ମାତ୍ର ଏକ ଗ୍ଲାସ ପାଣିରେ ନିଶ୍ଚିତ କରନ୍ତୁ ; ଘରେ ଭୁତ ଅଛି କି ନାହିଁ :-

ଏହା ସମସ୍ତଙ୍କୁ ଜଣା ଯେ ସମସ୍ୟା କେବେବି ପୂର୍ବରୁ ସୂଚନା ଦେଇ ଆସେ ନାହିଁ । ସମୟ ସମୟରେ ଘରେ ନକରାତ୍ମକତା ଏତେ ବଢ଼ିଯାଏ ଯେ ଅନେକ ଅଶାନ୍ତି ଦେଖାଦିଏ । କେତେବେଳେ ଘରର ଛୋଟ ପିଲା ରୋଗାକ୍ରାନ୍ତ ହୁଏ ତ କେତେବେଳେ ଘରକୁ ଦାରିଦ୍ର୍ୟତା ଆସେ । ଏପରିବି ହୁଏ ଯେ ଘରର ରୋଜଗାରିଆ ବ୍ୟକ୍ତିଙ୍କ ଚାକିରୀ ମଧ୍ୟ ଚାଲିଯାଏ । ତେଣୁ ସାଧରଣତଃ ଏପରି କୁହାଯାଏ ଯେ ଯଦି ଘରେ ଖରାପ ଶକ୍ତିର ପ୍ରଭାବ ପଡ଼େ ତେବେ ଏପରି ସମସ୍ୟା ଦେଖା ଦିଏ । ଯେପରିକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା , ହଠାତ କାହାରି ମୃତ୍ୟୁ ହୋଇଯିବା କିମ୍ବା ଦୁର୍ଘଟଣା ହେବା ଏହିପରି ଅନେକ ଘଟଣା ଘଟିଥାଏ । କିନ୍ତୁ ଗରୁଡ଼ ପୁରାଣ ଅନୁଯାୟୀ ସଂସାରରେ ଭଲ ଖରାପ ଉଭୟ ରହିଥାଏ । ମାତ୍ର ବେଳେବେଳେ ନକରାତ୍ମକତା ଏତେ ବଢ଼ିଯାଏ ଯେ ଆଉ ଭଲ କିଛିବି ହୋଇ ନଥାଏ । ତେଣୁ ଆଜିକାର ଏହି ଲେଖରେ ଆମେ ଆପଣଙ୍କୁ ଏପରି ସବୁ ସମସ୍ୟା ହେବାର କାରଣ ବିଷୟରେ କହିବୁ ଏବଂ ଏସବୁକୁ ଜାଣିବା ପାଇଁ ଆପଣ କଣ କରି ପାରିବେ ତାହା ମଧ୍ୟ କହିବୁ ।

୧ . ଗରୁଡ଼ ପୁରାଣ ଅନୁଯାୟୀ ଅଇଁଠା ପାତ୍ର କିମ୍ବା ଗ୍ଲାସରେ କେବେବି କାହାକୁ ପାଣି ପିଇବା ଉଚିତ ନୁହେଁ । ଏହାଦ୍ବାରା ଆମ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ । ଯେଉଁ କାରଣରୁ ଆମ ରାଶି ଉପରେ ରାହୁ କାଳ ପଡ଼ିଯାଏ । ଯେଉଁ କାରଣରୁ ଆମର କୌଣସି କାମ ସଫଳ ହୁଏ ନାହିଁ । ତେଣୁ ଅଇଁଠା ବାସନ କିମ୍ବା ଗ୍ଲାସରେ ଖାଦ୍ୟ କିମ୍ବା ପାଣି ପିଇବା ଅଶୁଭ ହୋଇଥାଏ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେ ଘରର ସବୁ ଜିନିଷପତ୍ର ଏପଟ ସେପଟ ହୋଇଯାଏ । ଯେପରିକି ଘରର ଲାଇଟ ହଠାତ ବନ୍ଦ ହୋଇଯିବା କିମ୍ବା ହଠାତ ଜଳି ଉଠିବା । ଏହିସବୁ ଘଟଣା ଭଲ ହୋଇ ନଥାଏ । ଏହାଦ୍ବାରା ଜଣା ପଡ଼ିଥାଏ ଯେ ଘର ଉପରେ ଖରାପ ଶକ୍ତିର ପ୍ରଭାବ ରହିଛି । ରାତି ସମୟରେ ପାଉଁଜିର ଶବ୍ଦ ଶୁଭିବା ମଧ୍ୟ ଭଲ ହୋଇ ନଥାଏ । ଏଥିରୁ ଜଣା ପଡ଼ିଥାଏ ଯେ ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ବାସ କରୁଛି । ଏହିସବୁ ସଙ୍କଟରୁ ବଞ୍ଚିବା ପାଇଁ ଆପଣଙ୍କ ଘରେ ହନୁମାନ ଚାଲିଶାର ପାଠ କରିବା ଆବଶ୍ୟକ । ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯାଏ ।

୩ . କ୍ଷୀର ପାତ୍ର ପଡ଼ିଯିବା , କ୍ଷୀର ଉତୁରି ଯିବା , କାଚ ଗ୍ଲାସ ଭାଙ୍ଗିଯିବା , ଘରେ କାହାରି ଦୁର୍ଘଟଣା ହେବା , ଘରେ ଦୀର୍ଘ ସମୟ ଧରି ରୋଗ ଶେଷ ନହେବା , ଘରେ ସଫାସୁତୁରା କରିବା ସତ୍ତ୍ୱେବି ଖରାପ ଗନ୍ଧ ଆସିବା ଏବଂ ରାତିରେ ଖରାପ ସ୍ୱପ୍ନ ଆସିବା ମଧ୍ୟ ଶୁଭ ହୋଇ ନଥାଏ । ଯଦି ଆପଣଙ୍କୁ ଏହିସବୁ ସଙ୍କଟର ଆଭାସ ମିଳେ ତେବେ ଏହାର ଅର୍ଥ ଆପଣଙ୍କ ଘରେ ଖରାପ ଶକ୍ତିର ବାସ ରହିଛି ।

୪ . ଯଦି ଆପଣ ଖାଇ ସାରିବା ସତ୍ତ୍ୱେବି ବାରମ୍ବାର ଭୋକ ଲାଗେ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ।

୫ . ପୁଣି ଘରର କାନ୍ଥ ବାରମ୍ବାର ଖରାପ ହେବା , ମହିଳାଙ୍କୁ ବିନା କାରଣରେ କ୍ରୋଧ ଆସିବା ଏସବୁ ସଙ୍କେତ କହିଥାଏ ଯେ ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି । ଯଦି ଘରକୁ ହଠାତ ଧନ ଆସି ହଠାତ ଶେଷ ହୋଇଯିବା , ବୁଢିଆଣି ଜାଲ ହେବା କିମ୍ବା ବାସନ ଭାଙ୍ଗିବା ଏବଂ କରଜ ଶେଷ ନହେବା ଏସବୁ ସଙ୍କେତ ବାସ୍ତବରେ ଘରେ ଖରାପ ଶକ୍ତିର ପ୍ରଭାବ ଥିବା ସୂଚାଇ ଥାଆନ୍ତି ।

୬ . ରାତ୍ରି ସମୟରେ ଏଣେତେବେ ପରିସ୍ରା କରିବା କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ । ରାତ୍ରି ୧ ରୁ ୩ ଟା ସମୟର ମୁହୂର୍ତ୍ତକୁ ଖରାପ ଶକ୍ତି ର ସମୟ ବୋଲି କୁହାଯାଇଛି । ଏହି ସମୟରେ ଖରାପ ଶକ୍ତି ମାନେ ସକ୍ରିୟ ହୋଇ ଯାଆନ୍ତି ।

୭ . ସୂର୍ଯ୍ୟାସ୍ତ ସମୟରେ ଲୁଗା ସଫା କରିବା ଦ୍ୱାରା ଘରେ ନକରାତ୍ମକତା ପ୍ରବେଶ କରିଥାଏ । ସେହି ବ୍ୟକ୍ତି ଈଶ୍ୱରଙ୍କ କୃପାରୁ ବଞ୍ଚିତ ହୋଇଥାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କପଡ଼ା ଧୋଇବା ଉଚିତ ନୁହେଁ ଏବଂ ଘରର କୌଣସି ଜିନିଷ କାହାକୁ ଦେବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ସମୟରେ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଅନ୍ୟର ଡ୍ରେସ କିମ୍ବା ଚପଲ ଯଦି ଆପଣଙ୍କ ଘରେ ରହି ଯାଇଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ଘରେ ଖରାପ ଶକ୍ତି ବାସ କରିବ ।

୮ . ଅନ୍ୟ ଲୋକ ଆପଣଙ୍କ ଘରେ ନଖ କାଟିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କର ସବୁ ମଙ୍ଗଳ କାର୍ଯ୍ୟ ଅମଙ୍ଗଳ ହୋଇପାରେ । ଏହାଦ୍ୱାରା ଘରେ ଭୂତ ପ୍ରେତର ବାସ ହୋଇପାରେ । କୌଣସି ସୁଗନ୍ଧିତ ଅତର ଲଗାଇ ଏକାନ୍ତ ସ୍ଥାନକୁ ଯିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିପାରେ ।

Leave a Reply

Your email address will not be published. Required fields are marked *