ନିଜ ପକେଟ ରଖି ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ , ତାପରେ ଦେଖନ୍ତୁ ଚମତ୍କାର , ଜାଣନ୍ତୁ କଣ କହୁଛନ୍ତି ଚାଣକ୍ୟ :-

ଦୁନିଆରେ ଏକ ସରଳ ଏବଂ ଶାନ୍ତିର ଜୀବନଯାପନ ପାଇଁ ଧନ ନିତାନ୍ତ ଅପରିହାର୍ଯ୍ୟ ଅଟେ । ଅନେକ କଷ୍ଟ କରି ଲୋକେ ଟଙ୍କା ରୋଜଗାର କରନ୍ତି ତଥାପି ତାହା କେଉଁ ଦିଗରେ ଖର୍ଚ୍ଚ ହୋଇଯାଏ ଜାଣି ହୁଏ ନାହିଁ । ପାଣି ଭଳି ଟଙ୍କା ବୋହିଯାଏ ବୋଲି କୁହାଯାଏ । ପୁଣି ଲକ୍ଷ୍ମୀଙ୍କୁ ଚଞ୍ଚଳା ଏବଂ ଧନ ଚଞ୍ଚଳ ବୋଲି କୁହାଯାଏ ।

ତେଣୁ ଏହା କେତେବେଳେ କେମିତି ଖର୍ଚ୍ଚ ହୋଇଯାଏ ତାହା ଜାଣି ହୁଏ ନାହିଁ । ଆଜିକାର ଏହି ଲେଖାରେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଟଙ୍କା ଖର୍ଚ୍ଚର ହେବ ମାତ୍ର ନିୟନ୍ତ୍ରଣରେ ଏବଂ ଏହା ସହିତ ଆହୁରି ଅଧିକ ଆର୍ଥିକ ଲାଭ ମଧ୍ୟ ହେବ । ତେବେ ଚାଲନ୍ତୁ ଜାଣିନେବା ।

ଶାସ୍ତ୍ର ଅନୁଯାୟୀ ଧନର କ୍ଷତି ଏବଂ ଲାଭ ଧନ ରଖାଯାଉଥିବ ସ୍ଥାନ ଉପରେ ନିର୍ଭର କରେ । ଆମେ ପର୍ସକୁ ଅନେକ ସମୟରେ ଏପରି ସ୍ଥାନରେ ରଖିଥାଉ ଏବଂ ସମୟ ସମୟରେ ସେହି ପର୍ସରେ ଏପରି ଜିନିଷ ସବୁ ରଖିଦେଉ ଯାହାଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ । ତେଣୁ ସର୍ବପ୍ରଥମେ ଶାସ୍ତ୍ର ଅନୁଯାୟୀ ଧନ ରଖାଯାଉଥିବା ସ୍ଥାନକୁ ନେଇ ଦିଆଯାଇଥିବା ସୂଚନା ଉପରେ ଗୁରୁତ୍ୱ ଦେବା ଉଚିତ ।

ସର୍ବପ୍ରଥମେ ଧନ ରଖୁଥିବା ପର୍ସକୁ ପରିଷ୍କାର ରଖିବା ଉଚିତ । ଅପରିଷ୍କାର ସ୍ଥାନକୁ କେବେବି ମାତା ଲକ୍ଷ୍ମୀ ଆସନ୍ତି ନାହିଁ କିମ୍ବା ରହନ୍ତି ନାହିଁ । ତେଣୁ ନିଜ ପର୍ସକୁ ସର୍ବଦା ସଫା ରଖିବା ଉଚିତ । ସର୍ବଦା ନାଲି , ଗୋଲାପୀ କିମ୍ବା ମେରୁନ ରଙ୍ଗର ପର୍ସ କିଣିବା ଉଚିତ । ଏହି ରଙ୍ଗର ପର୍ସ ଆଣିଲେ ଟଙ୍କା ଆସିଥାଏ ଏବଂ ସଞ୍ଚିତ ହୋଇ ମଧ୍ୟ ରହେ । ମାତ୍ର କଳା କିମ୍ବା ଅନ୍ୟ ରଙ୍ଗର ପର୍ସ ଆଣିଲେ ସେଥିରେ ଟଙ୍କା ଆସିଥାଏ ସତ ମାତ୍ର ଚାଲିଯାଇଥାଏ ମଧ୍ୟ

ଯେତେବେଳେ ଆପଣ ନୂଆ ପର୍ସ କିଣୁଛନ୍ତି ସେତେବେଳେ ନିଜ ମା’ଙ୍କ ପାଖରୁ ଏକ କଏନ ଆଣି ପ୍ରଣାମ କରି ରଖି ଦିଅନ୍ତୁ । ନଚେତ ଯେଉଁ ବ୍ୟକ୍ତିକୁ ଆପଣ ଅଧିକ ପସନ୍ଦ କରନ୍ତି ସେହି ବ୍ୟକ୍ତିଙ୍କ ଠାରୁ ଏକ ନୋଟ ନେଇ ସେଥିରେ କେଶର ଲଗାଇ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ରଖି ଦିଅନ୍ତୁ ।

ଏହାଦ୍ବାରା ଆର୍ଥିକ ବୃଦ୍ଧି ହେବ । ବଡ଼ ଲୋକଙ୍କ ଆଶୀର୍ବାଦ ସ୍ୱରୂପ ମିଳିଥିବା ଟଙ୍କା ସର୍ବଦା ଧନ ବୃଦ୍ଧି କରିଥାଏ । ସେହି କଏନକୁ ସବୁବେଳେ ସାଇତି ରଖିବା ଉଚିତ । ଏହାବ୍ୟତୀତ ହଳଦୀ ଲାଗିଥିବା ନୋଟ ଯଦି କେବେ ପାଉଛନ୍ତି ତେବେ ତାହାକୁ ମଧ୍ୟ ସାଇତି ରଖନ୍ତୁ ଏବଂ ଖର୍ଚ୍ଚ କରନ୍ତୁ ନାହିଁ । ଏହା ଆପଣଙ୍କ ଆର୍ଥିକ ବୃଦ୍ଧିର କାରଣ ହେବ ।

ଅନେକ ସମୟରେ ଆମେ ପର୍ସରେ ଅନ୍ୟାନ୍ୟ ଜିନିଷ ରଖିଥାଉ ଯାହା ଆର୍ଥିକ ହାନୀର କାରଣ ହୋଇଥାଏ । ଯେମିତିକି ପର୍ସରେ ଟଙ୍କା ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଲୋକେ ସିନେମା ଟିକେଟ , ବସ ଟିକେଟ , ଚକଲେଟ ଏବଂ ମୃତ ବ୍ୟକ୍ତିଙ୍କ ଫୋଟ ରଖିଥାନ୍ତି । ଯାହା ଆଦୋୖ ଉଚିତ ନୁହେଁ ।

ପର୍ସରେ ପୁରୁଣା କାଗଜପତ୍ର ରଖିବା ଦ୍ୱାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ପୁଣି ପର୍ସରେ ଅଶ୍ଳୀଳ ଜିନିଷ ରଖିବା ମଧ୍ୟ ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପର୍ସରେ କେବେବି ଚାବି ରଖନ୍ତୁ ନାହିଁ । କାହାରି ଧାର ଟଙ୍କା କିମ୍ବା ନିଜର ସୁଧ ଟଙ୍କାକୁ ମଧ୍ୟ ପର୍ସରେ ରଖିବା ଉଚିତ ନୁହେଁ ।

ପର୍ସରେ ଧନର ଉନ୍ନତି ପାଇଁ କାଚ କିମ୍ବା ରୁପାର ଗୁଲି ନିଶ୍ଚୟ ରଖନ୍ତୁ । ଏହାବ୍ୟତୀତ ଧାର୍ମିକ ଜିନିଷ ମଧ୍ୟ ରଖି ପାରିବେ । ପୂଜା ସମ୍ବନ୍ଧୀୟ କୌଣସି ଜିନିଷ ଯେପରିକି ମୋୖଲି ସୂତା , ମୁଦ୍ରା ଏହିପରି ଜିନିଷ ରଖିଲେ ଧନ ଆକର୍ଷିତ ହୋଇଥାଏ ଏବଂ ସକାରାତ୍ମକତା ବୃଦ୍ଧି ହୋଇଥାଏ । ଲକ୍ଷ୍ମୀ ପୂଜନରେ ବ୍ୟବହୃତ ହେଉଥିବା ହଳଦିଆ କଉଡ଼ି ମଧ୍ୟ ଆପଣ ପର୍ସ ରଖି ପାରିବେ ।

ଏହାଦ୍ବାରା ଅପାର ଧନପ୍ରାପ୍ତିର ଯୋଗ ହୋଇଥାଏ । ହଳଦିଆ କଉଡ଼ି ଧନକୁ ଆକର୍ଷିତ କରିଥାଏ । ମନେ ରଖନ୍ତୁ ଯେ ଧନ ପ୍ରାପ୍ତି ପାଇଁ ଉପାୟ କରିବା ସମୟରେ ନିଷ୍ଠା , ସଂଯମ , ଧୌର୍ଯ୍ୟ ରଖିବା ନିତାନ୍ତ ଆବଶ୍ୟକ ଅଟେ । ଏସବୁ ବ୍ୟତୀତ ନିଜ ଉପରେ ନିୟନ୍ତ୍ରଣ ରଖିବା ମଧ୍ୟ ଉଚିତ । ମୂଲ୍ୟହୀନ ଖର୍ଚ୍ଚ କରନ୍ତୁ ନାହିଁ ।

ଗୁରୁବାର ଦିନ ଏକ ପାତ୍ର ନେଇ ସେଥିରେ ହଳଦୀ ଗଣ୍ଠି ରଖି ଦିଅନ୍ତୁ । ସେଥିରେ ସୁନା କିମ୍ବା ରୂପାର ଏକ ମୁଦ୍ରା ରଖି ନାଲି ମୋୖଲି ସୂତା ରଖନ୍ତୁ । ୨୧ ଦାନା ଚାଉଳକୁ ହଳଦୀରେ ମିଶାଇ ସେହି ପାତ୍ରରେ ରଖନ୍ତୁ । ଏହାପରେ ତାହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ବସି ଓଁ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କୁ ପ୍ରଣାମ କରି ପାତ୍ରରେ ଥିବା ସମସ୍ତ ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ନେଇ ନିଜ ପର୍ସରେ ରଖନ୍ତୁ ଏବଂ ଅନ୍ୟାନ୍ୟ ଜିନିଷକୁ ଏକ ନାଲି କପଡ଼ାରେ ବାନ୍ଧି ତାହାକୁ ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ୱାରା ଧନର ଚମତ୍କାର ଉନ୍ନତି ଆପଣ ଦେଖିବାକୁ ପାଇବେ ।

Leave a Reply

Your email address will not be published. Required fields are marked *