ଘର ଉପରେ ଏହି ଦୁଇଟି ବୃକ୍ଷର ଛାୟା କେବେ ବି ପଡ଼ିବା ଉଚିତ ନୁହେଁ,ଏହା ବହୁତ ଅଶୁଭ ହୋଇଥାଏ !

ବାସ୍ତୁ ଶାସ୍ତ୍ରରେ ଭବନ ନିର୍ମାଣ ଠାରୁ ଆରମ୍ଭ କରି ଘରେ ବିଭିନ୍ନ ଜିନିଷପତ୍ର ରଖିବାର ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ଘରର ମୁଖ୍ୟଦ୍ୱାରର ଦିଗ ଏବଂ ଆକାର ବିଷୟରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ଏଥିରେ ରୋଷେଇ ଘର ଏବଂ ପୂଜା ଘର ଆଦିର ସ୍ଥାନ ଏବଂ ନିର୍ମାଣ ସମ୍ବନ୍ଧରେ ଅନେକ ତଥ୍ୟ ଦିଆଯାଇଛି । ବାସ୍ତୁ ଶାସ୍ତ୍ର ଦ୍ୱାରା ତିଆରି କରାଯାଇଥିବା ସମସ୍ତ ଘର ଐଶ୍ୱର୍ଯ୍ୟ ଏବଂ ସୁଖ ଶାନ୍ତି ପ୍ରଦାନ କରିଥାଏ ।

ଯଦି ଘର ନିର୍ମାଣ ସମୟରେ ବାସ୍ତୁର ନିୟମ ପ୍ରଣୟନ କରାନଯାଏ ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ନଚେତ ଘରେ ବାସ୍ତୁ ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ । ଘରେ ଥିବା ନକରାତ୍ମକ ଏବଂ ସକାରାତ୍ମକ ଶକ୍ତିର ସନ୍ତୁଳନ ବିଗିଡ଼ି ଯାଏ । ଏହାଦ୍ବାରା ନକରାତ୍ମକ ପ୍ରଭାବ ଘରର ସଦସ୍ୟ ମାନଙ୍କ ଉପରେ ପଡ଼ିଥାଏ । ତେଣୁ ଘର ତିଆରି କରିବା ସମୟରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିର୍ମାଣ କରିବା ଉଚିତ । ଆଜି ଆମେ ଏହି ଲେଖା ମାଧ୍ୟମରେ ଘର ଉପରେ କେଉଁ ଗଛର ଛାୟା ପଡ଼ିଲେ ବାସ୍ତୁ ଦୋଷ ପଡିଥାଏ ସେହି ବିଷୟରେ କହିବୁ ।

ଅନେକ ସମୟରେ ଘର ସାମ୍ନାରେ ବିଜୁଳୀ ଖୁଣ୍ଟ ଥାଏ ଯାହାକି ସକାରାତ୍ମକ ଶକ୍ତି ଉତ୍ପନ୍ନ ହେବାରେ ବାଧା ସୃଷ୍ଟି କରିଥାଏ । ଏହାଦ୍ବାରା ଘରେ ଚାଲୁ ରହିଥିବା ଉନ୍ନତି ଅଟକି ଯାଏ । କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ଘର ସାମ୍ନାରେ ପାଣି ଟାଙ୍କି ମଧ୍ୟ ରହିବା ଉଚିତ ନୁହେଁ । ଯାହାକି ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତିର ପ୍ରବେଶ ଦିଗରେ ବାଧା ଆଣିଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ କୌଣସି ବଡ଼ କାନ୍ଥ କିମ୍ବା ହ୍ୟାଣ୍ଡ ପମ୍ପ ରହିବା ଉଚିତ ନୁହେଁ । ଘରେ ଏପରି କୌଣସି ଜିନିଷ ରହିବା ଉଚିତ ନୁହେଁ ଯେଉଁଥିରୁ କର୍କଶ ଧ୍ୱନି ନିର୍ଗତ ହେଉଥିବ ।

ଘରର ମୁଖ୍ୟଦ୍ୱାରର କବାଟ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଯେପରି କୌଣସି ପ୍ରକାରର କର୍କଶ ଧ୍ୱନି ସୃଷ୍ଟି4 ନହୁଏ । ନଚେତ ଏହାଦ୍ବାରା ପରିବାର ଲୋକଙ୍କ ମଧ୍ୟରେ କଳହ ଏବଂ କ୍ଳେଶ ସୃଷ୍ଟି ହୋଇଥାଏ । ଘରର କାନ୍ଥରେ କୌଣସି ପ୍ରକାରର ଫାଟ ସୃଷ୍ଟି ହେବା ଉଚିତ ନୁହେଁ । ଏପରି ଘରେ ଖରାପ ଶକ୍ତିର ବାସ ମଧ୍ୟ ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ମଧ୍ୟ କୌଣସି ପ୍ରକାରର ଫାଟ ରହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ପାରିବାରିକ କ୍ଳେଶ ଦେଖାଦିଏ । ଯଦି ଘର ଉପରେ କୌଣସି ପ୍ରକାରର ଛାୟା ପଡ଼େ ତେବେ ତାହାକୁ ଛାୟାବେଧ କୁହାଯାଏ ।

ଘର ଉପରେ କେବେବି ଅଶ୍ୱତ୍ଥ ବୃକ୍ଷର ଛାୟା ପଡ଼ିବା ଉଚିତ ନୁହେଁ । ଏହାଦ୍ବାରା ପରିବାରରେ କଳହ କ୍ଳେଶ ଦେଖା ଦେଇଥାଏ । ଯଦି ଘର ଉପରେ କୌଣସି ମୃତ ଗଛର ଛାୟା ପଡେ ତେବେ ତାହା ପରିବାର ଦୁଃଖର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *