ଘରର ଏହି ଜାଗାରେ ରଖିଦିଅନ୍ତୁ ଫିଟକିରି ! କେବଳ କିଛି ଦିନରେ ହୋଇଯିବେ କୋଟିପତି :-

ପ୍ରାଚୀନ କାଳରୁ ହିଁ ଧନର ଅନେକ ମହତ୍ତ୍ୱ ରହିଛି । ତେଣୁ ଧନ ଅର୍ଜନ ପାଇଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି । କିନ୍ତୁ ତଥାପି ଧନ ସଞ୍ଚିତ ହୋଇ ରହେନାହିଁ ଏବଂ ସବୁ ଖର୍ଚ୍ଚ ହୋଇଯାଏ । କିନ୍ତୁ ଧନ ଉପାର୍ଜନ ଏବଂ ସଞ୍ଚୟ ସବୁକିଛି ପାଇଁ ମାତା ଲକ୍ଷ୍ମୀଙ୍କ ଉପାସନା କରିବା ନିତାନ୍ତ ଜରୁରୀ ଅଟେ । ସାଧରଣତଃ ଗୃହ ମନୁଷ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ଅନେକ ନିୟମକୁ ମାନିବା ଦ୍ୱାରା ଘରେ ସୁଖ ଶାନ୍ତି ଭରି ଯାଇଥାଏ ଏବଂ ବାସ୍ତୁ ଦୋଷ ମଧ୍ୟ ଭଲ ରହିଥାଏ । ବାସ୍ତୁ ଦୋଷ କାରଣରୁ ଘରେ ସବୁ କାମ ବିଗିଡିବାରେ ଲାଗିଥାଏ । ଯାହାଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ । ତେଣୁ ଏହା ସାଧାରଣତଃ ଛୋଟ ଛୋଟ ଭୁଲ ପାଇଁ ହିଁ ହୋଇଥାଏ ।

ଶାସ୍ତ୍ରରେ କିଛି ସହଜ ଉପାୟ କୁହାଯାଇଛି ଯାହାଦ୍ୱାରା ଆପଣ ଘରର ସାଜସଜ୍ଜାରେ ସାମାନ୍ୟ ପରିବର୍ତ୍ତନ ଆଣି ବାସ୍ତୁ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ରୋକି ପାରିବେ । ଘର ସାମ୍ନାରେ କୌଣସି ବିଦ୍ୟୁତ ଖୁଣ୍ଟ ରହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ଘର ତିଆରି ପୂର୍ବରୁ ହିଁ ଏହା ଉପରେ ଧ୍ୟାନ ଦିଅନ୍ତୁ ।

ନଚେତ ଆପଣ ଘରର ବାହାର ଗେଟରେ ପ୍ରତ୍ୟେକ ଦିନ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଘରର ଚାରିପଟେ ତୁଳସୀ ଗଛ ଲଗାନ୍ତୁ । କାରଣ ଏହା ବାସ୍ତୁ ଦୋଷ ଦୂର କରିଥାଏ । ଘରର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଛି । ତେଣୁ ଧ୍ୟାନ ଦେବେ ଯେପରି ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗରେ ନରହେ । ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହେବ । ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ । କାରଣ ଏହାଦ୍ବାରା ସକାରାତ୍ମକତା ଏବଂ ଭଗବାନ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି ।

ଘରର ମୁଖ୍ୟଦ୍ୱାରକୁ ସବୁବେଳେ ସୁସଜ୍ଜିତ ରଖିବା ଆବଶ୍ୟକ । ମୁଖ୍ୟଦ୍ୱାର ସାମ୍ନାରେ ସୁନ୍ଦର ସୁନ୍ଦର ଫୁଲ ଗଛ କୁଣ୍ଡରେ ସଜାଇବା ଉଚିତ । ଘରର ମୁଖ୍ୟଦ୍ୱାରର କବାଟ ସର୍ବଦା ଦୁଇ ପାର୍ଶ୍ଵ ଯୁକ୍ତ ଥିବା ଆବଶ୍ୟକ । ଏହାଦ୍ବାରା ଘରର ଆର୍ଥିକ ପରିସ୍ଥିତି ସବୁବେଳେ ସୁଦୃଢ଼ ରହିଥାଏ । ଘରର ମୁଖ୍ୟଦ୍ୱାରର କବାଟ କାଠରେ ତିଆରି ହେବା ଅଧିକ ଉତ୍ତମ ହୋଇଥାଏ । ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂରେଇ ଯାଏ ।

କିନ୍ତୁ ମନେ ରଖନ୍ତୁ ଘରର ମୁଖ୍ୟଦ୍ୱାର ପାର୍ଶ୍ଵରେ ନେମ ପ୍ଲେଟ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ହୋଇଥାଏ । ତାହାକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଘରର ମୁଖ୍ୟଦ୍ୱାରର କବାଟ ଭିତର ଦିଗକୁ ଖୋଲିବା ଉଚିତ । ଯଦି ତାହା ବାହାର ଦିଗକୁ ଖୋଲିଥାଏ ତେବେ ଘରର ସୁଖ ସମୃଦ୍ଧି ପଳାଇ ଯାଏ । ଏହାଦ୍ବାରା ଉଭୟ ରୋଗ ଏବଂ ଖର୍ଚ୍ଚ ବଢ଼ିଥାଏ ।

ସୁନେଲି ରଙ୍ଗ ଅତ୍ୟନ୍ତ ଖାସ ହୋଇଥାଏ । ତେଣୁ ଯଦି ଆପଣ ସୁନାର ଜିନିଷ ଆଣି ଘର ସଯାଇବାକୁ ଅସମର୍ଥ ତେବେ କେବଳ ସୁନେଲି ରଙ୍ଗର ଜିନିଷ ଆଣି ଘରକୁ ସୁସଜ୍ଜିତ କରି ପାରିବେ । ଘରର ଭିନ୍ନ ଭିନ୍ନ ସ୍ଥାନର କାନ୍ଥକୁ ପେଣ୍ଟ କରିବା ପାଇଁ ନାଲି କିମ୍ବା ସବୁଜ ରଙ୍ଗର ଉପଯୋଗ କରନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଜାୟ ରହିବା ସହିତ ଆର୍ଥିକ ଲାଭ ମଧ୍ୟ ହୋଇଥାଏ ।

ଘରେ ସୁଖ ସମୃଦ୍ଧି ପାଇଁ ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ସହ ସୁଖ ସମୃଦ୍ଧି ମଧ୍ୟ ଲାଭ ହୋଇଥାଏ । ଘରେ ବାସନ କୁସନ ରଖିବା ସମୟରେ କୌଣସି ଶବ୍ଦ କରିବା ଉଚିତ ନୁହେଁ । ଏହାବ୍ୟତୀତ ଘର ଭିତରକୁ ସଫା ରଖିବା ସହିତ ଘର ବାହାରକୁ ମଧ୍ୟ ପରିଷ୍କାର ରଖିବା ଉଚିତ ।

ଘରର ସବୁ କବାଟ ଝରକା ଖୋଲା ରଖିବା ଉଚିତ । ଏହାଦ୍ବାରା ନକରାତ୍ମକତା ବାହାରିଯାଏ । ପୁଣି ବ୍ୟବହାର କରୁନଥିବା ଜିନିଷକୁ ଘରୁ ବାହାର କରିଦେବା ଉଚିତ । ପାଣି ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଅଟେ । ତେବେ କେତେବେଳେବି ପାଣି ନଷ୍ଟ କରନ୍ତୁ ନାହିଁ । ଯଦି ଘରର କୌଣସି ପାଇପରେ ପାଣି ଅଯଥା ନଷ୍ଟ ହେଉଥାଏ ତେବେ ତାହାକୁ ତୁରନ୍ତ ଠିକ କରାଇ ନିଅନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଠିକ ହେବା ସହିତ ଆର୍ଥିକ ଲାଭ ମଧ୍ୟ ହୋଇଥାଏ । ଏହାବ୍ୟତୀତ ଘରକୁ କେବେ ଅନ୍ଧାରରେ ରଖାନ୍ତୁ ନାହିଁ ନଚେତ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ।

ଏକ ସରଳ ଉପାୟ ଅନୁଯାୟୀ ଘରର ମୁଖ୍ୟଦ୍ୱାରରେ ଡୋରମେଟ ରଖିଲେ ଘରର ବାସ୍ତୁ ଦୂର ହେବା ସହିତ ଆର୍ଥିକ ଲାଭ ମଧ୍ୟହୋଇଥାଏ । ଏହାଦ୍ବାରା ସମ୍ପର୍କ ଦୃଢ଼ ହୋଇଥାଏ ଏବଂ ଜୀବନରେ ଦୃଢ଼ତା ଆସିଥାଏ । ଅନେକ ଦିନର ବ୍ୟବହାର କରାଯାଇଥିବା ଡୋରମେଟକୁ ବଦଳାଇ ଦିଅନ୍ତୁ । ନଚେତ ବାହାର ଲୋକ ଆପଣଙ୍କ ଆର୍ଥିକ ସ୍ଥିତି ବିଷୟରେ ଜାଣିନେବେ । ଘରର ଡୋରମେଟ ତଳେ ଫିଟିକିରି ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଜୀବନରେ ସବୁ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *