ସକାଳୁ ଉଠି କେବେ ବି କାହାକୁ ଏହି 3ଟି ଜିନିଷ ଦାନରେ ଦିଅନ୍ତୁ ନାହିଁ, ନଚେତ ପୁରା ଜୀବନ ଦୁଃଖ ଏବଂ କଷ୍ଟରେ ରହିବେ |

ବନ୍ଧୁଗଣ ଦାନ କରିବା ବହୁତ ପୂର୍ଣ୍ଣର କାମ ହୋଇଥାଏ,ତେବେ ଦାନ କରିବା ଆମ ଜୀବନରେ ସେତିକି ଜରୁରୀ ଯେତିକି ଆମ ଜୀବନରେ କାମ କରିବା | ଶାସ୍ତ୍ରରେ କୁହାଯାଏ ଯେ ନିଜ ଜୀବନ ରେ ମଣିଷ କମ ସେ କମ ଦୁଇଥର ଗୁପ୍ତ ଦାନ ଅବଶ୍ୟ କରିବା ଦରକାର | ଏହା ଦ୍ୱାରା ମଣିଷ କେବେ ନର୍କ ଯନ୍ତ୍ରଣା ଭୋଗି ନ ଥାଏ | ଦାନ କରିବା ସବୁଠାରୁ ମଙ୍ଗଳ କରି ଏବଂ ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ବିଶ୍ୱାସ ରହିଛି |

ତେବେ ଏମିତି କିଛି ଜିନିଷ ଅଛି ଯାହାକୁ କଦାପି ଦାନ କରିବା ଉଚିତ ନୁହେଁ, ଏହାକୁ ନିଜେ ଦେବ ଦେବ ମହାଦେବ କହିଛନ୍ତି | ଏହାକୁ ଦାନ କରିବା ଦ୍ୱାରା ଆପଣଙ୍କର ଅନିଷ୍ଟ ହୋଇଥାଏ, ତେବେ ଏହା ସହ ଆମେ ଶିବ ପୁରାଣ ରେ ବର୍ଣିତ ସେଇ 5ଟି ଜିନିଷ ବିଷୟରେ ମଧ୍ୟ ଜାଣିବା ଯାହାକୁ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ସମ୍ପୂର୍ଣ ଭାବରେ ଶେଷ ହୋଇଯାଏ ଏବଂ ଜୀବନ ବହୁତ ଭାଗ୍ୟବାନ ହେଇଯାଏ ତେବେ ଚାଲନ୍ତୁ ଜାଣିବା ସେବିଷୟରେ..

ଲୁଣ ଦାନ କରିବା

ବନ୍ଧୁଗଣ ଲୁଣ ଦାନ କରିବା ସବୁଠାରୁ ସର୍ବଶେଷ୍ଠ ବୋଲି ବିବେଚନା କରାଯାଏ | ତେବେ ଏହାକୁ ଦାନ କରିବା ଦ୍ୱାରା ଜୀବନ ରେ ସୁଖ, ଶାନ୍ତି, ସମୃଦ୍ଧି ସବୁ ଦୌଡ଼ି ଚାଲିଆସିଥାଏ

ତେବେ ବନ୍ଧୁଗଣ ଯେଉ ଲୁଣ ଆପଣ ଖାଇବା ବନେଇବା ପାଇଁ ବ୍ୟବହାର କରୁଛନ୍ତି ତାକୁ ଦାନ କରିବା ଠୁ, ସାମୁଦ୍ରିକ ଲୁଣ ଦାନ କରିବା ବହୁତ ପ୍ରଭାବଶାଳି ହୋଇଥାଏ | ତେବେ ଲୁଣ ଦାନ କରିବା ସବୁଠାରୁ ସର୍ବଶେଷ୍ଠ ଦାନ ବୋଲି ବିଶ୍ୱାସ କରାଯାଏ |

ଗୁଡ଼ ଦାନ କରିବା

ବନ୍ଧୁଗଣ ଯଦି ଆପଣଙ୍କ ସମ୍ପର୍କରେ ଅସୁବିଧାରେ ହେଉଛି, କିମ୍ବା କଲି ଝଗଡା ହେଉଛି | ଆପଣଙ୍କ ଜୀବନ ରେ ଯେକୌଣସି ସମ୍ପର୍କ ହେଉ ସେ ସ୍ୱାମୀ ସ୍ତ୍ରୀର ହେଉ ଅବା ମା ଛୁଆ ଯଦି ସମ୍ପର୍କ ରେ କୌଣସି ତିକ୍ତତା ହେଉଛି ତେବେ ଏହି ଉପାୟ କରନ୍ତୁ | ମହାଦେବଙ୍କ ମନ୍ତ୍ର ସୁମରଣ କରି ଗୁଡ଼ ସହ ସୋମବାର ଦିନ ଗାଈ କୁ ଖାଇବାକୁ ଦିଅନ୍ତୁ ଏବଂ ମହା ମୃତୁଞ୍ଜୟ ମନ୍ତ୍ର ପାଠ କରନ୍ତୁ | ଦେଖିବେ ଧୀରେ ଧୀରେ ସମ୍ପର୍କରେ ମଧୁରତା ଆସି ବାକୁ ଲାଗିବ | ସମ୍ପର୍କ ମଜବୁତ ହେବ..

ତିଳ ର ଦାନ କରିବା

ମଣିଷ ବହୁତ ଜ୍ଞାନୀ ହେବା ପରେ ମଧ୍ୟ ଯଦି ଉନ୍ନତି କରିପାରୁ ନାହିଁ କିମ୍ବା ନିଜର ଆତ୍ମ ବିଶ୍ୱାସ ହରେଇ ବସିଛି | ତେବେ ଏମିତି ପରିସ୍ଥିତିରେ ମଣିଷ କୁ ତିଳ ଦାନ କରିବା ଉଚିତ ହୋଇଥାଏ | ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଇଛି, ତେବେ ତିଳ ଦାନ କରିବାର ସଠିକ ସମୟ ହେଉଛି ଯଦି ଆପଣ କଳା ତିଳ ଦାନ କରୁଛନ୍ତି ତେବେ ଶନିବାର ଦିନ କରନ୍ତୁ ଆଉ ଯଦି ଧଳା ତିଳ ଦାନ କରୁଛନ୍ତି ତେବେ ସୋମବାର କରନ୍ତୁ ଏହିପରି କରିବା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ଫେରିଆସିବ |

ଚାଉଳ ଆଉ ଗହମ ର ଦାନ କରିବା

ତେବେ ଯଦି ଆପଣ ଚାଉଳ ଆଉ ଗହମ ଦାନ କରୁଛନ୍ତି, ଆପଣଙ୍କର ଘର ସବୁବେଳେ ଧନ ସମ୍ପତ୍ତି ରେ ଭରିରହିବା | ଶିବ ପୁରାଣ ରେ ଏହି ବିଷୟରେ ଉଲ୍ଲେଖ ଅଛି ଯିଏ ସୋମବାର ଦିନ ଗହମ ଏବଂ ଚାଉଳ ଗରିବ ଲୋକ ଙ୍କୁ ଦାନ କରିବ ସେ ବହୁତ ଧନ ଶାଳୀ ହେବ | ଘରେ କେବେ ବି ଧାରା ମା ଲକ୍ଷ୍ମୀଙ୍କର ଅଭାବ ହେବ ନାହିଁ | ମା ଲକ୍ଷ୍ମୀ ଏହିପରି ଲୋକର ଘରକୁ କେବେ ଛାଡିକି ଯିବେ ନାହିଁ |

କେଉଁ ବାର ରେ କଣ ଦାନ କଲେ ପୁଣ୍ୟ ମିଳିଥାଏ..

ସୋମବାର ଦିନ ରୁଟି ସହ ଗୁଡା ଗାଈକୁ ଖାଇବାକୁ ଦିଅନ୍ତୁ,ବହୁତ ଶୁଭ ହୋଇଥାଏ | ରବିବାର ଦିନ କୌଣସି ଗରିବ ଗୁଡ ଦାନ କରିବା ଉତ୍ତମ ବୋଲି ବିଶ୍ୱାସ କରାଯାଇଛି | ମଙ୍ଗଳ ବାର କୁ ମାଙ୍କଡକୁ ବୁଟ ଖାଇବାକୁ ଦେବା ଉତ୍ତମ ହୋଇଥାଏ |ତଥା ବୁଟ ଦାନ କରିବା ଭଲ ବୋଲି କୁହାଯାଏ,ଏହା ଦ୍ୱାରା ମହାବଲି ଙ୍କ ଆଶୀର୍ବାଦ ମିଳିଥାଏ | ବୁଧବାର ଦିନ ମୁଗ ଡାଲି, ସବୁଜ ରଙ୍ଗରେ ଶାଢ଼ୀ ଏବଂ ଚୁଡି ଦାନ କରିବା ଭଲ ହୋଇ ଥାଏ, ଏହା କରିବା ଦ୍ୱାରା ଚାକିରୀ ରେ ଉନ୍ନତି ହୋଇଥାଏ |

ଗୁରୁବାର ଦିନ ହଳଦିଆ ଶାଢ଼ୀ ଦାନ କରିବା ଉଚିତ ହୋଇ ଥାଏ, ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି | ଏଥି ସହିତ ଗୁରୁଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି,ବୃହସ୍ପତି ଗ୍ରହ ସନ୍ତୁଷ୍ଟ ହେବ ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ | ସବୁକିଛି ଶୁଭ ହୋଇଥାଏ | ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଖିରି ଦାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଅପାର କୃପା ମିଳିଥାଏ | ଶନିବାର ଦିନ ପୋଷାକ ଦାନ କରନ୍ତୁ ଶୁଭ ହୋଇଥାଏ | ଶନିଦେବ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି…

କଣ ଦାନ କରିବା ଉଚିତ ନୁହେଁ..

ଚିରା ଫଟା ପୋଷାକ କାହାକୁ ଦାନ କରବା ଉଚିତ ନୁହେଁ | ସଢ଼ା ପଚା ଖାଦ୍ୟ କିମ୍ବା ବସି ଖାଦ୍ୟ କାହାକୁ ଦାନ କରିବା ଉଚିତ ନୁହେଁ | ଯଦି ଆପଣଙ୍କ ଘରେ ଛିଡା ଜୋତା କିମ୍ବା ଚପଲ ଅଛି ତାକୁ ମଧ୍ୟ କାହାକୁ ଦାନ କରିବା ଉଚିତ ନୁହେଁ | ଏହା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ, ଝାଡୁ ମଧ୍ୟ ଦାନ କରିବା ଉଚିତ ନୁହେଁ | ଏହା ଦ୍ୱାରା ମାତା ଲକ୍ଷ୍ମୀ ଚାଲିଯାନ୍ତି, ଘରର ବାସନ କୁସନ କାହାକୁ ଦାନ ଦେବ ଉଚିତ ନୁହେଁ | ଘରର ତେଲ କାହାକୁ ଦାନ କରିବା ଉଚିତ ନୁହେଁ, ଶନିଦେବ ରାଗିଯାନ୍ତି | ଛୁରୀ, ପନିକି ଏସବୁ ମଧ୍ୟ କାହାକୁ ଦେବା ଉଚିତ ନୁହେଁ ଏଥିରେ ରହୁ କେତୁ ଏସବୁ ରାଗିଯାନ୍ତି | ତେବେ ଏହି ସବୁ ଜିନିଷ ଦାନ ଦେବା ଉଚିତ ନୁଁହେ..

Leave a Reply

Your email address will not be published. Required fields are marked *