ଘରେ ଦର୍ପଣକୁ ଭୁଲରେ ବି ଏହି ଦିଗରେ ଲଗାନ୍ତୁ ନାହିଁ ନଚେତ ହୋଇପାରେ ଭୟଙ୍କର ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁସାରେ ଦର୍ପଣ ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହୋଇଥାଏ । ତେଣୁ ଯଦି ଏହାକୁ ଉପଯୁକ୍ତ ସ୍ଥାନରେ ରଖା ନଯାଏ ତେବେ ଏହା ଜୀବନରେ ସମସ୍ୟା ଏବଂ ବର୍ବାଦି ମଧ୍ୟ ଆଣିପାରେ । ଆଉ ଯଦି ଏହାକୁ ସଠିକ ସ୍ଥାନରେ ରଖାଯାଏ ତେବେ ଏହା ଜୀବନକୁ ଖୁବ ସହଜ ଏବଂ ସୁନ୍ଦର କରିଦିଏ । ସାଧରଣତଃ ପରିବାରରେ ସମସ୍ୟା ଗୁଡ଼ିକ ହେଉଛି ଧନ ସମ୍ବନ୍ଧୀୟ ସମସ୍ୟା ଏବଂ ସୁଖ ଶାନ୍ତି । ତେଣୁ ଏହିସବୁ ସମସ୍ୟା ନେହେବା ପାଇଁ ଦର୍ପଣକୁ ଠିକ ସ୍ଥାନରେ ରଖିବା ଉଚିତ । ତେଣୁ ଯଦି ଆପଣ ବାସ୍ତୁ ଉପରେ ବିଶ୍ୱାସ କରନ୍ତି ତେବେ ଦର୍ପଣର ଆକାର ଏବଂ ତାହାକୁ ରଖିବାର ସଠିକ ଦିଗ ବିଷୟରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ପ୍ରାଚୀନ କଥା ଅନୁଯାୟୀ ଘରେ ଯଦି କୌଣସି କାଚ ଭାଙ୍ଗିଯାଏ ତେବେ ତାହା ନକରାତ୍ମକ ଶକ୍ତିକୁ ଘର ମଧ୍ୟକୁ ଆକର୍ଷିତ କରିଥାଏ । ଯଦି ତାହା ଘରକୁ ମଧ୍ୟକୁ ପ୍ରବେଶ କରେ ତେବେ ସାତ ବର୍ଷ ପର୍ଯ୍ୟନ୍ତ ଘରେ ଦୁର୍ଭାଗ୍ୟ ରହେ । ତେଣୁ ଯେତେବେଳେ ଘରେ କୌଣସି କାଚ ବସ୍ତୁ ଭାଙ୍ଗି ଯାଉଛି ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । ନଚେତ ପରିବାରରେ ସଦସ୍ୟଙ୍କ ମଧ୍ୟରେ ଲଢେ଼ଇ ଝଗଡ଼ା ହେବ । କାଚ ମଧ୍ୟରେ ଦେଖା ଯାଉଥିବା ଅଂଶକୁ ଆତ୍ମା ବୋଲି କୁହାଯାଇଛି । ତେଣୁ କାଚ ଭାଙ୍ଗିବା ଅଶୁଭ ହୋଇଥାଏ ବୋଲି କୁହାଯାଇଛି । ତେଣୁ ଚାଲନ୍ତୁ ଜାଣିନେବା ଦର୍ପଣକୁ କେଉଁ ଦିଗରେ ଲଗାଇଲେ ଖୁସି ଆସିଥାଏ ।

ଘରେ ଦର୍ପଣକୁ ଉତ୍ତର , ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ବାଥରୁମରେ ଦର୍ପଣ ଲଗାଇବାକୁ ଚାହୁଁଛନ୍ତି ତେବେ ଉତ୍ତର , ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗ ହିଁ ଉପଯୁକ୍ତ ଅଟେ । ପୁଣି ଘରର ବେସିନରେ ଲାଗିଥିବା ଦର୍ପଣ ଯଦି ଏହି ଦିଗରେ ଅଛି ତେବେ ଖୁବ ଉତ୍ତମ । ଘରର ମେନ ଗେଟରେ ଭୁଲରେ ବି ଦର୍ପଣ ଲଗାଇବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିବ । କେବେ କେବେ ଆପଣ ଗୋଟିଏ ଦର୍ପଣ ସାମ୍ନାରେ ଅନ୍ୟ ଏକ ଦର୍ପଣ ଲଗାଇ ଦିଅନ୍ତି । ଯାହା କେବେ ଭୁଲରେ ବି କରନ୍ତୁ ନାହିଁ ।

ଏପରି ଦୋକାନରେ ହେଲେ ଚଳିବ ମାତ୍ର ଘରେ ଏପରି କରନ୍ତୁ ନାହିଁ । ଘରର ସିଡ଼ି ପାଖରେ ମଧ୍ୟ ଦର୍ପଣ ଲଗାନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ହୋଇଥାଏ । ସ୍ଥାନ ସହିତ ଦର୍ପଣର ଆକାର ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତୃଳାକାର ଦର୍ପଣ ଘରେ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଅଧିକ ଧାର ଥିବା ଦର୍ପଣ ମଧ୍ୟ ଲଗାଇବା ଉଚିତ ନୁହେଁ । ନଚେତ କରଜ ବୃଦ୍ଧି ପାଏ । ବେଡରୁମରେ ଭୁଲରେ ବି ଦର୍ପଣ କିମ୍ବା ଡ୍ରେସିଂ ଟେବୁଲ ରଖନ୍ତୁ ନାହିଁ । ଯଦି ଅଛି ତେବେ ତାକୁ ଢାଙ୍କି ରଖନ୍ତୁ । ନଚେତ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବାଧା ଆସିଥାଏ । ଯଦି ଆପଣ ଦର୍ପଣ କିଣୁଛନ୍ତି ତେବେ ଆୟତାକାର ଦର୍ପଣହିଁ ସର୍ବୋତ୍ତମ ଅଟେ ।

Leave a Reply

Your email address will not be published. Required fields are marked *