ଫିଟିକିରିର ଏହି ଉପାୟ କଲେ ରାତାରାତି ହୋଇଯିବେ ମାଲାମାଲ

ଦୁନିଆରେ ଯେକେହିବି ଧନୀ ହେବାକୁ ଚାହେଁ ଏବଂ ଅଗଣିତ ଧନ ଅର୍ଜନ କରିବାକୁ ଚାହେଁ । କିନ୍ତୁ ତଥାପି ସେ ସଫଳ ହୋଇ ପାରେ ନାହିଁ । ଅନେକ ଉପାୟ ଅବଲମ୍ବନ କରିବା ସତ୍ତ୍ୱେବି କିଛି ଲାଭ ହୁଏ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଫିଟିକିରି ସମ୍ବନ୍ଧୀୟ କିଛି ଏପରି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ରାତାରାତି ମାଲାମାଲ ହୋଇଯିବେ । ଫିଟିକିରିକୁ ଆପଣ କେବେ ସାଧାରଣ ଭାବିବା ଉଚିତ ନୁହେଁ । ହୁଏତ ଏହା ଧୀରେ ଧୀରେ ଫଳପ୍ରଦ ହୋଇଥାଏ ମାତ୍ର ଧନ ସମ୍ବନ୍ଧୀୟ ସବୁ ସମସ୍ୟାକୁ ମୂଳରୁ ଦୂର କରିଥାଏ । ଚାଲନ୍ତୁ ଜାଣିନେବା ।

୧ . ଯଦି ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟରେ କ୍ଷତି ହେଉଛି କିମ୍ବା ଲାଭ ହେଉନାହିଁ । ଏହାବ୍ୟତୀତ ଯଦି ଅନ୍ୟ କିଛି ସମସ୍ୟା ଦେଖା ଦେଉଛି ତେବେ ଏକ କଳା କପଡ଼ାରେ ଛୋଟ ଫିଟିକିରି ଖଣ୍ଡକୁ ବାନ୍ଧି ମୂଖ୍ୟ ଦ୍ୱାରରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଖରାପ ନଜର ହଟିଯିବ । ଏହାଛଡ଼ା ବ୍ୟବସାୟ ଏବଂ ଦୋକାନରେ ଏତେ ଲାଭ ହେବ ଯେ ଆପଣଙ୍କ ଧନୀ ହେବା ନିଶ୍ଚିତ ହୋଇଯିବ ।

୨ . ଯଦି ଆପଣ ସବୁ କ୍ଷେତ୍ରରେ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘରେ କିମ୍ବା ଅଫିସର କୌଣସି ଏକ କୋଣ ଦେଖନ୍ତୁ ଯେଉଁଠି କେହିବି ଯାଆସ କରୁନଥିବେ କିମ୍ବା କାହାରି ନଜର ପଡ଼ୁ ନଥିବ । ସେହି ସ୍ଥାନରେ ଏକ ପାତ୍ରରେ ୫୦ ଗ୍ରାମ ଫିଟିକିରି ନେଇ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଧନରେ ପ୍ରଗତି ହେବ ଏବଂ ତାସହିତ ଘର ଏବଂ ଅଫିସର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯିବ । ଘରେ ଖୁସିର ବାତାବରଣ ରହିବ । ହଠାତ ଧନର ଆଗମନ ହେବାକୁ ଲାଗିବ । ନକରାତ୍ମକ ଶକ୍ତିର ନାଶ ହୋଇଯିବ । କିନ୍ତୁ ଧ୍ୟାନ ଦେବେ ଯଦି ଫିଟିକିରିର ରଙ୍ଗ ବଦଳି ଯାଏ ତେବେ ତାହାକୁ ନେଇ ଅନ୍ୟ ସ୍ଥାନରେ ରଖି ଦିଅନ୍ତୁ ।

୩ . ଯଦି ଆପଣ କଳା କପଡ଼ାରେ ଫିଟିକିରି ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଝୁଲାଇ ଦିଅନ୍ତି ତେବେ ଘରକୁ ଭୂତ ପ୍ରେତ ଏବଂ ଅନ୍ୟାନ୍ୟ ଖରାପ ଆତ୍ମାର ପ୍ରବେଶ ହୁଏ ନାହିଁ । ଏହାଦ୍ବାରା ଘରେ ରୋଜଗାର କରୁଥିବା ବ୍ୟକ୍ତି ଉପରୁ ଖରାପ ପ୍ରଭାବ ନଷ୍ଟ ହୋଇଯାଏ । ପିଲାଙ୍କ ମନ ପାଠପଢ଼ାରେ ଲାଗିଥାଏ । ଦୁର୍ଘଟଣା ହୁଏନାହିଁ ।

୪ . ଯଦି ଆପଣ ନିଦ୍ରା ସମୟରେ ମୃତ ବ୍ୟକ୍ତିର ସ୍ୱପ୍ନ କିମ୍ବା ବର୍ବାଦିର ସ୍ୱପ୍ନ ଦେଖନ୍ତି ତେବେ ଫିଟିକିରିକୁ ଏକ ନାଲି କପଡ଼ାରେ ବାନ୍ଧି ନିଜ ଶୋଇବା ସ୍ଥାନରେ ରଖି ଦିଅନ୍ତୁ କିମ୍ବା ତକିଆ ତଳେ ମଧ୍ୟ ରଖି ପାରିବେ । ଏପରି କରିବା ଦ୍ୱାରା ଖରାପ ସ୍ୱପ୍ନ ଆସି ନଥାଏ । କୌଣସି ପ୍ରକାରର ଭୟ ମନକୁ ଆସେ ନାହିଁ ।

୫ . ଯଦି ଆପଣଙ୍କର କୌଣସି କରଜ ସମସ୍ୟା ରହିଛି ତେବେ ଏକ ପାନ ପତ୍ରରେ କିଛି ଫିଟିକିରି ଏବଂ ସିନ୍ଦୁର ଲଗାଇ ବୁଧବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ କୌଣସି ଏକ ପଥର ତଳେ ଦବାଇ ଦିଅନ୍ତୁ ଏବଂ ଚୁପଚାପ ଫେରି ଆସନ୍ତୁ । ଏହି ପ୍ରକ୍ରିୟା ଆପଣଙ୍କୁ ତିନି ରୁ ପାଞ୍ଚଟି ବୁଧବାର କରିବାର ଅଛି । ଏପରି କଲେ କରଜ ଶେଷ ହେବା ସହିତ ଧନ ବୃଦ୍ଧି ମଧ୍ୟ ହେବ ।

୬ . ଯଦି ଆପଣ ପ୍ରତିଦିନ ପାଣିରେ କିଛି ଫିଟିକିରି ଏବଂ ଲୁଣ ପକାଇ ଘର ପୋଛନ୍ତି ତେବେ ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଯାଏ । ପୁରା ପରିବାର ଉନ୍ନତି କରିଥାଏ । ଏବଂ ଏହା ସହିତ ଅଗାଧ ଧନ ପ୍ରାପ୍ତି ହୋଇଥାଏ ।

୬ . ଯଦି ଆପଣ କିଛି ଫିଟିକିରି ନିଜ ଘରର ରୁମ କିମ୍ବା ଅଫିସରେ ରଖି ଦିଅନ୍ତି ତେବେ ବାସ୍ତୁ ଦୋଷ ଦୂର ହେବା ସହିତ ରୋଜଗାରର ନୂଆ ନୂଆ ଅବସର ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *