥାଏ ।

ସେହି ନାରୀ ଅସଂଖ୍ୟ ନକ୍ଷତ୍ରଣ ଗହଣରେ ରହି କୀର୍ତ୍ତି ପ୍ରାପ୍ତ କରି ଭଲ ଘରେ ଆଗାମୀ ଜନ୍ମ ନେଇଥାଏ । ଯେଉଁ ସ୍ତ୍ରୀ ବିବାହିତ ହେବା ସତ୍ଵେବି ନିଜ ସ୍ୱାମୀକୁ ଛାଡ଼ି ଯାଇ ଅନ୍ୟ ପୁରୁଷ ସହିତ ରହିଥାଏ ସେହି ସ୍ତ୍ରୀ ଆଗାମୀ ଜନ୍ମରେ ବାଦୁଡ଼ି କିମ୍ବା ଝିଟିପିଟି ଜନ୍ମ ପାଇଥାଏ କିମ୍ବା ଦୁଇ ମୁଖ ଥିବା ସର୍ପ ଭାବରେ ଜନ୍ମ ହୋଇଥାଏ ।

ସ୍ୱାମୀର ମୃତ୍ୟୁ ପରେ ଯେଉଁ ସ୍ତ୍ରୀ ବ୍ୟଭିଚାର କରେ ସେ ଆଜୀବନ ବିଧବା ହୋଇ ଜୀବନଯାପନ କରିଥାଏ ଏବଂ ଦୁର୍ଭାଗ୍ୟ ତାର ସାଥି ଛାଡ଼ି ନଥାଏ । ଯଦି କେହି ସ୍ତ୍ରୀ ମନରୁ ହିଁ ଅନ୍ୟ ପୁରୁଷ ବିଷୟରେ ଚିନ୍ତା କରିଥାଏ ତେବେ ଏହା ମଧ୍ୟ ଏକ ବ୍ୟଭିଚାର ଅଟେ । ଯଦି କେହି ସ୍ତ୍ରୀ ପର ପୁରୁଷ ଦ୍ୱାରା ଗର୍ଭଧାରଣ କରେ ତେବେ ସେହି ସ୍ତ୍ରୀ ସହିତ କେବେ ରହିବା ଉଚିତ ନୁହେଁ ।

ଗର୍ଭପାତ କରୁଥିବା କିମ୍ବା ସ୍ୱାମୀର ବଧ କରୁଥିବା ଭଳି ମହିଳା ସହ ରହିବା ମଧ୍ୟ ଉଚିତ ହୋଇ ନଥାଏ । ବ୍ରହ୍ମ ହତ୍ୟା ତଥା ଯେଉଁ ଶିଷ୍ୟ ଗୁରୁ ସହିତ ଗମନ କରିଥାଏ ତେବେ ସେହି ସ୍ତ୍ରୀକୁ ଛାଡ଼ିଦେବା ଉଚିତ । ମଦ ପିଉଥିବା , ବନ୍ଧ୍ୟା ଏବଂ ଧନର ନାଶ କରୁଥିବା ଏବଂ ମିଛ କହୁଥିବା ସ୍ତ୍ରୀର ପରିତ୍ୟାଗ କରି ଅନ୍ୟ ବିବାହ କରିବା ଉଚିତ ହୋଇଥାଏ ।

ଯଦି କୌଣସି ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର ବିରୋଧ ହୁଏନାହିଁ ଏବଂ ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ଥିବା ସମୟରେ ଅନ୍ୟ ପୁରୁଷ କଥା ଭାବି ନଥାଏ ସେ ହିଁ ଯଶ ପ୍ରାପ୍ତ କରିଥାଏ । ନିଜ ପତିବ୍ରତା ଗୁଣ କାରଣରୁ ପରଲୋକ ଯାଇ ପାର୍ବତୀଙ୍କ ସହିତ ଆନନ୍ଦ ଭୋଗ କରିଥାଏ । ଯଦି ସ୍ୱାମୀ ନିଜ ସ୍ତ୍ରୀର ପରିତ୍ୟାଗ କରିଥାଏ ତେବେ ସେ ନିଜ ସ୍ତ୍ରୀକୁ ନିଜ ସମ୍ପତ୍ତିର ଏକ ଭାଗ ଭରଣ ପୋଷଣ ପାଇଁ ଦେବା ଉଚିତ ।

ସ୍ତ୍ରୀ ମାନେ ନିଜ ସ୍ୱାମୀର ଆଜ୍ଞା ପାଳନ କରିବା ଉଚିତ । ସ୍ତ୍ରୀ ମାନେ ରଜୋ ଦର୍ଶନର ପ୍ରଥମ ଦିନ ଠାରୁ ଷୋହଳ ରାତ୍ରି ପର୍ଯ୍ୟନ୍ତ ଋତୁକାଳ ହୋଇଥାଏ । ତେଣୁ ପୁରୁଷ ଏହି ଷୋହଳ ରାତ୍ରି ପର୍ଯ୍ୟନ୍ତ ସ୍ତ୍ରୀ ସହିତ ସମ୍ବନ୍ଧ ସ୍ଥାପନ କରିବା ଉଚିତ । ସ୍ତ୍ରୀ ମାନେ ଘରର ଜିନିଷକୁ ସଂଯମ ଭାବରେ ରଖିବା ଉଚିତ । ସ୍ତ୍ରୀ ମାନେ ସର୍ବଦା ପ୍ରସନ୍ନ ଏବଂ କମ ଖର୍ଚ୍ଚ କରିବା ଉଚିତ । ସର୍ବଦା ନିଜ ଶାଶୁ ଶ୍ୱଶୁରଙ୍କ ଚରଣ ବନ୍ଦିବା ଉଚିତ ।

ଯେଉଁ ସ୍ତ୍ରୀ ର ସ୍ୱାମୀ ଘର ବାହାରକୁ ଯାଇଛନ୍ତି ସେହି ସ୍ତ୍ରୀ କୁ କୌଣସି ପ୍ରକାରର ହାସ୍ୟ ପରିହାସ , ଶୃଙ୍ଗାର , କୌଣସି ଅନୁଷ୍ଠାନ କିମ୍ବା ଅନ୍ୟ କାହାରି ଘରକୁ ଯିବା ବର୍ଜିତ ମାନା ଯାଇଛି । ସ୍ତ୍ରୀ ଦିନ ହେଉ କିମ୍ବା ରାତି କେବେବି ଏକୁଟିଆ ବାସ କରିବା ଉଚିତ ନୁହେଁ । ସ୍ତ୍ରୀ ସବୁ ଧର୍ମ କାର୍ଯ୍ୟରେ ନିଜ ସ୍ୱାମୀକୁ ସାମିଲ କରିବା ଉଚିତ ।

ସ୍ୱାମୀ ସ୍ତ୍ରୀ ବିନା କୌଣସି ଧର୍ମ କାର୍ଯ୍ୟ ପୁରା ମାନା ଯାଏ ନାହିଁ । ଯଦି ସଦାଚାରିଣୀ ଏବଂ ପତିବ୍ରତା ସ୍ତ୍ରୀର ମୃତ୍ୟୁ ହୋଇଯାଏ ତେବେ ସେ ସ୍ତ୍ରୀ ନାମରେ ଯଜ୍ଞ କରିବା ଉଚିତ ଏବଂ ଦାହ ସତ୍କାର କରିବା ଉଚିତ । ଏପରି କରିବା ପରେ ହିଁ ସେ ଅନ୍ୟ ସ୍ତ୍ରୀକୁ ବିବାହ କରି ପାରିବେ । ନଚେତ ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରି ପାରିବ ନାହିଁ । ଯଦି ସ୍ୱାମୀ ସ୍ତ୍ରୀର ସାଥିରେ ମୃତ୍ୟୁ ହୋଇଯାଏ ତେବେ ଏକା ସହିତ ପିଣ୍ଡ ଦାନ କରିବା ଉଚିତ ।

Leave a Reply

Your email address will not be published. Required fields are marked *