ଘରର ଦ୍ୱାରରେ ବସି କେବେବି କରନ୍ତୁ ନାହିଁ ଏହି କାମ , କ୍ରୋଧିତ ହୋଇ ଚାଲି ଯାଆନ୍ତି ଲକ୍ଷ୍ମୀ :-

ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ବାସ୍ତୁର ନିୟମ ଅନୁଯାୟୀ ଯେଉଁ ଘର ନିର୍ମିତ ହୋଇଥାଏ ତାହା ନିଶ୍ଚିତ ଶୁଭ ଫଳ ଦେଇଥାଏ । ପ୍ରତ୍ୟେକ ଘରର ଏକ ମୁଖ୍ୟ ଦ୍ୱାର ଥାଏ ଯାହାକି ଘର ଭିତର ଏବଂ ବାହାର ଦୁନିଆକୁ ଭିନ୍ନ କରିଥାଏ । କୌଣସି ଘରର ମାନ ମର୍ଯ୍ୟାଦାକୁ ସେହି ଘରର ମୁଖ୍ୟଦ୍ୱାର ସହିତ ଜଡ଼ିତ କରି ଦେଖାଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଘରର ମୁଖ୍ୟଦ୍ୱାରର କିଛି ମହତ୍ତ୍ୱ ବିଷୟରେ କହିବୁ । ଏବଂ ଆପଣ ଘରର ମୁଖ୍ୟ ଦ୍ୱାରରେ ବସି କେଉଁ ସବୁ ଭୁଲ କାର୍ଯ୍ୟ କଲେ ଲକ୍ଷ୍ମୀ ରାଗି ଯାଆନ୍ତି ସେହି ବିଷୟରେ କହିବୁ ।

ଘରର ମୁଖୁଁଦ୍ୱାର ଘରର ଏକ ସୀମାରେଖା ହୋଇଥାଏ ଯେଉଁଠି ଘର ଲୋକେ ଘୋଡ଼ ନାଲ , କିମ୍ବା ମୁଦ୍ରା ଲଗାନ୍ତି । ଯାହାଦ୍ୱାରା ଘରକୁ ନଜର ଦୋଷରୁ ରକ୍ଷା ମିଳେ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଯାଏ । ଘରର ମୁଖ୍ୟ ଦ୍ୱାର ସାମାନ୍ୟ ଉଚ୍ଚ ରହିବା ନିହାତି ଜରୁରୀ ଅଟେ । ଯଦି ତାହା ଉଚ୍ଚ ନଥାଏ ତେବେ ଅଶୁଭ ହୋଇଥାଏ । ମୁଖ୍ୟ ଦ୍ୱାରର ବାହାର ଅଂଶ ସୂର୍ଯ୍ୟ ଶକ୍ତି ଦ୍ୱାରା , ମଧ୍ୟ ଅଂଶ ପୁଥିବୀ ଶକ୍ତି ଦ୍ୱାରା ଏବଂ ଭିତରର ଅଂଶ ଚନ୍ଦ୍ରର ଶକ୍ତି ଦ୍ୱାରା ପ୍ରଭାବିତ ହୋଇଥାଏ । ଘରକୁ ଆସୁଥିବା ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଏହି ମୁଖ୍ୟଦ୍ୱାର ଥାଏ ।

ଘରର କିଛି ସମସ୍ୟା ଘରର ମୁଖ୍ୟଦ୍ୱାର ସହିତ ଜଡ଼ିତ କିଛି ବାସ୍ତୁ ଦୋଷ ହୋଇଥାଏ । ଯେଉଁ ଘରର ମୁଖ୍ୟଦ୍ୱାର ସୁସଜ୍ଜିତ ଏବଂ ସ୍ଵଛ ଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ସେହି ଘରେ କେବେବି ଆର୍ଥିକ ସମସ୍ୟା ହୁଏ ନାହିଁ । ଆମଘରେ ପ୍ରତିଦିନ ମୁଖ୍ୟଦ୍ୱାରକୁ ପୂଜା କରିବାର ପରମ୍ପରା ରହିଛି । ଏହା ଆମ ଘରର ମର୍ଯ୍ୟାଦା ଏବଂ ମାନ ସମ୍ମାନ ହୋଇଥାଏ । ଉତ୍ସବ ଏବଂ ସମାରୋହ ମାନଙ୍କରେ ବିଶେଷ ଭାବରେ ଘରର ଲକ୍ଷଣରେଖାର ପୂଜା କରାଯାଏ । ସେଠାରେ ମୁରୁଜ କରାଯିବା ସହିତ ପୂଜା ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରାଯାଏ ।

ଘରର ସବୁ ସଦସ୍ୟ ମୁଖ୍ୟଦ୍ୱାରରେ ମୁଣ୍ଡ ନୁଆଇଁ ନତମସ୍ତକ କରନ୍ତି । ମୁଖ୍ୟଦ୍ୱାରର ଦୁଇ ପାଖରେ ସ୍ୱସ୍ତିକ ଏବଂ ଶୁଭ ଲାଭର ଚିହ୍ନ ସବୁବେଳେ ଅଙ୍କନ କରି ରଖିବା ଉଚିତ । ଏହାବ୍ୟତୀତ ଓଁ ଏବଂ ଶ୍ରୀର ଚିହ୍ନ ନିଶ୍ଚିତ ବନାଇବେ ଉଚିତ । ଏହାବ୍ୟତୀତ ଲକ୍ଷ୍ମୀଙ୍କ ପାଦ ଚିହ୍ନ ମଧ୍ୟ ଶୁଭ ହୋଇଥାଏ । ଏହାକୁ ପ୍ରତିଦିନ ରଙ୍ଗୋଲିରେ କରନ୍ତୁ ନଚେତ ସମ୍ଭବ ନହେଲେ ପେଣ୍ଟବି କରାଇ ପାରିବେ । ପରମ୍ପରା ଅନୁସାରେ ଘରର ନବବଧୁ ଘରର ମୁଖ୍ୟଦ୍ୱାର ଡେଇଁ ଘର ଭିତରକୁ ପ୍ରବେଶ କରିଥାଏ ଯାହାକି ସୁରକ୍ଷାର ସଙ୍କେତ ଦେଇଥାଏ । ମାତ୍ର ଏହି ମୁଖ୍ୟଦ୍ୱାର ନଥିଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ନଚେତ ହଳଦିଆ ରଙ୍ଗରେ ଏକ ରେଖା ବନାଇ ତାହାକୁ ପୂଜା କରନ୍ତୁ ।

ଅନେକ ସମୟରେ ମହିଳା ମାନେ ମୁଖ୍ୟଦ୍ୱାରରେ ବସି ଭଜନ କରନ୍ତି କିମ୍ବା ଅନ୍ୟ କାର୍ଯ୍ୟ ଯେପରିକି କାହା ସହ କଥା ହୋଇଥାନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ଅଟେ । ତେଣୁ ଯଦି ଘରର ମହିଳା ମୁଖ୍ୟଦ୍ୱାରରେ ବସନ୍ତି ତେବେ ଘରକୁ ଆସୁଥିବା ଦେବୀ ଦେବତା ଏବଂ ସକାରାତ୍ମକ ଶକ୍ତିର ମାର୍ଗରେ ବାଧା ପହଞ୍ଚି ଥାଏ ।

Leave a Reply

Your email address will not be published. Required fields are marked *