ଯଦି ଆପଣଙ୍କ ଘରେ ପିମ୍ପୁଡ଼ି ଅଛି ତେବେ ହେବାକୁ ଯାଉଛି ଏହି ସମସ୍ୟା ଜାଣି ନିଅନ୍ତୁ

ପିମ୍ପୁଡ଼ିକୁ ଆମେ ଅତ୍ୟନ୍ତ ସାଧାରଣ ଭାବିଥାଉ ଏବଂ ତାହାକୁ ପାଦ ତଳେ ଦଳି ଦେଇଥାଉ । କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ପିମ୍ପୁଡ଼ି ବାସ୍ତବରେ ଏକ ମହତ୍ୱପୂର୍ଣ୍ଣ ପ୍ରାଣୀ ଅଟେ । ପିମ୍ପୁଡ଼ି ଖୁବ ପରିଶ୍ରମୀ ହୋଇଥାଏ । ବୈଜ୍ଞାନିକ ମାନେ ମଧ୍ୟ ପିମ୍ପୁଡ଼ି ସମ୍ବନ୍ଧୀୟ ଅନେକ ରହସ୍ୟକୁ ବାହାର କରିଛନ୍ତି । ଯେମିତିକି ପିମ୍ପୁଡ଼ି ମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ଆଚରଣ କରନ୍ତି ଏବଂ ନଗର ବନାଇଥାନ୍ତି । ଭଣ୍ଡାରର ପୁରା ବ୍ୟବସ୍ଥା କରିବା ଜାଣନ୍ତି । ପିମ୍ପୁଡ଼ି ମାନେ ମିଳିମିଶି ଆଃ ପାହାଡ଼କୁ କାଟିବାର ବି କ୍ଷମତା ରଖନ୍ତି ।

ବାରମ୍ବାର ଅସଫଳ ହୋଇ ବସିଯାଉଥିବା ଲୋକଳୁ ସବୁବେଳେ ପିମ୍ପୁଡ଼ିର ଉଦାହରଣ ଦେଇ ବୁଝାଯାଏ । ଯେପରି ପିମ୍ପୁଡ଼ି ଏକ କାନ୍ଥକୁ ଚଢ଼ିବା ବେଳେ ବାରମ୍ବାର ଖସିବା ସତ୍ତ୍ୱେ ବି ସେ ସେତେ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ ଯେତେବେଳେ ନଉଠି ପାରିଛି । ଆଉ ସବୁଠାରୁ ବଡ଼ କଥା ଏହା ଯେ ପିମ୍ପୁଡ଼ି ମାନେ ସାମୁହିକ ଭାବରେ କାମ କରନ୍ତି ଯାହାକି ପୁରା ଦୁନିଆକୁ ଏକ ଉଦାହରଣ ଅଟେ । ପିମ୍ପୁଡ଼ି ଦ୍ୱାରା ଆମ ପରିବେଶ ସଫାସୁତୁରା ରହେ । ଆଜିଆମେ ଆପଣଙ୍କୁ ପିମ୍ପୁଡ଼ି କିପରି ଆପଣଙ୍କ ଜୀବନରେ ଶୁଭ ପରିଣାମ ନେଇ ଆସେ ସେହି ବିଷୟରେ କହିବୁ।

ସର୍ବପ୍ରଥମେ ଆପଣ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଘରେ କେଉଁ ରଙ୍ଗର ପିମ୍ପୁଡ଼ି ଅଧିକ ଅଛି । ଧୂସର ରଙ୍ଗର ନା କଳା ରଙ୍ଗର । ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ୮୪ ଲକ୍ଷ ୟୁନିରେ ବାରମ୍ବାର ମନୁଷ୍ୟ ଭୋଗିଥାଏ । ମୃତ୍ୟୁ ପରେ ୮୪ ଲକ୍ଷ ୟୁନିରେ ମନୁଷ୍ୟକୁ ଭୋଗିବାକୁ ପଡ଼ିଥାଏ । ସବୁ ଜୀବଙ୍କ ମଧ୍ୟରେ ଭଗବାନ ବାସ କରନ୍ତି । କଳା ପିମ୍ପୁଡ଼ିରେ ବିଷ୍ଣୁ ଭଗବାନଙ୍କ ବାସ ହୋଇଥାଏ । ଏବଂ ଗ୍ରହ ମାନଙ୍କରେ ଶନିର ଆଧିପତ୍ୟ ଏହି କଳା ପିମ୍ପୁଡ଼ି ଉପରେ ହିଁ ରହିଥାଏ ।

୧ . ଯଦି ଆପଣ ବୈକୁଣ୍ଠ ପ୍ରାପ୍ତି ଚାହୁଁଛନ୍ତି ତେବେ ପିମ୍ପୁଡ଼ିକୁ ଚାଉଳ ଅଟା ଦିଅନ୍ତୁ । ଯେଉଁ ଲୋକ ମାନେ ବୈକୁଣ୍ଠ ପ୍ରାପ୍ତି କରନ୍ତି ସେମାନଙ୍କୁ ଆଉ ୮୪ ଲକ୍ଷ ୟୁନିରେ ଭୋଗିବାକୁ ପଡ଼ି ନଥାଏ । ତେଣୁ ଯଦି ଆପଣ ଚାଉଳ ଅଟା କଳା ପିମ୍ପୁଡ଼ିକୁ ଦିଅନ୍ତି ତେବେ ଜୀବନର ସବୁ ସମସ୍ୟା ଏବଂ ଜାତକରେ ସବୁ ଦୋଷ ଦୂର ହୋଇଯିବ । ଏହାଦ୍ବାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ । ପରିବାରରେ ସୁଖ ସମୃଦ୍ଧି ବଜାୟ ରହେ ।

୨ . ଯଦି ଆପଣଙ୍କ ଜୀବନରେ ବାଧା ଆସୁଛି ଏବଂ ଉନ୍ନତି ହେଉନାହିଁ ତେବେ ଶୁଖିଲା ନଡ଼ିଆ ପାଉଡର ପିମ୍ପୁଡ଼ିକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନକୁ ପ୍ରଭାବିତ କରୁଥିବା ସବୁ ସମସ୍ୟା ଦୂର ହୋଇଯିବ । ଏପରି କଲେ ଘରେ ସକାରାତ୍ମକ ଶକ୍ତି ବାସ କରିଥାଏ । ଯଦି ଆପଣ ବାଦାମ ପାଉଡରରେ ଚିନି ମିଶାଇ ମିମ୍ପୁଡ଼ିକୁ ଦିଅନ୍ତି ତେବେ ଚାକିରୀ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ । ଏହାବ୍ୟତୀତ ବ୍ୟବସାୟରେ ମଧ୍ୟ ପ୍ରଚୁର ଲାଭ ହେବ । କରଜ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

ଶନି , ରାହୁ ଏବଂ କେତୁକୁ ଆମେ ପାପୀ ଗ୍ରହ ବୋଲି ମାନିଥାଉ । ଏହିସବୁ ଗ୍ରହର ପାପ ନିବାରଣ ପିମ୍ପୁଡ଼ି କରିପାରେ । ଏହିସବୁ ଗ୍ରହ ଦଶା ପଡ଼ିଲେ ଲୋକଙ୍କୁ ପିମ୍ପୁଡ଼ିକୁ ଅଟାରେ ଚିନି ମିଶାଇ ଖାଇବାକୁ ଦେବା ଉଚିତ । ଏହାଦ୍ବାରା ଉନ୍ନତି ମାର୍ଗରେ ଯାହା ବାଧା ଆସିଥାଏ ତାହା ଦୂର ହୋଇଯାଏ ।

ଅନେକ ସମୟରେ ଲୋକଙ୍କ ମୁଣ୍ଡରେ ଅତ୍ୟଧିକ ରୂପି ସମସ୍ୟା ହୋଇଥାଏ । କୌଣସି ଉପାୟ କଲେ ବି ତାହା ଠିକ ହୋଇ ନଥାଏ । ଏପରି ସମସ୍ୟା ରାହୁ ଦୋଷା କାରଣରୁ ହୋଇଥାଏ । ଏହାଦ୍ବାରା ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏପରି ପରିସ୍ଥିତିରେ ପିମ୍ପୁଡ଼ିକୁ ଚିନି ଖୁଆଇବା ଉଚିତ । ଯଦି ଆପଣଙ୍କର ରାହୁ ଦୁର୍ବଳ ଅଛି ତେବେ ନିଶ୍ଚିତ ଭାବରେ ଏହି ଉପାୟ କରନ୍ତୁ । ଯଦି ଶୁକ୍ର ଗ୍ରହ ଦୁର୍ବଳ ଥାଏ ତେବେ ପ୍ରତି ଶୁକ୍ରବାର ଦିନ ପିମ୍ପୁଡ଼ିକୁ ଚିନି ଖୁଆଇବା ଉଚିତ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଦୁର୍ବଳ ଥାଏ ତେବେ ପ୍ରତି ରବିବାର ଖିରି ବନାଇ ପିମ୍ପୁଡ଼ିକୁ ଖୁଆଇବା ଉଚିତ ।

ଏହାବ୍ୟତୀତ ଯଦି କେତୁ ଖରାପ ପ୍ରଭାବ ପକାଉଛି ତେବେ ଘରେ ହେଉଥିବା ଭୋଜନରୁ ଅଳ୍ପ ପିମ୍ପୁଡ଼ି ମାନଙ୍କୁ ଖୁଆନ୍ତୁ । ଏହାଦ୍ୱାରା ସବୁ ଗ୍ରହ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ସବୁବେଳେ ସମସ୍ୟାରେ ପୀଡ଼ିତ ହେଉଛନ୍ତି ତେବେ ଆପଣଙ୍କୁ ମିଠା ରୁଟି ବନାଇ ପିମ୍ପୁଡ଼ିକୁ ଖୁଆଇବା ଉଚିତ ।

Leave a Reply

Your email address will not be published. Required fields are marked *