କଳା ସୂତାରେ କେବଳ ବାନ୍ଧି ଦିଅନ୍ତୁ ୯ ଟି ଗଣ୍ଠି , ତାପରେ ଦେଖନ୍ତୁ ଚମତ୍କାର , କେହିବି ହୋଇଯିବେ ନିଜର :-

ମନୁଷ୍ୟ ଜୀବନରେ ସବୁବେଳେ କିଛିନା କିଛି ସମସ୍ୟା ଚାଲିଥାଏ । ଯାହାଦ୍ୱାରା ଘରେ ଅଶାନ୍ତି , ପାରିବାରିକ କଳହ , ଦାମ୍ପତ୍ୟ କଳହ , ବ୍ୟବସାୟରେ ସମସ୍ୟା ଏହିପରି ଅନେକ ସମସ୍ୟା ଦେଇ ମନୁଷ୍ୟ ଗତି କରିଥାଏ । ତେବେ ଏସବୁର କାରଣ ହେଉଛି ନକରାତ୍ମକତା । ଯାହାଦ୍ୱାରା ଘରର ବାସ୍ତୁ ଦୋଷ ନଷ୍ଟ ହେବା ସହିତ ମାନସିକ ଚିନ୍ତା ବଢ଼ିଥାଏ ।

ଏହି ନକରାତ୍ମକତାର ପ୍ରମୁଖ କାରଣ ହେଉଛି ନଜର ଦୋଷ । ଯାହାକି ଇର୍ଷା ଏବଂ ହିଂସା କାରଣରୁ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ରେଶମ କଳା ସୂତାକୁ ବ୍ୟବହାର କରି କିଛି ଉପାୟ ବିଷୟରେ କହିବୁ ଯାହାକୁ କଲେ ନକରାତ୍ମକତା ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ।

କଳା ସୂତା ହାତରେ , ବେକରେ , ଅଣ୍ଟାରେ ଏବଂ ଗୋଡ଼ରେ ବାନ୍ଧିବାର ପ୍ରଥା ଏବେକାର ନୁହେଁ ବରଂ ଅନେକ ପୁରୁଣା ଅଟେ । ମନୁଷ୍ୟର ଶରୀର ପଞ୍ଚତତ୍ତ୍ୱରେ ଗଠିତ ଯାହାର ଶକ୍ତି ଦ୍ୱାରା ଶରୀର ପରିଚାଳିତ ହୋଇଥାଏ । ତେଣୁ ଯେତେବେଳେ ନକରାତ୍ମକତା ଆସିଥାଏ ସେତେବେଳେ ଏହି ପଞ୍ଚତତ୍ତ୍ୱର ସକାରାତ୍ମକତା ଶରୀର ପାଖକୁ ପହଞ୍ଚି ପାରେ ନାହିଁ । ତେଣୁ କଳା ସୂତା ବାନ୍ଧିଲେ ଏହା ନଜର ପକାଉଥିବା ବ୍ୟକ୍ତି ନଜରରେ ବାଧା ଆଣିଥାଏ । ତେଣୁ ନଜରରୁ ମୁକ୍ତି ପାଇବା ପାଇଁ ଯଥେଷ୍ଟ ଲମ୍ବର ଏକ କଳା ସୂତା ନେଇ ପାଖ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଆନ୍ତୁ ।

ଶନି ମନ୍ଦିରରେ ଦୀପରୁ ସୋରିଷ ତେଲରେ ସେହି କଳା ସୂତାକୁ ବୁଡ଼ାଇ ଦିଅନ୍ତୁ । ଯଦି ଆପଣ ହନୁମାନ ମନ୍ଦିର ଯାଇଛନ୍ତି ତେବେ ହନୁମାନଙ୍କ ଚରଣରେ ଥିବା ସିନ୍ଦୁରକୁ ସେହି ସୂତାରେ ଲଗାନ୍ତୁ । ଏହାପରେ ସେଥିରେ ସାତଟି ଗଣ୍ଠି ପକାନ୍ତୁ ଏବଂ ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ ନିଜର ପ୍ରତ୍ୟେକ ସମସ୍ୟାକୁ କୁହନ୍ତୁ । ଆପଣ ନିଜର କୌଣସି ସାତୋଟି ବଡ଼ ସମସ୍ୟା କହି ସାତଟି ଗଣ୍ଠି ପକାଇ ଦିଅନ୍ତୁ । ଏହାପରେ ୨୧ ଥର ଓଁ ଶଂ ଶନିଶ୍ଚରାୟ ନମଃ ଏବଂ ହନୁମାନ ମନ୍ଦିର ଯାଇଥିଲେ ଥରେ ହନୁମାନ ଚାଳିଶାର ପାଠ କରନ୍ତୁ ।

ଏହାପରେ ସେହି ସୂତାକୁ ଦୀପ ଉପର ଦେଇ ସାତ ଥର ବୁଲାଇ ଶନିଦେବଙ୍କ ମନ୍ତ୍ର ଏବଂ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ । ତାପରେ ପୁରା ଚୁପଚାପ ସେହି ସୂତାକୁ ଘରକୁ ଆଣି ସେହି ଗୋଟିଏ ଦିନ ସେମିତି ଘରର ପୂଜାଘରେ ରଖି ଦିଅନ୍ତୁ । ଆଗାମୀ ଦିନ ଏହାକୁ ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ରକ୍ଷା କବଚ ବାନ୍ଧିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିର ହାତରେ ବାନ୍ଧି ଦିଅନ୍ତୁ । ନଚେତ ପରିବାରର ସବୁ ସଦସ୍ୟଙ୍କ ହାତରେ ମଧ୍ୟ ବାନ୍ଧି ପାରିବେ । ମନେ ରଖନ୍ତୁ ଏହି ସୂତା ବାନ୍ଧିବା ପରେ ଗଣ୍ଠିରେ ଯେପରି କୌଣସି ବ୍ଲେଡ଼ ନଲାଗେ । ଏହାବ୍ୟତୀତ ଏହି ସୂତା ସହିତ ଅନ୍ୟ କୌଣସି ରଙ୍ଗର ସୂତା ଯେପରି ହାତରେ ନରହେ

କଳା ସୂତା ସବୁ ପ୍ରକାରର ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ ଏବଂ ନଜର ଦୋଷ ମଧ୍ୟ ହଟାଇ ଥାଏ । ଶନିଦେବଙ୍କ ନଜର ଦୋଷରୁ ରକ୍ଷା ପାଇବାକୁ ଚାହୁଁଥିଲେ ମଧ୍ୟ ଆପଣ କଳା ସୂତା ନିଜ ହାତରେ ବାନ୍ଧି ପାରିବେ । ଯଦି ଆପଣ ନିଜ ଘରକୁ ନକରାତ୍ମକ ଶକ୍ତି ଠାରୁ ମୁକ୍ତ କରିବାକୁ ଚାହୁଁଛନ୍ତି ଏବଂ ଏପଟେ କୌଣସି ଅଙ୍ଗରେ କଳା ସୂତା ବାନ୍ଧିବାକୁ ଚାହୁଁ ନାହାଁନ୍ତ ତେବେ ଘରର ମୁଖ୍ୟଦ୍ୱାରରେ ହିଁ କଳା ସୂତା ବାନ୍ଧି ଦିଅନ୍ତୁ ।

ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଏପରି ସମସ୍ୟା ଦେଖା ଦେଉଛି ତେବେ ଆପଣଙ୍କ ଶୋଇବା କକ୍ଷରେ ବେଡ଼ସିଟ ତଳେ ୧୦୦ ମିଟରର ଏକ କଳା ସୂତାକୁ ଅଭିମନ୍ତ୍ରିତ କରି ରଖିବା ଉଚିତ । ସେହି ସୂତାକୁ ଏପରି ରଖନ୍ତୁ ଯେପରି ଶୋଇବା ସମୟରେ ଉଭୟଙ୍କ ପିଠି ସେହି ସୂତା ଉପରେ ରହିବ । ଏପରି କରିବା ଦ୍ୱାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଥିବା ବିବାଦ ଦୂର ହୋଇଯାଏ ଏବଂ ସୁଖମୟ ପ୍ରେମ ଜୀବନ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *