ଆପଣ ବି ପାଦରେ କଳା ସୂତା ବାନ୍ଧୁଛନ୍ତି କି , ତେବେ ଜାଣି ରଖନ୍ତୁ ଏହା ପଛରେ ଥିବା ଗୁରୁତ୍ୱପୂର୍ଣ୍ଣ କାରଣ :-

ଆମ ହିନ୍ଦୁ ଧର୍ମ ଅନୁସାରେ ନବଜାତ ଶିଶୁ ଜନ୍ମ ହେବା ପରେ ତାର ପାଦରେ କଳା ସୂତା କିମ୍ବା ମୁଣ୍ଡରେ କଳା ଟୀକା ଲଗାଯାଏ । କିନ୍ତୁ କଣ ଆପଣ ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିଛନ୍ତି କି ? ସମୟ ସହିତ ଆମର ତାଳ ଦେଇ ବର୍ତ୍ତମାନ ଏପରି ଏକ ପାହାଚରେ ପହଞ୍ଚି ଯାଇଛୁ ଯେଉଁଠି ଆମେ ଆମ ସଂସ୍କୃତି ଏବଂ ପରମ୍ପରାକୁ ପୁରାପୁରି ଭୁଲି ସାରିଛୁ । ଆଜି ଆମେ ଯେଉଁ ସମାଜ ଦିଗରେ ଅଗ୍ରସର ହେଉଛୁ ସେହି ସମାଜରେ ସବୁ ଲୋକ ଛଳ କପଟ , ହିଂସା , ଇର୍ଷା , କ୍ରୋଧ ଏବଂ ଲୋଭର ବଶବର୍ତ୍ତୀ । ତେଣୁ ଏହି ସମୟରେ ଆମ ପୂର୍ବ ପୁରୁଷଙ୍କ ଦ୍ଵାରା କୁହାଯାଇଥିବା କିଛି ପରାମର୍ଶ ହିଁ ଆମର କାମରେ ଆସିଥାଏ । ତେଣୁ ଆଜିକାର ଲେଖାରେ ଆମେ କଳା ସୂତା ସହିତ ଜଡ଼ିତ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଜୀବନର ନକରାତ୍ମକତା ଦୂର ହୋଇଯିବ ।

୧ . କଳା ରଙ୍ଗ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ତେଣୁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟୀକା , କଳା କପଡ଼ା ଏବଂ କଳା ରଙ୍ଗର ଜିନିଷର ଉପଯୋଗ କରାଯାଏ । କଳା ସୂତା ସବୁଠାରୁ ଅଧିକ ପ୍ରଭାବୀ ହୋଇଥାଏ । ଯଦି ଆପଣଙ୍କ ଘରେ ପାରିବାରିକ କଳହ କ୍ଳେଶ କିମ୍ବା ମତାନ୍ତର ଦେଖା ଦେଉଛି ତେବେ ଶନିବାର ଦିନ ଏକ ମିଟରର ଏକ କଳା ସୂତା ନେଇ ଶନିଦେବଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସେହି ସୂତାରେ ୧୦୮ ଟି ଗଣ୍ଠି ପକାଇ ଦିଅନ୍ତୁ । ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ ‘ ଓଁ ଶନିଶ୍ଚରାୟ ନମଃ ‘ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଯଦି ଆଖପାଖରେ ଶନି ମହାରାଜଙ୍କ ମନ୍ଦିର ନଥିବ ତେବେ ଏହି ଉପାୟକୁ ଘରେ ମଧ୍ୟ କରି ପାରିବେ । ବର୍ତ୍ତମାନ ଏହି ସୂତାକୁ ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘର ଉପରେ ଖରାପ ନଜର ପଡ଼ି ପାରିବ ନାହିଁ କିମ୍ବା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

୨ . ଯଦି ଆପଣଙ୍କ ଘରର ସଦସ୍ୟଙ୍କ ଶରୀର ପ୍ରାୟ ଖରାପ ରହୁଛି କିମ୍ବା ତାଙ୍କ ଜୀବନରେ ସବୁବେଳେ ସମସ୍ୟାର ଆଗମନ ହେଉଛି ତେବେ ଏକ ମନ୍ଦିରକୁ ଏକ କଳା ସୂତା ନେଇ ଯାଆନ୍ତୁ ଏବଂ ସେଠାରେ ସିନ୍ଦୁର ଲଗାଇ ଗୋଟିଏ ଦିନ ସେହିଠାରେ ହିଁ ରହିବାକୁ ଦିଅନ୍ତୁ । ଆଗାମୀ ଦିନ ଏହାକୁ ଆଣି ଘରର ସେହି ସଦସ୍ୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ତାଙ୍କ ଆଖପାଖରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ କାହାରି ଖରାପ ନଜର ମଧ୍ୟ ଛୁଇଁ ପାରିବ ନାହିଁ ।

୩ . ଗର୍ଭବତୀ ମହିଳାଙ୍କୁ ପ୍ରାୟ ବହୁତ ଶୀଘ୍ର ନଜର ଲାଗିଯାଏ । ଅନେକ ସମୟରେ ତାଙ୍କ ଶିଶୁ ଉପରେ ମଧ୍ୟ ଏହି ଖରାପ ପ୍ରଭାବ ପଡ଼ିପାରେ । କଳା ସୂତାକୁ ଗର୍ଭବତୀ ମହିଳାଙ୍କ ସମାନ ମାପି ସେହି ସୂତାକୁ ତାଙ୍କ ମୁଣ୍ଡ ଉପର ଦେଇ ତିନିଥର ବୁଲାଇ ନିଅନ୍ତୁ । ବର୍ତ୍ତମାନ ଏହି ସୂତାକୁ ଅଶ୍ୱତ୍ଥ ବୃକ୍ଷରେ ବାନ୍ଧି ଦିଅନ୍ତୁ କିମ୍ବା ନଦୀରେ ବିସର୍ଜିତ କରି ଦିଅନ୍ତୁ । ଏହି ଉପାୟ ସନ୍ତାନ ହେବା ପର୍ଯ୍ୟନ୍ତ କରନ୍ତୁ । ଏହା ଗର୍ଭବତୀ ମହିଳାଙ୍କୁ ସବୁ ଖରାପ ନଜରରୁ ମୁକ୍ତ କରିବ । ସବୁବେଳେ ବ୍ୟବହୃତ ହୋଇଥିବା କଳା ସୂତାକୁ ଅଶ୍ୱତ୍ଥ ବୃକ୍ଷ କିମ୍ବା ନଦୀରେ ଫିଙ୍ଗି ଦିଅନ୍ତୁ । ନଚେତ ଏହାକୁ ନେଇ କେହି କଳାଯାଦୁ କରି ପାରନ୍ତି ।

୪ . କଳା ସୂତା ନିଜେ କିଣି କିମ୍ବା ମନ୍ଦିରର ପଣ୍ଡିତଙ୍କ ଠାରୁ ନେଇ ବାନ୍ଧନ୍ତୁ । କୌଣସି ଅନ୍ୟ ବ୍ୟକ୍ତି ଦ୍ୱାରା ଦିଆଯାଇଥିବା କଳା ସୂତା ପିନ୍ଧିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *