D ନାମର ବ୍ୟକ୍ତିଙ୍କ ବିଷୟରେ କିଛି ରହସ୍ୟ , ପ୍ରେମରେ ହୋଇଥାନ୍ତି ଏପରି , ଜାଣିଲେ ଆଶ୍ଚର୍ଯ୍ୟ ହେବେ :-

ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ତାଙ୍କ ଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ । ସବୁ ବ୍ୟକ୍ତିଙ୍କ ନାମର ଏକ ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ଜୀବନରେ ଅନେକ ପ୍ରଭାବ ପକାଇ ଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ D ନାମର ଲୋକେ କିପରି ହୋଇଥାନ୍ତି ସେହି ବିଷୟରେ କହିବୁ । ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ଅନେକ କିଛି ଜାଣିହୁଏ । ତେଣୁ ଚାଲନ୍ତୁ ଜାଣିନେବା ।

D ନାମର ବ୍ୟକ୍ତିଙ୍କ ସ୍ୱଭାବ :-

ଏମାନେ ଖୁବ ଉଦାର ସ୍ୱଭାବର ହୋଇଥାନ୍ତି । ଏମାନେ ନିଜର ରୋମାଣ୍ଟିକ ଲାଇଫକୁ ନେଇ ମଧ୍ୟ ଖୁବ ନୂଆ ବିଚାରର ଲୋକ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ ଜୀବନକୁ କେହି ନୂଆ ବ୍ୟକ୍ତି ଆସିଲେ ଏମାନେ ଖୁବ ଉତ୍ସାହିତ ହୁଅନ୍ତି । ଏମାନେ ଅନ୍ୟର ଖୁବ ଯତ୍ନ ମଧ୍ୟ ନିଅନ୍ତି ।

ରାଶି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ବ୍ୟକ୍ତିର ପ୍ରଥମ ଅକ୍ଷରରୁ ହିଁ ତାର ରାଶି ଜଣା ପଡ଼ିଯାଏ । ଅନେକ ବ୍ୟକ୍ତିଙ୍କ ନାମ ରାଶି ଅନୁସାରେ ରଖାଯାଇ ନଥାଏ । କିନ୍ତୁ ଯେଉଁ ନାମରେ ସେମାନଙ୍କୁ ଡକା ଯାଏ ସେହି ରାଶିର ପ୍ରଭାବ ସେମାନଙ୍କ ଉପରେ ନିଶ୍ଚିତ ପଡ଼ିଥାଏ । ଏହାଦ୍ବାରା ସବୁ ଗ୍ରହ ଏବଂ ନକ୍ଷତ୍ର ଆମ ଜୀବନକୁ ପ୍ରଭାବିତ କରିଥାନ୍ତି ।

ବ୍ୟକ୍ତିତ୍ୱ :-

D ନାମର ବ୍ୟକ୍ତିବିଶେଷ ନିଜ କାମ ଏବଂ ଲୋକଙ୍କ ପ୍ରତି ସମର୍ପିତ ହୁଅନ୍ତି । ନିଜ ଜିନିଷକୁ ନେଇ ସେମାନେ କେବେବି କମ୍ପ୍ରମାଇଜ କରନ୍ତି ନାହିଁ । ଏମାନଙ୍କୁ ସୁନ୍ଦର କିମ୍ବା ଆକର୍ଷକ ଦେଖାଯିବା ପାଇଁ ସଜବାଜ ହେବାର ଆବଶ୍ୟକତା ନଥାଏ । ଏହି ନାମର ବ୍ୟକ୍ତି ମାନେ ଖୁବ ସ୍ମାର୍ଟ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ଖୁବ ଆକର୍ଷକ ହୋଇଥାଏ । ଏମାନେ ହୃଦୟରୁ ମଧ୍ୟ ଖୁବ ଭଲ ହୋଇଥାନ୍ତି ।

ବୁଦ୍ଧି :-

ଯେଉଁ ବ୍ୟକ୍ତିଙ୍କ ନାମ D ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମାତା ସରସ୍ୱତୀ ଏବଂ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ । ଏଥିପାଇଁ ଏମାନେ ଉଭୟ ବୁଦ୍ଧିମାନ ଏବଂ ଧନବାନ ହୋଇଥାନ୍ତି ।

ଏମାନେ ସବୁବେଳେ ନିଜ ମନଇଚ୍ଛା ହିଁ କରିଥାନ୍ତି । ଏମାନେ ଅନ୍ୟର କଥା ଶୁଣନ୍ତି ନାହିଁ । ୱା।ଏମାନେ ଅନ୍ୟର କଥାକୁ ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଏମାନେ କିଛି କରିବାକୁ ମନସ୍ଥ କରନ୍ତି ତେବେ ତାହାକୁ ଶେଷ କରିବା ପରେ ଯାଇ ରହନ୍ତି ।

ସାହସ :-

D ନାମର ଲୋକେ କାହାରି ବି ସାହାଯ୍ୟ କରିବାକୁ ପଛାନ୍ତି ନାହିଁ । ପୁଣି ସେ ବନ୍ଧୁ ହୋଇଥାଉ କିମ୍ବା ଶତ୍ରୁ । ଏହି ବ୍ୟକ୍ତି ମାନେ ଖୁବ ଜିଦଖୋର ସ୍ୱଭାବର ହୋଇଥାନ୍ତି । ଯେଉଁ କାରଣରୁ କିଛିବି ଜିନିଷ ଲାଭ କରିବାକୁ ଏମାନେ ଖୁବ ପରିଶ୍ରମ କରନ୍ତି ।

ଲୋଭ ଲାଇଫ :-

D ନାମର ଲୋକ ପ୍ରେମରେ ଖୁବ ଜିଦ୍ଦି ହୋଇଥାନ୍ତି । ଏମାନେ ଯାହାକୁ ପସନ୍ଦ କରନ୍ତି ତାକୁ ଖୁସି କରିବାକୁ କିଛିବି କରି ପାରନ୍ତି । ପ୍ରେମ ମାମଲାରେ ଏମାନଙ୍କ ଉପରେ ଅବିଶ୍ୱାସ କରିବା ମୂର୍ଖତା ହେବ । ଏମାନଙ୍କ ଜୀବନରେ ପ୍ରେମ ଏବଂ ପାରିବାରିକ ସମ୍ପର୍କର ମୂଲ୍ୟ ଖୁବ ଅଧିକ ଥାଏ । ଏହି କାରଣରୁ ଏମାନଙ୍କ ମନରେ ପ୍ରେମ ଏବଂ ଇର୍ଷା ଭାବନା ମଧ୍ୟ ଅଧିକ ଥାଏ । ଏମାନେ ଅନେକ ସମୟରେ ସନ୍ଦେହି ହୋଇଥାନ୍ତି ।

ସଫଳତା :-

ଏମାନେ ସବୁ କାମକୁ ନିଜ ଅନୁସାରେ କରନ୍ତି ଏବଂ କାହାରି ପରାମର୍ଶ ଏମାନଙ୍କୁ ପସନ୍ଦ ନଥାଏ । ଏମାନେ ନିଜ ସଫଳତାର ଶ୍ରେୟ କାହାକୁ ଦିଅନ୍ତି ନାହିଁ । ବିନା କାହାରି ସହାୟତାରେ ଏମାନେ କାମ କରିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *