କେବଳ ଗୋଟିଏ ମୟୁର ପର ବଦଳାଇ ପାରେ ଆପଣଙ୍କ ଭାଗ୍ୟ :-

ଜୀବନରେ ବେଳେବେଳେ ଏପରି ସମସ୍ୟା ଆସିଥାଏ ଯେ ତାହାକୁ ସମାଧାନ କରିବାର ବାଟ ଜଣା ପଡ଼ି ନଥାଏ । ଯାହାଦ୍ୱାରା ମନୁଷ୍ୟ ଭାଙ୍ଗି ପଡ଼େ । ତେବେ ଏପରି ସମୟରେ ମନୁଷ୍ୟ ବ୍ୟବହାର କରୁଥିବା କିଛି ସାଧାରଣ ଜିନିଷ ଦ୍ୱାରା କରାଯାଉଥିବା କିଛି ଉପାୟ ବଳରେ ହିଁ ସେହି ସମସ୍ୟାର ସମାଧାନ କରିହୁଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କେବଳ ତିନୋଟି ମୟୁର ପରକୁ ବ୍ୟବହାର କରି କିପରି ଏସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବୁ ।

ଆମ ହିନ୍ଦୁ ଧର୍ମରେ ମୟୁର ପରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ସାଧରଣତଃ ତାନ୍ତ୍ରିକ କାର୍ଯ୍ୟରେ ଏହାର ଅଧିକ ବ୍ୟବହାର ହୋଇଥାଏ । କେବଳ ସେତିକି ନୁହେଁ ଅନେକ ପୁରୁଣା ଧର୍ମଗ୍ରନ୍ଥ କୁ ମଧ୍ୟ ମୟୁର ପରକୁ ଲେଖନୀ ଭାବରେ ବ୍ୟବହାର କରି ଲେଖାଯାଇଛି । ପୁଣି ଏପରି କୁହାଯାଏ ଯେ ମୟୁର ପର ଘରେ ରହିଲେ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେନାହିଁ ।

ମୟୁର ପର ନକରାତ୍ମକତାକୁ ଅବଶୋଷିତ କରି ସକାରାତ୍ମକତାକୁ ପ୍ରସାରିତ କରିଥାଏ । ପୁଣି ଏକ ପୌରାଣିକ କାହାଣୀ ଅନୁଯାୟୀ ସନ୍ଧ୍ୟା ନାମକ ଅସୁରର ବଧ ମୟୁର କରିଥିବାରୁ ମୟୁର ପରକୁ ଖୁବ ଶକ୍ତିଶାଳୀ ମାନା ଯାଇଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ମୁକୁଟରେ ମୟୁର ପର ଲଗାନ୍ତି । କାରଣ ଛୋଟବେଳୁ ହିଁ ତାଙ୍କ ମା ତାଙ୍କ ମୁଣ୍ଡରେ ମୟୁର ପର ଲଗାଉଥିଲେ । କାରଣ ମୟୁର ପର କାଳ ସର୍ପଦୋଷ ଦୂର କରିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କର କାଳ ସର୍ପ ଦୋଷ ଥିଲା । ତେଣୁ ସେ ମୁଣ୍ଡରେ ମୟୁର ପର ଲଗାଉଥିଲେ । ବୌଦ୍ଧ ଧର୍ମରେ ମଧ୍ୟ ଏହାର ଅନେକ ବିଶେଷ ମହତ୍ତ୍ୱ ରହିଛି ।

ଗ୍ରୀସର ଲୋକେ ମୟୁର ପରକୁ ସ୍ୱର୍ଗ ସହିତ ତୁଳନା କରନ୍ତି । ଆମ ହିନ୍ଦୁ ଧର୍ମରେ ମୟୁର ପରକୁ ମାତା ଲକ୍ଷ୍ମୀ , କାର୍ତ୍ତିକ , ହନୁମାନ , ଗଣେଶଙ୍କ ସହିତ ଯୋଡ଼ି ଦେଖାଯାଏ । ଘରେ ବଇଁଶୀ ସହିତ ମୟୁର ପର ରଖିଲେ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହେ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯଦି ଘରେ ନକରାତ୍ମକତା ଅଧିକ ଥାଏ ତେବେ ମୟୁର ପରକୁ ଉପରୁ ତଳକୁ ଜୋରରେ ହଲାଇବା ଉଚିତ ।

ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ଏବଂ ସକାରାତ୍ମକତା ଘରକୁ ପ୍ରବେଶ କରିଥାଏ । ଘରର ପାଞ୍ଚଟି ସ୍ଥାନ ଅଛି ଯେଉଁଠି ମୟୁର ପର ରଖିଲେ ଘରେ ନକରାତ୍ମକତା ବଢ଼ିଥାଏ ଏବଂ ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରନ୍ତି । ପ୍ରଥମତଃ ଗଣେଶ ଉତ୍ସବ ଆସିବା ପୂର୍ବରୁ ହିଁ ମୟୁର ପରକୁ ଘରର ଏପରି ସ୍ଥାନରେ ଲଗାଇ ଦିଅନ୍ତୁ ଯାହାକି ସବୁ ଲୋକଙ୍କ ନଜରରେ ପଡ଼ିବ । କାରଣ ମୟୁର ପର ନକରାତ୍ମକତାକୁ ଅବଶୋଷିତ କରିଥାଏ ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ରାମବାଣ ସଦୃଶ ହୋଇଥାଏ । ତନ୍ତ୍ର ମନ୍ତ୍ର କରିଥିବା ବ୍ୟକ୍ତି ଯଦି ନିଜ ପୁସ୍ତକ ମଧ୍ୟରେ ଏହା ରଖେ ତେବେ ଏହାର ଅନେକ ଭଲ ଫାଇଦା ମିଳିଥାଏ । ଏସବୁ ବ୍ୟତୀତ ରାହୁ କେତୁ ଭଳି ଗ୍ରହ ଦୋଷ ମଧ୍ୟ ଦୂରେଇ ଯାଏ । ଘଟେ ଛୋଟ ପିଲା ଜିଦଦୀ ହୋଇଗଲେ ମୟୁର ପରରେ ପଙ୍ଖା କରନ୍ତୁ । ଦେଖିବେ ତାର ସ୍ଵଭାବ ଧୀରେ ଧୀରେ ବଦଳି ଯିବ ।

ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ରୂପାର ତାବିଜ ମଧ୍ୟରେ ମୟୁର ପର ରଖି ତାହାକୁ ଛୋଟ ପିଲାର ମୁଣ୍ଡ ତଳେ ରଖିବା ଉଚିତ । ବଡ଼ ଲୋକ ମାନେ ମଧ୍ୟ ମୟୁର ପରକୁ ନିଜ ତକିଆ ତଳେ ରଖି ପାରିବେ । ଏହାଦ୍ବାରା କୌଣସି ପ୍ରକାରର ମନ୍ଦ ଚିନ୍ତାଧାରା କିମ୍ବା ଖରାପ ସ୍ୱପ୍ନ ଆସେନାହିଁ । ପାଠ ପଢ଼ାରେ ଦୁର୍ବଳ ଥିବା ପିଲାର ପଢ଼ାଘରେ ପ୍ରଥମେ ମୟୁର ପର ଲଗାନ୍ତୁ କିମ୍ବା ଯେଉଁ ବିଷୟରେ ସେ ଦୁର୍ବଳ ସେହି ବିଷୟ ବହି ମଧ୍ୟରେ ମୟୁର ପର ରଖି ଦିଅନ୍ତୁ । ଦେଖିବେ ଅଳ୍ପ ଦୁବ5ମଧ୍ୟରେ ଚମତ୍କାର ହେବ ।

ଅନେକ ସମୟରେ ଘରେ ଉନ୍ନତି ବଦଳରେ ଅବନତି ହୋଇଥାଏ । ତେଣୁ ଏମିତିରେ ଘରର ପୂର୍ବ ଦକ୍ଷିଣ କୋଣରେ ମୟୁର ପର ରଖିବା ଉଚିତ । ଏହାଦ୍ବାରା ଅଳ୍ପ ଦିନ ମଧ୍ୟରେ ହିଁ ଉନ୍ନତି ଦେଖାଦେବ । ଅନେକ ସମୟରେ ଘରର ବଡ଼ ଲୋକେ କୌଣସି କାମକୁ ହାତକୁ ନିଅନ୍ତି ମାତ୍ର ତାହାକୁ ଶେଷ କରି ପାରନ୍ତି ନାହିଁ ବରଂ କାର୍ଯ୍ୟ ଶେଷରେ ଅଟକି ଯାଏ। ତେଣୁ ଶୋଇବା ରୁମରେ ମୟୁର ପର ରଖିଲେ ଏହି ସମସ୍ୟା ଦୂର ହୋଇଥାଏ । ବ୍ୟାପାର କ୍ଷେତ୍ରରେ ଦୋକନର ପୂର୍ବ ଦକ୍ଷିଣ ଦିଗରେ ମୟୁର ପର ଲଗାଇଲେ କୌଣସି କ୍ଷତି ହୁଏନାହିଁ । ନିଜ ପର୍ସ କିମ୍ବା ଡାୟେରୀରେ ମୟୁର ପର ରଖିଲେ ରାହୁ ଦୋଷ କ୍ଷତି କରିପାରେ ନାହିଁ ଏବଂ ଆର୍ଥିକ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *