ସ୍ୱପ୍ନରେ ଏହିସବୁ ଜିନିଷ ଦେଖୁଛନ୍ତି କି , ତେବେ ହୋଇଯାଅନ୍ତୁ ନିଶ୍ଚିତ , ମାତ୍ର ଅଳ୍ପ ଦିନରେ ହିଁ ଚମକିବ ଭାଗ୍ୟ

ସବୁ ମନୁଷ୍ୟ ହିଁ ସ୍ୱପ୍ନ ଦେଖନ୍ତି । କିନ୍ତୁ ତାମଧ୍ୟରୁ କିଛି ମନେ ରହେ ତ ଆଉ କିଛି ସେମାନେ ଭୁଲି ଯାଆନ୍ତି । ଯଦି ଆମେ ସ୍ବପ୍ନ ଶାସ୍ତ୍ରକୁ ଅନୁଧ୍ୟାନ କରୁ ତେବେ ପ୍ରତ୍ୟେକ ସ୍ୱପ୍ନର ଏକ ସ୍ୱତନ୍ତ୍ର ଅର୍ଥ ଥାଏ । ତାମଧ୍ୟରୁ କିଛି ଶୁଭ ଥାଏ ପୁଣି ଆଉକିଛି ଅଶୁଭ । ଆମ ଶାସ୍ତ୍ର ଅନୁଯାୟୀ ମଧ୍ୟ ସ୍ବପ୍ନର ଅନେକ ମହତ୍ତ୍ୱ ରହିଛି । ତେବେ ଆଜିକାର ଲେଖାରେ ଆମେ ଭିନ୍ନ ଭିନ୍ନ ସ୍ବପ୍ନର କଣ ଅର୍ଥ ଥାଏ ସେହି ବିଷୟରେ କହିବୁ ।

୧ . ସ୍ୱପ୍ନରେ ଘୋଡ଼ା ଦେଖିବା ଶୁଭ ଅଟେ । କିନ୍ତୁ ଯଦି ଆପଣ ସ୍ୱପ୍ନରେ ଘୋଡ଼ା ଚଢୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଜୀବନରେ ସଫଳତା ଲାଭ କରୁଛନ୍ତି । ଏହାବ୍ୟତୀତ ଯଦି ଆପଣ ସ୍ୱପ୍ନରେ ଘୋଡ଼ାରେ ବସି ଦୌଡୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଯେ ଆପଣ ନିଜ ଜୀବନର ସବୁ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ି ଚାଲିଛନ୍ତି ।

୨ . ଯଦି ଆପଣ ସ୍ୱପ୍ନରେ ଏକ ଛୋଟ ପିଲାକୁ କାନ୍ଦୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ନିରାଶାରେ ଗତି କରୁଛି । କିନ୍ତୁ ଯଦି ଆପଣ ସ୍ୱପ୍ନରେ ଏକ ଛୋଟ ପିଲାକୁ ଚାଲିବା ଶିଖାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଥାଉ ନା କାହିଁକି ତାହାକୁ ସାମ୍ନା କରି ଆଗକୁ ବଢ଼ିବାର ସାହସ ଆପଣଙ୍କ ପାଖରେ ରହିଛି ।

୩ . ସ୍ବପ୍ନରେ ପୋଷାକ ଦେଖିବାର ମଧ୍ୟ ଭିନ୍ନ ଭିନ୍ନ ଅର୍ଥ ରହିଛି । ଯଦି ସ୍ୱପ୍ନରେ ଆପଣ ନୂଆ ପୋଷାକ ପିନ୍ଧୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ଜୀବନରେ ସଫଳତା ଲାଭ କରୁଛନ୍ତି ।ଯଦି ଆପଣ ସ୍ୱପ୍ନରେ ଓଦା ଲୁଗା ସୁଖାଉଥିବାର ଦେଖନ୍ତି ତେବେ ଏହା ପରିବର୍ତ୍ତନର ପ୍ରତୀକ ଅଟେ । ମାତ୍ର ଛିଡ଼ା କପଡ଼ା ପିନ୍ଧିଥିବା ସ୍ୱପ୍ନରେ ଦେଖିଲେ ତାହା ପ୍ରେମ ଜୀବନରେ ସଂଘର୍ଷ ଦିଗରେ ଇଙ୍ଗିତ କରିଥାଏ ।

୪ . ଯଦି ଆପଣ ସ୍ୱପ୍ନରେ ପାଣି ପଡୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ବ୍ୟବସାୟରେ ଲାଭ ହେବାକୁ ଯାଉଛି । ଯଦି ଆପଣ ନିଜେ ପାଣି ପିଉଥିବାର ଦେଖନ୍ତି ତେବେ ଫସି ରହିଥିବା ଟଙ୍କା ଆପଣଙ୍କୁ ମିଳିବାକୁ ଯାଉଛି । ଯଦି ଆପଣ ନିଜକୁ ପାଣି ଉପରେ ଚାଲୁଥିବାର ଦେଖନ୍ତି ତେବେ ଏହା ବଡ଼ ବିପଦ ଦିଗରେ ସଙ୍କେତ ଦେଇଥାଏ ।

୫ . ସ୍ୱପ୍ନରେ ସବୁଜ ଗଛ କିମ୍ବା ବଗିଚା ଦେଖିଲେ ଏହା ସୁଖ ସମୃଦ୍ଧିକୁ ସୂଚାଇ ଥାଏ । ଯଦି ଆପଣ ଶୁଖିଲା ଗଛ ଦେଖନ୍ତି ତେବେ ଆପଣଙ୍କ ଘର ପରିବାରରେ କାହାରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାକୁ ଯାଉଛି ।

୬ . ଯଦି ଆପଣ ସ୍ୱପ୍ନରେ ନିଜ ପରିବାରର ଲୋକଙ୍କୁ ଆଲିଙ୍ଗନ କରୁଥିବାର ଦେଖନ୍ତି ତେବେ ଆଃ ଦୁଃଖର ସଙ୍କେତ ଅଟେ । ଯଦି ନିଜ ଜୀବନସାଥୀକୁ ଆଲିଙ୍ଗନ କରୁଥିବାର ଦେଖନ୍ତି ତେବେ ଝଗଡ଼ା ଏବଂ ଅସହମତିର ସଙ୍କେତ ଅଟେ ।

୭ . ଯଦି ଆପଣ ନିଜକୁ ଏକ ବାଲ୍ଟି ମାଧ୍ୟମରେ କୁଅଁରୁ ପାଣି ବାହାର କରୁଥିବାର ଦେଖନ୍ତି ତେବେ ଜୀବନରେ ପରିଶ୍ରମ ଏବଂ ସଚ୍ଚଟତାର ସହିତ ଧନ ଅର୍ଜିତ କରିଛନ୍ତି । କିନ୍ତୁ ଯଦି ଆପଣ ପାଣି ବଦଳରେ ବାଲ୍ଟି ଉପରେ ବସିଥିବାର ଦେଖନ୍ତି ତେବେ ଏହା କୌଣସି ବିପଦର ସଙ୍କେତ ଅଟେ ।

୮ . ଯଦି ଆପଣ ସ୍ୱପ୍ନରେ ଚାକିରୀ ଖୋଜୁଥିବାର ଦେଖନ୍ତି ତେବେ ଏହା ସୌଭାଗ୍ୟର ସଙ୍କେତ ଅଟେ । କିନ୍ତୁ ଯଦି ଚାକିରୀ ଚାଲିଯାଇଥିବାର ଦେଖନ୍ତି ତେବେ ତାହା ଦୁର୍ଭାଗ୍ୟର ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *