ରାତିରେ କେଉଁ ସ୍ବପ୍ନ ଦେଖିଲେ କେଉଁ ସଂକେତ ମିଳିଥାଏ ? ଜାଣନ୍ତୁ ……

ମଣିଷ ପ୍ରାୟ ସ୍ୱପ୍ନ ଦେଖିଥାଏ । ନିଜ ମନ ଭିତରେ ଲୁଚି ରହିଥିବା ନାନା ପ୍ରକାରର ଦ୍ଵନ୍ଦ ସ୍ୱପ୍ନ ଦ୍ୱାରା ମନ ବାହାରକୁ ଆସିଥାଏ । ତେବେ କିଛି ସ୍ୱପ୍ନ ଭୟଙ୍କର ଏବଂ ଦୁଃଖଦ ହୋଇଥିବା ବେଳେ ଆଉ କିଛି ସ୍ୱପ୍ନ ଖୁସି କରିଥାଏ । ତେବେ ଏହିସବୁ ସ୍ବପ୍ନର ଭିନ୍ନ ଭିନ୍ନ ସଙ୍କେତ ଥାଏ ଯାହା ଆମ ଜୀବନରେ ଆସିବାର ଥାଏ ବୋଲି ତାହା ଇଙ୍ଗିତ କରିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିସବୁ ସ୍ବପ୍ନର ଅର୍ଥ ବିଷୟରେ କହିବୁ ।

ପ୍ରଥମତଃ ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ମନ୍ଦିର , ମୂର୍ତ୍ତି କିମ୍ବା ଶିବଲିଙ୍ଗ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ବିବାହ ବ୍ରତ ଭଳି କୌଣସି ଶୁଭ ଅବସର ଆସିବାକୁ ଯାଉଛି । ଏହାବ୍ୟତୀତ ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଠିକ ହେବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ଦେଖୁଛନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ ।

ଯାହାକି ସୌଭାଗ୍ୟ ଏବଂ ଆର୍ଥିକ ଲାଭର ସଙ୍କେତ ଅଟେ । ତେବେ ମନେ ରଖନ୍ତୁ ଯେ ଆପଣ ଯେଉଁ ଦେବଦେବୀଙ୍କ ସ୍ୱପ୍ନ ଦେଖୁଛନ୍ତି ଆଗାମୀ ଦିନ ସେହି ଦେବଦେବୀଙ୍କ ମନ୍ଦିର ଯାଇ ନିଜ ସାମ୍ୟର୍ଥ ଅନୁସାରେ ୨୧ ଟଙ୍କା କିମ୍ବା ଅଧିକ ଅର୍ପିତ କରି ଦିଅନ୍ତୁ । ଯଦି ଆପଣ ସ୍ୱପ୍ନରେ କୌଣସି ବନ୍ଧୁବାନ୍ଧବଙ୍କ ଆସିବା କିମ୍ବା ଆପଣ କୌଣସି ବନ୍ଧୁଙ୍କ ଘରକୁ ଯିବାର ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନୂତନ ଅବସର ପ୍ରାପ୍ତ ହେବାକୁ ଯାଉଛି ।

ଯଦି ଆପଣ ସ୍ୱପ୍ନରେ ନିଜ ବାପା ମାଙ୍କୁ ଦେଖୁଛନ୍ତି ତେବେ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ସାଙ୍ଗସାଥୀ ମାନଙ୍କୁ ଦେଖୁଛନ୍ତି ଏବଂ ପରାମର୍ଶ ନେଉଥିବାର ଦେଖୁଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ବରଂ ନିଜ ସମସ୍ୟା ବିଷୟରେ ନିଜ ସାଙ୍ଗ ମାନଙ୍କ ପରାମର୍ଶ କରାନ୍ତୁ । ଯଦି ଆପଣ ସ୍ୱପ୍ନରେ କୌଣସି ବିବାହ ବରଯାତ୍ରୀ ଦେଖୁଛନ୍ତି ତେବେ ଏହା ଅଶୁଭ ଅଟେ । ଏହାବ୍ୟତୀତ କୌଣସି ବିବାହ ଉତ୍ସବ ଏବଂ ଅନ୍ୟାନ୍ୟ ପାର୍ଟି ମଧ୍ୟ ଅଶୁଭ ସଙ୍କେତ ଅଟେ । ଯଦି ଆପଣ ସ୍ୱପ୍ନରେ ନିଜକୁ କାନ୍ଦୁଥିବାର ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । କିନ୍ତୁ ଯଦି ନିଜକୁ ହସୁଥିବାର ଦେଖନ୍ତି ତେବେ ଏହା ଅଶୁଭ ସଙ୍କେତ ଅଟେ ।

ଏହାବ୍ୟତୀତ ଯଦି ଆପଣ ସ୍ୱପ୍ନରେ ଗାଈ ବାଛୁରୀକୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ଓଟ ଦେଖନ୍ତି ତେବେ ଏହା ଆପଣଙ୍କ ଶାରୀରିକ ଅସୁସ୍ଥତା ଦିଗରେ ଦର୍ଶାଇ ଥାଏ । ଯଦି ଆପଣ କୁକୁର ଦେଖନ୍ତି ତେବେ ଖୁବ ପୁରୁଣା ବନ୍ଧୁ ସହିତ ଆପଣଙ୍କ ଦେଖା ହେବାକୁ ଯାଉଛି । ଯଦି ଆପଣ କଳା ନାଗ ଦେଖୁଛନ୍ତି ତେବେ ଏହା ସୌଭାଗ୍ୟର ସଙ୍କେତ ଅଟେ କିନ୍ତି ଯଦି ଆପଣ ଏକାଧିକ ସାପ ଏକାସାଥିରେ ଦେଖୁଛନ୍ତି ତେବେ ଏହା ସମସ୍ୟା ଦିଗରେ ସୂଚାଉଛି ।

ଯଦି ଆପଣ କୌଣସି ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଯଦି ଆପଣ ଆତ୍ମହତ୍ୟାର ଦୃଶ୍ୟ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ବର୍ତ୍ତମାନ ଏମିତି କିଛି ପରିସ୍ଥିତି ହୋଇଯାଇଛି ଯାହା ଅସହନୀୟ ଅଟେ । ଯଦି କୌଣସି ବ୍ୟକ୍ତିକୁ କାହାକୁ ହତ୍ୟା କରୁଥିବାର ଦେଖନ୍ତି ତେବେ ଏହା ଧୋକା ଦିଗରେ ସୂଚାଇ ଥାଏ

ସ୍ୱପ୍ନରେ ନିଆଁ ଦେଖିବାର ଅର୍ଥ ଶୁଭ ଅଟେ ମାତ୍ର ନିଆଁରେ କେହି ଜାଣି ଯାଉଥିବାର ଅର୍ଥ ବ୍ୟବସାୟରେ ହାନୀ ହେବାକୁ ଯାଉଛି । ଜଳୁଥିବା ଦୀପ ଦେଖିଲେ ତାହା ଦୀର୍ଘ ଆୟୁଷର ସଙ୍କେତ ଅଟେ । ଏହାବ୍ୟତୀତ ଆପଣଙ୍କ ଜୀବନକୁ କୌଣସି ନୂତନ ବ୍ୟକ୍ତିର ଆଗମନ ହେବାକୁ ଯାଉଛି ଯାହାଦ୍ୱାରା ଆପଣଙ୍କ ଜୀବନ ବଦଳିବାକୁ ଯାଉଛି । ସ୍ୱପ୍ନରେ ଦାନ୍ତ ଭାଙ୍ଗୁଥିବାର ଦେଖିଲେ ଏହା ଅତ୍ୟନ୍ତ ଅଶୁଭ ସଙ୍କେତ ଅଟେ ।

ଏହାଦ୍ବାରା ନିଜର କିମ୍ବା ଆପଣଙ୍କ ଭାଇ ଭଉଣୀର କୌଣସି ସମସ୍ୟା ହୋଇପାରେ । ଯଦି ଆପଣ ନଖ କାଟୁଥିବାର ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ରୋଗ ଦୂର ହେବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିର କଟା ଅଙ୍ଗ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *