କଇଁଛ ବଦଳାଇ ଦେବ ଆପଣଙ୍କ ଜୀବନ , ମିଳିବ ଏହି ୧୦ ପ୍ରକାରର ଲାଭ , କେବଳ କରନ୍ତୁ ଗୋଟିଏ ଉପାୟ :-

କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ଅନ୍ୟ ଧର୍ମରେ ମଧ୍ୟ କଇଁଛ ମୁଦ୍ରା ପିନ୍ଧିବା କିମ୍ବା କଇଁଛକୁ ଘରେ ରଖିବା ଖୁବ ଶୁଭ ମାନା ଯାଏ । କାରଣ ଧାର୍ମିକ ମାନ୍ୟତା ଅନୁସାରେ ଭଗବାନଙ୍କର ଗୋଟିଏ ରୂପ ଥିଲା କଇଁଛ । ଭଗବାନ କଇଁଛର ରୂପ ଧରି ସମୁଦ୍ର ମନ୍ଥନ ସମୟରେ ମଦ୍ରାଞ୍ଚଳ ପର୍ବତକୁ ନିଜ କବଚରେ ରଖିଥିଲେ । ତେଣୁ ଏହି କାରଣରୁ ସମୁଦ୍ର ମନ୍ଥନ ସମୟରେ ସବୁ ସମସ୍ୟାର ସମାଧାନ ହୋଇ ଯାଇଥିଲା । ତେଣୁ ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି ଯେ ଯେଉଁ ବ୍ୟକ୍ତି କଇଁଛର ପ୍ରତିମା ନିଜ ଘରେ ରଖେ ତେବେ ସେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କଇଁଛକୁ ଘରେ ରଖିଲେ କେଉଁ ୧୦ଟି ଲାଭ ହୋଇଥାଏ ଏବଂ ଏହାବ୍ୟତୀତ କଇଁଛକୁ କେଉଁ ଦିଗରେ ରଖିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ ।

୧ . ଯଦି ଆପଣ ଘରକୁ କଇଁଛ ପ୍ରତିମା ଅଣୁଛନ୍ତି ତେବେ କେବଳ ଗୁରୁବାର ଦିନ ହିଁ ଆଣନ୍ତୁ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ କଇଁଛ ଘରକୁ ଆଣିବା ଶୁଭ ହୋଇଥାଏ । ତାସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପାପ୍ତ ହୋଇଥାଏ ।

୨ . ଘରେ କଇଁଛ ରଖିଲେ ପରିବାର ସଦସ୍ୟଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ତାସହିତ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

୩ . ଏପରି ବିଶ୍ୱାସ କରାଯାଏ ଯେ ଘରେ କଇଁଛ ରଖିବା ଦ୍ୱାରା ଘରେ ଆର୍ଥିକ ବୃଦ୍ଧି ହୋଇଥାଏ । କାରଣ ଭଗବାନ ବିଷ୍ଣୁଙ୍କ କୃପା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ ।

୪ . କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଏପରି କୁହାଯାଏ ଯେ ଏହାକୁ ପାଖରେ ରଖିଲେ ଚାକିରୀ ଏବଂ ପରୀକ୍ଷାରେ ସଫଳତା ମିଳିଥାଏ ।

୫ . ଯେଉଁ ବ୍ୟକ୍ତି ନିୟମିତ କଇଁଛର ଦର୍ଶନ କରିଥାଏ ସେହି ବ୍ୟକ୍ତି ସକାରାତ୍ମକ ଶକ୍ତିର ଅଧିକାରୀ ହୋଇଯାଏ । ଏହି କାରଣରୁ ସେହି ବ୍ୟକ୍ତି ଏବଂ ତାର ପରିବାର ଉପରେ ଲାଗିଥିବା ନଜର ଦୂରେଇ ଯାଏ ।

୬ . କରଜରେ ବୁଡ଼ି ରହିଥିବା ବ୍ୟକ୍ତିକୁ ନିଜ ଘରେ ନିଶ୍ଚିତ ଭାବରେ କଇଁଛ ରଖିବା ଉଚିତ । କାରଣ ଏହି ପ୍ରତିମା ଆପଣଙ୍କର ସବୁ କଷ୍ଟକୁ ହରଣ କରି ନେଇଥାଏ ।

୭ . ଯଦି ଆପଣ ବ୍ୟାପାରରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ କଇଁଛର ପ୍ରତିମା ରଖିଲେ କେବଳ ରୂପାର କଇଁଛ ହିଁ ରଖନ୍ତୁ ।

୮ . ଘରେ କଇଁଛ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ ।

୯ . କଇଁଛର ପିଠି ଖୁବ ମଜବୁତ ହୋଇଥାଏ ଏବଂ ସେ ଅତି ଭାରି ଜିନିଷ ମଧ୍ୟ ନିଜ ପିଠିରେ ଉଠାଇ ନେଇଥାଏ । ତେଣୁ ଏହା ଆମ ଉପରକୁ ଆସୁଥିବା ସମସ୍ୟାକୁ ମଧ୍ୟ ସାମ୍ନା କରିପାରେ ।

୧୦ . ଘରେ କଇଁଛ ରହିଲେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ।

ଘରକୁ କଇଁଛର ପ୍ରତିମା ଆଣିଲେ ସର୍ବଦା ରୂପା କିମ୍ବା ପିତ୍ତଳ ଆଣନ୍ତୁ । ଏହାପରେ ଏକ ତମ୍ବା ପାତ୍ରରେ କିଛି ପାଣି ରଖି ସେଥିରେ ସ୍ଥାପିତ କରନ୍ତୁ । ବିନା ପୂଜାରେ ତାହାକୁ ସ୍ଥାପିତ କରନ୍ତୁ ନାହିଁ । କଇଁଛକୁ ସର୍ବଦା ଉତ୍ତର ପୂର୍ବ କୋଣରେ ରଖିବା ଉଚିତ ଯାହାକି ତାହା ଘର ମଧ୍ୟକୁ ଆସିବା ସ୍ଥିତିରେ ଥିବ । ଅଫିସରେ ମଧ୍ୟ କଇଁଛ ଆସୁଥିବା ସ୍ଥିତିରେ ରହିବା ଆବଶ୍ୟକ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏମିତିରେ ତ କଇଁଛ ମୁଦ୍ରା ପିନ୍ଧିବା ଶୁଭ ହୋଇଥାଏ ମାତ୍ର କିଛି ରାଶିର ବ୍ୟକ୍ତିଙ୍କୁ ଏହି ମୁଦ୍ରା ପିନ୍ଧିବା ଆଦୋୖ ଉଚିତ ନୁହେଁ । ନଚେତ ଏହି ବ୍ୟକ୍ତି ମାନଙ୍କର ବର୍ବାଦି ନିଶ୍ଚିତ ଅଟେ ।

ବିଷୁବ , ମିଥୁନ ରାଶି , କର୍କଟ ରାଶି , ସିଂହ ରାଶି , ତୁଳା ରାଶି , ଧନୁ ରାଶି ମକର ଏବଂ କୁମ୍ଭ ରାଶିର ବ୍ୟକ୍ତି ମାନେ କଇଁଛ ମୁଦ୍ରା ଆଙ୍ଗୁଠିରେ ପିନ୍ଧି ପାରିବେ । ଏହାଦ୍ୱାରା ସକାରାତ୍ମକତା ଆସିବା ସହିତ ସଫଳତା ମଧ୍ୟ ମିଳିଥାଏ । ମାତ୍ର ଚାରୋଟି ରାଶି ଏହି ମୁଦ୍ରା ପିନ୍ଧିବା ଉଚିତ ନୁହେଁ । ବୃଷ ରାଶି , ମୀନ ରାଶି , ମେଷ ରାଶି ଏବଂ କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ବିଶେଷ ଭୁଲରେ ବି କଇଁଛ ମୁଦ୍ରା ଧାରଣ କରିବା ଉଚିତ ନୁହେଁ । ନଚେତ ଏହାର ଓଲଟା ପ୍ରଭାବ ଦେଖା ଯାଇଥାଏ । ଏହାଦ୍ବାରା ବ୍ୟକ୍ତି ଗରିବ ମଧ୍ୟ ହୋଇପାରେ । କାର୍ଯ୍ୟରେ ସମସ୍ୟା ଆସିପାରେ । ଘରେ କଳହ କ୍ଳେଶ ମଧ୍ୟ ଦେଖା ଦେଇପାରେ । ଦୁଃଖ କଷ୍ଟ ବୃଦ୍ଧି ହୋଇପାରେ ।

କଇଁଛ ମୁଦ୍ରା ଆଣିବା ସମୟରେ ଧ୍ୟାନ ଦେବେ ଯେପରି ତାହାର ମୁହଁ ଆପଣଙ୍କ ଦିଗକୁ ରହିବା ଆବଶ୍ୟକ । ଏହାଦ୍ବାରା ଧନ ଆପଣଙ୍କ ଦିଗକୁ ଆକର୍ଷିତ ହେବ । ଏହାକୁ ନିଜର ତର୍ଜନୀ ଆଙ୍ଗୁଠିରେ ଧାରଣ କରିବା ଉଚିତ । ରୂପାର କଇଁଛ ମୁଦ୍ରା ଅର୍ଥକୁ ଆକର୍ଷିତ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କୁ ପରିବାରରେ ସୁଖ ସମୃଦ୍ଧି ଆବଶ୍ୟକ ତେବେ ରୂପାର ଛୋଟ ପଥର ଖଣ୍ଡକୁ ଘରେ ରଖନ୍ତୁ । ଏହାଦ୍ବାରା ବ୍ୟାପାରରେ ଉନ୍ନତି ଏବଂ ଘରେ ମଧ୍ୟ ଧନ ବୃଦ୍ଧି ହୋଇଥାଏ । ସେହିପରି ବିବାହରେ ବିଳମ୍ବ ହେଲେ ରୂପାର ଚେନ ଘରକୁ ଆଣିପାରିବେ । ବ୍ୟାପାରରେ ଦୁଇଗୁଣା ବୃଦ୍ଧି ଚାହୁଁଥିଲେ ରୂପାର ହାତୀ ଆଣିବା ଉଚିତ ।

Leave a Reply

Your email address will not be published. Required fields are marked *