ବହୁତ ଅଶୁଭ ହୋଇଥାଏ ଏହି ଧଳା ଜିନିଷଗୁଡିକ ହାତରୁ ପଡିବା,ଦୁଃଖ ଏବଂ କାଙ୍ଗାଳର ପଙ୍କରେ ଫସି ଯାଏ ମଣିଷ ।

ଜ୍ୟୋତିଷ ଶାସ୍ତ୍ର ଆମ ଜୀବନ ବିଷୟରେ ବହୁତ କିଛି କହିଥାଏ । ଭବିଷ୍ୟତ କହିବା ବ୍ୟତୀତ ଏହା ଆମକୁ ଶୁଭ ଏବଂ ଅଶୁଭ ସଂକେତଗୁଡିକ ସହ ମଧ୍ୟ ଅବଗତ କରାଏ । ପ୍ରତିଦିନର କାମ କରିବା ସମୟରେ ଆମ ହାତରୁ ଅନେକ ଜିନିଷ ଖସି ପଡିଥାଏ । ଏମିତି ରେ କିଛି ବିଶେଷ ଜିନିଷର ଖସିପଡିବା ଅଶୁଭ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଆଜି ଆମେ ଆପଣଙ୍କୁ ସେହି ଧଳା ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ହାତରୁ ପଡିଗଲେ ବହୁତ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଯଦି ଏହି ଜିନିଷ ଆପଣଙ୍କ ହାତରୁ ପଡୁଛି ତେବେ ଏହାର ଆପଣଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ଧଳା ତେଲ :

ତେଲର ବ୍ୟବହାର ସାଧାରଣତଃ ଖାଇବା ପିଇବା ଜିନିଷ ବନେଇବା ରେ କରାଯାଏ । ଯଦିଓ ଧାର୍ମିକ କାର୍ଯ୍ୟଗୁଡିକ ରେ ଯେମିତିକି ଭଗବାନ ଙ୍କୁ ଭୋଗ ଲଗେଇବା କିମ୍ବା ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ମଧ୍ୟ ତେଲର ବ୍ୟବହାର କରାଯାଏ । ଏମିତିରେ ଜ୍ୟୋତିଷ ଶାସ୍ତ୍ର କୁ ଯଦି ବିଶ୍ୱାସ କରିବା ତେବେ ତେଲ ହାତରୁ ପଡିଯିବା ଶୁଭ ସଙ୍କେତ ହୋଇନଥାଏ । ଏମିତି ହେବା ଦ୍ୱାରା ଜୀବନ ରେ ଅନେକ ଦୁଃଖ ଆସିଥାଏ ।

କୁହାଯାଏ କି ତେଲ ରେ କିଛି ଏମିତି ତତ୍ତ୍ୱ ରହିଛି ଯାହା ଆମ ଜୀବନ ରେ ନକାରାତ୍ମକ ଉର୍ଜାକୁ ଆମ ଠାରୁ ଦୂରରେ ରଖିଥାଏ । ସେଥିପାଇଁ ଯେତେବେଳେ ଆମେ ଏହାକୁ ହାତରୁ ପଡ଼ିଯାଏ ତେବେ ଅନ୍ନର ଅପମାନ ହୋଇଯାଏ । ତାପରେ ଏହାର ଗଳିବାରୁ ନକାରାତ୍ମକ ଉର୍ଜା ଆମ ଜୀବନରେ ବନି ରହିଥାଏ । ଏହା ଦ୍ୱାରା ପ୍ରତିଦିନ କିଛି ନା କିଛି ଖରାପ ଘଟିବାକୁ ଲାଗିଥାଏ

କ୍ଷୀର ;

କ୍ଷୀର ଏପରି ଏକ ଜିନିଷ ଯାହା ପ୍ରତ୍ୟେକ ଭାରତୀୟ ପ୍ରତିଦିନ ବ୍ୟବହାର କରନ୍ତି । କ୍ଷୀର ମଧ୍ୟ ପ୍ରାୟତ ଆମ ହାତରୁ ଖସିଯାଏ । ବେଳେବେଳେ ଗ୍ଲାସ୍ କ୍ଷୀର ହାତରୁ ପଡିଯାଏ ଏବଂ ବେଳେ ବେଳେ ଫୁଟିବା ସମୟରେ ମଧ୍ୟ ହାଣ୍ଡିରୁ ପଡ଼ିଯାଏ । ଯଦି ଆମେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରୁ,ବାରମ୍ବାର କ୍ଷୀର ଢାଳିବା ଶୁଭ ନୁହେଁ । ଏହା ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଥାଏ ।

କ୍ଷୀରର ପଡିବା ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିଥାଏ | ଯଦି ଏହା ଆପଣଙ୍କ ହାତରୁ ଖସିଯାଏ, ତେବେ ଆପଣଙ୍କ ଅନେକ ବଡ଼ ଧନର କ୍ଷତି ହେବାର ଅଛି | ଏହି ପରିସ୍ଥିତିରେ ଆପଣ ଅଳ୍ପ କ୍ଷୀର କୁକୁର, ବିଲେଇ କିମ୍ବା ଗାଇଙ୍କୁ ପିଅନ୍ତୁ | ଏହିଥିରେ ଆସୁଥିବା ସଙ୍କଟକୁ ଦୂର ହୋଇଯିବ |

ନଡ଼ିଆ :-

ନଡ଼ିଆକୁ ଆମେମାନେ ଶ୍ରୀଫଳ ମଧ୍ୟ କହିଥାଉ | ଏହି ପୂଜା-ପାଠ ଏବଂ ହୋମରେ ପ୍ରାୟତଃ ବ୍ୟବହାର ଲାଗିଥାଏ | ସବୁ ମାଙ୍ଗାଳିକ କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ | ଦେବା-ଦେବୀଙ୍କୁ ଏହାର ଭୋଗ ଲାଗିବା ଦ୍ୱାରା ଦେବାଦେବୀ ମନେ ବହୁତ ଖୁସି ହୋଇଯାଆନ୍ତି | ସେହିଠାରେ ତନ୍ତ୍ର ମନ୍ତ୍ରରେ ମଧ୍ୟ ନଡ଼ିଆର ବ୍ୟବହାର କରାଯାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନଡ଼ିଆ ହାତରୁ ଗଳିବା ଅଶୁଭ ହୋଇଥାଏ|

ନଡ଼ିଆ ଯଦି ହାତରୁ ଖସିଯାଏ, ତେବେ ଜୀବନରେ ସୁଖ ଏବଂ ଧନ ଉଭୟ ଚାଲିଯାଏ | ଜୀବନରେ ଦୁଃଖ ଯନ୍ତ୍ରଣା ଲାଗିରହିଥାଏ | ଭାଗ୍ୟ ଆମର ସାଥ ଛାଡିଦିଏ | ଖରାପ ଦିନ ଆରମ୍ଭ ହୋଇଯାଏ | ଏହି ପରିସ୍ଥିତିରେ, ଭଗବାନଙ୍କୁ 7 ଟି ନଡ଼ିଆ ଅର୍ପଣ କରନ୍ତୁ | ଏହା ଦ୍ୱାରା ତୁମର ଭବିଷ୍ୟତର ଦୁଃଖ ଦୂର ହେବ |

Leave a Reply

Your email address will not be published. Required fields are marked *