ଜାଣି ନିଅନ୍ତୁ ସବୁ ବିବହିତା ମହିଳା । କେଉଁ ଅଙ୍ଗରେ ସିନ୍ଦୁର ଲଗାଇଲେ ବଢ଼ିଥାଏ ସ୍ୱାମୀଙ୍କ ଆୟୁଷ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସାଧବା ନାରୀ କେଉଁ କେଉଁ ସ୍ଥାନରେ ସିନ୍ଦୁର ପିନ୍ଧିବା ଉଚିତ । ହିନ୍ଦୁ ଧର୍ମରେ ସିନ୍ଦୁରର ଅନେକ ମହତ୍ତ୍ୱ ରହିଛି । ବିବାହିତ ମହିଳା ମାନେ କିଭଳି ଠିକ ଭାବରେ ସିନ୍ଦୁର ଲଗାଇବେ ତାହା ଶାସ୍ତ୍ରରେ ବର୍ଣ୍ଣିତ ଅଛି । କିନ୍ତୁ ତାହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହିତା ମହିଳା ମଥାରେ ସିନ୍ଦୁର ନାଇଁଲେ ସ୍ୱାମୀଙ୍କ ଭାଗ୍ୟ ଉଦୟ ହୋଇଥାଏ । ସିନ୍ଦୁର ମଙ୍ଗଳ ଗ୍ରହର ପ୍ରତୀକ ଅଟେ । ବିବାହିତା ମହିଳା ସିନ୍ଦୁର ନାଇଁଲେ ମଙ୍ଗଳଙ୍କ ଖରାପ ପ୍ରଭାବ ତାଙ୍କ ପରିବାର ଉପରେ ପଡ଼ି ନଥାଏ । ପ୍ରତ୍ୟେକ ଶୁକ୍ରବାର ନିଜ ସ୍ୱାମୀଙ୍କ ହାତରୁ ମହିଳା ମାନେ ସିନ୍ଦୁର ଧାରଣ କରିବା ଉଚିତ ।

ଏହାଦ୍ବାରା ସମ୍ପର୍କ ଦୃଢ଼ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ । ଶାସ୍ତ୍ର ଅନୁଯାୟୀ ମହିଳା ମାନେ ଚାରୋଟି ସ୍ଥାନରେ ଅର୍ଥାତ ସିଂଥିରେ , କପାଳରେ , କଣ୍ଠରେ ଏବଂ ମଣିବନ୍ଧରେ ପ୍ରତ୍ୟେକ ଦିନ ସିନ୍ଦୁର ଲଗାଇବା ଉଚିତ । ବିବାହିତା ମହିଳା ନିଜ ସିଂଥିରେ ସିନ୍ଦୁର ଧାରଣ କରନ୍ତି ତାହା ମାତା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ , ଯାହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୁଅନ୍ତି ।

କଣ୍ଠରେ ମାତା ସରସ୍ୱତୀଙ୍କ ଉଦ୍ଦେଶ୍ୟରେ , ଯାହାଦ୍ୱାରା ସନ୍ତାନ ଦୀର୍ଘାୟୁ ହୋଇଥାନ୍ତି । କପାଳରେ ସିନ୍ଦୁର ସାବିତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ନିଜ ଶାଶୁ ଶ୍ୱଶୁରଙ୍କ ଦୀର୍ଘ ଆୟୁଷ କାମନା କରି ଧାରଣ କରିଥାନ୍ତି । ଏହାପରେ ମଣିବନ୍ଧରେ ମାତା ପାର୍ବତୀଙ୍କ ଉଦ୍ଦେଶ୍ୟରେ ସିନ୍ଦୁର ଲଗାଇବା ଉଚିତ ଯାହାଦ୍ୱାରା ମାତା ପାର୍ବତୀ ମହିଳାଙ୍କୁ ସତିତ୍ୱ ପ୍ରଦାନ କରିବେ ।

ସିଂଥିରେ ଜଣେ ବିବାହିତା ମହିଳା ସିନ୍ଦୁର ଲଗାଇଲେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ସହିତ ନିଜ ଆୟୁଷ କମ ହୋଇଥାଏ । ଯାହାଦ୍ୱାରା ସେ ସଧବା ଅବସ୍ଥାରେ ହିଁ ମୃତ୍ୟୁ ବରଣ କରିବେ । କଣ୍ଠ ଏବଂ ମଣିବନ୍ଧରେ ସିନ୍ଦୁର ଲଗାଇଲେ ମହିଳା ମାନେ ଭାଗ୍ୟବତୀ ହୋଇଥାନ୍ତି । ଅର୍ଥାତ ବିବାହିତା ମହିଳା ସିଂଥିରେ ଲଗାଉଥିବା ସିନ୍ଦୁର ଶକ୍ତି , କଣ୍ଠରେ ଲଗାଉଥିବା ସିନ୍ଦୁର ମୁକ୍ତି , କପାଳରେ ଲଗାଉଥିବା ସିନ୍ଦୁର ଭକ୍ତି ଏବଂ ମଣିବନ୍ଧରେ ଲଗାଉଥିବା ସିନ୍ଦୁର ସତୀର ପ୍ରତୀକ ହୋଇଥାଏ । ସିଂଥିରେ ସିନ୍ଦୁର ଲଗାଇବା ସମୟରେ ” ଓଁ ମହାଲକ୍ଷ୍ମୀ ନମଃ ” , କପାଳରେ ଲଗାଇବା ସମୟରେ ” ଓଁ ସାବିତ୍ରୀ ଦେବୀ ନମଃ ” , କଣ୍ଠରେ ଲଗାଇବା ସମୟରେ ” ଓଁ ସରସ୍ଵତୀ ନମଃ ” ଏବଂ ମଣିବନ୍ଧରେ ଲଗାଇବା ସମୟରେ ” ଓଁ ପାର୍ବତୀ ଦେବୀ ନମଃ ” ଏହି ସବୁ ମନ୍ତ୍ରର ଜପ କରିବା ଉଚିତ ।

Leave a Reply

Your email address will not be published. Required fields are marked *