କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଜାଣି ନିଅନ୍ତୁ ମହାଉପାୟ , ହେବ ଅସୀମ ଧନ ପ୍ରାପ୍ତି :-

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସେନାପତିର ପଦ ଦିଆଯାଇଛି । ଏହି ଗ୍ରହର ଦେବତା ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଦ୍ଵାରା ମନୁଷ୍ୟର ସବୁ କଷ୍ଟ ଦୂର ହୋଇଥାଏ । ମଣିଷ ଯେଉଁ ସମସ୍ୟାରେ ଥାଉ ନା କାହିଁକି ଯଦି ସେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରେ ତେବେ ହନୁମାନ ସବୁ ଦୁଃଖ ଦୂର କରନ୍ତି । ମଙ୍ଗଳ ଗ୍ରହର ରଙ୍ଗ ଲାଲ ଯେଉଁଥିରେ ଅଗ୍ନି ତତ୍ତ୍ୱ ରହିଥାଏ । ଏହି ମଙ୍ଗଳ ଗ୍ରହର ଦିଗ ହେଉଛି ଦକ୍ଷିଣ । ମଙ୍ଗଳ ଯୁଦ୍ଧର ପ୍ରତିନିଧିତ୍ୱ କରିଥାଏ । ଏହା ନେତୃତ୍ୱ , ଭୂମି , ପଶୁପାଳନ , ବିକ୍ରୟ , ବିଜୁଳି ଏବଂ ଅଗ୍ନିର ପ୍ରତୀକ ହୋଇଥାଏ । ମଙ୍ଗଳର ପ୍ରମୁଖ ବସ୍ତୁ ଗୁଡ଼ିକ ହେଉଛି ନାଲି ଚମକିଲା ପଥର , ସିଂହ , ହରିଣ , ନିମ ଗଛ , ମସୁରି ଡାଲି , ଗୁଡ଼ , ନାଲି ଲଙ୍କା ତଥା ସିନ୍ଦୁର ଅଟେ ।

ଶରୀରର ମଧ୍ୟଭାଗ ଅର୍ଥାତ ପେଟର ମଧ୍ୟଭାଗ ନାଭିରେ ଯଦି ମଙ୍ଗଳବାର ଦିନ ପ୍ରାତଃ ସମୟରେ ସୂର୍ଯ୍ୟ କିରଣ ପଡ଼େ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ମଙ୍ଗଳର ଅଶୁଭ ପ୍ରଭାବ କାରଣରୁ ମନୁଷ୍ୟକୁ ଅନେକ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ । ଯାହାଦ୍ୱାରା ସବୁବେଳେ ସମସ୍ୟା ଭୋଗିବାକୁ ପଡ଼ିଥାଏ । ମନୁଷ୍ୟ ଅନ୍ୟର ଦୋଷକୁ ନିଜ ଉପରକୁ ନେଇ ନିଜେ ବର୍ବାଦ ହୋଇଯାଏ । ଅଳ୍ପ ବୟସର ହିଁ ମାତା ପିତାଙ୍କର ମୃତ୍ୟୁ ହୋଇଯାଏ । ଏପରି ସମସ୍ୟା କାରଣରୁ ଏହି ଜାତକର ଲୋକଙ୍କ ଠାରେ ମଧ୍ୟ ଭିନ୍ନ ଭିନ୍ନ ସମସ୍ୟା ଦେଖଯାଏ । ଏମାନଙ୍କ ସନ୍ତାନ ମଧ୍ୟ ଭଲ ହୋଇ ନଥାନ୍ତି । ଏମାନେ ବାରମ୍ବାର ରୋଗଗ୍ରସ୍ତ ହୁଅନ୍ତି । ମଙ୍ଗଳର ପ୍ରଭାବ କାରଣରୁ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଭାଇ କାରଣରୁ ସବୁବେଳେ ଚିନ୍ତାରେ ପଡ଼ିଥାଏ । ମଙ୍ଗଳର ପ୍ରଭାବ କାରଣରୁ ମଣିଷ ଖରାପ ବିଚାରର ଏବଂ ନାସ୍ତିକ ଏବଂ ବଦନାମ ହୋଇଥାଏ । ମାତା ପିତା ମଧ୍ୟ ତାଙ୍କର ସାହାଯ୍ୟ କରି ପାରନ୍ତି ନାହିଁ । ଆସନ୍ତୁ ଜାଣିନେବା ଯେ ମଙ୍ଗଳବାର ଦିନ ମନୁଷ୍ୟକୁ ଏପରି କେଉଁ ଉପାୟ କରିବା ଅବଶ୍ୟକ ଯାହାଦ୍ୱାରା ତା ଜୀବନରେ ସୁଖ ଶାନ୍ତି ବଜାୟ ରହିବ ।

୧ . ପ୍ରତ୍ୟେକ ମଙ୍ଗଳବାର ଦିନ ମନୁଷ୍ୟକୁ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ । ଏହାକୁ ପାଠ କରିବା ଦ୍ୱାରା ମନୁଷ୍ୟର ସବୁ ଦୁଃଖ ନାଶ ହୋଇଥାଏ ।

୨ . ମଙ୍ଗଳବାର ଦିନ ମନୁମାନ ମନ୍ଦିରକୁ ଯାଇ ମିଠାଇ ଦାନ କରିବା ଉଚିତ । ଏହାଦ୍ବାରା ଗୃହକ୍ଳେଶ ସମାପ୍ତ ହୋଇଥାଏ । ମଙ୍ଗଳବାର ଦିନ ରାବିଡ଼ି ଜଳରେ ପ୍ରବାହିତ କଲେ ସବୁ ସମସ୍ୟା ଦୂର ହୁଏ ।

୩ . ମଙ୍ଗଳବାର ଦିନ କ୍ରୋଧ କରିବା ଉଚିତ ନୁହେଁ । ନିଜ ବଡ଼ ଭାଇଙ୍କୁ ସମ୍ମାନ ଦେବା ଉଚିତ । ମଙ୍ଗଳବାର ଦିନ ବଡ଼ଭାଇକୁ ଉପହାର ଭେଟି ଦେଲେ ବ୍ୟକ୍ତିର ଆର୍ଥିକ ସମସ୍ୟା ନଷ୍ଟ ହୋଇଯାଏ ।

୪ . ଯଦି ଆପଣଙ୍କର କରଜ ସମସ୍ୟା ବଢ଼ି ଯାଇଛି ଏବଂ କୌଣସି ପ୍ରକାରର ସମାଧାନ ହୋଇ ପାରୁନାହିଁ ତେବେ ମଙ୍ଗଳବାର ଦିନ ବରଗଛର ମୂଳରେ ମିଠା କ୍ଷୀର ଏବଂ ପାଣି ଢାଳି ସେହି ଓଦା ମାଟିକୁ ନିଜ ନାଭିରେ ଲଗାଇବା ଉଚିତ । ଏହାଦ୍ବାରା ଆର୍ଥିକ ସଙ୍କଟର ନାଶ ହୋଇଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ ।

୫ . ନିଜ ଦାନ୍ତକୁ ଫିଟିକିରି ପାଣିରେ ସଫା କରିବା ଉଚିତ । ଏହାଦ୍ବାରା ମନର ଶାନ୍ତି ହେବ । ଗୃହ କ୍ଳେଶ ମଧ୍ୟ କମ ହେବ ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

୬ . ୪୦୦ ଗ୍ରାମ ଚାଉଳ କଞ୍ଚା କ୍ଷୀରରେ ଧୋଇ ସାତୋଟି ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବିହିତ ପାଣିରେ ଭସାଇ ଦେଲେ ମଙ୍ଗଳର ଖରାପ ପ୍ରଭାବ କମ ହୋଇଯାଏ ।

୭ . ଯଦି ରାତିରେ ନିଦ ଆସୁନାହିଁ ଏବଂ ଖରାପ ସ୍ୱପ୍ନ ଆସୁଛି ତେବେ ମଙ୍ଗଳବାର ଦିନ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇବା ଉଚିତ । ଏହାଦ୍ୱାରା ରାହୁଙ୍କ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ । ସକାଳୁ ସେହି ପାଣିକୁ ଗଛରେ ଢ଼ାଳି ଦେଲେ ମନକୁ ଶାନ୍ତି ମିଳିଥାଏ ।

୮ . ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଛି ଏବଂ ପରିବାରରେ ଅଶାନ୍ତି ଦେଖା ଦେଉଛି ତେବେ ସ୍ୱାମୀ ସ୍ତ୍ରୀଙ୍କୁ ଏକ ତମ୍ବା ପାତ୍ରରେ ଚାଉଳ ଭରି , ଚନ୍ଦନର ଲେପ ଲଗାଇ ହନୁମାନ ମନ୍ଦିରରେ ଦେବା ଉଚିତ । ଏହାଦ୍ବାରା ଗୃହ କ୍ଳେଶ ସମାପ୍ତ ହୋଇଯିବ । ଶାନ୍ତି ମିଳିବ ।

୯ . କରଜରୁ ମୁକ୍ତି ପାଇଁ ଏବଂ ଆର୍ଥିକ ସ୍ତୁତି ସୁଦୃଢ଼ କରିବାକୁ ଗୋଟିଏ ପାଖରେ ସେକା ଯାଇଥିବା ଆଠଟି ମିଠା ରୁଟି କୁକୁରକୁ ଖୁଆଇବା ଉଚିତ । ଏହାଦ୍ବାରା ମଙ୍ଗଳର ଖରାପ ପ୍ରଭାବ କମିଯାଏ ।

୧୦ . ମଙ୍ଗଳର ପ୍ରଭାବକୁ କମ କରିବା ପାଇଁ ଘରେ ମହୁ ରଖିବା ଆବଶ୍ୟକ ଏବଂ କୁକୁର ପାଳିବା ମଧ୍ୟ ଶୁଭ ହୋଇଥାଏ । କଳା କିମ୍ବା ଧଳା କୁକୁର ପାଳିଲେ ଅନେକ ଶୁଭ ଫଳ ମିଳିଥାଏ । ମଙ୍ଗଳବାର ଦିନ ପାଣିରେ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଅନେକ ପ୍ରକାରର ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *