ଶରୀରର ଏହି ଅଙ୍ଗରେ କଳା ସୂତା ବାନ୍ଧିଲେ ଦୂରେଇ ଯାଏ ସବୁ ସମସ୍ୟା :-

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ନିଜ ଲୋକଙ୍କୁ ମଧ୍ୟ ଚିହ୍ନିବାକୁ ମନା କରିଦିଏ । ପୁଣି ଆଜିକାଲି ମନୁଷ୍ୟ ଅଜାଣତରେ କିଛି ଛୋଟ ଛୋଟ ଭୁଲ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଏହି ସମୟରେ ଆମ ପୂର୍ବ ପୁରୁଷଙ୍କ ଦ୍ୱାରା କୁହାଯାଇଥିବା କିଛି ଉପଚାର କାମରେ ଆସିଥାଏ । ସାଧରଣତଃ ଘରର ବୟସ୍କ ଲୋକେ ନଜର ଦୋଷ ଦୂର କରିବା ପାଇଁ କଳା ଟୀକା କିମ୍ବା କଳା ସୂତା ବାନ୍ଧିବାକୁ ପରାମର୍ଶ ଦେଇଥାନ୍ତି ।

କଳାରଙ୍ଗ ନକରାତ୍ମକ ଶକ୍ତିକୁ ନଷ୍ଟ କରିବାର ଶକ୍ତି ରଖିଥାଏ । ତେଣୁ କଳା ସୂତା , କଳା ଟୀକା ଏବଂ କଳା କପଡ଼ାର ଉପଯୋଗ କରାଯାଏ । ଯଦି ପରିବାରରେ କଳହ ଏବଂ କ୍ଳେଶ ରହିଛି ତେବେ ଶନିବାର ଦିନ ଏକ ମିଟରର ଏକ କଳା ସୂତା ନେଇ ସେଥିରେ ଓଁ ସଂ ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରି ୧୦୮ଟି ଗଣ୍ଠି ପକାଇ ଘରର ମୁଖ୍ୟଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘର ଉପରେ ଖରାପ ନଜର ପଡ଼ିବ ନାହିଁ କିମ୍ବା ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିବ ନାହିଁ ।

ଯଦି କୌଣସି ବ୍ୟକ୍ତି ଉପରେ ଖରାପ ନଜର ପଡ଼ିଛି ତେବେ ମନ୍ଦିରର ପୂଜାରୀଙ୍କ ଠାରୁ କିମ୍ବା ନିଜେ କଳା ସୂତା କିଣି ହାତରେ କିମ୍ବା ବେକରେ ବାନ୍ଧି ଦିଅନ୍ତୁ । ଅନ୍ୟ କେହି ଦେଇଥିବା କଳା ସୂତା ବାନ୍ଧନ୍ତୁ ନାହିଁ । କଳାଯାଦୁ ସମ୍ବନ୍ଧୀୟ ସମସ୍ୟା ଥିଲେ ମଧ୍ୟ କଳା ସୂତା ଧାରଣ କରନ୍ତୁ । ନଚେତ ଏକ କଳା ସୂତା ଆଣି ଘରର ମନ୍ଦିରରେ ଭଗବାନଙ୍କ ଚରଣରେ ରଖି ଦିଅନ୍ତୁ ଏବଂ ସିନ୍ଦୁର ଲଗାନ୍ତୁ । ଆଗାମୀ ଦିନ ଏହାକୁ ହାତରେ କିମ୍ବା ଗୋଡ଼ରେ ବାନ୍ଧି ଦିଅନ୍ତୁ ।

ଗର୍ଭବତୀ ମହିଳାଙ୍କ ଉପରେ ଅନେକ ସମୟରେ ନଜର ପଡ଼ିବାର ଆଶଙ୍କା ଥାଏ । ତେଣୁ ଏମିତିରେ ଗର୍ଭବତୀ ମହିଳାଙ୍କ ଉଚ୍ଚତାର ତିନିଗୁଣା କଳା ସୂତା ଆଣି ମହିଳାଙ୍କ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କୌଣସି ଅଶ୍ୱତ୍ଥ ବୃକ୍ଷରେ ବାନ୍ଧି ଦିଅନ୍ତୁ କିମ୍ବା କୌଣସି ଜଳାଶୟରେ ଅର୍ପିତ କରି ଦିଅନ୍ତୁ । ଏହାବ୍ୟତୀତ ଲୁଣ ମଧ୍ୟ ଅନେକ ସମସ୍ୟା ଏବଂ ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ ।

୧ . ଯଦି କୌଣସି ବ୍ୟକ୍ତି ଉପରେ ନଜର ଦୋଷ ପଡ଼ିଛି ତେବେ ସେହି ବ୍ୟକ୍ତିର ମୁଣ୍ଡ ଉପର ଦେଇ ଏକ ଚିମୁଟା ଲୁଣ ତିନି ଥର ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ ।

୨ . ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ହାତ ଗୋଡ଼ ଧୁଅନ୍ତୁ । ଏହାଦ୍ବାରା ଥକାପଣ ଦୂର ହେବା ସହିତ ସମସ୍ତ ପ୍ରକାରର କୁଚିନ୍ତା ମଧ୍ୟ ଦୂରେଇ ଯିବ । ଏହାବ୍ୟତୀତ ନିଦ ମଧ୍ୟ ଭଲ ଆସିବ ।

୩ . କୌଣସି ବ୍ୟକ୍ତିକୁ ସିଧା ହାତରେ ଲୁଣ ଦେବା ଉଚିତ ନୁହେଁ । ଏହାଦ୍ୱାରା ଘରର ସମୃଦ୍ଧି ଚାଲିଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୁଅନ୍ତି । ତେଣୁ ଲୁଣ ଦେବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ । ଯଦି ଘରର କୌଣସି ବାସ୍ତୁ ସମସ୍ୟା ରହିଛି ତେବେ ଏକ ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯିବ ଏବଂ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହି ଉପାୟ ପ୍ରତି ଏକ ମାସରେ କରିବା ଉଚିତ ।

Leave a Reply

Your email address will not be published. Required fields are marked *