ଆପଣ ଜଣେ ଦୋକାନୀ କି । ତେବେ ଦୋକାନ ଖୋଲିବା ପୂର୍ବରୁ କରନ୍ତୁ ଏହି ଉପାୟ :-

ଅନେକ ସମୟରେ ଆପଣ ଦେଖିବେ ଯେ ଗୋଟିଏ ସ୍ଥାନରେ ସବୁ ଦୋକାନରେ ବ୍ୟବସାୟ ଭଲ ହୋଇଥାଏ ମାତ୍ର ତାର ପାଖାପାଖି କିଛି ଦୋକାନକୁ ଗ୍ରାହକ ଆସନ୍ତି ନାହିଁ । ଏହି କ୍ଷେତ୍ରରେ କୁହାଯାଏ ଯେ ଦୋକାନକୁ କେହି ବାନ୍ଧି ଦେଇଛି । ଏହା କେହି ଶତ୍ରୁର କାମ ହୋଇଥାଏ । ଯେଉଁଠି ଅନେକ ଉପାୟ ଦ୍ୱାରା ଦୋକାନ ବନ୍ଦ କରାଯାଇଥାଏ । କେଉଁଠି ଚୂନ କିମ୍ବା ଲୁହା କଣ୍ଟାର ଉପାୟ କରି ।

ତେବେ ଏହି ବନ୍ଧନକୁ କାଟିବାର ଏକ ମହାପ୍ରୟୋଗ ତର୍କଶାସ୍ତ୍ରରେ ଲେଖା ଯାଇଛି । ସେହି ଉପାୟକୁ ଯଦି ଆପଣ କରନ୍ତି ତେବେ ଆପଣଙ୍କ ଦୋକାନ ବନ୍ଧନ ମୁକ୍ତ ହୋଇଯିବ ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଏହି ଉପାୟ କଲେ ଆପଣଙ୍କ ଦୋକାନ ବନ୍ଧନ ମୁକ୍ତ ହୋଇଯିବ ଏବଂ ଆଉ କେବେବି କେହି ଆପଣଙ୍କ ଦୋକାନ ବାନ୍ଧି ପାରିବେ ନାହିଁ ।

ଏହି ପ୍ରୟୋଗ ଶନିବାର ଦିନ ହିଁ କରନ୍ତୁ । ଏଥିପାଇଁ ଆପଣଙ୍କୁ ଅରଖ ଗଛର ଏକ ପତ୍ର ଆବଶ୍ୟକ ଯେଉଁ ଗଛର ଫୁଲକୁ ଶିବଙ୍କୁ ଅର୍ପଣ କରାଯାଏ । ଏବଂ ଜଡ଼ା ଗଛର ଏକ ପତ୍ର ଆବଶ୍ୟକ । ତେବେ ମନେ ରଖନ୍ତୁ ଏହି ଦୁଇଟି ଗଛର ପତ୍ର ଆଣିବା ସମୟରେ ଗଛକୁ ପ୍ରଣାମ କରି ପତ୍ରକୁ ଛିଡ଼ାଇ ଆଣନ୍ତୁ । ଏହାପରେ ହଳଦିଆ ସିନ୍ଦୁର ଆଣି ପତ୍ର ଉପରେ ତିନି ତିନି ବୁନ୍ଦା ଲଗାନ୍ତୁ । ଏହାପରେ ପାଞ୍ଚଟି ଭଲ ସୁପାରି ଆଣନ୍ତୁ । ଏହାପରେ ଏକ କଳା କପଡ଼ା ଆଣନ୍ତୁ ।

ତାପରେ ନବଦୁର୍ଗାଙ୍କ ମହାମନ୍ତ୍ର ” ଓଁ ଏଂ ହ୍ରୀଂ କ୍ଲିଂ ଚାମୁଣ୍ଡାଏ ବିଜେ ଓଁ ଫଟ ” ଜପ କରନ୍ତୁ । ଏହି ମନ୍ତ୍ରକୁ ୧୦୮ ଥର ଜପ କରି କଳା କପଡ଼ା ଉପରେ ଦୁଇଟି ପତ୍ରକୁ ରଖି ପାଞ୍ଚଟି ସୁପାରି ରଖି କଳା କପଡ଼ାକୁ ବାନ୍ଧି ଦିଅନ୍ତୁ । ତାପରେ ସେହି ଶନିବାର ଦିନ ରାତିରେ ଯାଇ ତାହାକୁ ନିଜ ଦୋକାନରେ ବାନ୍ଧି ଦେଇ ଆସନ୍ତୁ । ଦେଖିବେ ତିନି ଦିନ ମଧ୍ୟରେ ଆପଣଙ୍କ ଦୋକାନକୁ ଗ୍ରାହକ ଆସିବାକୁ ଲାଗିବେ । ଯଦି ଆପଣଙ୍କ ଦୋକନରେ କେହି ତନ୍ତ୍ର କ୍ରିୟା କରିଥିବେ ତେବେ ତାହା ସମାପ୍ତ ହୋଇଯିବ । ଯଦି ତାହାକୁ କେହି ବାହାର କରି ଫିଙ୍ଗି ଦିଅନ୍ତି ତେବେ ପୁନର୍ବାର ସେହି ଉପାୟ କରନ୍ତୁ ।

Leave a Reply

Your email address will not be published. Required fields are marked *